Gujurat - The Sakala
ଆଇପିଏଲ୍‌ ଏଲିମିନେଟର: ଆଜି ମୁହାଁମୁହିଁ ହେବେ ଗୁଜରାଟ-ମୁମ୍ବାଇ
ମୁଲାନପୁର,ଚଣ୍ଡିଗଡ: ଆଇପିଏଲ୍‌ର ଦୁଇ ଦମ୍‌ଦାର ଦଳ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚଳିତ ସଂସ୍କରଣର ଦ୍ୱିତୀୟ ପ୍ଲେ ଅଫ ବା ଏଲିମିନେଟର ମ୍ୟାଚ୍‌ ଏଠାରେ ଆସନ୍ତାକାଲି ଖେଳାଯିବ। ଦୀର୍ଘ ଦୁଇମାସ ଧରି ଲଢେ଼ଇ କରୁଥିବା ଏହି ଦୁଇ ଦଳ ଲାଗି ମ୍ୟାଚ୍‌ଟି ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି। ଏହାର ଅର୍ଥ ଏହି ମୁକାବିଲାରେ ଯେଉଁ ଦଳ ପରାଜିତ ହେବ, ସେହି ଦଳ ପ୍ରତିଯୋଗିତାରୁ ବିଦାୟ ନେବ। ଏଣୁ ତାରକା ବିହୀନ ଖେଳାଳିଙ୍କୁ ନେଇ ଉଭୟ ଦଳ କିପରି ଏହି ୪୦ ଓଭରକୁ ମୁକାବିଲା କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଂ-୩ରେ ଥିବା ଗୁଜରାଟ ଟାଇଟନ୍ସର ଅଳ୍ପଦିନ ପ୍ରବେଶ ମଧ୍ୟରେ ଦୁଇଥର ଫାଇନାଲ ଖେଳିଥିଲାବେଳେ ୨୦୨୨ରେ ଚାମ୍ପିଅନ ହୋଇଥିଲା। ଆରମ୍ଭରୁ ଏଯାଏ ୧୮ଟି ଯାକ ସଂସ୍କରଣ ଖେଳିଥିବା ମୁମ୍ବାଇ ୫ଥର ଟାଇଟଲ ଜିତିଛି। ଏଭଳି ସ୍ଥିତିରେ କେହି କାହାରିକୁ ଇଞ୍ଚେ ଛାଡ଼ିବେ ନାହିଁ ବୋଲି ସେମାନଙ୍କ ରଣନୀତିରୁ ସୂଚନା ମିଳିଛି।
ଗୁଜରାଟ ଦଳରେ ୩ଜଣ ଖେଳାଳି ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି। ଦଳର ଦୁଇ ଓପନର ସାଇ ସୁଦର୍ଶନ ୬୭୯ ଓ ଅଧିନାୟକ ଶୁବମନ ଗିଲ୍‌ ୬୪୯ ରନ୍‌ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଆଉଟ ହେଲେ ଇଂଲିଶ ଖେଳାଳି ଜୋଶ ବଟ୍ଟଲର ୫୩୮ ରନ୍‌ କରି ସ୍ଥିତି ସମ୍ଭାଳିଛନ୍ତି। ଏହି ମ୍ୟାଚ୍‌ରେ ବଟ୍ଟଲର କିମ୍ବା ଦକ୍ଷିଣ ଆଫ୍ରିକୀୟ ଫାଷ୍ଟ ବୋଲର କାଗିସୋ ରାବାଡ଼ା ଖେଳିବେ ନାହିଁ। ଏଣୁ ସୁଦର୍ଶନ ଓ ଗିଲ ଚାପରେ ରହିବେ। ଅନ୍ୟ ପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଖେଳୁଥିଲାବେଳେ ସୂର୍ଯ୍ୟକୁମାର ଯାଦବ ୬୪୦ ରନ୍‌ କରି ସ୍ଥିର ପ୍ରଦର୍ଶନ ଦେଇଆସିଛନ୍ତି। ଓପନର ରିୟାନ ରିକେଲଟନ ଓ ୱିଲ ଜ୍ୟାକ୍ସ ଏହି ମ୍ୟାଚ୍‌ ଖେଳିବେ ନାହିଁ। ରୋହିତ ଶର୍ମା (୩୨୯) ହୁଅନ୍ତୁ କି ତିଲକ ବର୍ମା (୨୭୪) ସ୍ଥିର ପ୍ରଦର୍ଶନ ଦେଇପାରି ନାହାନ୍ତି। ବୋଲିଂରେ ମୁମ୍ବାଇର ଶକ୍ତି ଅଧିକ। ଯଶପ୍ରୀତ ବୁମ୍‌ରା (୧୭ ୱିକେଟ), ଟ୍ରେଣ୍ଟ ବୋଲ୍ଟ (୧୯ ୱିକେଟ), ହାର୍ଦ୍ଦିକ ପାଣ୍ଡ୍ୟା (୧୩) ଓ ଦୀପକ ଚହର (୧୧) ସ୍ଥିର ପ୍ରଦର୍ଶନ ଦେଇଛନ୍ତି। ଗୁଜରାଟର ଦୁଇ ସଫଳ ବୋଲର ହେଲେ ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ୍‌ ସିରାଜ। କ୍ରିଷ୍ଣା ୨୩ଟି ଓ ସିରାଜ ୧୫ଟି ୱିକେଟ ପାଇଛନ୍ତି। ବାମହାତୀ ସ୍ପିନର ଆର୍‌ ସାଇ କିଶୋରଙ୍କୁ ୧୭ଟି ୱିକେଟ ମିଳିଛି। ଏମାନଙ୍କୁ ବାଦ୍‌ ଦେଲେ ରସିଦ୍‌ ଖାନଙ୍କ ସମେତ ଅନ୍ୟ ଖେଳାଳି ସଫଳ ହୋଇ ନାହାନ୍ତି। ପ୍ରଦର୍ଶନ ଯାହା ହେଉନା କାହିଁକି, ଦୁଇ ସମକକ୍ଷ ଦଳ ମଧ୍ୟରେ ଏହି ମୁକାବିଲାଟି ବେଶ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌।
