ICC Champions Trophy - The Sakala

ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲା: ସୁପର ସନଡେରେ ଭାରତ-ନ୍ୟୁଜଲିଣ୍ଡ ମଧ୍ୟରେ ହେବ ସୁପର୍ ଫାଇଟ୍
ଦୁବାଇ: ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲା । ସୁପର ସନଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନବମ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରାଣ୍ଡ ଫାଇନାଲ୍‌ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ। ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ ଉଭୟ ଦଳ । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।

ଭାରତୀୟ ଦଳରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ମହମ୍ମଦ୍‌ ସାମିଙ୍କ ଲାଗି ଏହା ଶେଷ ଚାମ୍ପିଅନ୍ସ ଟ୍ରଫି ହୋଇପାରେ। ଏଣୁ ଏମାନେ ଭାରତକୁ ଟାଇଟଲ ଜିତାଇବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିବେ। ତେବେ ନ୍ୟୁଜିଲାଣ୍ଡର ବାମହାତୀ କ୍ୱାଲିଟି ସ୍ପିନର ଅଧିନାୟକ ମିଚେଲ ସାଣ୍ଟନର, କେନ୍‌ ୱିଲିୟମ୍‌ସନ୍‌ ଓ ରଚିନ ରବୀନ୍ଦ୍ର ଭାରତ ପାଇଁ ଘାତକ ସାଜିପାରନ୍ତି। ଦୁବାଇର ଏହି ଧିମା ପିଚ୍‌ରେ ସ୍ପିନର୍‌ମାନେ ହିଁ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କ୍ରିକେଟ ବିଶାରଦମାନେ ଆକଳନ କରୁଛନ୍ତି।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଖେଳିଛି। ଦଳର ବୋଲିଂରେ ସନ୍ତୁଳନ ରହିବା, ୪ଜଣିଆ ସ୍ପିନରଙ୍କୁ ପିଚ୍‌ରୁ ଫାଇଦା ମିଳିବା ଓ ଶକ୍ତିଶାଳୀ ଟପ୍‌ ଅର୍ଡର ବ୍ୟାଟିଂ ଦଳକୁ ପ୍ରାଧାନ୍ୟ ବିସ୍ତାର କରିବାରେ ବେଶ ସହାୟକ ହୋଇଛି। ଲିଗ୍‌ ପର୍ଯ୍ୟାୟରେ ଦଳ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ସହଜରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିରେ ବିଶ୍ୱଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିବାରେ ଭାରତକୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ି ନ ଥିଲା। ଅନ୍ୟପକ୍ଷରେ ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସର୍ବଦା ଭଲ ଖେଳିଆସିଛି। ଏଠାରେ ଦଳ ଭିନ୍ନ ରାସ୍ତା ଦେଇ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ଏହି ଦଳ ପାକିସ୍ତାନ ଓ ବାଂଲାଦେଶକୁ ହରାଇବା ପରେ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ନିକଟରୁ ପରାଜିତ ହୋଇଥିଲା। ସେମିଫାଇନାଲରେ ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକାକୁ ହାଇସ୍କୋରିଂ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପୁଣିଥରେ ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଯେଉଁ ସ୍ୱପ୍ନ ଦେଖିଛି ତାହାକୁ ଫସର ଫଟାଇବା ଲାଗି ନ୍ୟୁଜିଲାଣ୍ଡ ଯୋଜନା କରିଛି।

