Rekha Gupta - The Sakala
ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତିକମରେ ୨୦ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।
ଭୟାବହ ଅଗ୍ନିକାଣ୍ଡର ସୂତ୍ରପାତ
ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮:୫୦ ମିନିଟ୍ ସମୟରେ ମାଲବୀୟ ନଗର ସ୍ଥିତ ଲେମନ୍ ଗ୍ରୀନ୍ ରେଷ୍ଟୁରାଣ୍ଟ (Lemon Green Restaurant) ର ବେସମେଣ୍ଟରୁ ଏହି ନିଆଁ ବ୍ୟାପିଥିଲା। ପରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ପ୍ରାୟ ୯:୪୫ ମିନିଟ୍ ରେ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଏକାଧିକ ଫାୟାର ଟେଣ୍ଡର, ୱାଟର ବାଉଜର ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ଉକ୍ତ ୫ ମହଲା କୋଠାରେ ପ୍ରାୟ ୪୦ ଜଣ ଲୋକ ଥିବା ଅନୁମାନ କରାଯାଉଛି।
ଉଦ୍ଧାର କାର୍ଯ୍ୟ ଏବଂ ମୃତାହତଙ୍କ ସୂଚନା
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣାରେ ପ୍ରଥମେ ୧୦ ଜଣଙ୍କର ମୃତ୍ୟୁ ଖବର ଆସିଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୦ ରେ ପହଞ୍ଚିଛି। ମୋଟ ୩୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମ୍ୟାକ୍ସ ହସ୍ପିଟାଲ ଏବଂ ଏମ୍ସ ଟ୍ରମା ସେଣ୍ଟର ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଅନେକ ଆଫ୍ରିକୀୟ ଦେଶର ବିଦେଶୀ ନାଗରିକ ଥିବା ଜଣାପଡ଼ିଛି, ଯେଉଁମାନେ ସେଠାରେ ଚିକିତ୍ସା ପାଇଁ ଆସି ରହୁଥିଲେ। ନିଆଁ ଲାଗିବା ସମୟରେ ଅଧିକାଂଶ ଲୋକ ଶୋଇଥିଲେ। ଜୀବନ ବଞ୍ଚାଇବା ପାଇଁ କିଛି ଲୋକ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ରାସ୍ତାରେ ବିଛାଯାଇଥିବା ଗଦି ଉପରକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା।
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଏହି ମର୍ମନ୍ତୁଦ ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଏକ୍ସ (X) ହ୍ୟାଣ୍ଡେଲରେ ପୋଷ୍ଟ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦିଲ୍ଲୀ ସରକାର ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୨ ଦିନ ୱାର୍କ-ଫ୍ରମ୍-ହୋମ୍, ବିଦେଶ ଗସ୍ତ ଉପରେ କଟକଣା
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୁରୁବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। ଆମେରିକା-ଇରାନ ଯୁଦ୍ଧ କାରଣରୁ ସୃଷ୍ଟି ହୋଇଥିବା ଇନ୍ଧନ ସଙ୍କଟ ଏବଂ ଆର୍ଥିକ ପ୍ରଭାବକୁ ମୁକାବିଲା କରିବା ପାଇଁ ସେ 'ମେରା ଭାରତ, ମେରା ଯୋଗଦାନ' ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ ସରକାରୀ କାର୍ଯ୍ୟାଳୟରେ ସପ୍ତାହକୁ ଦୁଇ ଦିନ ଘରୁ କାମ କରିବା (ୱାର୍କ-ଫ୍ରମ୍-ହୋମ୍), ଅଫିସ୍ ସମୟ ପରିବର୍ତ୍ତନ ଏବଂ ଆସନ୍ତା ବର୍ଷେ ପାଇଁ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତ ଉପରେ କଟକଣା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଂରକ୍ଷଣ ଏବଂ ବୈଦେଶିକ ମୁଦ୍ରା ବିନିମୟ ହ୍ରାସ କରିବା ଆହ୍ୱାନ ପରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସରକାରୀ ଯୋଜନା ଅନୁଯାୟୀ, ଘରୋଇ କମ୍ପାନୀଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୨ ଦିନ ୱାର୍କ-ଫ୍ରମ୍-ହୋମ୍ ବ୍ୟବସ୍ଥା ଲାଗୁ କରିବାକୁ ପରାମର୍ଶ ଦିଆଯିବ। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ ଶ୍ରମ ବିଭାଗ ଏହାର ତଦାରଖ କରିବ। ଏହା ସହିତ ଟ୍ରାଫିକ୍ ସମସ୍ୟା ଏବଂ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ କେନ୍ଦ୍ର, ଦିଲ୍ଲୀ ଏବଂ ପୌରସଂସ୍ଥା ଅଫିସ୍ ସମୟରେ ପରିବର୍ତ୍ତନ କରାଯିବ।
ଅନ୍ୟ ଏକ ପ୍ରମୁଖ ନିଷ୍ପତ୍ତି କ୍ରମେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନେ ଆସନ୍ତା ଏକ ବର୍ଷ ପାଇଁ କୌଣସି ସରକାରୀ ବିଦେଶ ଗସ୍ତ କରିବେ ନାହିଁ। ଖର୍ଚ୍ଚ କାଟ୍ ଉଦ୍ଦେଶ୍ୟରେ ଆସନ୍ତା ୩ ମାସ ପାଇଁ ସରକାର କୌଣସି ବଡ଼ ସାର୍ବଜନୀନ କାର୍ଯ୍ୟକ୍ରମ ବା ସମ୍ମିଳନୀ ଆୟୋଜନ କରିବେ ନାହିଁ। ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ସରକାରୀ ଗାଡ଼ିର ବ୍ୟବହାର କମ୍ କରି ପବ୍ଲିକ୍ ଟ୍ରାନ୍ସପୋର୍ଟ କିମ୍ବା କାର୍-ପୁଲିଂ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନାଗରିକମାନଙ୍କୁ ସପ୍ତାହରେ ଗୋଟିଏ ଦିନ 'ନୋ ଭେଇକିଲ୍ ଡେ' ପାଳନ କରିବାକୁ ନିବେଦନ କରିଛନ୍ତି। ସରକାର ଆସନ୍ତା ୬ ମାସ ପାଇଁ ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ହାଇବ୍ରିଡ୍ ଗାଡ଼ି କିଣିବା ଉପରେ ରୋକ୍ ଲଗାଇଛନ୍ତି। ସରକାରୀ ଅଧିକାରୀ ଏବଂ ମନ୍ତ୍ରୀମାନେ ସୋମବାର ଦିନ ମେଟ୍ରୋରେ ଯାତ୍ରା କରିବେ ବୋଲି ନିଷ୍ପତ୍ତି ହୋଇଛି। ଯଦି କର୍ମଚାରୀମାନେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତି, ତେବେ ସେମାନଙ୍କ ପରିବହନ ଭତ୍ତା ବୃଦ୍ଧି କରାଯିବା ନେଇ ମଧ୍ୟ ସରକାର ବିଚାର କରୁଛନ୍ତି। ବିଦ୍ୟୁତ୍ ସଂରକ୍ଷଣ ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଏସି ତାପମାତ୍ରା ୨୪°C ରୁ ୨୬°C ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଅଭିଯାନ ମାଧ୍ୟମରେ ଦେଶୀ ଉତ୍ପାଦ ଏବଂ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ। ମଲ୍ ଏବଂ ସୁପରମାର୍କେଟରେ 'ମେଡ୍ ଇନ୍ ଇଣ୍ଡିଆ' ଉତ୍ପାଦ ପାଇଁ ସ୍ୱତନ୍ତ୍ର ବିଭାଗ ରଖିବା ସହ ସରକାରୀ କ୍ରୟ କ୍ଷେତ୍ରରେ ଭାରତୀୟ ସାମଗ୍ରୀକୁ ପ୍ରାଥମିକତା ଦିଆଯିବ।
ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧ କାରଣରୁ ହର୍ମୁଜ୍ ପ୍ରଣାଳୀ ଦେଇ ବିଶ୍ୱବ୍ୟାପୀ ତୈଳ ପରିବହନ ବାଧାପ୍ରାପ୍ତ ହୋଇଛି, ଯାହା ଏକ ବଡ଼ ଶକ୍ତି ସଙ୍କଟର ଆଶଙ୍କା ସୃଷ୍ଟି କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପିଡବ୍ଲ୍ୟୁଡି (PWD), ଦିଲ୍ଲୀ ଜଳ ବୋର୍ଡ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗ ଭର୍ଚୁଆଲ୍ ବୈଠକ ଏବଂ ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟବହାରକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଆସିଛି ଏପରି ଧମକପୂର୍ଣ୍ଣ ଇ-ମେଲ୍‌ । ଦିଲ୍ଲୀ ବିଧାନସଭା ଏବଂ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଇମେଲ୍ ମାଧ୍ୟମରେ ବୋମାମାଡ଼ର ଧମକ ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି।
ପ୍ରଥମ ଧମକପୂର୍ଣ୍ଣ ଇମେଲ୍ ସକାଳ ୭:୨୮ ମିନିଟରେ ବିଧାନସଭାର ଇମେଲ୍ ଆଇଡିକୁ ଆସିଥିବା ବେଳେ, ଦ୍ୱିତୀୟ ଇମେଲ୍ ସକାଳ ୭:୪୯ ମିନିଟରେ ସିଧାସଳଖ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ସରକାରୀ ଆଇଡିକୁ ଆସିଥିଲା। ଏହି ଧମକ କେବଳ ବିଧାନସଭା ପରିସର ମଧ୍ୟରେ ସୀମିତ ନଥିଲା, ବରଂ ନିକଟସ୍ଥ ମେଟ୍ରୋ ଷ୍ଟେସନରେ ମଧ୍ୟ ବିସ୍ଫୋରଣ କରିବାକୁ ଚେତାବନୀ ଦିଆଯାଇଥିଲା। ଏହି ଇମେଲରେ ଦେଶର ଶୀର୍ଷ ନେତାମାନଙ୍କ ନାମ ଉଲ୍ଲେଖ ରହିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ ସିଂହ ସାନ୍ଧୁ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ସାମିଲ ଅଛନ୍ତି। ନିଜକୁ 'ଖଲିସ୍ତାନୀ ନ୍ୟାସନାଲ୍ ଆର୍ମି' ବୋଲି ଦାବି କରୁଥିବା ଏକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କୁ ସ୍ୱତନ୍ତ୍ର ଭାବେ ଧମକ ଦେଇଛି।
ବୋମାମାଡ଼ର ଧମକ ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ପୋଲିସ ତୁରନ୍ତ ବିଧାନସଭା ପରିସର ଏବଂ ଆଖପାଖ ଅଞ୍ଚଳରେ ଛାନଭିନ୍ ଆରମ୍ଭ କରିଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଏହି ଧମକପୂର୍ଣ୍ଣ ଇମେଲଗୁଡ଼ିକର ଉତ୍ସ ଖୋଜିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି ଏବଂ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ। ଜନଶୁଣାଣି ବେଳେ ଦୁର୍ବୃତ୍ତ ଚାପୁଡ଼ା ମାରିବା ସହ ଚୁଟି ଟାଣିବାକୁ ଚେଷ୍ଟା କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ଜନଶୁଣାଣି କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପାଇଁ ପୋଲିସ ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ କହିବା ଅନୁଯାୟୀ, ଜନଶୁଣାଣିରେ ଉପସ୍ଥିତ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତଙ୍କୁ ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ଚୁଟିକୁ ଟାଣିବାକୁ ଚେଷ୍ଟା କରିଥିଲେ।
ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ, ଜନଶୁଣାଣି ସମୟରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଗିରଫ କରିଛି ଏବଂ ପଚରାଉଚରା କରୁଛି। ସେହି ସମୟରେ, ଦିଲ୍ଲୀ ପୋଲିସ ସୂଚନା ଦେଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜନଶୁଣାଣି ସମୟରେ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ସିଭିଲ୍ ଲାଇନ୍ସ ପୋଲିସ ଷ୍ଟେସନକୁ ନିଆଯାଇଛି