ଅହମ୍ମଦାବାଦ: ଗୁଜୁରାଟର ବନାସକାଣ୍ଠା ଜିଲ୍ଲାରେ ଏକ ବାଣ କାରଖାନାରେ ଏକ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ପାଞ୍ଚ ଜଣ ଗୁରୁତର ଆହତ ମଧ୍ୟହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, କାରଖାନାରେ ବାଣ ତିଆରି ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର କୋଠାଗୁଡ଼ିକ ମଧ୍ୟ ଥରି ଉଠିଥିଲା। ବିସ୍ଫୋରଣ ସମ୍ପର୍କରେ ଖବର ପାଇ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ଜଣ ନିଖୋଜ
ଗାନ୍ଧୀନଗର: ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁଜୁରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ଜଣ ନିଖୋଜ ଥିବା ବେଳେ ଜଣେ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ତେବେ ଏକ ଧ୍ରୁବ ହେଲିକପ୍ଟର ଗୁଜୁରାଟରେ ବନ୍ୟା ବିତ୍ପାତ କାରଣରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଓ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାରେ ନିୟୋଜିତ ହୋଇଥିଲା । ହେଲେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପୋରବନ୍ଦର ପାଖରେ ଆରବିଆନ ସମୁଦ୍ରରେ ଜରୁରୀକାଳୀନ ଅବତରଣ କରୁଥିଲା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ୩ ଜଣ ନିଖୋଜ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ହ୍ରଦରେ ଡଙ୍ଗା ବୁଡ଼ି ୧୨ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷକଙ୍କ ମୃତ୍ୟୁ
ଗୁଜରାଟ: ଗୁଜରାଟ ଭଦୋଦରା ହର୍ଣ୍ଣି ହ୍ରଦରେ ଦୁଃଖଦ ଘଟଣା ଘଟିଯାଇଛି। ହର୍ଣ୍ଣି ହ୍ରଦରେ ଏକ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ ଥିବା ସୂଚନା ମିଳିଛି । ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ  ନିଖୋଜ ଥିବାବେଳେ ତଲାସ କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ସ୍କୁଲ୍‌ ପକ୍ଷରୁ ସେମାନଙ୍କୁ ପିକନିକରେ ସେଠାକୁ ନିଆଯାଇଥିଲା। ତେବେ ଡଙ୍ଗାରେ ବସିଥିବା ବେଳେ ସେମାନେ କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ। ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଓ ଦମକଳ ବାହିନୀ ମିଳିତ ଭାବେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିବାବେଳେ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ଏବଂ ସେମାନଙ୍କ ଚିକିତ୍ସା ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ପ୍ରତ୍ୟେକ ମୃତକଙ୍କ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ଏକ ଏକ୍ସ-ଗ୍ରାଟିଆ ଦିଆଯିବ। ଏହାସହିତ ଆହତ ମାନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି।
