health benifit - The Sakala
ପୁରାତନ କାଳରୁ ଲୁହାର ବାସନରେ ଖାଦ୍ୟ ପ୍ରସ୍ତୁତ କରିବାର ପରମ୍ପରା ରହିଛି। ତେଣୁ ଲୁହା ବାସନରେ ତିଆରି ଖାଦ୍ୟ ଖାଇଲେ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧ଄ ପାଏ। ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ। ହେଲେ ଏମିତି କିଛି ପରିବା ରହିଛି ଯାହାକୁ ଲୁହା ପାତ୍ରରେ ବନାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।
ପାଳଙ୍ଗ: ପାଳଙ୍ଗରେ ପ୍ରଚୁର ମାତ୍ରାରେ ଅକ୍‌ଜାଲିକ୍‌ ଏସିଡ୍‌ ଥାଏ। ଏହାକୁ ଲୁହା କଡ଼ାଇରେ ରାନ୍ଧିବା ଦ୍ବାରା ଲୁହା ସହ ପ୍ରତିକ୍ରିୟା ହୋଇଥାଏ। ଯାହାଫଳରେ ପାଳଙ୍ଗର ରଙ୍ଗ କଳା ହୋଇଥାଏ। ଏଥିରୁ ପୋଷଣସ୍ତର କମିଯାଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
ବିଟ୍‌: ବିଟ୍‌ରେ ଲୌହସାର ମାତ୍ରା ଅଧିକ ଥାଏ। ତେଣୁ ବିଟ୍‌କୁ ଲୁହା କଡାଇରେ ରାନ୍ଧିବା ଦ୍ବାରା ଅତିରିକ୍ତ ଲୌହସାର ସହ ପ୍ରତିକ୍ରିୟା ହୋଇପାରେ। ଏହାଦ୍ବାରା ଖାଦ୍ୟର ସ୍ବାଦ ଏବଂ ରଙ୍ଗ ଖରାପ ହୋଇଥାଏ। ଯାହାଦ୍ବାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଏହାକୁ ଧ୍ୟାନ ଦେବା ଆବଶ୍ୟକ।
ଲେମ୍ବୁ ଏବଂ ଟମାଟୋ: ଲୁହା ପାତ୍ରରେ ଲେମ୍ବୁ, ଟମାଟୋ, ଖଟା କିମ୍ବା ଅମ୍ଳଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ଅନୁଚିତ। କାରଣ ଏହା ଲୁହା ସହିତ ପ୍ରତିକ୍ରିୟା ହୋଇ ପାଚନତନ୍ତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ସ୍ବାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍‌ ନୁହେଁ।
ଲୁହା ପାତ୍ରରେ ଅଧିକ ସମୟ ଧରି କ୍ଷୀର ଫୁଟାଇବା ଅନୁଚିତ। ଏହା ପେଟ ଜନିତ ସମସ୍ୟା କରାଇପାରେ। ଲୁହା ବାସନରେ ବିନା ଅମ୍ଳ ଗୁଣ ଯୁକ୍ତ ଖାଦ୍ୟ କରିବାକୁ ଉପଯୋଗ କରିପାରିବେ।
ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, କର୍ମଚାପ, ମଦ୍ୟପାନ, ଓଜନବୃଦ୍ଧି ଆଦି ଯୋଗୁଁ ଯକୃତରେ ଚର୍ବି ଜମା ହୋଇଥାଏ। ଏହା ଏକ ଗମ୍ଭୀର ସମସ୍ୟା। ସେହିପରି ମଧୁମେହ, ଉଚ୍ଚ ରକ୍ତଚାପ, ବଂଶାନୁଗତ ଆଦି ଏହି ରୋଗ ହେବାର ପ୍ରମୁଖ କାରଣ। ରୋଗର ଲକ୍ଷଣକୁ ଅଣଦେଖା କଲେ ଏହା ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ପହଞ୍ଚିଯାଏ। ତେଣୁ ରୋଗର ଲକ୍ଷଣ ଅନୁସାରେ ଚିକିତ୍ସା କରିବା ଜରୁରି।
ଫ୍ୟାଟି ଲିଭର ଗ୍ରେଡ୍‌ ୩ ହେଲେ, ଯକୃତ୍‌ରେ ପାଖାପାଖି ୬୬%ରୁ ଅଧିକ ଚର୍ବି ଜମା ହୋଇଯାଇଥାଏ। ଏହା ଏକ ଗମ୍ଭୀର ସ୍ଥିତି। ଯକୃତ୍‌ ସଠିକ ଭାବେ କାର୍ଯ୍ୟ ନ କରିପାରିବାରୁ ଏହି ସ୍ଥିତି ଜୀବନ ପାଇଁ ଘାତକ ସାଜିପାରେ। ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ଥକ୍କାପଣ, ଦୁର୍ବଳ ଅନୁଭବ, ପେଟ ଯନ୍ତ୍ରଣା, ବିଚଳିତ ଲାଗିବା, ପେଟ ଫୁଲିବା, ଭୋକ ନ ଲାଗିବା ଆଦି ଲକ୍ଷଣ ଦେଖାଯାଏ। ସେହିପରି ଓଜନ କମ୍‌ ହେବା, ପାଦ ଫୁଲିବା, ଆଖି ଓ ତ୍ବଚା ହଳଦିଆ ପଡ଼ିବା, ବାନ୍ତି ଲାଗିବା ପରି ଅନୁଭବ ଆଦି ଲକ୍ଷଣ ଦେଖାଯାଏ।
ତେଣୁ ଉପରୋକ୍ତ ଲକ୍ଷଣ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଆବଶ୍ୟକ। ଏହାବାଦ୍‌ ଜୀବନଶୈଳୀରେ ପରିବର୍ତ୍ତନ, ସନ୍ତୁଳିତ ଖାଦ୍ୟ ଗ୍ରହଣ, ମଦ୍ୟପାନ ଅଭ୍ୟାସକୁ ବନ୍ଦ କରିବା, ଓଜନ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରି। ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରୁ ଲକ୍ଷଣକୁ ଚିହ୍ନି ଚିକିତ୍ସା କରିବା ସବୁଠୁ ଭଲ ଉପାୟ।
କୋଭିଡ୍ ଯୋଗୁଁ ଲକ୍‌ଡାଉନ, ୱାର୍କଫ୍ରମ୍‌ ହୋମ ଦୁଃଖକୁ ଲୋକେ ଭୁଲି ନଥିବାବେଳେ ଏବେ ପୁଣି କରୋନାର ନୂଆ ପ୍ରଜାତି ଚିନ୍ତା ବଢ଼ାଇଛି। ହଙ୍ଗକଙ୍ଗ, ଚୀନ୍, ଥାଇଲ୍ୟାଣ୍ଡ ପରେ ପ୍ରଥମେ ମୁମ୍ବାଇ ବର୍ତ୍ତମାନ ପୁରା ଦେଶରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ନୂତନ ଉପ ପ୍ରଜାତିର ଲକ୍ଷଣ କ’ଣ ଓ କେଉଁମାନଙ୍କ ପାଇଁ ଏହା ବିପଦ ସେ ବିଷୟରେ ଜାଣିବା..
