Betting Gang - The Sakala

ଆଇପିଏଲ୍‌ ବେଟିଂ ଗ୍ୟାଙ୍ଗର ବିଦେଶ ଲିଙ୍କ୍‍ , ଡାକ୍ତରଙ୍କ ପୁଅ ସହ ୨ ଗିରଫ
ସମ୍ବଲପୁର : ଆଇପିଏଲ୍‌ରେ ବିଦେଶୀ ଲିଙ୍କ୍ ଠାବ କରିଛି ସମ୍ବଲପୁର ପୁଲିସ। ସହରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ ମଧ୍ୟ କରିଛି। ଗିରଫ ୨ଜଣଙ୍କ ମଧ୍ୟରୁ ଜଣେ ଅଇଁଠାପାଲି ଥାନା ଟାଟା ନଗର ଅଞ୍ଚଳର ଜନୈକ ଡାକ୍ତରଙ୍କ ପୁଅ ଶୁଭମ କୁମାର ସାହୁ ଅନ୍ୟ ଜଣେ ଝାରସୁଗୁଡ଼ା ଅଞ୍ଚଳର ହରିଶ ସାହୁ। ତେବେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅଙ୍କୁ ଏ ମାମଲାରେ ଉଠାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ିଦିଆଯାଇଥିବା ଚର୍ଚ୍ଚା ହେଉଛି। ଗିରଫ ଅଭିଯୁକ୍ତ ମାନଙ୍କଠାରୁ ୨ଟି ମୋବାଇଲ ଫୋନ, ୧ ଲକ୍ଷ ୯୨ ହଜାର ଟଙ୍କା, ଗୋଟିଏ ବ୍ରେସଲେଟ, ଏକ ବାଇକ ଜବତ ହୋଇଛି। ଏଥିସହ ଅଭିଯୁକ୍ତଙ୍କ ୭ଟି ଆକାଉଣ୍ଟରେ ଥିବା ୪୦ ଲକ୍ଷ ୧୦ ହଜାର ୭୪୬ ଟଙ୍କାକୁ ବ୍ଲକ୍‍ କରାଯାଇଛି। ଏନେଇ ଟାଉନ ଥାନାରେ ୧୯୮/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦଫା ୪୨୦/୪୬୫/୪୬୮/୪୭୧/୧୨୦(ବି) ଆଇପିସି୪/୫ ଅର୍ଥ କାରବାର ମାମଲା ସହ ଆଇଟି ଆକ୍ଟ ଲାଗୁ କରାଯାଇଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ଏସ୍‍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି।

ତଦନ୍ତ ବେଳେ ସମ୍ବଲପୁର ପୁଲିସକୁ ବେଟିଂ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏଥିରେ ଆଉ କିଛି ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲାରେ ଦୀର୍ଘ ବର୍ଷ ହେବ ଏହି କାରବାର ଚାଲୁଥିଲା। ହାଇଟେକ ପଦ୍ଧତିରେ ଏମାନେ ଅର୍ଥ କାରବାର କରୁଥିବା ବେଳେ ପୁଲିସ ସେମାନଙ୍କ ଆକାଉଣ୍ଟ ସିଜ୍‍ କରିବାକୁ ସମ୍ପୃକ୍ତ ବ୍ୟାଙ୍କ ଗୁଡ଼ିକ ସହ ଆଲୋଚନା କରିଥିବା ଜଣାପଡ଼ିଛି।