Budget 2025-26 - The Sakala
ବଜେଟ୍‌‌ରେ ପର୍ଯ୍ୟାପ୍ତ ଟଙ୍କା ଦେଲେ ନାହିଁ ନିର୍ମଳା; ୨୦୨୫ରେ ଜନଗଣନା ହେବା ନେଇ ସନ୍ଦେହ
ଭୁବନେଶ୍ୱର: ଭାରତରେ ପ୍ରତ୍ୟେକ ୧୦ବର୍ଷରେ ଜନଗଣନା ହୋଇଥାଏ। ଏହି ଦଶନ୍ଧିଗତ ଜନଗଣନା ୨୦୨୧ରେ ହେବା କଥା। କୋରେନା ମହାମାରୀ ଯୋଗୁଁଁ ଏହାକୁ ଲାଗୁ କରାଗଲା ନାହିଁ ବୋଲି ସରକାର କହିଲେ। ୪ ବର୍ଷ ପରେ ଅର୍ଥାତ ୨୦୨୫ ମସିହାରେ ଏହି ଦଶନ୍ଧିଗତ ଜନଗଣନା କରାଇବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌‌ ଉପସ୍ଥାପନା ପରେ ଚଳିତବର୍ଷ ଦେଶରେ ଜନଗଣନା ହେବ କି ନାହିଁ ବୋଲି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଏବାବଦକୁ ଆବଶ୍ୟକ ପଡୁଥିବା ଟଙ୍କା ଠାରୁ ଏହା ବହୁତ କମ୍‌‌। ଶନିବାର ଉପସ୍ଥାପିତ ବଜେଟ୍‌‌ରେ ଏଥିପାଇଁ ମାତ୍ର ୫୭୪.୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
୨୪ ଡିସେମ୍ୱର୨୦୧୯ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ୮, ୭୫୪.୨୩ କୋଟି ଟଙ୍କା ବ୍ୟୟରେ ୨୦୨୧ ଭାରତ ଜନଗଣନା କରିବା ଏବଂ ୩, ୯୪୧.୩୫ କୋଟି ଟଙ୍କା ବ୍ୟୟରେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌‌ପିଆର୍‌‌) ଅପଡେଟ୍‌‌ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଜନଗଣନା କାର୍ଯ୍ୟ ଜାରି ରହିଛି ଏବଂ ସରକାର ଏପର୍ଯ୍ୟନ୍ତ ନୂତନ କାର୍ଯ୍ୟସୂଚୀ ଘୋଷଣା କରିନାହାଁନ୍ତି। ଶନିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୫-୨୬ ବଜେଟରେ ଜନଗଣନା, ସର୍ବେକ୍ଷଣ ଏବଂ ପରିସଂଖ୍ୟାନ/ପଞ୍ଜିକା ଜେନେରାଲ ଅଫ୍‌‌ ଇଣ୍ଡିଆ ପାଇଁ ୫୭୪.୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏଥିପାଇଁ ୧୨ହଜାର କୋଟି ଟଙ୍କା ଅବାଶ୍ୟକ।
ନୂଆଦିଲ୍ଲୀ: ୨୦୨୫-୨୬ ବଜେଟରେ ବିଦେଶୀ ରାଷ୍ଟ୍ର ସହାୟତା ରାଶି ୫୪୮୩ କୋଟି ଟଙ୍କା ରହିଛି। ଗତ ସଂଶୋଧିତ ସହାୟତା ରାଶି ୫୮୦୬ କୋଟି ଟଙ୍କା ତୁଳନାରେ ସାମାନ୍ୟ କମ ରହିଛି । ବିଦେଶ ମନ୍ତ୍ରଣାଳୟର ମୋଟ ବଜେଟ ରାଶି ୨୦,୫୧୬ କୋଟି ଟଙ୍କା ରଖାଯାଇଛି । ବିଦେଶୀ ଏବଂ ଭାରତର ପଡ଼ୋଶୀ ରାଷ୍ଟ୍ର ଭାବେ ଭୁଟାନ ପାଇଁ ସବୁଠୁ ଅଧିକ ସହୟତା ରାଶି ରହିଛି।
