Happy Valentines Day - The Sakala
ଆଜି ଭାଲେଣ୍ଟାଇନ୍ସ ଡେ’, ପ୍ରେମକୁ ସାଥୀଙ୍କ ସାମ୍ନାରେ ପରିପ୍ରକାଶ କରିବାର ଦିନ
ପ୍ରେମ ଶାଶ୍ୱତ, ଚିରନ୍ତନ, ନୈସର୍ଗିକ ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ ପାଳନ କରାଯାଏ। ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡି ଡେ, ପ୍ରମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ଶିଡ଼ି ଚଢ଼ି ଭାଲେଣ୍ଟାଇନ୍ସ ଡେ’ରେ ପହଞ୍ଚେ। ପ୍ରେମୀ ଯୁଗଳଙ୍କ ପାଇଁ ଏହା ଏକ ବହୁ ପ୍ରତୀକ୍ଷିତ ଦିନ।  ଦୁଇ ହୃଦୟର ମିଳନରେ ଆରମ୍ଭ ହୁଏ ପ୍ରେମ । ପ୍ରେମ ସଫଳ କିମ୍ବା ବିଫଳ ହୋଇପାରେ କିନ୍ତୁ ଅନୁଭବ ସବୁବେଳେ ଅନନ୍ୟ। ସମାଜର ଆକଟ ପାଇଁ ପ୍ରେମ କେବେ ଯନ୍ତ୍ରଣା ଦିଏ ଆଉ କେବେ ଦୁଇ ହୃଦୟର ମିଳନ ଆତ୍ମାକୁ ଶାନ୍ତି ଦେଇଥାଏ ।
ପ୍ରକୃତିର ସିନା ୬ ଋତୁ ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ। ଏହି ସାତ ଋତୁକୁ ପ୍ରେମ ଋତୁ ବୋଲି କୁହାଯାଏ। ସେହିପରି ଇତିହାସ ହେଉ କି କିମ୍ବଦନ୍ତୀ, ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ । କେଦାର ଗୌରୀ ହୁଅନ୍ତୁ କି ହୀର ରାଞ୍ଝା, ଲୈଲା ମଜନୁ। ଏସବୁର ଉଦାହରଣ ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣା । ସତ୍ୟ, ତ୍ରେତୟା, ଦ୍ୱାପର, କଳି ପ୍ରତ୍ୟେକ ଯୁଗରେ ପ୍ରେମ ରହିଆସିଛି, ଆଉ ଆସନ୍ତାକାଲି ବି ରହିବ।
ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ନୂଆ ପରିଚୟ ଦେଇଛନ୍ତି ଆଜିର ଯୁବପିଢ଼ି । ବସନ୍ତ ଋତୁର ମଳୟ ପବନରେ ପୁଲକିତ ହୋଇଉଠେ ପ୍ରେମୀ ଯୁଗଳଙ୍କ ମନ ଏବଂ ହୃଦୟ । ଗୋଲାପ ଦିଆନିଆରୁ ପଡ଼ିଥାଏ ପ୍ରେମ ସପ୍ତାହର ମୂଳଦୁଆ। ପ୍ରେମ ସପ୍ତାହର ଅନ୍ତିମ ଦିନରେ ନିଜର ମନର ମଣିଷ ଆଗରେ ହୃଦୟର କଥା କହି ଭାଲେଣ୍ଟାଇନ୍ସ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଯୁବପିଢ଼ି କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ରଙ୍ଗ ବେରଙ୍ଗର ଗୋଲାପ ଫୁଲ ସାଙ୍ଗକୁ ଚକୋଲେଟ୍, ଟେଡି ବିୟର, କାର୍ଡ ଦେଇ ପ୍ରେମଦିବସ ପାଳନ କରନ୍ତି ପ୍ରେମପକ୍ଷୀ । ଏହି ଦିନରେ ପ୍ରେମୀଯୁଗଳ ହୃଦୟ ଯୋଡ଼ିବା ସହ ଭବିଷ୍ୟତ ପାଇଁ ସୁନେଲି ସ୍ବପ୍ନ ଦେଖନ୍ତି । ଯେତେ ବି ବାଧାବିଘ୍ନ ଆସୁ ନା କାହିଁକି ଜୀବନ ସାରା ଏକାଠି ରହିବାକୁ ପରସ୍ପରକୁ କଥା ଦେଇଥାନ୍ତି। ଭାଲେଣ୍ଟାଇନ୍ସ ଡେ’ରେ କିଏ ବିତିଯାଇଥିବା ଦିନର ମିଠାମିଠା ସ୍ମୃତିକୁ ମନେ ପକାଏ ତ ଆଉ କିଏ ନୂଆନୂଆ ଆରମ୍ଭ ହୋଇଥିବା ସମ୍ପର୍କକୁ ମଜଭୁତ କରିବାକୁ ଚେଷ୍ଟା କରେ। ପ୍ରେମର ପରିଭାଷା ପରିପ୍ରକାଶ କରିବା ପାଇଁ ଗୋଟିଏ ଜୀବନ କ’ଣ ସାତ ଜନ୍ମ ମଧ୍ୟ କମ୍‌ ପଡିଯାଇଥାଏ । ତଥାପି ଗୋଟିଏ ଦିନ ନିଜ ମନର ମଣିଷ ସହ ଏକାନ୍ତରେ କାଟିବା ଉଦ୍ଦେଶ୍ୟରେ ପ୍ରେମୀ ଯୁଗଳ ଭାଲେଣ୍ଟାଇନ୍ସ ଡେକୁ ସାରା ବର୍ଷ  ଅପେକ୍ଷା କରିଥାନ୍ତି। ଏସବୁ ଭିତରେ ବି ପ୍ରେମକୁ ଗୋଟିଏ ଦିବସ କିମ୍ବା ଗୋଟିଏ ସପ୍ତାହ ଭିତରେ ବାନ୍ଧି ରଖିବା ଅସମ୍ଭବ । ମଣିଷର ମୃତ୍ୟୁ ପରେ ବି ତା ପ୍ରେମ ଅନ୍ୟ ପାଇଁ ଉଦାହରଣ ସାଜେ। ସେଥିପାଇଁ ତ ରୋମିଓ ଜୁଲିଏଟଙ୍କଠୁ ଆରମ୍ଭ କରି ଅନେକ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ଆଜି ବି ଅମର ହୋଇ ରହିଛି ।
