Bhitarakanika - The Sakala
କୁମ୍ଭୀର ଗଣନା ପାଇଁ କାଲିଠୁ ୧୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡ଼ା: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ ରହିବ । ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ କୁମ୍ଭୀର ଗଣନା । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା ବୁଲି ନଯିବାକୁ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବଉଳା କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କର, ରାଜନଗର ଡିଏଫ୍ଓ ଭରଦ୍ୱାଜ ଗାୟକୱାଡଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କାର୍ଯ୍ୟ କରାଯିବ । ଏହି ୩ ଦିନ ବନଖଣ୍ଡ ପକ୍ଷରୁ ୫୧ ଟି ଜାଗାରେ କୁମ୍ଭୀର ଗଣନା କରାଯିବ ।
ରାଜନଗର : ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନା ।  ଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନ ଧରି ପକ୍ଷୀ ଗଣନା ହେବ । ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ । ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଙ୍କର।
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ ପର୍ଯ୍ୟଟକ । କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା। ନଦୀ ନାଳ ମାନଙ୍କ ରେ ବୋଟ ଚଳାଚଳ ବନ୍ଦ ହେବା ପରେ ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କରାଯାଇଥିଲା । ପର୍ଯ୍ୟଟକ ଆସିଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଭିତରକନିକା ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା ।
ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍
ରାଜନଗର: ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ୨୨ଟି ଟିମ ଦ୍ବାରା ଚାଲିଛି ବଉଳା ଏହି କୁମ୍ଭୀର ଗଣନା । ପ୍ରତ୍ୟେକ ଟିମ୍‌ରେ ୬ରୁ ୭ ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୩ ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲିବ ବୋଲି ଜଣାପଡିଛି । ଜାନୁଆରୀ ୧୯,୨୦ ଓ ୨୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ହେବ । କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ନେତୃତ୍ବରେ ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ଚାଲିଛି କୁମ୍ଭୀର ଗଣନା । କୁମ୍ଭୀର ଗଣନା କାର୍ଯ୍ୟ ପାଇଁ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
କୁମ୍ଭୀର ବିଶାରଦ ଡଃ ସୁଧାକର ଆହୁରି ମଧ୍ୟ କହିଛନ୍ତି,” ଭିତରକନିକାକୁ ସଲଗ୍ନ ଥିବା ନଦୀ, ନାଳଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ବିଶାରଦ ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ କୁମ୍ଭୀର ଗଣନା କରିବେ । ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ । ଗତବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛୁ ।
କୁମ୍ଭୀର ଗଣନା ପାଇଁ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
ରାଜନଗର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ଧରି ବନ୍ଦ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯିବ। ପର୍ଯ୍ୟଟକମାନଙ୍କୁ ଏହି ସମୟରେ ଭିତରକନିକାକୁ ବାରଣ କରାଯାଇଛି ।
ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି । ତେବେ ଭିତରକନିକାରେ ଥିବା ନଦୀ ଓ ନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯିବ । ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯିବ।
ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ଆକର୍ଷଣ ସାଜିବ ସ୍କାଏୱାକ୍‌‌ ବ୍ରିଜ
ରାଜନଗର: ପ୍ରକୃତିର ଗନ୍ତାଘର ଜାତୀୟ ଉଦ୍ୟାନ ଭିତରକନିକା ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ବଉଳା କୁମ୍ଭୀରମାନଙ୍କର ପ୍ରଜନନ ପକ୍ରିୟା ପାଇଁ ୩ ମାସ ହେଲା ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା କରାଯାଇଥିଲା। ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଅଗଷ୍ଟ ୧ରୁ ପର୍ଯ୍ୟଟକ ଗବେଷକ, ପ୍ରକୃତିକୁ ଭଲ ପାଉଥିବା ଲୋକେ ମିନି-ଆମାଜନ୍‌ ଭିତରକନିକାର ଶୋଭାକୁ ପୁନର୍ବାର ଉପଭୋଗ କରିପାରିବେ।
ପ୍ରକୃତିର ବୈଭବ, ରଙ୍ଗବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବନଜନ୍ତୁଙ୍କୁ ନିଆରା ଢଙ୍ଗରେ ଦେଖିବା ପାଇଁ ଚଳିତବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ସ୍କାଏ-ୱାକ୍‌ ବ୍ରିଜ୍‌ ନିର୍ମାଣ କରାଯାଇଛି। ମ୍ୟାନଗ୍ରୁଭ୍‌ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ-ୱାକ୍‌ ବ୍ରିଜ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ଦେଖାଯାଉଛି। ଜଙ୍ଗଲ ଭିତରେ ଦୁଇପଟରେ ଗଛ ଥିବା ବେଳେ ନିର୍ମାଣ ହୋଇଛି ଏହି ସ୍କାଏ ୱାକ। ୬୦୦ ମିଟର ଲମ୍ବ ଯାଏ ଏହି ସ୍କାଏ ୱାକ ନିର୍ମାଣ ହୋଇଛି। ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ଏହି ସ୍କାଏ ୱାକ ଉଦ୍‌‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ସ୍କାଏ ୱାକରେ ଛଡ଼ାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ମେ’ ୧ରୁ ଜୁଲାଇ ୩୧ଯାଏ ୩ ମାସ ଧରି କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି।
‘ଭିତରକନିକା’‌‌ରେ କୁମ୍ଭୀରଙ୍କ ପାଇଁ ପଡ଼ିଲାଣି ଜାଗା ନିଅଣ୍ଟ! ଅଭୟାରଣ୍ୟ ସୀମା ଡେଇଁ ବାହାରକୁ ଚାଲି ଯାଉଛନ୍ତି
ଭୁବନେଶ୍ୱର(ପ୍ରଦୀପ ଭାରତୀ): ଦେଶର ୭୦ ପ୍ରତିଶତ ବଉଳା(ଲୁଣାପାଣି) କୁମ୍ଭୀର ରହୁଥିବା ଜାତୀୟ ଉଦ୍ୟାନ ‘ଭିତରକନିକା’‌‌ରେ ଏବେ କୁମ୍ଭୀରଙ୍କ ପାଇଁ ଜାଗା ନିଅଣ୍ଟ ପଡ଼ିଲାଣି। ୨୨୦ କିଲୋମିଟର ପରିଧି ମଧ୍ୟରେ ମାତ୍ର ୯୬ଟି କୁମ୍ଭୀରଙ୍କୁ ନେଇ ୧୯୭୫‌‌‌ ମସିହାରେ ଆରମ୍ଭ ହୋଇଥିବା ବଉଳା କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ‌‌ରେ ଏବେ କୁମ୍ଭୀରଙ୍କ ସଂଖ୍ୟା ୧୮୦୦ ନିକଟତର ହେଲାଣି। ଏହି ସଂଖ୍ୟା ଓଡ଼ିଶା ସରକାର ଓ ବନ ବିଭାଗ ପାଇଁ ଏକ ବଡ଼ ଉପଲବ୍ଧି ହୋଇଥି‌ଲେ ହେଁ ଏହାକୁ ନେଇ ନୂଆ ନୂଆ ଆହ୍ବାନ ସୃଷ୍ଟି ହେଲାଣି। ପ୍ରତିବର୍ଷ କୁମ୍ଭୀରଙ୍କ ଅଣ୍ଡାଦାନ ଓ ଏଥିରୁ ଛୁଆ ସୃଷ୍ଟି ହେଉଥିବାରୁ ସୀମିତ ସ୍ଥାନ ମଧ୍ୟରେ ଏତେସଂଖ୍ୟକ ବଉଳା କୁମ୍ଭୀରଙ୍କ ରହଣୀ ଆଗାମୀ ଦିନରେ ବଡ଼ ଆହ୍ୱାନ ସୃଷ୍ଟି କରିବାର ଆଶଙ୍କା ରହିଛି। ସେହିପରି ଏତେସଂଖ୍ୟକ କୁମ୍ଭୀରଙ୍କ ଗତିବିଧି ଉପରେ ଲଗାତାର ନଜର ରଖିବା କଷ୍ଟକର ବ୍ୟାପାର ହୋଇଥିବାରୁ ଏମାନଙ୍କ ମଧ୍ୟରୁ କିଛି ଅଭୟାରଣ୍ୟ ସୀମା ଡେଇଁ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛନ୍ତି। ଫଳରେ କୁମ୍ଭୀର ଆକ୍ରମଣରେ ଗୋରୁଗାଈଙ୍କ ସମେତ ମଣିଷଙ୍କ ଜୀବନ ହାନି ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଉ ଗୋଟିଏ କଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ଯେ ପ୍ରତିବର୍ଷ ଭିତରକନିକାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସଂଖ୍ୟକ ଡଙ୍ଗା ନଦୀ ଭିତରକୁ ପଶୁଛି। ଏହା ଉଭୟ କୁମ୍ଭୀରଙ୍କ ମୁକ୍ତ ବିଚରଣରେ ବାଧା ସୃଷ୍ଟି କରୁଛି।
ତଥ୍ୟ ଅନୁଯାୟୀ, ୨୦୧୩ ମସିହାରୁ ଏଯାବତ୍‌ କୁମ୍ଭୀର ଆକ୍ରମଣରେ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଥିବା ବେଳେ ସେଥିମଧ୍ୟରୁ ଚଳିତ ବର୍ଷ କେବଳ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟତଃ କୁମ୍ଭୀରମାନେ ମିଳନ ସମୟରେ ହିଂସ୍ର ହୋଇଉଠନ୍ତି। ଏହାସହ ଖାଦ୍ୟାଭାବ ମଧ୍ୟ ଏଥିପାଇଁ ଅନେକାଂଶରେ ଦାୟୀ। ତେଣୁ ଦୁର୍ବଳ ଶିକାର ମିଳିଲେ, ସେମାନେ ଝାମ୍ପ ମାରିଥା’ନ୍ତି। ୧୯୭୫ ମସିହାରେ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳେ ଏଠାରେ କୁମ୍ଭୀରଙ୍କ ସଂଖ୍ୟା ପାଖାପାଖି ୯୬ଟି ରହିଥିବା ବେଳେ ୧୯୯୫ରେ କୁମ୍ଭୀର ସଂଖ୍ୟା ପ୍ରାୟ ୧୦୦୦ ଅତିକ୍ରମ କରିଥିଲା। ସଂଖ୍ୟାବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଅଣ୍ଡାଦାନ କାର୍ଯ୍ୟକ୍ରମ ବା ଏ ସମ୍ପର୍କିତ ସଂରକ୍ଷଣକୁ ବନ୍ଦ କରାଯାଇଥିଲା। ମାତ୍ର ଏବେ ବି ବିଭାଗ ପକ୍ଷରୁ ବିଭିନ୍ନ ହ୍ୟାଚେରିରେ ଅଣ୍ଡା ସଂରକ୍ଷଣ କରାଯିବା ସହ ଅଣ୍ଡା ଫୁଟିବା ପରେ କୁମ୍ଭୀର ଛୁଆକୁ ବିଭାଗ ପକ୍ଷରୁ ନଦୀରେ ଛଡ଼ାଯାଉଛି। ଏହା କୁମ୍ଭୀରଙ୍କ ସଂଖ୍ୟାବୃଦ୍ଧିରେ ସହାୟକ ହେଉଛି। ବନ ବିଭାଗର ଗଣନା ଅନୁଯାୟୀ, ୨୦୦୦ ମସିହାରେ ଏଠାରେ କୁମ୍ଭୀରଙ୍କ ସଂଖ୍ୟା ୧, ୧୯୨ ହୋଇଥିବା ବେଳେ ଚଳିତ ବର୍ଷ ସୁଦ୍ଧା ଏହା ବୃଦ୍ଧି ପାଇ ୧୭୯୩ରେ ପହଞ୍ଚିଛି।
ଏ ସଂପର୍କରେ ଅବସରପ୍ରାପ୍ତ ବରିଷ୍ଠ ବନ୍ୟପ୍ରାଣୀ ଗବେଷକ ଲାଲା ଏ.କେ ସିଂହ କହିଛନ୍ତି ଯେ ସେତେବେଳେ ସୀମିତ ଜାଗାକୁ ଲକ୍ଷ୍ୟ କରି ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଦେଶରେ ବର୍ତ୍ତମାନ ଭିତରକନିକା, ସୁନ୍ଦରବନ ଓ ଆଣ୍ଡାମାନରେ ହିଁ ଏହି ଲୁଣାପାଣି କୁମ୍ଭୀରଙ୍କ ସଂଖ୍ୟା ସିଂହଭାଗ ରହିଛି। ଏଠାରେ ବହୁ ସୁନ୍ଦର ଭାବେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାରୁ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଭିତରକନିକାରେ ଅନେକ ସଂଖ୍ୟାରେ ବୋଟ୍‌‌ ଚାଳନା ଓ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ କୁମ୍ଭୀରଙ୍କ ଗତିବିଧିରେ ସମସ୍ୟା ସୃଷ୍ଟି ହୋଇଛି ଓ ଏଠାରୁ ଗୋଟିଏ ଦୁଇଟି କୁମ୍ଭୀର ବାହାରକୁ ଚାଲିଯାଇ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ପହଞ୍ଚିଛନ୍ତି। କୁମ୍ଭୀରଙ୍କ ସଂଖ୍ୟା ବଢ଼ିଲେ ଭଲ କଥା। ପ୍ରକଳ୍ପ ଆରମ୍ଭ ବେଳେ କୁମ୍ଭୀର ଚାଷକୁ ନେଇ ଭିନ୍ନ ଲକ୍ଷ୍ୟ ରଖାଯାଇଥିଲା। ସଂଖ୍ୟା ବଢ଼ିଗଲେ କୁମ୍ଭୀର ହତ୍ୟା କରି ତାହାର ଚମଡ଼ା ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ବ୍ୟବସାୟ କାର୍ଯ୍ୟରେ ଲଗାଯାଇଥା’ନ୍ତା। ବିଶେଷ କରି ବିଦେଶରେ ଏହାର ଚାହିଦା ଅଧିକ ଥିବାରୁ ଏହାକୁ ରପ୍ତାନୀ କରାଯାଇ ଭାରତୀୟ ରାଜକୋଷରେ ବିଦେଶୀ ମୁଦ୍ରା ବୃଦ୍ଧି ପାଇଁ ଉଦ୍ଦେଶ୍ୟ ଥିଲା। କିନ୍ତୁ ସେତେବେଳର ସମୟ ଓ ଏବେକା ସମୟ ମଧ୍ୟ‌ରେ ବହୁତ ଫରକ୍‌। ମୁଖ୍ୟତଃ କୁମ୍ଭୀର ବର୍ତ୍ତମାନ ବନ୍ୟପ୍ରାଣୀ ସିଡ୍ୟୁଲ୍‌-୧ ଅଧୀନରେ ଆସୁଛି, ଯାହାଦ୍ବାରା କୁମ୍ଭୀରଙ୍କୁ ଆଇନତଃ ମରାଯାଇପାରିବ ନାହିଁ। ଅପରପକ୍ଷେ ଆମ ଭାରତୀୟ ସଂସ୍କୃତି ସର୍ବଦା ‘ଜୀବେଦୟା’ ଉପରେ ବିଶ୍ବାସ କରିଆସିଛି। ତେଣୁ କୁମ୍ଭୀରଙ୍କ ସଂଖ୍ୟାବୃଦ୍ଧି ପ୍ରସଙ୍ଗକୁ ପ୍ରକୃତି ଉପରେ ଛାଡ଼ି ଦିଆଯିବା ଉଚିତ।
ପିସିସିଏଫ୍‌‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି ଯେ ଏଠାରେ(ଭିତରକନିକା) କେତେ କୁମ୍ଭୀର ରହିପାରିବେ, ତାହା ଜାଣିବା ପାଇଁ ଗବେଷଣାର ଆବଶ୍ୟକତା ରହିଛି। ମାତ୍ର ବର୍ତ୍ତମାନ ହ୍ୟାଚେରିରୁ କୁମ୍ଭୀର ଛାଡ଼ିବା ପ୍ରକ୍ରିୟା ବନ୍ଦ କରିଦିଆଯାଇଛି। ଆଗକୁ ଏକ କିମିଟି ମାଧ୍ୟମରେ ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯିବ ଓ ଯଦି କୁମ୍ଭୀରଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଅଧିକ ଥାଏ, ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ।
ଦୀର୍ଘ ୩ ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା: ଆଜି ଠାରୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ତିନି ମାସ ଧରି ବନ୍ଦ ରହି ଥିଲା ଭିତରକନିକା ଜାତୀୟ ଉଦ୍ୟାନ। ଏପ୍ରିଲ ୩୦ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା। ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ରାଜନଗର ବନ ବିଭାଗ ପକ୍ଷରୁ ୩ ମାସ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥିଲା।
ସୂଚନା ଅନୁଯାୟୀ, ପ୍ରଜନନ ଋତୁ ସମୟରେ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧିଥାନ୍ତି। ନଦୀ କୂଳଠାରୁ ଜୁଆର ଛୁଇଁ ପାରୁ ନ ଥିବା ନିରାପଦ ସ୍ଥାନରେ ଏମାନେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି। ଏହି ସମୟରେ କୁମ୍ଭୀର ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧା ଦେଖାଦେଲେ ଆକ୍ରମଣ କରିବାକୁ ପଛାଇ ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୩ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା।
ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ, ମେ ୧ରୁ ଜୁଲାଇ ୩୧ ଭିତରକନିକା ବନ୍ଦ
ରାଜନଗର: ସରୀସୃପଙ୍କ ନନ୍ଦନକାନନ ବିଶ୍ୱ ପ୍ରସିଦ୍ଧ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ରାଜନଗର ବନ ବିଭାଗ ପକ୍ଷରୁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟ ଭିତରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକା ଭ୍ରମଣ ଓ ପ୍ରବେଶ ବନ୍ଦ ରହିବ। ପ୍ରଜନନ ଋତୁ ସମୟରେ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧିଥାନ୍ତି। ନଦୀ କୂଳଠାରୁ ଜୁଆର ଛୁଇଁ ପାରୁ ନ ଥିବା ନିରାପଦ ସ୍ଥାନରେ ଏମାନେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି। ଏହି ସମୟରେ କୁମ୍ଭୀର ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧା ଦେଖାଦେଲେ ଆକ୍ରମଣ କରିବାକୁ ପଛାଇ ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୩ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି।
କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠୁ ୧୪ ତାରିଖ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର: ବିରଳ ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ବାହାରେ ଥିବା ନଦୀ ନାଳରେ କୁମ୍ଭୀରମାନଙ୍କ ଗଣନା କରାଯିବ। କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଜାନୁଆରୀ ୪ରୁ ୧୪ ତାରିଖ ଯାଏଁ ୧୦ ଦିନ ଧରି କୁମ୍ଭୀର ଗଣନା କରାଯିବ। ୧୦ଦିନ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଜାନୁଆରୀ ୧୫ରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଭିତରକନିକାରେ ଜାନୁଆରୀ ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଅଛନ୍ତି।
୧୯୭୦ ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀରଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡ଼ିଥିଲା। ଏହାପରେ କୁମ୍ଭୀରମାନଙ୍କ ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ ଏଚ୍‌‌.ଆର୍‌‌. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ରେ ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା। ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧୭୮୪ରେ ପହଞ୍ଚିଛି।
ଆଜିଠୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା: ଆଜିଠୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଅର୍ଥାତ ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଉଦ୍ୟାନ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ତିନି ମାସ ଧରି ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିବ । ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହିତ ଅଣ୍ଡା ଦେବାକୁ ସ୍ଥଳଭାଗକୁ ଚାଲିଆସନ୍ତି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନକୁ ୩ ମାସ ବନ୍ଦ ରଖାଯାଇଛି । ଆସନ୍ତା ଅଗଷ୍ଟ ୧ତାରିଖରୁ ପୁଣି ପର୍ଯ୍ୟଟନ ଭିତରକନିକା ଆସିପାରିବେ ବୋଲି ସୂଚନା ଦେଇଛନ୍ତି ଭିତରକନିକା ଜାତୀୟ ଉଦ୍ୟାନ କର୍ତ୍ତୁପକ୍ଷ ।
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
ପଟ୍ଟାମୁଣ୍ଡାଇ: ରବିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀର ଗଣନା ପାଇଁ ୧୦ ଦିନ ବନ୍ଦ ରହିବ ଭିତରକନିକା । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡିଶାଳ ଭିତରକନିକାରେ କୁମ୍ଭୀର ଗଣନା ରବିବାର ଠାରୁ ଆରମ୍ଭ କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ ନାଳ ଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ ।
ମୋଟ ୨୨ଟି ଟିମ୍, ୫୨ଟି ସେଗେମେଣ୍ଟ ସାହାଯ୍ୟରେ ବଉଳା କୁମ୍ଭୀର ଗଣନା କରିବେ । ଏ ବର୍ଷ ପ୍ରଥମଥର ପାଇଁ ପଲିଗନ୍ ସର୍ଚ୍ଚ ମୋବାଇଲ ଆପରେ କରାଯିବ କୁମ୍ଭୀର ଗଣନା । ଡକ୍ଟର ସୁଧାକର କରଙ୍କ ନେତୃତ୍ଵରେ ଗଣନା କରାଯିବ । ଉଭୟ ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।