Uttam Mohanty - The Sakala
ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲା ସୁପରଷ୍ଟାର ଉତ୍ତମ ମାହାନ୍ତିଙ୍କ ପାର୍ଥିବ ଶରୀର। ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ବାବୁଶାନ ମୁଖାଗ୍ନି ଦେଇଥିଲେ।
ଓଲିଉଡ୍‌ର ବରିଷ୍ଠ ଅଭିନେତା ତଥା ପ୍ରଥମ ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତି ଗତ କିଛିମାସ ହେଲା ଲିଭର ସିରୋସିସ୍‌ରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତକାଲି ଚିରବିଦାୟ ନେଇଛନ୍ତି ଉତ୍ତମ।
ବାରିପଦାରେ ଜନ୍ମଗ୍ରହଣ କରିଥିବା ଉତ୍ତମ କଲେଜ ପଢ଼ିବା ସମୟରେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ। ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ଶେଷପରେ ବଡ଼ ଭାଇ ଅରୁଣ କୁମାର ମହାନ୍ତିଙ୍କ ପାଖରେ କଲିକତାରେ ରହି ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ୍ୟକ୍ରମ ଶେଷ କରିଥିଲେ। ମାତ୍ର ଅଭିନୟ ପ୍ରତି ପ୍ରଗାଢ଼ ମୋହ ତାଙ୍କୁ ସିନେମାକୁ ଟାଣି ଆଣିଥିଲା। ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଅଭିମାନ’ରୁ ଚଳଚ୍ଚିତ୍ର ଅଭିନୟର ଯାତ୍ରା ଆରମ୍ଭ କରିବା ପରେ ଆଉ ପଛକୁ ଚାହିଁ ନ ଥିଲେ। ଗୋଟିକ ପରେ ଗୋଟିଏ ସୁପରହିଟ୍‌ ସିନେମାରେ ଅଭିନୟ କରି ଓଲିଉଡ଼୍‌ର ମେରୁଦଣ୍ଡ ଭାବରେ ଠିଆ ହୋଇଥିଲେ। ନିଖୁଣ ଅଭିନୟ ନିମନ୍ତେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୮୭ରେ ସେ ଅଭିନେତ୍ରୀ ଅପରାଜିତାଙ୍କୁ ବିବାହ କରିଥିଲେ ।
ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର
ଭୁବନେଶ୍ବର: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ICUରେ ଚିକିତ୍ସା ଚାଲିଥିବା ନେଇ ସୂଚନା । ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା । ସେ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ପରେ, ଶୁଭେଚ୍ଛୁ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଶୁଆରୋଗ୍ୟର କାମନା କରିଛନ୍ତି। ।
ସୂଚନା ଅନୁଯାୟୀ, ସେ ୩ ଦିନ ତଳୁ କିମ୍ସରେ ଆଡ଼ମିଶନ ହୋଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ ଅଛନ୍ତି। ଲିଭର ଫେଲ୍ୟୁର ହୋଇଛି। ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଧିକ ଚିକିତ୍ସା ଲାଗି ପରିବାର ଲୋକ ଅନ୍ୟ ହସ୍ପିଟାଲକୁ ନେବା ପାଇଁ ଚାହୁଁଛନ୍ତି । ଏଥିପାଇଁ ହାଇଦ୍ରାବାଦର AIG ହସ୍ପିଟାଲ ଓ ଗୁରୁଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲ ସହ କଥାବାର୍ତ୍ତା ଚାଲିଛି। ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଏବେ ଅନ୍ୟ ହସ୍ପିଟାଲକୁ ଏୟାରଲିଫ୍ଟ କରିବା ପାଇଁ ଉପଯୁକ୍ତ ସମୟ। ଯଥାଶୀଘ୍ର ଏୟାର ଲିଫ୍ଟ ପାଇଁ ଚେଷ୍ଟା କରାଯାଉଛି ବୋଲି କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ କହିଛନ୍ତି।
ଭେଟେରାନ ଅଭିନେତା ଉତ୍ତମ ମହାନ୍ତି  ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଉତ୍ତମ ମହାନ୍ତିଙ୍କ ନାମରେ ଆଜି ପର୍ଯ୍ୟନ୍ତ ୧୩୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ରହିଛି। ସେ ୩୦ଟି ବଙ୍ଗଳା ଚଳଚ୍ଚିତ୍ର ଏବଂ ହିନ୍ଦୀ ଚଳଚ୍ଚିତ୍ର ନୟା ଜାହେରରେ ଅଭିନୟ କରିଛନ୍ତି। ଓଡ଼ିଶାର ବାରିପଦାରେ ତାଙ୍କର ଜନ୍ମଗ୍ରହଣ। କଲେଜ ସମୟରୁ ସେ ଅଭିନୟ ପ୍ରତି ଆଗ୍ରହୀ ଥିଲେ।
ସେ ଶ୍ରେଷ୍ଠ ଅଭିନେତା ଭାବରେ  ଓଡ଼ିଆ ଫିଲ୍ମଫେୟାର ପୁରସ୍କାର ଏବଂ ଅନେକ ପୁରସ୍କାର ଜିତିଛନ୍ତି। ଅନେକ ସମାଜ ଏବଂ ପ୍ରତିଷ୍ଠାନ ତାଙ୍କୁ ଓଲିଉଡ୍ ସିନେମାର ଏକ ଜୀବନ୍ତ କିମ୍ବଦନ୍ତୀ ଭାବରେ ସମ୍ମାନିତ କରିଛନ୍ତି।