America Flight Crash - The Sakala

ଆମେରିକାରେ ମଝି ଆକାଶରେ ବିମାନ ଦୁର୍ଘଟଣା: ସମସ୍ତ ୬୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ
ଓ୍ବାଶିଂଟନ: ଆମେରିକାରେ ଆଜି ମଝି ଆକାଶରେ ଘଟିଥିବା ବିମାନ ଦୁର୍ଘଟଣାରେ ସମସ୍ତ ୬୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବିମାନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ବିମାନଟି ୩ ଖଣ୍ଡ ହୋଇଯାଇଥିଲା । ବିମାନରେ ମୋଟ ୬୭ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥଇଥିବା ନେଇ ୱାଶିଂଟନ ଫାୟାର ଚିଫ୍ ସୂଚନା ଦେଇଛନ୍ତି । ଆମେରିକାର ୱାଶିଂଟନ ଡିସିରେ ରିଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଏକ ଯାତ୍ରୀବାହୀ ବିମାନ ଓ ଆର୍ମି ହେଲିକପ୍ଟର ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଧକ୍କା ପରେ ବିମାନ ଓ ହେଲିକପ୍ଟର ଖଣ୍ଡ ବିଖଣ୍ଡିତ ହୋଇ ନଦୀକୁ ଖସି ପଡ଼ିଥିଲା ।

ସୂଚନାଯୋଗ୍ୟ, ବିମାନଟି ଆମେରିକାର ୱାଶିଂଟନର ରୋନାଲ୍ଡ ରିଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ଆମେରିକାନ୍ ଏୟାରଲାଇନ୍ସର ବିମାନ ୫୩୪୨ କାନସାସର ୱିଚିଟାରୁ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ମେମ୍ବରଙ୍କୁ ନେଇ ଉଡ଼ାଣ ଭରିଥିଲା। ବିମାନ ବନ୍ଦର ନିକଟକୁ ଆସୁଥିବା ବେଳେ ପ୍ରଶିକ୍ଷଣ ଅଭିଯାନରେ ଥିବା ବ୍ଲାକ୍ ହକ୍ ହେଲିକପ୍ଟର ସହ ବିମାନଟି ଧକ୍କା ଖାଇଥିଲା। ହେଲିକପ୍ଟରରେ ଥିବା ୩ ଜଣ ଯବାନଙ୍କ ମୃତ୍ୟୁ ମଧ୍ୟ ନିଶ୍ଚିତ ହୋଇଛି।