Census - The Sakala

ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା, ମେ ୧୫ ଯାଏଁ ଚାଲିବ ପ୍ରକ୍ରିୟା
ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏପ୍ରିଲ ୧୬ରୁ ମେ୧୫ ଯାଏଁ ଚାଲିବ ଏହି ଜନଗଣନା । ୩୦ ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯିବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପାତ୍ର ଗଣନା ହେବ ।  ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା ।

ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର । ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ତାରିଖ ଧର୍ଯ୍ୟ ହୋଇଥିଲା ।  ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା । ଭୁବନେଶ୍ୱର କଟକରେ ପ୍ରୀ ଟେଷ୍ଟ ସରିଛି । ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ । ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୬ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପ୍ରଭାଇଜର ନିଯୁକ୍ତ ହେବେ । ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ । ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରତସୋହନ ଦିଆଯିବ । ଏପ୍ରିଲ ୧୬ରୁ ମେ୧୫ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ ।  ୨୦୨୭ ଫେବୃଆରୀରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନ ଗଣନା ହେବ ।

ଶିମିଳିପାଳରେ ଆଜିଠୁ ପ୍ରଥମ ପର୍ଯ୍ୟାୟ ବାଘ ଗଣନା ଆରମ୍ଭ...
ବାରିପଦା: ଶିମିଳିପାଳରେ ଆଜିଠୁ ବାଘ ଗଣନା ଆରମ୍ଭ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥୋରିଟିର ଗାଇଡ ଲାଇନକୁ ଆଧାର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ଆକଳନ ପ୍ରକିୟା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ବ୍ୟାଘ୍ର ଚଳପ୍ରଚଳ କରୁଥିବା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ଚିହ୍ନ ଅନୁଧ୍ୟାନ କରିବା ପରେ ଟ୍ରାନଜିଟ ଲାଇନ ପକାଇବାକୁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଦକ୍ଷିଣ ଶିମିଳିପାଳର ବ୍ୟାଘ୍ର ଚଳପ୍ରଚଳ କରୁଥିବା ୧୦୩ଟି ବିଟ ଅଞ୍ଚଳରେ ୧୦୩ଟି ଗ୍ରୁପରେ ବନବିଭାଗର ତାଲିମପ୍ରାପ୍ତ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

ଏହା ପରେ ଦିତୀୟ ପର୍ଯ୍ୟାୟ ପ୍ରକିୟା ଡିସେମ୍ବର ମାସ ପ୍ରଥମରୁ ଆରମ୍ଭ କରାଯିବ। ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ଅଞ୍ଚଳରେ ୧୫୦୦ କ୍ୟାମେରା ଲଗାଯାଇ ବାଘ ମାନଙ୍କର ଗତିବିଧିକୁ ରେକର୍ଡ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।

ବଜେଟ୍‌‌ରେ ପର୍ଯ୍ୟାପ୍ତ ଟଙ୍କା ଦେଲେ ନାହିଁ ନିର୍ମଳା; ୨୦୨୫ରେ ଜନଗଣନା ହେବା ନେଇ ସନ୍ଦେହ
ଭୁବନେଶ୍ୱର: ଭାରତରେ ପ୍ରତ୍ୟେକ ୧୦ବର୍ଷରେ ଜନଗଣନା ହୋଇଥାଏ। ଏହି ଦଶନ୍ଧିଗତ ଜନଗଣନା ୨୦୨୧ରେ ହେବା କଥା। କୋରେନା ମହାମାରୀ ଯୋଗୁଁଁ ଏହାକୁ ଲାଗୁ କରାଗଲା ନାହିଁ ବୋଲି ସରକାର କହିଲେ। ୪ ବର୍ଷ ପରେ ଅର୍ଥାତ ୨୦୨୫ ମସିହାରେ ଏହି ଦଶନ୍ଧିଗତ ଜନଗଣନା କରାଇବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌‌ ଉପସ୍ଥାପନା ପରେ ଚଳିତବର୍ଷ ଦେଶରେ ଜନଗଣନା ହେବ କି ନାହିଁ ବୋଲି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଏବାବଦକୁ ଆବଶ୍ୟକ ପଡୁଥିବା ଟଙ୍କା ଠାରୁ ଏହା ବହୁତ କମ୍‌‌। ଶନିବାର ଉପସ୍ଥାପିତ ବଜେଟ୍‌‌ରେ ଏଥିପାଇଁ ମାତ୍ର ୫୭୪.୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

୨୪ ଡିସେମ୍ୱର୨୦୧୯ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ୮, ୭୫୪.୨୩ କୋଟି ଟଙ୍କା ବ୍ୟୟରେ ୨୦୨୧ ଭାରତ ଜନଗଣନା କରିବା ଏବଂ ୩, ୯୪୧.୩୫ କୋଟି ଟଙ୍କା ବ୍ୟୟରେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌‌ପିଆର୍‌‌) ଅପଡେଟ୍‌‌ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଜନଗଣନା କାର୍ଯ୍ୟ ଜାରି ରହିଛି ଏବଂ ସରକାର ଏପର୍ଯ୍ୟନ୍ତ ନୂତନ କାର୍ଯ୍ୟସୂଚୀ ଘୋଷଣା କରିନାହାଁନ୍ତି। ଶନିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୫-୨୬ ବଜେଟରେ ଜନଗଣନା, ସର୍ବେକ୍ଷଣ ଏବଂ ପରିସଂଖ୍ୟାନ/ପଞ୍ଜିକା ଜେନେରାଲ ଅଫ୍‌‌ ଇଣ୍ଡିଆ ପାଇଁ ୫୭୪.୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏଥିପାଇଁ ୧୨ହଜାର କୋଟି ଟଙ୍କା ଅବାଶ୍ୟକ।