କରୋନାର ଓମିକ୍ରନ ଉପ ପ୍ରଜାତି ଜେଏନ୍‌.୧ ପ୍ରଥମ ଥର ପାଇଁ ୨୦୨୩ରେ ଚିହ୍ନଟ ହୋଇଥିଲା। ଓମିକ୍ରନ ଉପ ପ୍ରଜାତି ବିଏ.୨.୬୮ରୁ ସୃଷ୍ଟି। ଏହି ପ୍ରଜାତିରେ ଅଧିକ ମ୍ୟୁଟେଶନ୍‌ ଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ତେଣୁ ଏହା ଦ୍ରୁତ ଗତିରେ ବ୍ୟାପିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ସିଡିସି ଅନୁସାରେ, ଏହାର ପ୍ରାରମ୍ଭିକ ଲକ୍ଷଣ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ସହିତ ପ୍ରାୟତଃ ସମାନ। ଯେପରିକି ଭୂତାଣୁ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ନାକରୁ ପାଣି ଗଡ଼ିବା, ଶୁଖିଲା କାଶ, ଜ୍ବର, ଗଳା ଦରଜ, ନିଃଶ୍ବାସ ନେବାରେ ସମସ୍ୟା, ମୁଣ୍ଡବିନ୍ଧା, ତରଳ ଝାଡ଼ା, ବାନ୍ତି, ଥଣ୍ଡା ଅନୁଭବ ଇତ୍ୟାଦି ହୋଇଥାଏ। ତେଣୁ ଉପରୋକ୍ତ ଲକ୍ଷଣ ଦେଖିଲାମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଚିକିତ୍ସାରେ ରହିବା ଆବଶ୍ୟକ ।
ଏମାନଙ୍କୁ ଅଧିକ ବିପଦ: ଏହି ପ୍ରଜାତି ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ତେବେ ରୋଗପ୍ରତିରୋଧକ ଶକ୍ତି କମ୍‌ଥିବା ବ୍ୟକ୍ତି, ଟିକା ନ ନେଇଥିବା ଲୋକ, ବୟସ୍କ ନାଗରିକ, ଅଣନିୟନ୍ତ୍ରିତ ଉଚ୍ଚ ରକ୍ତଚାପ, ମଧୁମେହ, ବୃକ୍‌କ କିମ୍ବା ଯକୃତ ଜନିତ ସମସ୍ୟା, ଶ୍ବସନ ସଂକ୍ରମଣ, ବିଭିନ୍ନ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହି ନୂତନ ପ୍ରଜାତି ଅଧିକ ବିପଦ।
ସତର୍କତାରୁ ସୁରକ୍ଷା: ସତର୍କତା ଅବଲମ୍ବନ କରି ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିହେବ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ, ଭିଟାମିନ୍‌ -ସି,ଏ,ଡି ଏବଂ ଇ ଜରୁରି। ଭିଡସ୍ଥାନକୁ ଯିବା ଅନୁଚିତ। ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ଆବଶ୍ୟକ। ସେହିପରି ନିଦ ପୂରା କରିବା ସହ ଶରୀରକୁ ଆବଶ୍ୟକତା ଅନୁଯାୟୀ ପାଣି ପିଇବା ଆବଶ୍ୟକ।
