Rajyasabha MP - The Sakala

ଓଡ଼ିଶାକୁ ତଳିତଳାନ୍ତ କରିବାକୁ ଷଡ଼ଯନ୍ତ୍ର: ମାନସ ମଙ୍ଗରାଜ
ଭୁବନେଶ୍ୱର: କେନ୍ଦ୍ର ସରକାର ସବୁବେଳେ ‘ପୂର୍ବୋଦୟ’ ବିକାଶ କଥା କହୁଛନ୍ତି, ମାତ୍ର ବାସ୍ତବରେ ଏହା କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସେ କହିଛନ୍ତି ଯେ ରେଳବାଇ କ୍ଷେତ୍ରରେ ଓଡ଼ିଶା ସର୍ବଦା କେନ୍ଦ୍ର ଅବହେଳାର ଶିକାର ହୋଇଛି। ଓଡ଼ିଶାରେ ୩ଟି ନୂଆ ଡିଭିଜନ୍‌ ସ୍ଥାପନ ପାଇଁ ଦାବି ଏଯାଏଁ ଅପୂରଣୀୟ ରହିଛି। ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳପଥ କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ। ମାତ୍ର ଦେଶର ୧୭ ରେଳ ଜୋନ ମଧ୍ୟରେ ସର୍ବାଧିକ ରାଜସ୍ୱ ଦେଉଥିବା ପୂର୍ବତଟ ରେଳବାଇକୁ ବିକଳାଙ୍ଗ କରିବାକୁ ଷଡ଼ଯନ୍ତ୍ର ହୋଇଛି। ପ୍ରଥମେ ୱାଲଟିୟର୍‌ ଡିଭିଜନ୍‌କୁ ପୂର୍ବତଟରୁ ବିଚ୍ଛିନ୍ନ କରିଦିଆଗଲା। ଏବେ  ପଲାସା-ଇଚ୍ଛାପୁରମ୍‌ ସେକ୍ସନ୍‌ର ୯ ଷ୍ଟେସନ୍‌କୁ ଦକ୍ଷିଣତଟ ରେଳବାଇରେ ସାମିଲ ପାଇଁ ଯୋଜନା ଚାଲିଛି। କ୍ରମାଗତ କେନ୍ଦ୍ରୀୟ ଅବହେଳାର ଶିକାର ଓଡ଼ିଶାବାସୀଙ୍କ କ୍ଷତରେ ଏହା ଚୂନ ଲେପିବା ପରି ହୋଇଛି। କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ। ଏପରି ପ୍ରତାରଣାକୁ ରାଜ୍ୟବାସୀ କଦାପି ସହ୍ୟ କରିବେ ନାହିଁ ଓ ଉଚିତ ଜବାବ ଦେବେ ବୋଲି ମାନସ କହିଛନ୍ତି।

ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିବିଧ ପ୍ରସଙ୍ଗ ଉଠାଇ ହକ୍‌ ମାଗିଲେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ
ପୁରୀ: ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିବିଧ ପ୍ରସଙ୍ଗ ଉଠାଇ ହକ୍‌ ମାଗିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଗୃହର ଦୃଷ୍ଟି ଆକର୍ଷଣ କରି ଶ୍ରୀ ଖୁଣ୍ଟିଆ କହିଛନ୍ତି, ରାଜ୍ୟ ପାଇଁ ବଣ୍ଟନ ବଜେଟ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ବାରମ୍ବାର ଓଡ଼ିଶାକୁ ଉପେକ୍ଷା କରାଯାଉଛି। ଏହି ଅବହେଳା ପାଇଁ ରାଜ୍ୟ ସର୍ବବୃହତ୍‌ ଚିକିତ୍ସାଳୟ ଏସ୍‌ସିବି ମେଡିକାଲ କଲେଜ ଆଇସିୟୁ ଟ୍ରମା କେୟାରରେ ଅଗ୍ନିକାଣ୍ଡ ଘଟି ୧୩ଜଣଙ୍କ ଜୀବନ ଚାଲିଗଲା। ସରକାରୀ ହସ୍‌ପିଟାଲରେ ରୋଗୀଙ୍କୁ ଦିଆଯାଉଥିବା ଔଷଧ ବ୍ୟାଗ୍‌ରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଏଥିରେ କିଛି ସମସ୍ୟା ନାହିଁ। କିନ୍ତୁ ଧନ ଜୀବନ ରକ୍ଷା ପାଇଁ ହସ୍ପିଟାଲରେ ଯେଉଁଭଳି ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବା କଥା ତାହାକୁ ଅଣଦେଖା କରାଯାଉଛି, ଯେଉଁଥିପାଇଁ ୧୩ଜଣ ନିରୀହ ରୋଗୀଙ୍କ ଜୀବନ ଅକାଳରେ ଚାଲିଗଲା। ଏହା କ’ଣ ସବ୍‌କା ସାଥ୍‌ ସବ୍‌କା ବିକାଶ ବୋଲି ପ୍ରଶ୍ନ କରିଥିଲେ ଶୁଭାଶିଷ୍‌ ।