ତେବେ ଭାଲେଣ୍ଟାଇନ୍ସ ଡେ’ କୌଣସି ଦିବସର ନାଁ ନୁହେଁ, ରୋମ୍‌ର ଜଣେ ସନ୍ଥଙ୍କ ନାମ। ଭାଲେଣ୍ଟାଇନ୍ସ ଡେ’ର ପର୍ବ ଆରମ୍ଭ ହୁଏ ରୋମାନ ରାଜତ୍ୱ କାଳରୁ । ରୋମରେ ସେତେବେଳେ ଶାସନ କରୁଥାନ୍ତି ଅତି ନିଷ୍ଠୁର ଶାସକ କ୍ଲାଉଡିୟସ୍ ଦ୍ୱିତୀୟ । ଅତି କ୍ରୁର ଓ କଠୋର ଶାସନ ପାଇଁ ତାଙ୍କର ସେନା ବାହିନୀରେ କୌଣସି ଯୁବକ ଯୋଗ ଦେବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ତାଙ୍କର ଭ୍ରାନ୍ତ ଧାରଣା ଥିଲା ଯେ, ରାଜ୍ୟର ସବୁ ଲୋକେ ସେମାନଙ୍କର ପ୍ରିୟଜନ ଓ ପରିବାରଙ୍କ ସହ ଅୟସ ଆରାମରେ ଜୀବନ ବିତାଉଥିବାରୁ ସେନାବାହିନୀରେ କେହି ଯୋଗ ଦେଉନାହାଁନ୍ତି। ସେଥିପାଇଁ ସେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ନିଷେଧାଦେଶ ଜାରି କରିଥିଲେ ଏବଂ ଆଉ ଏକ ତାଙ୍କର ଧାରଣା ଥିଲା ଯେ ସେନାବାହିନୀର ସିପାହୀମାନେ ସେମାନଙ୍କ ପ୍ରେମିକା ସହ ସଂପର୍କ ରଖିବା ବା ବିବାହ କରିବା ଦ୍ୱାରା ଶକ୍ତିହୀନ ହୋଇଯିବେ। ସେଥିପାଇଁ ସେମାନଙ୍କୁ ନାନା କଟକଣା ଜାରି କରିଥିଲେ । ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚିଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜଣାପଡ଼ିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେଣ୍ଟାଇନ୍। ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟାଦ୍ଦ ୨୬୯ରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେବେଠାରୁ, ଏହି ଦିନଟିକୁ ପ୍ରେମ ଏବଂ ସମର୍ପଣର ପ୍ରତୀକ ଭାବରେ ବିବେଚନା ହେଲା ଓ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ’ ଭାବରେ ପାଳନ ଆରମ୍ଭ ହେଲା। ସନ୍ଥ ଭାଲଣ୍ଟୋଇନ୍‌ଙ୍କ ମୃତ୍ୟୁକୁ ଇତିମଧ୍ୟରେ ଶହ ଶହ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଏହି ଦିନଟି ବିଶ୍ବବାସୀଙ୍କୁ ପ୍ରେମ ହିଁ ଜୀବନ ବୋଲି  ବାର୍ତ୍ତା ଦେଇଚାଲିଛି ।
ଆଜି ପ୍ରେମ ସପ୍ତାହର ଅନ୍ତିମ ଦିନ ଭାଲେଣ୍ଟାଇନ୍ସ ଡେ’: ପ୍ରେମ ପାଇଁ ଦିନଟିଏ
ଭାଲେଣ୍ଟାଇନ୍ସ ଡେ’। ପ୍ରତିଟି ପ୍ରେମୀ ଯୁଗଳଙ୍କ ପାଇଁ ଏହା ବହୁ ପ୍ରତୀକ୍ଷିତ ଦିନଟିଏ। ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଭରି ରହିଥାଏ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼। ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ-ରୁଷା, ମାନ-ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ବିନା ଫଗୁଣରେ ଦେହ ସାରା ଖେଳିଯାଏ ଏକ ନିଆରା ଶିହରଣ। ପ୍ରକୃତିର ସିନା ୬ ଋତୁ ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ।