ମନୁଷ୍ୟ ଶରୀରର ପ୍ରତ୍ୟେକ ଜୀବକୋଷ ଏକ ନିର୍ଦ୍ଦିଷ୍ଟ ସମୟରେ ବଢ଼େ। ମୃତ୍ୟୁବରଣ କରିଥାଏ। ମାତ୍ର ଶରୀର କୋଷ ଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ କୁହାଯାଏ। ଦେଶରେ ଗତ କିଛି ବର୍ଷ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ କର୍କଟ ଦେଖାଯାଉଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ନାନା ଗବେଷଣା କରାଯାଉଥିବାବେଳେ ଚଣ୍ଡିଗଡ଼ ପିଜିଆଇଙ୍କ ନୂତନ ଗବେଷଣାକୁ ନେଇ ସବୁଠୁ ଚର୍ଚ୍ଚା। ପିଜିଆଇର ଇଏନ୍ଟି ବିଭାଗ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଇ ଏହି ଗବେଷଣା କରିବ। ଏଥିପାଇଁ ରୋଗୀଙ୍କର ସ୍ବରକୁ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ରେ ରେକର୍ଡ କରାଯିବ। ସ୍ବତନ୍ତ୍ର ସଫ୍ଟୱେର ସାହାଯ୍ୟରେ ସ୍ବରକୁ ବିଶ୍ଳେଷଣ କରାଯିବ। ଏହାଦ୍ବାରା ଜଣଙ୍କ ସ୍ବର ପରିବର୍ତ୍ତନରୁ ଗଳା କର୍କଟ ହେବା ଆଶଙ୍କାକୁ ଜାଣିହେବ ବୋଲି ଗବେଷକ ମତ ଦିଅନ୍ତି ।
ଏହି ଗବେଷଣା ପାଇଁ ଇଣ୍ଡିଆନ୍‌ ମେଡିକାଲ କାଉନସେଲିଂ ୯୦ ଲକ୍ଷ ଟଙ୍କା ଆର୍ଥିକ ସହଯୋଗ କରିଛନ୍ତି। ସାଧାରଣତଃ ଏହି ପ୍ରକାର କର୍କଟ ସ୍ବର ଆସୁଥିବା ତଥା ଭୋକାଲ କର୍ଡସରେ ହୋଇଥାଏ। ଏହାକୁ ଲ୍ୟାରିନ୍ସ କର୍କଟ କୁହାଯାଏ। ତେଣୁ ଏହି କର୍କଟ ଚିହ୍ନଟ ଯେତେ ଶୀଘ୍ର ହୋଇଥାଏ, ଚିକିତ୍ସା ସଫଳ ହୋଇଥାଏ। ନତୁବା ବିଳମ୍ବ ଯୋଗୁଁ ଫୁସ୍‌ଫୁସ୍‌ଠୁ ନେଇ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ। ମଦ୍ୟପାନ, ଧୂମ୍ରପାନ, ଏଚ୍‌ପିଭି ସଂକ୍ରମଣ ଆଦି ଯୋଗୁଁ ଏ ପ୍ରକାର କର୍କଟ ହୋଇଥାଏ। ଏଥିରେ ଗଳା ଦରଜ ହୋଇ କୁଣ୍ଡାଇ ହେବା, କାନ ଯନ୍ତ୍ରଣା ଆଦି ହୋଇଥାଏ। ତେଣୁ ପିଜିଆଇ ଇଏନ୍‌ଟି ବିଭାଗ ଏହି ଗବେଷଣା ପାଇଁ ୧୦୦ ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରିବ। ଏଥିରେ ଉଭୟ ସୁସ୍ଥ ଓ ପୂର୍ବରୁ ସ୍ବର ବିକୃତି (ଭଏସ୍‌ ଡିସ୍‌ଅର୍ଡର) ବ୍ୟକ୍ତି ସାମିଲ ରହିବେ ।
ଟିମ୍‌ ମୁତାବକ, ଏହି ଗବେଷଣା ସଫଳ ହେଲେ, କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ସ୍ବରକୁ ବିଶ୍ଳେଷଣ କରି କର୍କଟର ସଠିକ୍‌ ରିପୋର୍ଟ ଆସିପାରିବ। ତେବେ ପିଜିଆଇ ଇଏନ୍‌ଟି ବିଭାଗ ପ୍ରତିବର୍ଷ ୧୦୦ ଭୋକାଲ କର୍ଡ କର୍କଟ ପୀଡ଼ିତଙ୍କ ଚିକିତ୍ସା କରିବା ସହ ପ୍ରାୟତଃ ୨୦ ରୋଗୀଙ୍କର ସର୍ଜରୀ କରାଇଥାନ୍ତି। ବେଳେ ବେଳେ ରୋଗ ଚିହ୍ନିବାରେ ବିଳମ୍ବ ହୋଇଯାଉଥିବାରୁ ଏବେ ଏଆଇର ସାହାଯ୍ୟ ନିଆଯାଉଛି। ଡାକ୍ତର ଜୟନ୍ତୀ ବକ୍ସିଙ୍କ ନେତୃତ୍ବରେ ଏହି ଗବେଷଣା କରାଯାଉଥÒବାବେଳେ ଏହି ପ୍ରଣାଳୀରେ କର୍କଟ ଚିହ୍ନଟ ସହଜ ହେଲେ, ଭବିଷ୍ୟତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ।