ଝୁଲାପୋଲ ଟ୍ରାଜେଡ଼ି: ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ପ୍ରଧାନମନ୍ତ୍ରୀ
ମୋର୍ବି: ଗୁଜରାଟର ମୋର୍ବି ଜିଲାରେ ଝୁଲାପୋଲ ଭୁଶୁଡ଼ିବା ଘଟଣା। ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହାପରେ ଦୁର୍ଘଟଣା ସ୍ଥଳରୁ ସିଧାସଳଖ ହସ୍‌ପିଟାଲ ଯାଇଥିଲେ ପ୍ରଧାନମନ୍ତ୍ରୀ। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା ଲୋକଙ୍କୁ ଭେଟିଥିଲେ। ମୋର୍ବି ଜିଲାରେ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ଏବଂ ଦୁର୍ଘଟଣା ପରବର୍ତ୍ତି ସମୟରେ ଉଦ୍ଧାର କାର୍ଯ୍ଯ, ରିଲିଫ, ଚିକିତ୍ସା ଦେବା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।
ଗୁଜରାଟ ମୋର୍ବି ସହରର ଝୁଲା ପୋଲ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧୪୦ ଛୁଇଁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଯେଉଁମାନେ ଏହି ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କୁ ମାଗଣା ଚିକିତ୍ସା ସହ ୫୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି।
ଏଭଳି ଏକ ଭୟାନକ ଏବଂ ମର୍ମନ୍ତୁଦ ଘଟଣାର କାରଣକୁ ନେଇ ତର୍ଜମା ଚାଲିଥିଲା ବେଳେ ପୋଲ ତଦାରଖ ଏବଂ ପରିଚାଳନା ସଂସ୍ଥା ସମେତ ସ୍ଥାନୀୟ ପ୍ରଶାସନର ବେପରୁଆ ମନୋଭାବ ମୁଖ୍ୟ କାରଣ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଦୁର୍ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ ଟିମ୍‌(ଏସଆଇଟି) ଗଠନ କରାଯାଇଥିଲେ ହେଁ ପ୍ରାଥମିକ ଅନୁସନ୍ଧାନ କରାଯାଇ ସୋମବାର ୯ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ପୋଲ ତଦାରଖ ଏବଂ ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ଓରେଭା କମ୍ପାନୀର ୪ ଜଣ ମ୍ୟାନେଜର ରହିଛନ୍ତି। ସେହିପରି ଝୁଲାପୋଲ ପାଇଁ ଟିକଟ କାଟିବା ଲାଗି ନିଯୁକ୍ତ ରହିଥିବା ଦୁଇ ଜଣ କର୍ମଚାରୀ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି। ଗୋଟିଏ ପକ୍ଷରେ ଏହି ପୋଲରେ ଏକ ସମୟରେ ଯେତିକି ଲୋକଙ୍କୁ ଯିବା ଲାଗି ଅନୁମତି ଦିଆଯାଇଥାଏ, ତା’ ଠାରୁ ଅଧୁକ ଲୋକଙ୍କୁ ଟିକଟ ଦିଆଯାଇ ଯିବାକୁ ଅନୁମତି ଦିଆଯାଇଥିଲା ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ , ଏକ ସମୟରେ ଏହି ଝୁଲା ପୋଲର ବହନ କ୍ଷମତା ୧୫୦ ରହିଛି। କିନ୍ତୁ ଅର୍ଥ ଲୋଭରେ ପରିଚାଳନାକାରୀ ସଂସ୍ଥା ପକ୍ଷରୁ ୬୫୦ ଲୋକଙ୍କୁ ଟିକଟ ଦିଆଯାଇଥିଲା। ସେମାନେ ଏକ ସମୟରେ ପୋଲ ଉପରେ ଚଢ଼ି ଥିବାରୁ ଭାରସାମ୍ୟ ହରାଇ ପୋଲ ଛିଣ୍ଡିପଡ଼ିିଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ପୋଲର ମରାମତି ଏବଂ ତଦାରଖ କାର୍ଯ୍ୟରେ ନିଯୁକ୍ତ ରହିଥିବା ଓରେଭା କମ୍ପାନୀର ସ୍ବଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।  