ନକ୍‌ଆଉଟରେ ନ୍ୟୁଜିଲାଣ୍ଡ ଆଗୁଆ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟଥର ଲାଗି ଆଇସିସି ଦ୍ୱାରା ଆୟୋଜିତ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ହେବ। ୨୦୦୦ରେ ଆଇସିସି ନକ୍‌ଆଉଟ (ଯାହାକି ପରେ ଚାମ୍ପିଅନ୍ସ ଟ୍ରଫି ନାମରେ ନାମିତ ହୋଇଥିଲା) ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପ୍ରଥମଥର ଉଭୟଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ନ୍ୟୁଜିଲାଣ୍ଡ ବିଜୟୀ ହେବା ପରେ ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ୩-୧ରେ ଭାରତଠାରୁ ଆଗୁଆ ରହିଛି। ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ଭାରତକୁ ହରାଇଛି ନ୍ୟୁଜିଲାଣ୍ଡ। ଏହି ରେକର୍ଡ ସୂଚାଉଛି, ନକ୍‌ଆଉଟ ମୁକାବିଲାରେ ନ୍ୟୁଜିଲାଣ୍ଡ ଅଧିକ ଧୈର୍ଯ୍ୟର ସହ ଖେଳିଛି। ୨୦୨୩ ବିଶ୍ୱକପ୍‌ ସେମିଫାଇନାଲରେ ଭାରତ ବିଜୟୀ ହୋଇଥିଲା। ଏଠାରେ ଚାଲିଥିବା ଚାମ୍ପିଅନ୍ସ ଟ୍ରଫିର ଲିଗ୍‌ ମ୍ୟାଚ୍‌ରେ ଭାରତ ୪୪ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

ବ୍ୟାଟିଂରେ ଉଭୟ ଶକ୍ତିଶାଳୀ

ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ବ୍ୟାଟିଂ ଭାରତର ବଳ। ଏମାନଙ୍କ ସାଙ୍ଗକୁ ଶୁବମନ ଗିଲ୍‌, ଶ୍ରେୟସ ଆୟରଙ୍କ ଉପରେ ଭାରତ ମଧ୍ୟ ନିର୍ଭରଶୀଳ। ଦଳରେ ଅଲରାଉଣ୍ଡର ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ମଧ୍ୟ ବେଶ ପ୍ରଭାବଶାଳୀ। ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ ଓ ରାଚିନ ରବୀନ୍ଦ୍ର ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ପ୍ରଭାବୀ ବ୍ୟାଟିଂ କରିବାରେ ସିଦ୍ଧହସ୍ତ। ୱିଲ ୟଙ୍ଗ, ଡାରିଲ ମିଚେଲ ଓ ଗ୍ଲେନ୍‌ ଫିଲିପ୍ସ ବିସ୍ଫୋରକ ବ୍ୟାଟିଂ ଖେଳର ସମୀକରଣ ବଦଳାଇଦେଇପାରେ।

ସ୍ପିନର ହେବେ ଟ୍ରମ୍ପକାର୍ଡ

ଭାରତୀୟ ପିଚ୍‌ ଭଳି ଦୁବାଇ ପିଚ୍‌। ଏଠାରେ ପେସ୍‌ ବୋଲରଙ୍କ ପ୍ରଭାବ କମ୍‌, ସ୍ପିନର ହେବେ ଟ୍ରମ୍ପ କାର୍ଡ। ଭାରତ ୪ଜଣ ସ୍ପିନର ଯଥା କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଖେଳୁଛି। ଏମାନଙ୍କ ସଫଳତା ଯୋଗୁଁ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଛି। ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ଅଧିନାୟକ ମିଚେଲ ସାଣ୍ଟନର ଓ ମାଇକେଲ ବ୍ରେସ୍‌ୱେଲଙ୍କ ପରି କ୍ୱାଲିଟି ସ୍ପିନର ରହିଛନ୍ତି। ରବୀନ୍ଦ୍ର ଓ ଫିଲିପ୍ସ ବ୍ୟାକ୍‌ ଅପ୍‌ ସ୍ପିନ ବୋଲିଂ କରନ୍ତି। ଫାଇନାଲ ମୁକାବିଲାରେ ଏହି ସ୍ପିନ ବୋଲରମାନେ ମ୍ୟାଚ୍‌ର ଭାଗ୍ୟ ନିର୍ଣ୍ଣୟ କରିବେ।

