Khandagiri Kumbh Mela 2025 - The Sakala
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଖଣ୍ଡଗିରି ପ୍ରସିଦ୍ଧ ମାଘ ସପ୍ତମୀ ମେଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦୂରଦୂରାନ୍ତରୁ ସାଧୁସନ୍ଥମାନେ ଆସି ପହଞ୍ଚିଛନ୍ତି। ବଡ଼ିଭୋରୁ ଧୂନି ସ୍ଥାପନ ପରେ ଆରମ୍ଭ ହେବ ମାଘ ମେଳା। ଏଥିପାଇଁ ଖଣ୍ଡଗିରି ଉଦୟଗିରି ପାଦଦେଶରେ ନିଜର ଆସ୍ଥାନ ଜମାଇ ସାଧୁସନ୍ଥମାନେ ଯଜ୍ଞ ପାଇଁ ପ୍ରସ୍ତୁତି କରିସାରିଲେଣି। କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଖଣ୍ଡଗିରିକୁ ସାଧନା ପାଇଁ ଆସୁଥିବାବେଳେ ଚଳିତବର୍ଷର ମଧ୍ୟ ଉତ୍ସାହର ସହ ଏହି କୁମ୍ଭ ମେଳା ପାଇଁ ଭିଡ଼ ପରିଲକ୍ଷିତ ହେବା ଆଶା କରାଯାଉଛି। ସାଧୁସନ୍ଥମାନଙ୍କ ହୋମଯଜ୍ଞ ସାଙ୍ଗକୁ ମୀନାବଜାର ଜମିବ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ସେମାନେଙ୍କ ଷ୍ଟଲ୍‌ ପ୍ରସ୍ତୁତ କରିସାରିଛନ୍ତି।
ମେଳାକୁ ପ୍ଲାଷ୍ଟିକମୁକ୍ତ କରିବାକୁ ଆହ୍ୱାନ
ସାରା ବିଶ୍ୱରେ ପ୍ଲାଷ୍ଟିକ ମହାମାରୀର ରୂପ ଧାରଣ କରିସାରିଛି। ଗାଁରୁ ସହର, ସହରରୁ ଜଙ୍ଗଲ, ଜଙ୍ଗଲରୁ ହ୍ରଦ, ହ୍ରଦରୁ ମହାସାଗର ଧୀରେ ଧୀରେ ପ୍ଲାଷ୍ଟିକ ତାର କାୟାବିସ୍ତାର କରିଚାଲିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ପ୍ଲାଷ୍ଟିକ ମାଟିରେ ମିଶୁନଥିବାରୁ ଫସଲ କ୍ଷତି ଓ ଜଙ୍ଗଲ କ୍ଷୟର କାରଣ ପାଲଟୁଛି। ବିଶେଷକରି ବିଭିନ୍ନ ମେଳା ମହୋତ୍ସବରେ ପ୍ଲାଷ୍ଟିକର ବହୁଳ ବ୍ୟବହାର କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ୪ ତାରିଖରୁ ଭୁବନେଶ୍ୱରରେ ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ମେଳାରେ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବାକୁ ଆହ୍ୱାନ ଦିଆଯାଇଛି। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଦର୍ଶକଙ୍କ ଜନସମାଗମ ହୋଇଥାଏ। ମେଳାରେ ଜରି, ବୋତଲ, ପଲଥିନ୍‌ ଆଦି ବହୁଳ ପରିମାଣରେ ବ୍ୟବହାର ହେବାର ଆଶଙ୍କା ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଏମ୍‌ସି କମିସନର ଖଣ୍ଡଗିରି ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ ପ୍ରତାପ କୁମାର ସାହୁ ଅନୁରୋଧ କରିଛନ୍ତି। ଏହାସହ ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀ ଏବଂ ଦର୍ଶକମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ୍‌ ବଦଳରେ କପଡ଼ା ବ୍ୟାଗ ଧରି ଖଣ୍ଡଗିରି ମେଳାରୁ ବିଭିନ୍ନ ସାମଗ୍ରୀ କିଣନ୍ତୁ ବୋଲି ନିବେଦନ କରିଛନ୍ତି।