ଏହି କମ୍ପାନୀ ଅଜନ୍ତା ଘଣ୍ଟା ଏବଂ ଏଲଇଡି ବଲ୍‌ବ ତିଆରି କରୁଥିବା ବେଳେ ୧୫୦ ବର୍ଷ ତଳର ଝୁଲା ପୋଲର ମରାମତି ଏବଂ ତଦାରଖ କାର୍ଯ୍ୟ କିଭଳି ଦିଆଯାଇଥିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏହି କମ୍ପାନୀକୁ ପୋଲ ମରାମତି କାର୍ଯ୍ୟ ଦିଆଯାଇଥିଲା ଏବଂ ମାତ୍ର ୫ ଦିନ ତଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ କାର୍ଯ୍ୟକ୍ଷମ ହେବା ପୂର୍ବରୁ କମ୍ପାନୀ ପକ୍ଷରୁ ଫିଟନେସ ସାର୍ଟିଫିକେଟ୍‌ କାହିଁକି ସ୍ଥାନୀୟ ପ୍ରଶାସନକୁ ଦିଆଯାଇ ନଥିଲା ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି।
ଏଭଳି ସ୍ଥିତିରେ ଏକ ଗଭୀର ନଦୀ ଉପରେ ଝୁଲାପୋଲ ଉପରେ ଶହ ଶହ ଲୋକଙ୍କୁ ଏକ ସମୟରେ ଭ୍ରମଣ ପାଇଁ ଅନୁମତି ଦିଆଟିବା ନିଶ୍ଚିତ ଭାବେ ବେପରୁଆ ମନୋଭାବର ପରିଚାୟକ। ସ୍ଥାନୀୟ ପ୍ରଶାସନ ହେଉ କି ପୋଲ ତଦାରଖ ଦାୟିତ୍ବରେ ରହିଥିବା କମ୍ପାନୀ , ଏହି କାରଣ ହିଁ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି।  ବର୍ତ୍ତମାନ ସୁଦ୍ଧା ୧୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ବେଳେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଏବେ ସୁଦ୍ଧା ଆଉ ଦୁଇ ଜଣ ନିଖୋଜ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଜଳ, ସ୍ଥଳ ଏବଂ ବାୟୁ ସେନାର ୩୦୦ ଯବାନଙ୍କ ସମେତ ଏନଡିଆରଏଫ ଟିମ୍‌ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦୁଇ ଦୁଇଥର ଗସ୍ତ କରି ସ୍ଥିତି ତଦାରଖ କରିଛନ୍ତି। ରାଜ୍ୟର ଅନ୍ୟ କିଛି ବରିଷ୍ଠ ମନ୍ତ୍ରମାନେ ମଧ୍ୟ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
ଆଜି ଘୋଷଣା ହୋଇପାରେ ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ତାରିଖ
ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ତାରିଖ । ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନର ପ୍ରେସମିଟ୍ କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରେସ କନଫରେନ୍ସ ଡକାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବରରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ଯକାଳ ଶେଷ ହେଉଥିବା ବେଳେ ଡିସେମ୍ବରର ଗୁଜରାଟ ବିଧାନସଭା କାର୍ୟ୍ୟକାଳ ଶେଷ ହେବ ।
୨୦୧୭ ନିର୍ବାଚନରେ ଗୁଜରାଟରେ ବିଜେପି ୯୯ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୭୭ ସିଟ୍ ମିଳିଥିଲା । ସେହିପରି ହିମାଚଳରେ ବି ମୋଟ ୬୮ ସିଟରୁ ୪୪ ସିଟରେ ବିଜୟୀ ହୋଇଥିଲା ବିଜେପି ।