ପୁରୀ ହେଉଛି ଅନ୍ତର୍ଜାତୀୟ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର। ସମସ୍ତଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ନଜରରେ ରଖି ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ତିଆରି ହୋଇଥିଲା। ହେଲେ ଦୁଃଖର ବିଷୟ, ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏବେ ରାଜ୍ୟ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର। କିନ୍ତୁ ପ୍ରତିଟି କ୍ଷେତ୍ରରେ ପ୍ରତିଟି ସମୟରେ ଓଡ଼ିଶାକୁ ଅବହେଳା ଓ ଅଣଦେଖା କରାଯାଉଛି। ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ ଆସୁଛନ୍ତି। ହେଲେ ଦେଶର ଏହି ଅନ୍ୟତମ ଧାର୍ମିକ ପୀଠର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ବାସ୍ତବ ଚିତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ନିକଟରେ ବୋମା ପକାଇ ମନ୍ଦିରକୁ ଉଡ଼ାଇଦେବାକୁ ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଇଥିଲା। ମୋତେ ମଧ୍ୟ ଗୁଳି କରି ହତ୍ୟାର ଧମକ ମିଳିଥିଲା। ସୁରକ୍ଷା ବାବଦ ଖର୍ଚ୍ଚ ବଢୁଛି ବୋଲି କୁହାଯାଉଛି। କିନ୍ତୁ ପର୍ଯ୍ୟଟନ ଏବଂ ଧାର୍ମିକସ୍ଥଳୀର ସୁରକ୍ଷା କେତେବେଳେ ବଢ଼ିବ ବୋଲି ପ୍ରଶ୍ନ କରିଥିଲେ ଶୁଭାଶିଷ।

ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ, ବିଶେଷକରି ବାତ୍ୟାର ସମ୍ମୁଖୀନ ହେଉଛି। ସରକାର କହୁଛନ୍ତି ଅର୍ଥ କମିଶନଙ୍କ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ତୃଣମୂଳସ୍ତରରେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ଆମକୁ ମିଳୁଥିବା ସହୟତା କେବଳ ରିଲିଫ୍‌ରେ ହିଁ ସୀମିତ ରହୁଛି। ଭିତ୍ତିଭୂମିକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ଲାଗି ଆମକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ମିଳୁନାହିଁ। ଆଜି ଓଡ଼ିଶାର ଚାଷୀକୁଳ ସଂକଟରେ ପଡ଼ିଛି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ଲାଗି ରାଜ୍ୟର ବିଜେପି ସରକାର ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏଥିରେ କଟକଣା ଲଗାଇଥିବା ବେଳେ କଟ୍‌ନିଛଟ୍‌ନି କରାଯାଉଛି। ଏହା କ’ଣ ସବ୍‌କା ସାଥ୍‌ ଓ ସବ୍‌କା ବିକାଶ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଶ୍ରୀ ଖୁଣ୍ଟିଆ।

କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର : କଟକ ଏସସିବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏସସିବି ଅଗ୍ନିକାଣ୍ଡରେ ୧୦ ଜଣଙ୍କ ହୋଇଛି ମୃତ୍ୟୁ । ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ମାନସ । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ସହ ଏହି ଦୁର୍ଘଟଣାରେ ସେ ମର୍ମାହତ ଥିବା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ 'X' ରେ ଲେଖିଛନ୍ତି ମାନସ ।

ଅନ୍ୟପଟେ ବ୍ରେକଫାଷ୍ଟ ମିଟିଂ ଲାଗି ଓଡ଼ିଶାର ସମସ୍ତ ସାଂସଦଙ୍କୁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଏହି ମିଟିଂରେ ଯୋଗଦେଇ ପାରିନାହାନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। କଟକ ଏସସିବି ବଡ଼ ମେଡିକାଲରେ ଘଟିଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟଣା ଯୋଗୁ ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କରିପାରିନାହାନ୍ତି ସାଂସଦ। ଏହି ମର୍ମନ୍ତୁଦ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିଛି। ଏପରି ଏକ ଦୁଃଖଦ ପରିସ୍ଥିତି ସମୟରେ ରାଷ୍ଟ୍ରପତିଙ୍କ ଅନୁରୋଧକୁ ରକ୍ଷା କରିପାରିନାହାନ୍ତି ସାଂସଦ।

ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନ୍ନପୂର୍ଣ୍ଣା ଦେବୀ: ରାଜ୍ୟର ୧୨୧୪୦ଟି ଅଙ୍ଗନବାଡ଼ି ସକ୍ଷମ ହେବ
ଭୁବନେଶ୍ୱର: ଦେଶର ୨ ଲକ୍ଷ ଅଙ୍ଗନବାଡ଼ିକୁ ସକ୍ଷମ ଅଙ୍ଗନବାଡି କେନ୍ଦ୍ରରେ ରୂପାନ୍ତରିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ଓଡ଼ିଶାର ୧୨୧୪୦ଟି ଅଙ୍ଗନବାଡି ସାମିଲ ଅଛି ବୋଲି ରାଜ୍ୟସଭାରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମିଶନ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ୨.୦ ଅନ୍ତର୍ଗତ୧୫ତମ ଅର୍ଥ କମିଶନ ଅବଧି ମଧ୍ୟରେ ସରକାରୀ ଘରେ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରରେ ରୂପାନ୍ତରିତ କରାଯିବ। ବାର୍ଷିକ ୪୦ ହଜାର ଅଙ୍ଗନବାଡ଼ି କେନ୍ଦ୍ର ରୂପାନ୍ତରିତ ହେବାକୁ ଥିବାବେଳେ ଏଠାରେ ଉନ୍ନତ ଭିତ୍ତିଭୂମି ଯୋଗାଇ ଦିଆଯିବ। ସେହିପରି ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଶେଷକରି ଶୌଚାଳୟ ନିର୍ମାଣ ପାଇଁ ସରକାର ୩୬ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ପାନୀୟ ଜଳ ପାଇଁ ୧୭ ହଜାର ଟଙ୍କା ପ୍ରଦାନ କରୁଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ୍‌-ଜନମନ ଯୋଜନା ଅଧୀନରେ ୨୫୦୦ ପିଭିଟିଜି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବାକୁ  ମଞ୍ଜୁରୀ ମିଳିଥିବା ବେଳେ ଏଥିରେ ଓଡ଼ିଶାର ୮୯ଟି କେନ୍ଦ୍ର ରହିଛି।

ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର: ଜିଏସ୍‌ଟି ପରିସରକୁ ଆସିବ ନାହିଁ ପେଟ୍ରୋଲ, ଡିଜେଲ
ଭୁବନେଶ୍ୱର: ନିକଟ ଭବିଷ୍ୟତରେ ପେଟ୍ରୋଲ-ଡ଼ିଜେଲ ମୂଲ୍ୟ କମିବାର ସମ୍ଭାବନା ନାହିଁ। ଏପରିକି ଏହି ଦୁଇ ପେଟ୍ରୋଲିୟମ ସାମଗ୍ରୀକୁ ଜିଏସ୍‌ଟି ପରିସରଭୁକ୍ତ କରିବାର କୌଣସି ସମ୍ଭାବନା ନାହିଁ ବୋଲି ରାଜ୍ୟସଭାରେ ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତି ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ।

ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ ସାରା ଦେଶରେ ତୈଳ ଦରର ସମାନତା ସୁନିଶ୍ଚିତ ନିମନ୍ତେ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ଦାବି କରିଥିଲେ। ଏହା ସହିତ ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଓ ଏଥିପାଇଁ କୌଣସି ନିର୍ଦ୍ଧାରିତ ସମୟ ସୀମା ଧାର୍ଯ୍ୟ ହୋଇଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଯଦି ଏପରି ପ୍ରସ୍ତାବ ନାହିଁ, ତେବେ ଏହାର କାରଣ କ’ଣ ବୋଲି ସେ କେନ୍ଦ୍ର ସରକାରଙ୍କଠାରୁ ଜାଣିବାକୁ ଚାହିଁଥିଲେ। ଏହି ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି, ସମ୍ୱିଧାନର ଧାରା ୨୭୯ କ (୫) ଅନୁଯାୟୀ ଜିଏସଟି ପରିଷଦ ପେଟ୍ରୋଲିୟମ କ୍ରୁଡ୍‌, ହାଇ ସ୍ପିଡ୍‌ ଡିଜେଲ୍‌, ମୋଟର ସ୍ପିରିଟ୍‌ (ସାଧାରଣତଃ ପେଟ୍ରୋଲ୍‌ ଭାବେ ପରିଚିତ) ପ୍ରାକୃତିକ ଗ୍ୟାସ୍‌ ଏବଂ ଏଭିଏସନ୍‌ ଟର୍ବାଇନ୍‌ ଫ୍ୟୁଏଲ୍‌ ଉପରେ ଜିଏସଟି କେବେ ଲାଗୁ ହେବ, ତାହାର ତାରିଖ ସୁପାରିଶ କରିବ। ସିଜିଏସଟି ଆଇନ ୨୦୧୭ର ଧାରା ୯ (୨) ଅନୁଯାୟୀ ଏହି ଉତ୍ପାଦଗୁଡ଼ିକୁ ଜିଏସଟିରେ ସାମିଲ କରିବା ପାଇଁ ଜିଏସ୍‌ଟି ପରିଷଦର ସୁପାରିସ ଆବଶ୍ୟକ ହେବ। ମାତ୍ର ଏପର୍ଯ୍ୟନ୍ତ ଜିଏସଟି ପରିଷଦ ଏହି ସାମଗ୍ରୀଗୁଡ଼ିକୁ ଜିଏସଟି ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ କୌଣସି ସୁପାରିଶ କରିନାହାଁନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଶିଳ୍ପ ପ୍ରକଳ୍ପ ବିଳମ୍ବ ଓ ନୂଆ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ନେଇ ରାଜ୍ଯସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ
ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ପ୍ରକଳ୍ପ ବିଳମ୍ବ ନେଇ ଅଣତାରକା ପ୍ରଶ୍ନରେ ଉତ୍ତର ମାଗିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ ଯୋଗୁଁ ରାଜ୍ୟର ବହୁ ଶିଳ୍ପ ପ୍ରକଳ୍ପ କାମ ବିଳମ୍ବ ହେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।  ବିଜେଡି ସାଂସଦ ମାନସ ମଙ୍ଗରାଜ ଏନେଇ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଠାରୁ ଏକ ଅଣତାରକା ପ୍ରଶ୍ନରେ ଉତ୍ତର ମାଗିଛନ୍ତି । ଏଥିସହିତ ଅନୁମୋଦନ ଅପେକ୍ଷାରେ ଥିବା ପ୍ରକଳ୍ପ ସମ୍ପର୍କରେ ବିସ୍ତ୍ରୁତ ତଥ୍ୟ ମାଗିବା ସହ ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ପରିବେଶ ମଞ୍ଜୁରୀ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ନେଇ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ସାଂସଦ ମାନସ ମଙ୍ଗରାଜ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂହ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସବୁ ଶିଳ୍ପ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପ୍ରସ୍ତାବକୁ ଏକ୍ସପର୍ଟ ଆପ୍ରାଇଜାଲ କମିଟି କିମ୍ବା ରାଜ୍ୟ ସ୍ତରୀୟ ଏକ୍ସପର୍ଟ ଆପ୍ରାଇଜାଲ କମିଟି ଅନୁଧ୍ୟାନ କରିଥାନ୍ତି। ଏକ୍ସପର୍ଟ ଆପ୍ରାଇଜାଲ କମିଟିର ସୁପାରିଶ ଆଧାରରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କିମ୍ବା ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟି ପରିବେଶ ମଞ୍ଜୁରୀ ଦେଇଥାନ୍ତି କିମ୍ବା ଅଗ୍ରାହ୍ୟ କରିଥାନ୍ତି ।

ପରିବେଶ ପୋର୍ଟାଲ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପରିବେଶ ମନ୍ତ୍ରଣାଳୟ ନିକଟରେ ୫ଟି ଏବଂ ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟି ନିକଟରେ ୧୨ଟି ଶିଳ୍ପ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପ୍ରକଳ୍ପ ବିଚାରଧିନ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିସହିତ ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ପରିବେଶ ମଞ୍ଜୁରୀ ପ୍ରକ୍ରିୟାର ସରଳୀକରଣ ପାଇଁ ମଧ୍ୟ ଏକାଧିକ ପଦକ୍ଷେପ ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି, ରାଜ୍ୟରେ କେତୋଟି ଆୟୁଷ ହସ୍ପିଟାଲ ଓ ୱେଲନେସ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ନୂଆ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ରହିଛି କି ବୋଲି ଆଜି ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ଏହାର ଉତ୍ତରରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯେ, ରାଜ୍ୟରେ ଏବେ ତିନୋଟି ଆୟୁଷ ହସ୍ପିଟାଲ ଓ ୪୨୨ଟି ଆୟୁଷ ୱେଲନେସ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ସ୍ବାସ୍ଥ୍ୟ ଏକ ରାଜ୍ୟ ସମ୍ପର୍କିତ ବିଷୟବସ୍ତୁ ହୋଥିବାରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆଧାରରେ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ହୋଇଥାଏ । ଅବଶ୍ୟ ଏଥିପାଇଁ ରାଜ୍ୟମାନଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ପାଇଁ ଜାତୀୟ ଆୟୁଷ ମିଶନରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ତିନୋଟି ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ଆୟୁଷ ମନ୍ତ୍ରଣାଳୟ ୪୧କୋଟି ୬୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ବଜେଟରେ ଓଡ଼ିଶାକୁ ଅବହେଳା ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ କଡା ସମାଲୋଚନା
ନୂଆଦିଲ୍ଲୀ: ବଜେଟରେ ଓଡ଼ିଶାକୁ ଅବହେଳା ନେଇ ରାଜ୍ୟସଭାରେ କଡା ସମାଲୋଚନା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଦେଶ ପ୍ରତି ଓଡ଼ିଶାର ଆର୍ଥିକ ଅବଦାନର ହିସାବ ଦେଇଛନ୍ତି । ବଜେଟରେ ବିହାର ବ୍ୟତୀତ ଅନ୍ୟ ରାଜ୍ୟଙ୍କୁ ଗୁରୁତ୍ବ ଦିଆ ନଯିବାକୁ ନେଇ କଟାକ୍ଷ ମଧ୍ୟ କରିଛନ୍ତି । ୨୦୨୫-୨୬ ବଜେଟ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି । ଏହି ବଜେଟ୍‌କୁ ଦେଶର ବଜେଟ ବୋଲି କୁହାଯିବା ପରିବର୍ତ୍ତେ ବିହାର ବଜେଟ ବୋଲି କହିବାରେ ଆଦୌ ଅସଙ୍ଗତି ନାହିଁ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଅର୍ଥମନ୍ତ୍ରୀ ସମ୍ଭବତଃ ବିହାର ବ୍ୟତୀତ ଦେଶରେ ଆହୁରି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଥିବା କଥା ଭୁଲି ଯାଇଛନ୍ତି ।

କେଉଁ ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଓ ସହାୟତା ଦେବାକୁ ଆମେ ବିରୋଧ କରୁନାହୁଁ । ମାତ୍ର ସଂଘୀୟ ବ୍ୟବସ୍ଥା ଅନୁସାରେ ଓଡ଼ିଶା ପରି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏଥିପାଇଁ ସମାନ ଭାବରେ ହକ୍‌ଦାର ବୋଲି କହିଛନ୍ତି ମାନସ ମଙ୍ଗରାଜ। ଅର୍ଥମନ୍ତ୍ରୀ ତାଙ୍କର ୭୭ ମିନିଟ୍‌ର ଅଭିଭାଷଣରେ ୩ ମିନିଟ୍‌ କେବଳ ବିହାର କଥା କହିଛନ୍ତି । ୯ଥର ବିହାର ନାମ ଉଚ୍ଚାରଣ କରିଛନ୍ତି । ମାତ୍ର ଓଡ଼ିଶା, ପଶ୍ଚିମବଙ୍ଗ, ତେଲଙ୍ଗାନା, ତାମିଲନାଡ଼ୁ, କେରଳ, ମହାରାଷ୍ଟ୍ର ପରି ଅନ୍ୟ ରାଜ୍ୟଗୁଡ଼ିକ କ’ଣ ଭାରତ ଭିତରେ ନାହାନ୍ତି । ୬ ମାସ ତଳେ ୨୦୨୪ ବଜେଟ୍‌ରେ ବିହାର ପାଇଁ ୫୯୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଦିଆଗଲା। ଆନ୍ଧ୍ରପ୍ରଦେଶକୁ ପୋଲାଭରମ୍‌ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଦିଆଗଲା । ମାତ୍ର ଓଡ଼ିଶାକୁ ସେତେବେଳେ କିଛି ମିଳିଲା ନାହିଁ । ଏବେ ବି ବଜେଟ୍‌ରେ ଓଡ଼ିଶା ପାଇଁ କିଛି ଘୋଷଣା କରାଗଲା ନାହିଁ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିପର୍ଯ୍ୟୟପ୍ରବଣ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରି ଆସୁଛି। ମାତ୍ର ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା କି ସ୍ୱତନ୍ତ୍ର ସହାୟତା ମିଳୁନାହିଁ। ଓଡ଼ିଶାର ଖଣିଜ ସମ୍ପଦରୁ ସଂଗୃହୀତ ରାଜସ୍ୱ ଅନ୍ୟ ରାଜ୍ୟରେ ଖର୍ଚ୍ଚ ହେଉଛି। ଓଡ଼ିଶା କୋଇଲା ସାରା ଦେଶକୁ ଆଲୁଅ ଯୋଗାଉଛି। ମାତ୍ର ଗ୍ରୀନ୍‌ ସେସ୍‌ରୁ କେନ୍ଦ୍ର ସରକାର ବର୍ଷକୁ ଓଡ଼ିଶାରୁ ୧୦ ହଜାର କୋଟି ସଂଗ୍ରହ କରୁଥିଲେ ବି କୋଇଲା ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଫଟା ପାହୁଲାଟିଏ ଦେଉ ନାହାନ୍ତି।

କେନ୍ଦ୍ରୀୟ ବଜେଟରେ କୃଷି ଉତ୍ପାଦନ, ଲୋକଙ୍କ ଆୟ ବୃଦ୍ଧି, ଗ୍ରାମାଞ୍ଚଳରେ ନିଯୁକ୍ତି, ପୁଷ୍ଟିକର ସହାୟତା ବିସ୍ତାର, ମୁଦ୍ରାସ୍ଫୀତି ଚାପ ହ୍ରାସ, କୃଷକଙ୍କ ଋଣଭାର ଲାଘବ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ କରିବାକୁ ଦେଶର କୃଷକମାନେ କରୁଥିବା ଦାବି ସମ୍ପର୍କରେ ସରକାର ରହସ୍ୟମୟ ଭାବେ ନିରବ। କୃଷି ପାଇଁ ଥିବା କେସିସିର ବ୍ୟକ୍ତିଗତ ଋଣ ସୀମାକୁ ୩ରୁ ୫ଲକ୍ଷ ଟଙ୍କାକୁ ଯେଉଁ ବୃଦ୍ଧି ଘୋଷଣା ହୋଇଛି। ତାହା ମୂଳତଃ କର୍ପୋରେଟ୍‌ କ୍ଷେତ୍ର ଦ୍ୱାରା ମହଙ୍ଗା ସାମଗ୍ରୀ ବିକ୍ରୟକୁ ବଜାୟ ରଖିବା ନିମନ୍ତେ ଉଦ୍ଦିଷ୍ଟ। ଏହା ଆର୍ଥିକ ଅଭିବୃଦ୍ଧିକୁ ପୁନରୁଦ୍ଧାର କରି ପାରିବ ନାହିଁ ବୋଲି କହିଛନ୍ତି ମାନସ।

ଏହାସହ ଗ୍ରାମୀଣ ବିକାଶ ବରାଦ ଗତବର୍ଷ ତୁଳନାରେ ମାତ୍ର ୧ କୋଟି ଟଙ୍କା ବୃଦ୍ଧି କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ବୃଦ୍ଧି ମାତ୍ର୍ର ୨୦ ହଜାର କୋଟି। ସବୁଠାରୁ ବିଡ଼ମ୍ବନା ହେଉଛି ଖାଦ୍ୟ ସବସିଡି ପାଇଁ ଗତ ବଜେଟରେ ୨.୦୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ, ଚଳିତବର୍ଷ ୨.୦୩ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଛି। ଏହି ବଜେଟ୍‌ ଦେଶବାସୀଙ୍କୁ କିପରି ଲାଭାନ୍ୱିତ କରିପାରିବ ? ଦେଶର କୋଟି କୋଟି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ମାସିକ ଭତ୍ତାରେ କେନ୍ଦ୍ର ସରକାରଙ୍କ ଭାଗ ୨୦୦୬ ମସିହାରୁ ମାତ୍ର ୨୦୦ ଟଙ୍କା ରହିଥିବା ବେଳେ, ଚଳିତ ବଜେଟରେ ବି ସେଥିରେ କୌଣସି ବୃଦ୍ଧି ନ କରିବା କ୍ଷୋଭର ବିଷୟ। ସରକାର ପାଞ୍ଚ ଟ୍ରିଲିୟନ ଅର୍ଥନୀତିର ଗୋଲାପୀ ସ୍ୱପ୍ନ ଦେଖାଉଥିବା ବେଳେ, ଟଙ୍କାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି । ସ୍ୱାଧୀନତା ସମୟରେ ଡ଼ଲାର ଓ ଟଙ୍କାର ମୂଲ୍ୟ ପ୍ରାୟ ସମାନ ଥିଲା, ଏବେ ୧ ଡଲାରର ବିନିମୟ ମୂଲ୍ୟ ୮୮ ଟଙ୍କା ଛୁଇଁଲାଣି। ସୁଖୀ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ ତଳକୁ ତଳ ଖସି ଚାଲିଛି। ଭାରତୀୟ ପାସପୋର୍ଟ ବର୍ଷକୁ ବର୍ଷ ଦୁର୍ବଳ ହୋଇ ଚାଲିଛି । ଏହା କି ପ୍ରକାର ଅଭିବୃଦ୍ଧି ? ଅର୍ଥମନ୍ତ୍ରୀ ୧୨ ଲକ୍ଷ ଟଙ୍କା ଯାଏ ଆୟକାରୀଙ୍କୁ ଟିକସରୁ ମୁକ୍ତ କରିଥିବା ଘୋଷଣା କରିଛନ୍ତି । ମାତ୍ର ଯେଉଁଠି ବେକାରଙ୍କ ପାଇଁ ଚାକିରି ଏକ ମରୀଚିକା, ସେଠାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କେବଳ କାନକୁ ଭଲ ଶୁଭୁଛି ସିନା, ଏହା ଯୁବ ବର୍ଗଙ୍କୁ କିଛି ଲାଭ ଦେଇ ପାରିବ ନାହିଁ ବୋଲି କହିଛନ୍ତି ମାନସ ମଙ୍ଗରାଜ ।