ଯାତ୍ରା ୬ରୁ; ୧୦୦ ଠେଙ୍ଗା ପ୍ରସ୍ତୁତ
୬ରୁ ଦୁଲୁକିବ ଖଣ୍ଡଗିରି ପେଣ୍ଡାଲ। ଚଳିତବର୍ଷ ୬ଟି ପେଣ୍ଡାଲରେ ୧୩ଟି ପାର୍ଟି ନିଜର ଯାତ୍ରା ପରିବେଷଣ କରିବେ। ଚଳିତବର୍ଷ ଖଣ୍ଡଗିରିରେ ପରିବେଷଣ ହେବାକୁ ଯାଉଥିବା ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ଠେଙ୍ଗା ପାହାର ବସିବ। ଏଥିପାଇଁ ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସହଯୋଗୀମାନେ ଶହେ ଠେଙ୍ଗା ପୂଜା କରି ରଖିଛନ୍ତି। ଚଳିତବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଅନୁଷ୍ଠିତ ହେବାକୁ ଯାଉଥିବା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ କମେଡି କଲେ ଠେଙ୍ଗା ବୁଲିବ ବୋଲି ବିଧାୟକ କହିସାରିଛନ୍ତି। ଯେଉଁମାନେ ସଂସ୍କୃତି ବିରୋଧୀ ସେମାନେ ହେଉଛନ୍ତି ରାଷ୍ଟ୍ର ବିରୋଧୀ। ତେଣୁ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେହି ଯାତ୍ରା ପାର୍ଟିକୁ ଖଣ୍ଡଗିରି ଯାତ୍ରାରୁ ବ୍ୟାନ୍‌ କରାଯିବ ବୋଲି ବିଧାୟକ ଚେତାଇଛନ୍ତି। ସେ କହିଛନ୍ତି ଯେ, କେବଳ ଖଣ୍ଡଗିରିରେ ନୁହେଁ, ସାରା ରାଜ୍ୟରେ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେଠାରେ ବିରୋଧ କରିବ ଠେଙ୍ଗା। ଓଡ଼ିଆ ଅସ୍ମିତା, ଓଡ଼ିଆ ମାନ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଠେଙ୍ଗା ରଖାଯାଇଛି ବୋଲି ବିଧାୟକ ଶ୍ରୀ ସିଂ କହିଛନ୍ତି। ସେହିପରି ସୋମବାର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିସନର।
ଯାତ୍ରା ହେଉଛି କଳା ପ୍ରଦର୍ଶନର ଏକ ମାଧ୍ୟମ। ମଞ୍ଚ ଉପରେ ପ୍ରତ୍ୟକ୍ଷ ଭାବେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ଦର୍ଶକମାନେ ଭିଡ଼ ଜମାଇଥାନ୍ତି। ହେଲେ ବିଗତ କିଛିବର୍ଷ ହେବ ଯାତ୍ରା ମଞ୍ଚରେ ଅଶ୍ଳୀଳତା ସୀମା ଟପିଛି। ଆଇଟମ୍‌ ଡ୍ୟାନ୍ସ ନାଁରେ ମଞ୍ଚ ଉପରେ ପିନ୍ଧା ବସ୍ତ୍ର ଖୋଲିବାକୁ ପଛାଉ ନାହାନ୍ତି ଡ୍ୟାନ୍ସର। ଫଳରେ ପରିବାର ସହ ଏକାଠି ବସି ଯାତ୍ରା ଦେଖିବା ସମସ୍ତ ବର୍ଗର ଦର୍ଶକଙ୍କ କ୍ଷେତ୍ରରେ ସମ୍ଭବ ହେଉ ନଥିବା ବେଳେ ଏହା ସମାଜକୁ ଏକ ଖରାପ ଚିତ୍ର ପ୍ରଦାନ କରୁଛି। ମଞ୍ଚ ଉପରେ ଅଶ୍ଳୀଳତାକୁ ବିରୋଧ କରାଯାଇ ଆସୁଥିବାବେଳେ ଚଳିତବର୍ଷ ପ୍ରଶାସନ ମଧ୍ୟ ଏଥିପ୍ରତି କଠୋର ନିଷ୍ପତ୍ତି ଗ୍ରହଣ କରିଛି। ଚଳିତବର୍ଷ ଯାତ୍ରରେ କୌଣସି ପ୍ରକାର ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଯାତ୍ରା କମିଟି ଓ ପୁଲିସ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।