ଭୁଲରେ ଆକାଉଣ୍ଟକୁ ଆସିଥିବା ଅର୍ଥକୁ ବିନିଯୋଗ କରି ୩୦ ମିନିଟରେ ଲାଭ କଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ଗୁଜୁରାଟ: ଗୁଜୁରାଟର ଅହମ୍ମଦାବାଦରେ ବ୍ୟାଙ୍କର ଗଡ଼ବଡି ହେତୁ ରମେଶଭାଇ ସାଗର ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୧,୬୭୭ କୋଟି ଟଙ୍କା ଜମା ହୋଇଥିଲା। ରମେଶଭାଇ ସାଗର ଅହମ୍ମଦାବାଦର ଜଣେ ଏମ୍ବ୍ରୋଡେରୀ ବ୍ୟବସାୟୀ। ସେ ୫ ବର୍ଷ ହେଲା ଷ୍ଟକ୍ ମାର୍କେଟରେ ମଧ୍ୟ ନିବେଶ କରୁଛନ୍ତି। ଏହି ରାଶି ମଧ୍ୟରୁ ସେ ଷ୍ଟକ୍ ମାର୍କେଟରେ ଦୁଇ କୋଟି ଟଙ୍କା ବିନିଯୋଗ କରିଥିଲେ ଏବଂ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ପାଞ୍ଚ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ସେ  ଏକ ଗଣମାଧ୍ଯମକୁ  ଏହି ସୂଚନା ଦେଇଛନ୍ତି।
ଜୀବନ ପରିବର୍ତ୍ତନକାରୀ ମୂହୁର୍ତ୍ତଗୁଡ଼ିକୁ ମନେ ପକାଇ ରମେଶଭାଇ ସାଗର କୁହନ୍ତି ଯେ, ଜୁଲାଇ ୨୬ରେ ସବୁଦିନ ଭଳି ସେହିଦିମ ସକାଳ ୯ଟା ୩୦ ସମୟରେ ଷ୍ଟକ ମାର୍କେଟରେ କାରବାର ପାଇଁ  ବସିଥିଲେ।  ସେଦିନ ବଜାରରେ ଅଧିକ ଉତ୍ସାହ ନ ଥିଲା । ତା’ପରେ ସେ ୧୧ଟା ୩୦ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ହଠାତ୍ ଯେତେବେଳେ ସେ  ତାଙ୍କ ବ୍ଯାଙ୍କ ଆଙ୍କଉଣ୍ଟର ବାଲାନ୍ସ  ଯାଞ୍ଚ କରିଥିଲେ ସେ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯାଇଥିଲା। ତାଙ୍କ ଆକାଉଣ୍ଟରେ ୧୧,୬୭୭ କୋଟି ଟଙ୍କା ଜମା ହୋଇଥିଲା ।
ଯେତେବେଳେ ମୋ ଆକାଉଣ୍ଟରେ ଏତେ ପରିମାଣର ଜମା ହେଲା, ହଠାତ୍ ସେ ଅନୁଭବ କରିଥିଲେ ଯେ  ସେ ଟଙ୍କା କେବଳ ଅଳ୍ପ ସମୟ ପାଇଁ ଆସିଛି। ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡିବ। ତେଣୁ ସେ ଏହାକୁ ଅଧ ଘଣ୍ଟା ପାଇଁ ବିନିଯୋଗ କରିବାକୁ ଚିନ୍ତା କରିଥିଲେ ଯାହାର ଲାଭ ମଧ୍ୟ ପାଇଥିଲା।  ସେ ପ୍ରତିଦିନ ଟ୍ରେଡିଂ କରନ୍ତି । ହେଲେ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ଯନ୍ତ କାରବାର କରୁଥିଲି। କିନ୍ତୁ ସେ ଦିନ ତାଙ୍କ ଆକାଉଣ୍ଟରେ ୧୧,୬୭୭ କୋଟି ରହିଥିଲା । ଏହି ଜମା ଟଙ୍କାରୁ  ପ୍ରାୟ ୨ କୋଟି ଟଙ୍କା କାରବାରରେ ଲଗାଇଥିଲେ। ହେଲେ ସେହି ସମୟରେ କ୍ଷତି ହବାର ଭୟ ମଧ୍ୟ ରହିଥିଲା। କିନ୍ତୁ ତାଙ୍କର ଷ୍ଟକ୍ ମାର୍କେଟ ବିଷୟରେ ଜ୍ଞାନ ଥିଲା, ତେଣୁ ତାଙ୍କୁ ଅଧିକ ଭୟ ଲାଗି  ନ ଥିଲା।   ଏତେ ପରିମାଣର ଟଙ୍କା ଦେଖି ଖୁସିର କୌଣସି ସୀମା ନ ଥିଲା। ସେ ଏହି ବିଷୟରେ ଚିନ୍ତା କରି ନ ଥିଲେ ଏବଂ ହଠାତ୍ ୫ ଲକ୍ଷ ଟଙ୍କା ଲାଭ ପାଇଥିଲେ। ତାଙ୍କ କହିବା ଅନୁଯାୟୀ  xyz ଯାହା ଘଟେ ସେ ତୁରନ୍ତ ନିଷ୍ପତ୍ତି ନେଇଥାନ୍ତି।
ରମେଶଭାଇ କହିଛନ୍ତି ଯେ, ସେଦିନ ମୋ ଭଳି ବିହାରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥିଲା। ସମାନ ପରିମାଣ ସେଠାରେ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା।  କିନ୍ତୁ ସେ ବିନିଯୋଗ କରି ନ ଥିଲେ। ରମେଶଭାଇ କହିଛନ୍ତି ଯେ ଯଦି ତୁମକୁ ସୁଯୋଗ ମିଳିଛି ଏହାର ଲାଭ ଉଠେଇବା ଦରକାର । ସେ  କେବଳ ସପ୍ତମ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି।। ତା’ପରେ ୩ରୁ୪ ବର୍ଷ ପର୍ଯ୍ୟନ୍ତ କୃଷିରେ କାର୍ଯ୍ୟ କରିଥିଲେ। ଏହାପରେ ପ୍ରାୟ ୧୬ ବର୍ଷ ବୟସରେ ଅହମ୍ମଦାବାଦ ଆସିଥିଲେ। ଏଠାକୁ ଆସିବା ପରେ ଏମ୍ବ୍ରୋଡେରୀ କାମ କରିବା ଆରମ୍ଭ କରିଥିଲେ। ୪ରୁ୫ ବର୍ଷ କାମ କରିବା ପରେ, ସେ ୨୦୦୭ରେ ନିଜର କାମ ଆରମ୍ଭ କରିଥିଲେ।
ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍‌, ୬ ମୃତ
ଗୁଜୁରାଟ: ଶୁକ୍ରବାର ସକାଳେ ଗୁଜୁରାଟର ଅମ୍ବାଜୀରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଭାରସାମ୍ଯ ହରାଇ ଚାଲିଚାଲି ଯାଉଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଠାରେ ୭ ଜଣ ଭକ୍ତ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ କର୍ମଚାରୀମାନେ  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଅଧିକାଂଶ ଯାତ୍ରୀ ପଞ୍ଚମହଲ ଜିଲ୍ଲାର କାକୋଲର ବାସିନ୍ଦା ଥିଲେ ଏବଂ ଅମ୍ବାଜୀ ମନ୍ଦିର ପରିଦର୍ଶନ କରିବାକୁ ଚାଲିଚାଲି ଯାଉଥିଲେ। ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନିଆରା ବିବାହ: ବିନା ବର ଓ ପଣ୍ଡିତରେ ନିଜକୁ ନିଜେ ବାହା ହେଲେ ଗୁଜୁରାଟର କ୍ଷମା ବିନ୍ଦୁ
ବରୋଦା: ଗୁଜୁରାଟର ବରୋଦାରେ ଦେଖିବାକୁ ମିଳିଛି ନିଆରା ବିବାହ। ବିନା ବରରେ ହୋଇଛି ବାହାଘର । ବିନା ବରରେ ନେଲେ ସାତ ଫେରା, ନିଜକୁ ନିଜେ ଲଗାଇଲେ ସିନ୍ଦୁର ଆଉ ନିଜ ପାଇଁ ନିଜେ ନେଲେ ବିବାହ ପ୍ରତିଜ୍ଞା । ନିକଟ ଅତୀତରେ ଚର୍ଚ୍ଚାରେ ଥିବା ଗୁଜୁରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ ଆଜି ନିଜକୁ ସମସ୍ତ ରୀତିନୀତିରେ ବିବାହ କରିଛନ୍ତି । ଅନେକ ଦିନରୁ ଲାଇମଲାଇଟ୍ ରେ ଥିବା କ୍ଷମାଙ୍କ ଏପରି ବିବାହ ବିଷୟ ଯେକେହି ବି ଶୁଣିଲେ , ଆଶ୍ଚର୍ଯ୍ୟ ହେବା ନିଶ୍ଚିତ । ଜୁନ୍ ୧୧ରେ ନିଜକୁ ନିଜେ ବିବାହ କରିବାକୁ ଘେଷଣା କରିଥିଲେ କ୍ଷମା କିନ୍ତୁ ବିବାଦରୁ ବଞ୍ଚିବା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ନିଜକୁ ବିବାହ କରିଛନ୍ତି ।
କ୍ଷମା ବିନ୍ଦୁ ଶେଷରେ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ନିଜ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ବିବାହ ସମୟରେ ହଳଦୀ, ମେହେନ୍ଦୀ ଓ ଅନ୍ୟ ସବୁ ରୀତିନୀତି ହୋଇଥିଲା ​​| ବରୋଦାର ଗୋତ୍ରି ସ୍ଥିତ ତାଙ୍କ ଘରେ କ୍ଷମା ରୀତିନୀତି ଅନୁଯାୟୀ ବିବାହ କରିଥିଲେ | ତେବେ ଏହି ବିବାହରେ ନା ଥିଲେ ବର ନା ପଣ୍ଡିତ। ଏହି ବିବାହରେ କ୍ଷମାଙ୍କର କିଛି ଘନିଷ୍ଠ ବାନ୍ଧବୀ ଯୋଗ ଦେଇଥିଲେ |
ପ୍ରଥମେ କ୍ଷମା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଜଣେ ବିଜେପି ନେତାଙ୍କ ବିରୋଧ ପରେ ସେ ଘରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।ଏପରି ବିବାହ ସମ୍ପନ କରିବାକୁ କେହି ପଣ୍ଡିତ ରାଜି ନହେବାରୁ ସେ ନିଜେ ଡିଜିଟାଲ ମାଧ୍ୟମରେ ଟେପ୍ ରେ ମନ୍ତ୍ର ବଜାଇ ବିବାହ କରିଛନ୍ତି ।ବିବାହ ପରେ ହନିମୁନ୍ ପାଇଁ ଗେଆ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । କ୍ଷମାଙ୍କ ନିଜକୁ ନିଜେ ବିବାହ କରିବାର ନିଷ୍ପତ୍ତିକୁ ତାଙ୍କ ପିତାମାତା ସମର୍ଥନ କରିବା ସହ ସୁଖୀ ଜୀବନ ପାଇଁ ଆଶିର୍ବାଦ ମଧ୍ୟ କରିଛନ୍ତି । ବିବାହ ପରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଶ୍ରୀମଦ୍ ଭଗବତ ଗୀତା
ଗୁଜରାଟ: ଏଣିକି ସ୍କୁଲ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ ସରକାର । ତେବେ ଗୁଜରାଟ ସରକାରଙ୍କ ଏହି ନୂଆ ଶିକ୍ଷାନୀତି ଅନୁସାରେ, ଗୁଜରାଟର ସମସ୍ତ ସ୍କୁଲରେ ଗୀତାର ମହତ୍ତ୍ବ ଏବଂ ମୂଲ୍ୟବୋଧ ବିଷୟରେ ପଢାଯିବ ।
ଗୁଜରାଟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି କି, ଛାତ୍ରଛାତ୍ରୀମାନେ ଶ୍ରୀମଦଭଗବତ ଗୀତାର ମୂଲ୍ୟବୋଧ ବାବଦରେ ଜାଣିବା ପାଇଁ ସ୍ବତନ୍ତ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଶ୍ଲୋକ ଗାନ, ବାକ୍ୟ ପ୍ରତିଯୋଗିତା ଏବଂ ସାହିତ୍ୟ ଆସରର ଆୟୋଜନ କରାଯିବ । ତେବେ ସରକାରଙ୍କ ଏହି ଘୋଷଣା ପଛରେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ହିଁ ପ୍ରମୁଖ କାରଣ ବୋଲି କୁହାଯାଉଛି ।
ନୂଆଦିଲ୍ଲୀ: ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି କରୋନାର ମାରାତ୍ମକ ଭାରିଏଣ୍ଟ ‘ଓମିକ୍ରନ’ । କର୍ଣ୍ଣାଟକ ପରେ ଏବେ ଗୁଜୁରାଟରେ ଚିହ୍ନଟ ହୋଇଛି କରୋନାର ଏହି ଘାତକ ଭାରିଆଣ୍ଟ ଓମିକ୍ରନ୍ ର ତୃତୀୟ ମାମଲା । ଗୁଜୁରାଟର ଜାମନଗରରେ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଥିବା କୁହାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟର ଜାମନଗର ଅଞ୍ଚଳକୁ ଫେରିଥିଲେ । ଏୟାରପୋର୍ଟରେ ଚାଲିଥିବା ସ୍କ୍ରିନିଂ ସମୟରେ ହିଁ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କର ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏବେ ତାଙ୍କର ରିପୋର୍ଟ ଆସିବା ପରେ ସେ କରୋନାର ଓମିକ୍ରନ ଭାରିଆଣ୍ଟ ଭୂତାଣୁ ଦ୍ୱାରା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି । ଏହାପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି।
ଅହମଦାବାଦ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ କଳ୍କୀ ଅବତାର ତଥା ରମେଶଚନ୍ଦ୍ର ପଫେର୍ । ପୂର୍ବରୁ ନିଜକୁ କଳ୍କୀ ଅବତାର (ଭଗବାନ ବିଷ୍ଣୁଙ୍କ ଶେଷ ଅବତାର) କହୁଥିଲେ । ତାଙ୍କୁ ଯଦି ତାଙ୍କ ଦରମା ନ ମିଳେ ତେବେ ସେ ପୃଥିବୀରେ ପ୍ରଳୟ ଆଣିବେ ବୋଲି ଧମକ ଦେଇଛନ୍ତି । ଗ୍ରାଚ୍ୟୁଟି ନଦେଲେ ସେ ପୃଥିବୀକୁ ଦୁର୍ଭିକ୍ଷ ନେଇଆସିବି । କାରଣ ସେ କୁଆଡେ ଠାକୁରଙ୍କର କଳ୍କୀ ଅବତାର । ପୃଥିବୀରେ ତାଙ୍କ ପାଇଁ ହିଁ ଭଲ ବର୍ଷା ହେଉଛି ଆଉ ଏଥିପାଇଁ ସେ କୁଆଡେ କାମ କରୁଛନ୍ତି । ସେଥିପାଇଁ ତାଙ୍କୁ ଦରମା ଦେବାର ଆବଶ୍ୟକତା ରହିଛି । ପାଠକ ବନ୍ଧୁ ଏକଥା ଆମେ କହୁନୁ କି ଏ ମନୋଭାବ କୌଣସି ସାଧୁସନ୍ଥ ବା ଭଣ୍ଡ ବାବାଙ୍କର ନୁହେଁ । ଏ ହେଉଛି ଜଣେ ସରକାରୀ କର୍ମଚାରୀଙ୍କ ବିଳାପ । ଯେ କି ଅଫିସ୍ ନଯାଇ ଦାବି କରୁଛନ୍ତି ଦରମା ଟଙ୍କା, ଆଉ ଏଭଳି ଫମ୍ପା ଧମକ ମଧ୍ୟ ଦେଉଛନ୍ତି ।
ସୂଚନା ଅନୁସାରେ ପ୍ରାୟ ଦୁଇ ବର୍ଷ ତଳେ ଗୁଜୁରାଟର ଜଳ ସମ୍ପଦ ବିଭାଗର ଅଧୀକ୍ଷକ ରମେଶଚନ୍ଦ୍ର ପଫେର୍ ନିଜକୁ ନିଜେ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହିଥିଲେ । ସେ ଅଧୀକ୍ଷକ ଥିଲେ କିନ୍ତୁ ମାନସିକ ଅବସ୍ଥା ଦେଖି ସରକାର ତାଙ୍କୁ ଆଗୁଆ ଅବସର ଦେଇଥିଲେ । ବର୍ତ୍ତମାନ ସେ କହୁଛନ୍ତି ତାଙ୍କର ଗ୍ରାଚ୍ୟୁଇଟି ଟଙ୍କା ନ ମିଳିଲେ ପୃଥିବୀରେ ଦୁର୍ଭିକ୍ଷ ଆଣିଦେବେ । ନିଜକୁ କଳ୍କୀ ଅବତାର ବୋଲାଉଥିବା ରମେଶଚନ୍ଦ୍ର ଏବେ ଟଙ୍କା ନମିଳେ ସେ ତାଙ୍କର ଦିବ୍ୟ ବାଣୀ ଦ୍ୱାରା ଦୁର୍ଭିକ୍ଷ ଆଣିଦେବେ ବୋଲି କହୁଛନ୍ତି ।
ଜୁଲାଇ ୧ ତାରିଖ ଦିନ ଜଳ ସମ୍ପଦ ବିଭାଗର ସଚିବଙ୍କୁ ଲେଖିଥିବା ଚିଠିରେ ପଫେର୍ କହିଛନ୍ତି ଯେ ସରକାରରେ ଥିବା ରାକ୍ଷସମାନେ ତାଙ୍କୁ ଗ୍ରାଚ୍ୟୁଇଟି ଏବଂ ଏକ ବର୍ଷର ବେତନ ହିସାବରେ ୧୬ ଲକ୍ଷ ଟଙ୍କା ନଦେଇ ତାଙ୍କୁ ହଇରାଣ କରୁଛନ୍ତି । ଆଉ ଅଜବ ଧମକ ଦେଉଛନ୍ତି ଯେ ଯଦି ଏହି ଟଙ୍କା ତାଙ୍କୁ ନ ମିଳେ ତେବେ ସେ ପୃଥିବୀରେ ଭୟଙ୍କର ମରୁଡ଼ି ଆଣିବେ କାରଣ ସେ ପ୍ରଭୁ ବିଷ୍ଣୁଙ୍କ ଦଶମ ଅବତାର ଯିଏ କି ସତ୍ୟଯ଼ୁଗରେ ଶାସନ କରିଥିଲେ ।
ପଫେର୍ ଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷକ ଇଞ୍ଜିନିୟର ଭାବରେ ଭଦୋଦରା କାର୍ଯ୍ୟାଳୟରେ ପୋଷ୍ଟ କରାଯାଇଥିଲା । ଦୀର୍ଘ ଆଠ ମାସ ମଧ୍ୟରେ ମାତ୍ର ୧୬ ଦିନ ଅଫିସକୁ ଆସିଥିଲେ ସେ । ତେଣୁ ବିଭାଗ ତାଙ୍କୁ ନୋଟିସ ଜାରି କରିଥିଲେ । ଜଳ ସମ୍ପଦ ବିଭାଗର ସଚିବ ଏମ.କେ ଯାଦବ କହିଛନ୍ତି ଯେ ରମେଶ ପଫେର୍ ସେମାନଙ୍କୁ ବୋକା ବନାଉଛନ୍ତି, “ପଫେର୍ ଅଫିସକୁ ନ ଆସି ଦରମା ଦାବି କରୁଛନ୍ତି । ସେ କହୁଛନ୍ତି ଯେ ସେ କୁଆଡେ ‘କଳକୀ’ ଅବତାର ଏବଂ ପୃଥିବୀରେ ବର୍ଷା ଆଣିବା ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦରମା ଦିଆଯିବା ଉଚିତ । ପଫେର୍ ଏମିତି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କଳ୍କୀ ଅବତାର ଆକାରରେ ପୃଥିବୀରେ ତାଙ୍କର ଉପସ୍ଥିତି ଥିବାରୁ ଭାରତକୁ ଭଲ ବର୍ଷା ହୋଇଛି ।