ଏବଂ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି। ଆକ୍ରମଣକାରୀ ପ୍ରଥମେ ରେଖା ଗୁପ୍ତାଙ୍କୁ ଏକ କାଗଜ ଦେଇଥିଲେ। ତା’ପରେ ତାଙ୍କୁ ହଠାତ୍ ଚାପୁଡ଼ା ମାରିଥିଲେ। ତାଙ୍କ ଚୁଟି ଟାଣିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଆୟତ୍ତ କରିଥିଲେ ସୁରକ୍ଷା କର୍ମୀ। ଏମିତିକି ଅଭିଯୁକ୍ତ ରେଖା ଗୁପ୍ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଘଟଣା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା
ନୂଆଦିଲ୍ଲୀ: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା । ଏଥିସହିତ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଶପଥ ଗ୍ରହଣ କରିଛନ୍ତି । ଏଥିସହିତ କ୍ୟାବିନେଟ ମନ୍ତ୍ରୀ ଭାବେ ଆଶିଶ ସୁଦ, ମନଜିନ୍ଦର ସିଂ ଶୀର୍ଷା, ରବିନ୍ଦର ଇନ୍ଦରାଜ ସିଂ, କପିଲ ମିଶ୍ରା, ପଙ୍କଜ କୁମାର ସିଂହ ସମେତ ଶପଥ ଗ୍ରହଣ କରିଛନ୍ତି ।
ଦିଲ୍ଲୀର ରାମଲୀଳା ମଇଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅଭିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ  ସମେତ ମନ୍ତ୍ରିପରିଷଦ ଅନ୍ୟ ସଦସ୍ୟ ଏବଂ ଏନ୍‌ଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି ।
ଆଜି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା
ନୂଆଦିଲ୍ଲୀ: ବିଜେପି ନେତ୍ରୀ ରେଖା ଗୁପ୍ତା ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଉଲ୍ଲେଖନୀୟ ସଫଳତା ପରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଅନେକ ନେତା ଆଶାୟୀ ଥିଲେ। ବିଭିନ୍ନ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିଲା। ଶେଷରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ହାଇକମାଣ୍ଡ ରେଖା ଗୁପ୍ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି। ୪୧ ବର୍ଷୀୟା ରେଖା ହେବେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ତାଙ୍କ ପୂର୍ବରୁ ସୁଷମା ସ୍ବରାଜ, ଶୀଲା ଦୀକ୍ଷିତ ଏବଂ ଆତିଶୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପ୍ରଥମ ଥର ଲାଗି ବିଧାନସଭାକୁ ନିର୍ବାଚତ ହୋଇଥିବା ରେଖା ଆଜି ଏକ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଐତିହାସିକ ରାମଲିଲା ମୈଦାନରେ ହୋବକୁ ଥିବା ଏହି ଶପଥପାଠ ଉତ୍ସବରେ ୫୦ ହଜାର ଲୋକ ଯୋଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ଦଳୀୟ ନେତା ମଧ୍ୟ ଉପସ୍ଥିତ ରହିବେ। ପରବେଶ ବର୍ମା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।
ଗତ ୫ ତାରିଖରେ ଅନୁଷ୍ଠିତ ୭୦ ସଭ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ୪୮ଟି ଆସନ ମିଳିଥିବା ବେଳେ ଆପ୍‌କୁ ମିଳିଥିଲା ୨୨ଟି ଆସନ। ଦୀର୍ଘ ୨୬ ବର୍ଷ ପରେ ବିଜେପି କ୍ଷମତାକୁ ଫେରିଛି। ଏହାସହିତ ୧୦ ବର୍ଷ ଧରି ଦିଲ୍ଲୀରେ ଚାଲିଥିବା କେଜ୍ରିୱାଲ ଶାସନର ଅବସାନ ଘଟିଥିଲା।