ଥାଇରଏଡ୍‌ ଗ୍ରନ୍ଥି ଏକ ଅନ୍ତଃସ୍ରାବୀ ଗ୍ରନ୍ଥି, ଏଥିରୁ ଥାଇରଏଡ୍‌ ହର୍ମୋନ୍‌ କ୍ଷରଣ ହୁଏ। ଖାଇବା ଓ ପିଇବାରେ ଅସାବଧାନତା ଯୋଗୁଁ ଏହି ହର୍‌ମୋନ୍‌ ନିର୍ଦ୍ଦିଷ୍ଟ ସ୍ତରରେ ରୁହେନାହିଁ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜି ଥାଏ। ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ କାର୍ଯ୍ୟକଳାପରେ ଅଭାବ ଯୋଗୁଁ ଥାଇରଏଡ୍‌ ହର୍ମୋନ୍‌ ଅଧିକ କିମ୍ବା କମ୍‌ ହୋଇଥାଏ। ଏ କ୍ଷେତ୍ରରେ ପୀଡ଼ିତଙ୍କୁ ଡାଏଟ୍‌ ଉପରେ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
-ଥାଇରଏଡ୍‌ କମ୍‌ କିମ୍ବା ବୃଦ୍ଧି ହେଲେ, ହଠାତ୍‌ ଓଜନ ବୃଦ୍ଧି, କେଶ ଝଡ଼ିବା, ଅନିଦ୍ରା, କମ୍‌ଜୋର, ଅବସାଦ ତ୍ବଚା ଶୁଷ୍କ ଆଦି ଲକ୍ଷଣ ଦେଖାଯାଏ। ଥାଇରଏଡ୍‌ ସ୍ତର ଯାଞ୍ଚ୍‌ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିପାରିବେ। ଆର୍‌ଡିକୁ ଅନୁସରଣ କରି ନିଜର ଉଚ୍ଚତା ଏବଂ ଓଜନ ଅନୁସାରେ ଖାଦ୍ୟ ଗ୍ରହଣ କରିପାରିବେ। ଅତି ଅଧିକ କିମ୍ବା ଅତି କମ୍‌ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଋତୁଅନୁଯାୟୀ ପନିପରିବା ଓ ଫଳ ଖାଇବା ଆବଶ୍ୟକ। କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଗ୍ରହଣ ଦ୍ବାରା ଓଜନ ଏବଂ ହରମୋନ୍‌ ସନ୍ତୁଳିତ ରୁହେ।
-ରାତ୍ରିରେ ସିଝା ପନିପରିବା ଖାଇପାରିବେ। ରାତ୍ରି ଭୋଜନରେ ହେଳା କରିବା ଅନୁଚିତ।
-ସେହିପରି ରୁଟି ସହିତ କଳା ଚଣାର ସାଲାଡ୍‌ ଖାଇବା ଦ୍ବାରା ହରମୋନ୍‌ ସନ୍ତୁଳିତ ରହିଥାଏ। ମେଥି ଶାଗ, ଚଣାଜାତୀୟ ଖାଦ୍ୟ, ମାଣ୍ଡିଆ ଜାତୀୟ ଖାଦ୍ୟ, ମିଶ୍ରିତ ଶସ୍ୟର ରୁଟି, ସବୁଜପନିପରିବାର ସନ୍ତୁଳା ଖାଇପାରିବେ।
-ସର୍ବଦା ସନ୍ଧ୍ୟା ୭ଟା ଭିତରେ ରାତି ଭୋଜନ କରିବା ଆବଶ୍ୟକ। ଭଲ ନିଦ ପାଇଁ ଏକ ଗ୍ଲାସ୍‌ ଉଷୁମ ପାଣିରେ ଏକ ଚୁଟ୍‌କି ଜାଇଫଳ ଗୁଣ୍ଡ ମିଳାଇ ଏଥିରେ ୫ରୁ ୬ଟି କେଶର ପତ୍ର, ଅଧାଚାମଚ ପୋସ୍ତ, ୨ରୁ ୩ କୋଲା କଳା କିସ୍‌ମିସ ଭିଜାଇ ପିଇ ପାରିବେ।
-ମୂଳାରେ ରାଫାନିନ୍‌ ଥିବାରୁ ଏହା ଥାଇରଏଡ୍‌ ହରମୋନ୍‌ କ୍ଷରଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତେଣୁ ମୂଳା ସାଲାଡ୍‌ ଖାଇପାରିବେ। ଓମେଗା -୩ ଫ୍ୟାଟି ଏସିଡ୍‌, ଅଣ୍ଡା, ସବୁଜପତ୍ରଯୁକ୍ତ ଖାଦ୍ୟ ଏହା ପାଇଁ ଉତ୍ତମ।