ଭାରତ-ପାକ୍‌ ମୁକାବିଲା ହୋଇଥିବା ପିଚ୍‌ରେ ଖେଳାଯିବ ଫାଇନାଲ

ଦୁବାଇରେ ଖେଳାଯାଇଥିବା ମ୍ୟାଚ୍‌ ସର୍ବଦା ଲୋ ସ୍କୋରିଂ ହୋଇଛି। ଏଠିକାର ପିଚ୍‌ ସ୍ଲୋ ବା ସ୍ପିନ୍‌ ବୋଲରଙ୍କୁ ସହାୟତା ଦେଇଥାଏ। ଏଠାରେ ୨୬୬ରୁ ଅଧିକ ରନ୍‌ ଚେଜ୍‌ ହୋଇନାହିଁ। ଦୁଇ ସପ୍ତାହ ହେଲା ଏଠାରେ କୌଣସି ମ୍ୟାଚ୍‌ ଖେଳାଯାଇନାହିଁ। ଏଣୁ ଭାରତ ଓ ପାକିସ୍ତାନ ଯେଉଁ ପିଚ୍‌ରେ ଖେଳିଥିଲେ, ସେଥିରେ ଫାଇନାଲ ମୁକାବିଲା ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି। ପୂର୍ବ ମ୍ୟାଚ୍‌ ପରି ଏହି ପିଚ୍‌ ମଧ୍ୟ ସ୍ଲୋ ରହିବ ଓ ଏଠାରେ ୨୭୦ରୁ ୨୮୦ ସ୍କୋର ଡିଫେଣ୍ଡ କରିହେବ। ଏଠିକାର ପିଚ୍‌ ଭାରତକୁ ସର୍ବଦା ସହାୟତା ଯୋଗାଉଥିବାରୁ ଦଳକୁ ଫାଇଦାରେ ରଖିବ।

ଦିନିକିଆ ମୁକାବିଲାରେ ଭାରତ ଆଗୁଆ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଯାଏ ୧୧୯ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏହା ମଧ୍ୟରୁ ଭାରତ ୬୧ଟିରେ ଓ ନ୍ୟୁଜିଲାଣ୍ଡ ୫୦ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଗୋଟିଏ ମ୍ୟାଚ୍‌ ଟାଇ ରହିଥିଲାବେଳେ ଅନ୍ୟ ୭ଟି ମ୍ୟାଚ୍‌ର ଫଳାଫଳ ବାହାରିପାରି ନାହିଁ।

ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପରସ୍ପର ସହ ୧୨ଥର ଭେଟାଭେଟି ହୋଇଛନ୍ତି। ଏହାମଧ୍ୟରୁ ଉଭୟ ଦଳ ସମାନ ୬ଟି ଲେଖାଏଁ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଏହା ମଧ୍ୟରୁ ନକ୍‌ଆଉଟରେ ୪ଥର ମୁକାବିଲା ହୋଇଛି। ଏହି ୪ଟି ମ୍ୟାଚ୍‌ ମଧ୍ୟରୁ ୩ଥର ନ୍ୟୁଜିଲାଣ୍ଡ ଓ ଥରେ ଭାରତ ବିଜୟୀ ହୋଇଛି। ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଏହା ହେବ ତୃତୀୟ ମୁକାବିଲା। ପୂର୍ବରୁ ନ୍ୟୁଜିଲାଣ୍ଡ ୨ଟି ଯାକ ଫାଇନାଲ ମୁକାବିଲାରେ ବିଜୟୀ ହୋଇଛି। ୨୦୦୦ରେ ଅନୁଷ୍ଠିତ ଆଇସିସି ନକ୍‌ଆଉଟ ଓ ୨୦୨୧ରେ ଅନୁଷ୍ଠିତ ବିଶ୍ୱଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ତୃତୀୟ ମୁକାବିଲାକୁ ଭାରତ ଜିତିବ ବୋଲି ଆଶା କରାଯାଉଛି।

ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ଆକ୍ରମଣ ଭୟ: ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା, ହାଇଆଲର୍ଟ ଜାରି କଲା ପାକିସ୍ତାନ ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଦେଖାଦେଇଛି ଆତଙ୍କୀ ଆକ୍ରମଣ ଭୟ। ସୁରକ୍ଷା ଏବଂ ଆତଙ୍କୀ ଆକ୍ରମଣ ଭୟରେ ପାକିସ୍ତାନରେ କିଛି ବର୍ଷ ହେଲାଣି କୌଣସି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ହୋଇନାହିଁ ।  ତେବେ ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି । ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଇଥିବା ନେଇ ସୂଚନା ମିଳିଛି । ଏନେଇ ଖୋଦ ହାଇଆଲର୍ଟ ଜାରି କରିଛନ୍ତି ପାକିସ୍ତାନ ଗୁଇନ୍ଦା ବିଭାଗ । ଟିଟିପି, ଆଇଏସ୍‌ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି। ଭାରତୀୟ ଏଜେନ୍ସୀ ମଧ୍ୟ ପାକିସ୍ତାନକୁ ଏଭଳି ଆକ୍ରମଣ ସମ୍ଭାବନା ବିଷୟରେ ସୂଚନା ଦେଇଛି ।ପାକିସ୍ତାନର ଗୁଇନ୍ଦା ବ୍ୟୁରୋ ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ(ISKP) ସମ୍ଭାବ୍ୟ ଖବରକୁ ନେଇ ଚେତାବନୀ ଜାରି କରିଛି ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାଗ ନେଇଥିବା ବିଦେଶୀ ଖେଳାଳି ଏବଂ କ୍ରିକେଟ ପ୍ରେମୀଙ୍କୁ ଅପହରଣ କରିବାକୁ ଯୋଜନା କରୁଛି । ଏହି ଆତଙ୍କୀ ସଂଗଠନ ବିଶେଷ ଭାବେ ଚୀନ ଏବଂ ଆରବ ନାଗରିକଙ୍କୁ ଟାର୍ଗେଟ କରିଥାଏ । ଏହାପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବନ୍ଦ ରହିଥିଲା । ଏହାପରେ ସ୍ଥିତିରେ ସୁଧାର ଆସିବା ପରେ ଦୀର୍ଘ ବର୍ଷ ପରେ ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ।ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଭାରତ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ସେଥିପାଇଁ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ୍ ମଡେଲରେ ଆୟୋଜନ କରାଯାଇଛି । ଭାରତ ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି ।

ଚାମ୍ପିଅନ୍ସ ଟ୍ରଫି: ଭାରତ-ବାଂଲାଦେଶ ମୁକାବିଲା, ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି
ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଅନୁଷ୍ଠିତ ହେବ। ଆଜିର ମ୍ୟାଚରେ ବାଂଲାଦେଶ ଟସ୍ ଜିତି  ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ନିକଟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଶକ୍ତିଶାଳୀ ଇଂଲଣ୍ଡକୁ ୩-୦ରେ ପରାସ୍ତ କରି ସିରିଜ୍‌ ସୁଇପ୍‌ ହାସଲ କରିଥିବା ରୋହିତ ଶର୍ମାଙ୍କ ଭାରତ ଏହି ମୁକାବିଲା ନେଇ ବେଶ ଉତ୍ସାହୀ ରହିଛି। ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାଂଲାଦେଶ ଖେଳିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ସମସ୍ତ ମ୍ୟାଚ୍‌ରେ ପରାଜିତ ହୋଇଛି। ଫିଲ ସିମନ୍ସ ଓ ସଲ୍ଲାଉଦ୍ଦିନଙ୍କ ଯୋଡି ଏବେ ବାଂଲାଦେଶକୁ ଏକ ଲଢ଼ୁଆ ଦଳରେ ପରିଣତ କରିଥିଲାବେଳେ ଭାରତକୁ କଡ଼ା ଜବାବ ଦେବ ବୋଲି ଯୋଜନା କରିଛି। ଏଣୁ ଏହି ମୁକାବିଲାଟି ବେଶ ରୋମାଞ୍ଚକ ହେବ ବୋଲି ଭାରତୀୟ କ୍ରିକେଟପ୍ରେମୀ ମାନେ ଆଶା ରଖିଛନ୍ତି।

ଭାରତ

ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ହର୍ଷିତ ରାଣା, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।

ବାଂଲାଦେଶ

ନାଜମୁଲ ହୋସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତାନଜିଦ ହାସନ, ତୋହିଦ ହୃଦୟ, ମୁସ୍‌ଫିକର ରହିମ,  ଜାକିର ଅଲି ଅନିକ, ମେହଦୀ ହାସନ ମିରାଜ, ରିସାଦ ହୋସେନ, ତାସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମାନ ଓ ତଞ୍ଜିମ ହାସନ ସକିବ ।