Lower PMG - The Sakala

ଚାଷୀ ସମସ୍ୟା, ଆଇନ ଶୃଙ୍ଖଳାର ସଂଗୀନ ସ୍ଥିତି ନେଇ ଲୋୟର ପିଏମଜିରେ ବିଜେଡିର ବିଶାଳ ବିକ୍ଷୋଭ
ଭୁବନେଶ୍ବର : ଆଜି ଲୋୟର ପିଏମଜିରେ ବିଜେଡିର ଗର୍ଜନ । ଚାଷୀ ସମସ୍ୟା ନେଇ ଦଳ କରୁଛି ବିକ୍ଷୋଭ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି । ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର କାଟିଥିବା ବିଜେଡି ଅଭିଯୋଗ କରିଛି ।

ଚାଷୀ ଭାଇ ଆଜି ହନ୍ତସନ୍ତ ହେଉଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପୂରା ବିଗିଡି ଯାଇଛି ।  ଓଡିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରିତିରଞ୍ଜନ ଘଡେଇ । ସେହିପରି ଓଡିଶାବାସୀଙ୍କୁ ହଇରାଣ କରିବା ପାଇଁ ଏ ସରକାର ଗାଦିରେ ବସିଛନ୍ତି  । ରାଜ୍ୟର ଚାଷୀଭାଇ ମାନେ କାନ୍ଦୁଛନ୍ତି । ନାରୀମାନଙ୍କ ଉପରେ ନିର୍ଯାତନା ବଢିବାରେ ଲାଗିଛି । ଏ ସରକାର ପୁରା ଫେଲ୍ ବୋଲି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିହାଂର ।

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆସନ୍ତାକାଲି ଲୋୟର ପିଏମଜିରେ ବିକ୍ଷୋଭ କରିବ ବିଜେଡି
ଭୁବନେଶ୍ବର: ଚାଷୀ ସମସ୍ୟାକୁ ନେଇ ଆସନ୍ତାକାଲି ଲୋୟର ପିଏମଜିରେ ଗର୍ଜିବ ବିଜେଡି। ଚାଷୀ ସମସ୍ୟା ନେଇ ଦଳ କରିବ ବିକ୍ଷୋଭ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ଦଳ। ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି। ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର କାଟିଥିବା ବିଜେଡି ଅଭିଯୋଗ କରିଛି।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାନସଭାରେ ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସହିତ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଥିଲେ ।

ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଚଳିତ ବର୍ଷ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ ଦିନରୁ ଅବ୍ୟବସ୍ଥା ଲାଗି ରହିଛି । ଧାନ ସଂଗ୍ରହ ପାଇଁ ପଞ୍ଜିକରଣ, ଟୋକନ ବିତରଣ, ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା, କଟନୀ ଛଟନୀ ଇତ୍ୟାଦି ରାଜ୍ୟର ଚାଷୀ ମାନଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି । ରାଜ୍ୟର ପ୍ରତିଟି ବ୍ଲକରେ ଓ ଜିଲ୍ଲାରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଉଥିବା ଖବର ଗଣମାଧ୍ୟମରେ ଶିରୋନାମା ପାଲଟୁଛି । କିନ୍ତୁ ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ବୋଲି କହି ସରକାର ନିଜ ପିଠି ନିଜେ ଥାପୁଡ଼େଉଛନ୍ତି । କିନ୍ତୁ ସରକାରୀ ତଥ୍ୟ ରାଜ୍ୟ ସରକାରଙ୍କ ଦାବିକୁ ଡାହା ମିଛ ବୋଲି ପ୍ରମାଣିତ କରୁଛି ।

ଶ୍ରୀ ଆଚାର୍ଯ୍ୟ କହିଥିଲେ, ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୧୯,୬୬,୧୮୧ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ଏମାନଙ୍କ ଭିତରୁ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ପଞ୍ଜିକରଣକୁ ବିଭିନ୍ନ କାରଣ ଦର୍ଶାଇ ସରକାର ରଦ୍ଦ କରିଦେଇଥିଲେ । ରାଜ୍ୟରେ ଚଳିତ ବର୍ଷ ସମୁଦାୟ ୧୯୩.୦୬ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର ୬୦.୦୯ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇପାରିଛି, ଯାହା ସମୁଦାୟ ଧାନର ମାତ୍ର ୩୧ ପ୍ରତିଶତ  । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ, ବାକି ଧାନକୁ ନେଇ ଚାଷୀ କ’ଣ କରିବେ ? ଏହାଛଡା ଚଳିତ ବର୍ଷ ଏମଏସପିରେ ୬୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏହାକୁ ସରକାର ଦେଉନାହାନ୍ତି । ଧାନ ସଂଗ୍ରହ ପରେ ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରି ମୂଲ୍ୟ ଯିବା କଥା କିନ୍ତୁ, ଏହା ପନ୍ଦର କୋଡିଏ ଦିନ ପର୍ଯ୍ୟନ୍ତ ଯାଇପାରୁନାହିଁ । ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । ତେଣୁ ଏହି ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ ।

ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେଡି ସଭାପତିଙ୍କ ନିଦେ୍ର୍ଦଶକ୍ରମେ, ଫେବୃଆରୀ ୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଆସୁଛି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ବ୍ୟତୀତ ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହିସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଗତ ନିର୍ବାଚନରେ ବିନା କଟନୀ ଛଟନୀରେ ଏମଏସପି ଉପରେ ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ କରି ଧାନ କିଣାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । କେବଳ ସେତିକି ନୁହେଁ, ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ଯେ, ଚାଷୀମାନଙ୍କ ସମସ୍ତ ଧାନକୁ କ୍ରୟ କରିବ, କିନ୍ତୁ ଏବେ ସମସ୍ତ ପ୍ରତିଶ୍ରୁତିକୁ ଭାଙ୍ଗି ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନକୁ ଆଉ ୩୧୦୦ ଟଙ୍କାରେ କ୍ରୟ କରୁନାହାନ୍ତି । ରାଜ୍ୟର ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ଧାନ ସଂଗ୍ରହ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି ଓ ଚାଷୀକୁଳକୁ ଉପହାସ କରୁଛନ୍ତି । ତେଣୁ ରାଜ୍ୟର କୃଷକ ମାନଙ୍କୁ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ ।

'କେବେ ହେବ ପୋଲିସ୍ SI ପରୀକ୍ଷା' ? ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଲୋୟର ପିଏମଜିରେ ଆଶାୟୀଙ୍କ ବିକ୍ଷୋଭ
ଭୁବନେଶ୍ୱର: କେବେ ହେବ ପୋଲିସ୍ SI ପରୀକ୍ଷା ଏବଂ କେଉଁ ସ୍ଥିତିରେ ଅଛି CBI ତଦନ୍ତ ? ପରୀକ୍ଷା ତାରିଖ ଘୋଷଣା ଦାବିରେ ଲୋୟର ପିଏମ୍‌ଜିରେ ଓଡ଼ିଶା ପୋଲିସ ଆଶାୟୀଙ୍କ ବିକ୍ଷୋଭ । ଷ୍ଟୁଡେଣ୍ଟ ଏଗେନେଷ୍ଟ କରପ୍ସନ' ନେତୃତ୍ୱରେ ଗାନ୍ଧୀ ମାର୍ଗରେ ଧାରଣାରେ ବସିଲେ ଆଶାୟୀ । ଆମ ବୟସ ଗଡ଼ି ଯାଉଛି କହି କ୍ଷୋଭ ଜଣାଇଲେ ଆଶାୟୀ ପରୀକ୍ଷାର୍ଥୀ । ଶହ ଶହ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସ୍ବଚ୍ଛତାର ସହ ପରୀକ୍ଷା କରି ମେଧାବୀଙ୍କୁ ଚାକିରି ଦେବା ଦାବିରେ ପ୍ରତିବାଦ ଚାଲିଛି ।

ଲୋୟର୍ ପିଏମଜିରେ ପୁଣି ମିଶନଶକ୍ତି ମହିଳାଙ୍କ ଧାରଣା, ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି ଦାବି
ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଗର୍ଜନ । ଭୁବନେଶ୍ଵର ଲୋୟର୍ ପିଏମଜିରେ ପୁଣି ଧାରଣାରେ ବସିଲେ ମିଶନ ଶକ୍ତି ମହିଳା । ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ବସିଛନ୍ତି । ନାରାବାଜିରେ କମ୍ପିଲା ଗାନ୍ଧୀ ମାର୍ଗ । ଦୁଇ ଦିନରେ ପହଞ୍ଚିଲା ମିଶନ ଶକ୍ତି ମାଆ ମାନଙ୍କ ଆନ୍ଦୋଳନ । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।

ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି । ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ମାନଙ୍କୁ ମାସିକ ଏକ ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି ।