Gyanesh Kumar - The Sakala

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର
ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ପରିବାର ସହ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ଜ୍ଞାନେଶ କୁମାର । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମୁଖ୍ୟ ନିର୍ବାଚନ କମିଶନ ଓ ତାଙ୍କ ପତ୍ନୀ ପହଞ୍ଚିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂଙ୍କ ସହିତ ପରିଚାଳନା କମିଟିର ସେବାୟତ ମାନେ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ଶ୍ରୀଜିଉଙ୍କୁ ଦର୍ଶନ କରି ବେଶ୍ ଭାବବିହ୍ବଳ ହୋଇଥିଲେ ମୁଖ୍ୟ ନିର୍ବାଚନ କମିଶନର । ପରେ ମା’ ବିମଳା, ମା' ଲକ୍ଷ୍ମୀଙ୍କ ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ ସେ । ଏହାପରେ ମୁଖ୍ୟ ନିର୍ବାଚନ କମିଶନର କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି

ଦର୍ଶନ ସାରି ଫେରିବା ପରେ ଜ୍ଞାନେଶ କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ମୋ ପରିବାର ସହିତ ଆଜି ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଲି। ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଏହା ଆଜି ମୋ ପାଇଁ ଶୁଭ ଅବସର ହୋଇପାରିଛି। ଓଡ଼ିଶାର କଳା, ସଂସ୍କୃତି ଓ ଭାଷା ଭାରତର ସବୁଠାରୁ ପ୍ରାଚୀନ କଳା। ଏହା ବିଷୟରେ ବୁଝିବା ଏବଂ ଜାଣିବାର ସୁଯୋଗ ମତେ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ।

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ପରିବାର ସହ ଆସିଛନ୍ତି ଜ୍ଞାନେଶ କୁମାର । ଭୁବନେଶ୍ବରରେ ପହଞ୍ଚିବା ପରେ ସେ ଓଡ଼ିଶାବାସୀଙ୍କୁ ଜୟ ଜଗନ୍ନାଥ କହି ଶୁଭେଚ୍ଛା ଜଣାଇଥିଲେ ଜ୍ଞାନେଶ । ନିର୍ବାଚନ ପ୍ରକ୍ରିୟା ନେଇ ସେ ବିଏଲଓମାନଙ୍କ ସହ ବୈଠକରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ନିର୍ବାଚନ କମିଶନର ଆସନ୍ତା ୨୯ ତାରିଖ ସୋମବାର ଅପରାହ୍ନ ୩ଟାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବୁଥ ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରି ସମ୍ବୋଧନ କରିବେ ।

ଆଜି ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ: ଅପରାହ୍ଣ ୪ଟାରେ ପ୍ରେସମିଟ୍
ନୂଆଦିଲ୍ଲୀ: ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଆଜି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଭାରତର ନିର୍ବାଚନ କମିଶନ (ECI)। ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ (ପ୍ରେସମିଟ୍) ଆୟୋଜନ କରାଯାଇଛି।

ବିହାର ନିର୍ବାଚନ ସହ ଓଡ଼ିଶାର ଉପନିର୍ବାଚନ ତାରିଖ ବି ହୋଇପାରେ ଘୋଷଣା

ମୁଖ୍ୟତଃ, ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହା ସହିତ ଓଡ଼ିଶାର ନୂଆପଡ଼ା ସମେତ ବିଭିନ୍ନ ରାଜ୍ୟର ଅନ୍ୟାନ୍ୟ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନର ତାରିଖ ମଧ୍ୟ ଆଜି ଘୋଷଣା ହୋଇପାରେ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗତ ଦୁଇ ଦିନ ଧରି ନିର୍ବାଚନ କମିଶନ ପକ୍ଷରୁ ବିହାରର ନିର୍ବାଚନ ସ୍ଥିତି ସମୀକ୍ଷା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ପାଇଁ ୧୭ଟି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି।

ନିର୍ବାଚନକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ଶେଷ କରିବା ପାଇଁ ଏହି ନୂଆ ବ୍ୟବସ୍ଥାଗୁଡ଼ିକ କରାଯାଇଛି:

ଭୋଟର ସଂଖ୍ୟା ସୀମିତ: ଗୋଟିଏ ପୋଲିଂ ଷ୍ଟେସନରେ ସର୍ବାଧିକ ୧୨୦୦ ଭୋଟର ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ଅଧିକ ଭିଡ଼ ଏବଂ ଲମ୍ବା ଲାଇନ୍ ଏଡ଼ାଯାଇ ପାରିବ।