ଫେବୃୟାରୀ ୭ ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’। ସାତ ଜନ୍ମର ସାଥୀ ପାଲଟିବାକୁ ଥିବା ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଖାସ୍ ରହିବ । ପ୍ରତିଶ୍ରୁତିର ସାକ୍ଷୀ ପାଲଟିବ ଭାଲେଣ୍ଟାଇନ୍ସ ଡେ’ । ଏହିଦିନ ଯେତେ ପାଖେଇ ଆସେ ପ୍ରେମୀଟିଏ ମନେ ପକାଉଥାଏ ତା’ର ମନର ମଣିଷକୁ। କିଏ କୁହେ ପ୍ରେମ ଅଢ଼େଇ ଅକ୍ଷର ତ, ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ। ପ୍ରେମ ବିଶ୍ବାସ, ପ୍ରେମ ବନ୍ଧନ, ପ୍ରେମ ହୃଦୟର ଅଦେଖା ବସା। ପ୍ରେମର ପହିଲି ଛୁଆଁରେ ଆମୋଦିତ ହୋଇଯାଏ ଅମାନିଆ ମନ। ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। କେବେ ଏହା ଗଗନ ପରି ଅସୀମ ତ ଆଉ କେବେ ସାଗର ପରି ଗଭୀର। ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହାର ଆଖିରେ ଆଖି ତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ। ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ- ବିସ୍ମୃତ କରେ। ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ। ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ। ଇତିହାସ ହେଉ କି କିମ୍ବଦନ୍ତୀ। ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ । କେଦାର-ଗୌରୀ ହୁଅନ୍ତୁ କି ହୀର-ରାଞ୍ଝା, ଲୈଲା-ମଜନୁ। ଏସବୁର ଉଦାହରଣ ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣା। ପ୍ରେମ ହେଉଛି ବିରାମ ଶୂନ୍ୟ କବିତା। ଯାହା କେବେ ସରେନି ବରଂ ପୂରଣ କରିଚାଲେ ହୃଦୟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ନୂଆ ପରିଚୟ ଦେଇଛନ୍ତି ଆଜିର ଯୁବପିଢ଼ି । ନିଜର ମନର ମଣିଷ ଆଗରେ ହୃଦୟର କଥା କହି ଭାଲେଣ୍ଟାଇନ୍ସ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଯୁବପିଢ଼ି କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ ।
ଭାଲେଣ୍ଟାଇନ୍ସ ଡେ’ରେ କୌଣସି ଦିବସର ନାଁ ନୁହେଁ, ବରଂ ରୋମ୍‌ର ଜଣେ ସନ୍ଥଙ୍କ ନାମ। ଖ୍ରୀଷ୍ଟାବ୍ଦ ୨୭୦ ପାଖାପାଖି ସମୟରେ ରୋମ୍‌ରେ କ୍ଲାଉଡିୟସ୍‌ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି । ଆଉ ସେ ନିଜକୁ ବେଶ୍‌ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥିଲେ। ଏଥିପାଇଁ ସେ ତାଙ୍କ ଦେଶର ସୈନ୍ୟ ବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ। ପ୍ରେମ ଓ ବିବାହ କାରଣରୁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ ବୋଲି ସେ ଭାବୁଥିଲେ। ଏଥିପାଇଁ ରୋମାନ୍ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେ ନାହିଁ ବୋଲି ସେ ନିର୍ଦ୍ଦେଶ ଜାରି କରିଥିଲେ। ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚିଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜଣାପଡ଼ିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେଣ୍ଟାଇନ୍। ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟାଦ୍ଦ ୨୬୯ରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ନିର୍ବାପିତ ହୋଇଗଲା ପ୍ରେମର ପ୍ରକୃତ ପୂଜାରୀଙ୍କ ଜୀବନ ଦୀପ । ହେଲେ ପ୍ରେମର ବାଣୀ ଚାରିଆଡ଼େ ବିସ୍ତାରିତ ହୋଇଗଲା। କୁହାଯାଏ, ତାଙ୍କୁ ସ୍ମରଣ ପାଇଁ ଆରମ୍ଭ ହେଲା ପ୍ରେମର ପର୍ବ ଭାଲେଣ୍ଟାଇନ୍ସ ଡେ’ । ଯାହା ଆଜି ବିଶ୍ବର ବିଭିନ୍ନ ଦେଶରେ ପାଳନ କରାଯାଉଛି।
ପ୍ରେମ ହେଉଛି ଜୀବନର ସର୍ବୋତ୍ତମ ଅନୁଭବ, ଯାହା ଜୀବନକୁ ସୁନ୍ଦର କରିବା ସହ ପ୍ରତି ମୁହୂର୍ତ୍ତରେ ଖୁସିରେ ରହିବା ନିମନ୍ତେ ପ୍ରେରଣା ଦେଇଥାଏ । ଯେତେବେଳେ ଜଣଙ୍କ ହୃଦୟରେ ଅନ୍ୟ ଜଣଙ୍କ ପାଇଁ ବିଶେଷ ଭାବନା ରହିଥାଏ, ତାହାକୁ ପ୍ରେମର ପ୍ରଥମ ପରିଭାଷା ବୋଲି ଗ୍ରହଣ କରାଯାଏ। ତେବେ ନିଜର ଭାବନାକୁ ଅନ୍ୟକୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣକର ସୁନ୍ଦର ହସ ପଛରେ ଯେ, ଅନ୍ୟ ଜଣଙ୍କର ହୃଦୟ ରହିଛି, ତାହା ପରିପ୍ରକାଶ କରିବା ହେଉଛି ପ୍ରପୋଜ୍ ଡେ’ର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ରୋଜ୍‌ ଡେ’କୁ ପ୍ରେମ ସପ୍ତାହର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଗୋଲାପ ଦିଆନିଆ ତ ସରି ଯାଇଛି। ଏବେ ମନର ମଣିଷକୁ  ମନକଥା ଖୋଲି କହିବାକୁ ମନ ଚାହୁଁଛି ।  ମନର ମଣିଷକୁ  ଗୋଲାପ ଦେବାପରେ, ହୃଦୟରେ ଚାପିରଖିଥିବା କଥାକୁ ପରସ୍ପର ଆଗରେ ପ୍ରକାଶ କରିବାକୁ,ଏହା ହେଉଛି ସବୁଠାରୁ ଭଲ ସୁଯୋଗ । ହୃଦୟରେ ଅନେକ ଦିନରୁ ସାଇତି ରଖିଥିବା ସେଇ ପ୍ରେମଭରା କେଇ ପଦ କଥା କହିବା ପାଇଁ ପ୍ରେମୀ ଯୁଗଳମାନେ ଏହି ଦିନଟିକୁ ପାଳନ କରିଥାନ୍ତି। ଗତକାଲି ପ୍ରେମୀ ଯୁଗଳମାନେ ଗୋଲାପ ସହ ରୋଜ୍‌ ଡେ’ ପାଳନ କରିଥିବାବେଳେ ଆଜି ସେହି ଗୋଲାପ ଦେଇ ପରସ୍ପରକୁ ପ୍ରେମ ନିବେଦନ କରିବେ। ବର୍ଷକର କୌଣସି ଦିନ ଜଣେ ଜଣକୁ ପ୍ରେମ ନିବେଦନ କରିପାରିବେ। କିନ୍ତୁ ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିବସକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନରେ ଯୁବପିଢ଼ି ପ୍ରେମକୁ ସ୍ୱୀକାର କରିବା ପାଇଁ ଆକର୍ଷଣୀୟ ଫୁଲ ଓ ଉପହାର ସହ ପ୍ରେମିକ/ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଥାନ୍ତି। ପ୍ରେମ କରିବା ସହଜ, କିନ୍ତୁ ସାଥୀଙ୍କୁ ପ୍ରେମ ନିବେଦନ କରିବା ବଡ଼ କଷ୍ଟକର କାମ। ଅନେକ ଲୋକ ନିଜ ମନର କଥା କହି ନ ପାରି ନିଜ ଈପ୍‌ସିତ ପ୍ରେମିକ ବା ପ୍ରେମିକାଙ୍କୁ ହରେଇ ବସିଥାନ୍ତି। ଅବଶ୍ୟ ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିପାରୁଛନ୍ତି। ଅନେକ ସମୁଦ୍ର କୂଳ ତଥା କୌଣସି ପ୍ରାକୃତିକ ପରିବେଶରେ ସାଥୀ ଆଗରେ ନିଜର ଭାବନାକୁ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି।