Pulwama Attack - The Sakala

ଫେବୃୟାରୀ ୧୪: ଭାରତ ଇତିହାସର 'କଳା ଦିନ', ପୁଲୱାମା ଶହୀଦଙ୍କ ବଳିଦାନକୁ ଦେଶର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଆଜିର ଦିନ ଅର୍ଥାତ୍ ଫେବୃୟାରୀ ୧୪ ତାରିଖକୁ ସାରା ବିଶ୍ୱ ‘ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ ଭାବେ ପାଳନ କରୁଥିବା ବେଳେ ଭାରତ ପାଇଁ କିନ୍ତୁ ଏହା ଏକ ଅତ୍ୟନ୍ତ ଦୁଃଖଦ ଦିନ। ଭାରତୀୟ ଇତିହାସରେ ଏହି ତାରିଖ ଏକ କଳା ଦିନ (Black Day) ଭାବେ ପରିଚିତ। କାରଣ ଆଜିର ଦିନରେ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଦେଶର ବୀର ଯବାନମାନେ ଏକ ବର୍ବର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ।

କଳା ଇତିହାସର ସେହି ରକ୍ତରଞ୍ଜିତ ଅଧ୍ୟାୟ

୨୦୧୯ ମସିହା ଫେବୃୟାରୀ ୧୪ ତାରିଖ ଅପରାହ୍ଣ ସମୟ। ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିବା ସିଆରପିଏଫ୍ (CRPF) ଯବାନଙ୍କ ଏକ ବିଶାଳ କନଭୟ ଉପରେ ପୁଲୱାମା ଜିଲ୍ଲାର ଅବନ୍ତୀପୋରା ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ଆତ୍ମଘାତୀ ଆତଙ୍କବାଦୀ ଆଦିଲ୍ ଅହମ୍ମଦ ଦାର୍ ବିସ୍ଫୋରକ ଭର୍ତ୍ତି ଏକ କାର୍ ନେଇ ଯବାନଙ୍କ ବସ୍ ସହ ଜୋରଦାର ଧକ୍କା ଦେଇଥିଲା। ଏହି ଭୟଙ୍କର ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ୪୦ ଜଣ ବୀର ଯବାନ ଶହୀଦ ହୋଇଥିଲେ।

ଶହୀଦଙ୍କୁ ସମଗ୍ର ଦେଶର ସଲାମ

ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା ଏବଂ ପ୍ରତ୍ୟେକ ଭାରତୀୟଙ୍କ ଆଖିରେ ଲୁହ ଭରିଦେଇଥିଲା। ତେବେ ଶହୀଦଙ୍କ ବଳିଦାନ ବ୍ୟର୍ଥ ଯାଇନଥିଲା। ଏହାର ମାତ୍ର କିଛି ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ ରେ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲା।

ଆଜି ପୁଲୱାମା ଆକ୍ରମଣର ବାର୍ଷିକୀ ଅବସରରେ ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ କୋଟି କୋଟି ଜନତା ସେହି ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ‘ବ୍ଲାକ୍ ଡେ’ ଟ୍ରେଣ୍ଡ୍ କରୁଛି, ଯାହା ପ୍ରମାଣ କରେ ଯେ ଭାରତ ତା’ର ବୀର ସନ୍ତାନମାନଙ୍କ ବଳିଦାନକୁ କେବେବି ଭୁଲିବ ନାହିଁ।

ପୁଲୱାମା ଆକ୍ରମଣକୁ ୬ ବର୍ଷ : ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ୬ବର୍ଷ ପୂର୍ତ୍ତି ହୋଇଛି। ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ୧୪ ଫେବୃଆରୀ ୨୦୧୯ । ପୂର୍ବବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ। ହେଲେ ହଠାତ ଦ୍ୱିପ୍ରହର ୩.୩୦ ଏପରି ଏକ ଖବର ଆସି ପହଞ୍ଚିଲା ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଦେଇଥିଲା। ଅଚାନକ ଯେମିତି ସବୁ କିଛି ବଦଳି ଗଲା । ସ୍ତବ୍ଧ ହୋଇଗଲା ସମଗ୍ର ଦେଶ। ଯେତେବେଳେ ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।

ଆତ୍ମଘାତୀ ଆତଙ୍କୀ ହମଲା ଯୋଗୁ ଦେଶର ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ଆଖି ପିଛୁଳାକେ ହମଲା କରି ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହି ହମଲାରେ କିଏ ନିଜ ପୁଅକୁ ହରାଇଥିଲେ ତ ଆଉ କିଏ ନିଜ ସ୍ୱାମୀ ଓ ବାପାଙ୍କୁ। ଓଡ଼ିଶାର ମଧ୍ୟ ଦୁଇ ଜଣ ବୀରପୁତ୍ର ପୁଲୱାମା ହମଲାରେ ସହିଦ ହୋଇଥିଲେ। ସେମାନେ ହେଲେ ଜଗତସିଂହପୁର ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ନିଆଳିରୁ ମନୋଜ କୁମାର ବେହେରା।

୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣକୁ ୪ ବର୍ଷ ପୁରିଛି । ଆକ୍ରମଣ ସେ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ। ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି ।

ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଏହାର ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଥରି ଯାଇଥିଲା। ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର। କେହି କିଛି ବୁଝିବା ଆଗରୁ ସବୁକିଛି ଶୂନ୍ୟ ହୋଇଯାଇଥିଲା। ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ । କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ଯବାନଙ୍କ ଉପରେ ଆତଙ୍କବାଦୀ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ।

ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବୃୟାରୀ ୨୬ ଭାରତୀୟ ବାୟୁସେନା ପାକ୍ ସ୍ଥିତ ବାଲାକୋଟର ଆତଙ୍କୀ ସଂଗଠନ ଜୈସ୍ – ଏ – ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । କିନ୍ତୁ ଆଜିର ଦିନଟି ସବୁଦିନ ପାଇଁ ଭାରତୀୟଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିବ। ଆଉ ସମସ୍ତଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିବ। କାରଣ ଆଜିର ଦିନରେ ନିଜର ବୀର ପୁତ୍ରଙ୍କୁ ହରାଇଥିଲା ଥିଲା ଦେଶ। ସେଥିପାଇଁ ଆଜିର ଦିନକୁ କଳା ଦିବସ ଭାବେ ଘୋଷଣା କରାଯାଇଥିଲା।