ମୋବାଇଲ ଫୋନ୍ ନିଷେଧ: ଭୋଟ୍ ଗ୍ରହଣ କେନ୍ଦ୍ର ନିକଟରେ ମୋବାଇଲ୍ ଫୋନ୍ ଜମା କରିବାର ବ୍ୟବସ୍ଥା କରାଯିବ।

ଇଭିଏମ୍‌ରେ ପରିବର୍ତ୍ତନ: ନୂଆ ବ୍ୟବସ୍ଥା ଅନୁସାରେ, ବାଲଟ୍ ପେପର ଇନସର୍ଟ କରିବା ପରେ ସିରିୟଲ୍ ନମ୍ବର ବଡ଼ ଆକାରରେ ଦେଖାଯିବ।

ରଙ୍ଗୀନ ଫଟୋ: ପ୍ରାର୍ଥୀଙ୍କ ଫଟୋ ରଙ୍ଗିନ ଆକାରରେ ଇଭିଏମ୍‌ରେ ଦିଶିବ।

ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ତାଲିକାରେ କୌଣସି ନାମ ବାଦ୍ ପଡ଼ିଥିବା ଆଶଙ୍କା କରନ୍ତି, ତେବେ ସେମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ବିହାରରେ ଏହି ସମୀକ୍ଷାରେ ୯୦ ହଜାର ବିଏଲ୍‌ଓ (BLO) ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

କମିଶନଙ୍କ ସମୀକ୍ଷା ବୈଠକରେ ଜ୍ଞାନେଶ କୁମାରଙ୍କ ସହ ଅନ୍ୟ ଦୁଇ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀ ଉପସ୍ଥିତ ଥିଲେ।

ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର, କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ: ଜ୍ଞାନେଶ କୁମାର ହେବେ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ତାଙ୍କର ନିଯୁକ୍ତି ସଂପର୍କରେ ସୂଚନା ଦିଆଯାଇଛି । ନୂଆ ଆଇନ ଅନୁସାରେ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବାରେ ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ । ତାଙ୍କୁ ରାଜୀବ କୁମାରଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ ।

ଏହା ସହିତ ୧୯୮୯ ବ୍ୟାଚ୍‌ର ହରିଆଣା କ୍ୟାଡର୍ ଆଇଏସ୍ ଅଫିସର ବିବେକ ଯୋଶୀଙ୍କୁ ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ କମିସନ ନିଯୁକ୍ତି କମିଟି ବୈଠକରେ ଏମାନଙ୍କ ନାମର ସୁପାରିସ ରାଷ୍ଟ୍ରପତିଙ୍କୁ କରାଯାଇଥିଲା । ଏହି ନିଯୁକ୍ତି କମିଟିରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି ।

କେରଳ କ୍ୟାଡର (୧୯୮୮ ବ୍ୟାଚ୍‌)ର ଏହି ପୂର୍ବତନ ଆଇଏଏସ ଅଧିକାରୀ ପୂର୍ବରୁ ସଂସଦୀୟ ବ୍ୟାପାର ସଚିବ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ସେ ସମବାୟ ବିଭାଗର ସଚିବ ଥିବାବେଳେ ଅବସର ଗ୍ରହଣ କରିଥିଲେ । ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରାଯାଇଥିଲା । ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ୨୦୨୬ରେ ତାମିଲନାଡ଼ୁ ଏବଂ ପଶ୍ଚିମ ବଙ୍ଗ ନିର୍ବାଚନ ହେବ । ୨୦୨୯ରେ କାର୍ଯ୍ୟକାଳ ସରିବାର କିଛି ଦିନ ପୂର୍ବରୁ ସେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କର ସୁପାରିସ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ନିଯୁକ୍ତ କରୁଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ପରମ୍ପରାକୁ ହଟାଇ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲାଗି ତିନି ଜଣିଆ କମିଟି କରିବା ଲାଗି ମତ ଦେଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାଙ୍କ ସହିିତ ସୁପ୍ରିମକୋର୍ଟର ପ୍ରଧାନମନ୍ତ୍ରୀ ବିଚାରପତିଙ୍କୁ ରଖିବା ଲାଗି କୁହାଯାଇଥିଲା । କିନ୍ତୁ ସରକାର ନୂଆ ଆଇନ ଆଣି କମିଟିରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସଭ୍ୟ କରିଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି ଏବଂ ସର୍ବାଚ୍ଚ ଅଦାଲତ ଏହାର ଶୁଣାଣି କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଏବେ ନୂଆ ମୁଖ୍ୟ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ନଦେଇ କୋର୍ଟ ଆଦେଶକୁ ଅପେକ୍ଷା କରିବା ଲାଗି ଆଜିର ବୈଠକରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମତ ରଖିଥିଲେ ।