International body builder Jagdish Lad - The Sakala
ନୂଆଦିଲ୍ଲୀ: କରୋନା ରଚୁଛି ଆତଙ୍କ। କରୋନା କବଳରେ ସାଧାରଣ ମଣିଷ, ବଲିଉଡ ଷ୍ଟାର , ସାମ୍ବାଦିକ ପରେ ଏବେ ବଡିବିଲଡର। ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି । ପାଖାପାଖି ୪ ଦିନ ପର୍ଯ୍ୟନ୍ତ କରୋନା ସହ ଯୁଦ୍ଧ କରିବା ପରେ ଜୀବନ ହାରିଛନ୍ତି ଜଗଦୀଶ। ମୃତ୍ୟୁ ବେଳକୁ ଜଗଦୀଶଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା।
ଏହି ଖବର ପାଇବା ପରେ ଭାରତୀୟ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି। ଇଂଟରନ୍ୟାସନାଲ ବଡିବିଲଡିଂରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜଗଦୀଶ ।
କରୋନା ସଂକ୍ରମିତ ହେବା ପରେ ଜଗଦୀଶଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା ହେଲେ ଦୁର୍ଭାଗ୍ୟର ବିଷୟ କରୋନା ଯୁଦ୍ଧ ଜିତି ପାରିଲେନି ଜଗଦୀଶ, ଅତି ଅଳ୍ପ ବୟସରେ ଚାଲିଗଲେ।
ଜଗଦୀଶ ମୂଳ ରୂପରେ ମହାରାଷ୍ଟ୍ରର ସଙ୍ଗୋଲି ଜିଲ୍ଲାର କୁଣ୍ଡଳୀ ଗାଁର ବାସିନ୍ଦା । କିନ୍ତୁ କିଛି ବର୍ଷ ପୂର୍ବରୁ ଉଚ୍ଚ ଲକ୍ଷ୍ୟ ନେଇ ସେ ମୁମ୍ବାଇର ବଡୋଦରାକୁ ଚାଲି ଯାଇଥିଲେ। ଆଉ ସେଠାରେ ଜିମ ଆରମ୍ଭ କରିଥିଲେ। ତାଙ୍କର ଗୋଟିଏ କୁନି ଝିଅ ଅଛି । ବଡି ବିଲଲଡିଂରେ ୯୦ କିଲୋଗ୍ରାମ ବର୍ଗରେ ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରୁଥିବା ଜଗଦୀଶ ଖୁବ ମେଳାପୀ ଥିଲେ । ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ଜଣେ ପେଶାଦାର ଖେଳାଳି ରୂପରେ ନିଜର କ୍ୟାରିୟର ଗଢ଼ିଥିଲେ।