୨୦୨୫-୨୬ରେ ଭୁଟାନ ପାଇଁ ବଜେଟରେ ୨୧୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଯାହା ଗତ ବର୍ଷର ସଂଶୋଧିତ ରାଶି ୨୫୪୩ କୋଟି ଟଙ୍କା ତୁଳନାରେ କମ । ତେବେ ବର୍ତ୍ତମାନ ମଧ୍ୟ ଭୁଟାନ ଭାରତର ସହଯୋଗୀ ରାଷ୍ଟ୍ର ଭାବେ ଅଧିକ ସହାୟତା ପାଇଛି। ମୁଖ୍ୟତଃ ଭିତ୍ତିଭୂମି, ଜଳବିଦ୍ୟୁତ୍ ପରିଯୋଜନା ଏବଂ ଆର୍ଥିକ ସହଯୋଗିତା ପାଇଁ ଏହି ପରିମାଣର ଅର୍ଥ ଦିଆଯାଉଛି। ଭୁଟାନ ପରେ ୨୦୨୫-୨୬ ବଜେଟରେ ମାଲଦ୍ୱୀପ ପାଇଁ ସହୟତା ରାଶି ୪୭୦ କୋଟି ଟଙ୍କାରୁ ବଢାଇ ୬୦୦ କୋଟି ଟଙ୍କା କରାଯାଇଛି। ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ସ୍ବାଭାବିକ କରିବା ଉଦ୍ଦେଶ୍ୟରେ ସହାୟତା ରାଶି ବୃଦ୍ଧି କରାଯାଇଛି। ଆଫଗାନିସ୍ତାନକୁ ଦିଆଯାଉଥିବା ସହାୟତା ରାଶି ମଧ୍ୟ ବୃଦ୍ଧି କରାଯାଇଛି। ଏହି ରାଷ୍ଟ୍ରକୁ ସହାୟତା ରାଶି ୫୦ କୋଟିରୁ ବଢାଇ ୧୦୦ କୋଟି ଟଙ୍କା କରାଯାଇଛି। ଏଠାକାର ତାଲିବାନ ସରକାରକୁ ଔପଚାରିକ ଭାବେ ଭାରତ ସ୍ବୀକୃତି ଦେଇ ନଥିଲେ ମଧ୍ୟ ମାନବୀୟ ସହାୟତା ଏବଂ ଆର୍ଥିକ ସହଯୋଗ ଜାରି ରଖାଯାଇଛି।
ଅନ୍ୟପଟେ ମ୍ୟାଁମାରକୁ ଦିଆଯାଉଥିବା ସହାୟତା ରାଶିକୁ ୪୦୦ କୋଟିରୁ ହ୍ରାସ କରି ୩୫୦ କୋଟି ଟଙ୍କା ରଖାଯାଇଛି। ସେହିପରି ବାଂଲାଦେଶକୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶି (୧୨୦ କୋଟି ଟଙ୍କା) ଅପରିବର୍ତ୍ତନୀୟ ରଖାଯାଇଛି। ଅନ୍ୟ ପଡ଼ୋଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ନେପାଳକୁ ୭୦୦ କୋଟି ,ଶ୍ରୀଲଙ୍କା ୩୦୦ କୋଟି ଏବଂ ଆଫ୍ରିକୀୟ ଦେଶଙ୍କୁ ଦିଆଯାଉଥିବା ସହାୟତା ରାଶି ୨୨୫ କୋଟି ଟଙ୍କା ରଖାଯାଇଛି।
ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୫-୨୬ ।  ବଜେଟ ଅଭିଭାଷଣ ବେଳେ ବଡ ଖବର ସାମ୍ନାକୁ ଆସିଛି । ବଜେଟରେ ଆୟକରକୁ ନେଇ ଏକ ବଡ ଘୋଷଣା କରିଛନ୍ତି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରଯାଇଛି। ଫଳରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ମିଳିଛି। କ୍ୟାପିଟାଲ ଗେନ୍ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ କରାଯାଇଛି।
କ୍ୟାପିଟାଲ ଗେନ୍‌ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ । ସେହିପରି ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ୟ୍ୟନ୍ତ ଆୟ ପାଇଁ ୨୦ %, ୨୦ରୁ ୨୪ ଲକ୍ଷ ପର୍ୟ୍ୟନ୍ତ ଆୟ ପାଇଁ ୨୫%, ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ ।
ଅନ୍ୟପକ୍ଷରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ । ସେହିପରି ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଓ ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୨୫ ଲକ୍ଷ ଟଙ୍କା ବଞ୍ଚିବ ।