Make in Odisha Conclave 2025 - The Sakala

ଆଜିଠାରୁ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ’; ଉଦଘାଟନ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର: ଆଜିଠାରୁ ଦୁଇଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା; ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୫ । ସମ୍ମିଳନୀରେ ଯୋଗଦେବାକୁ ସୋମବାର ସୁଦ୍ଧା ୨୦ରୁ ଉର୍ଦ୍ଧ୍ବ ଦେଶରୁ ପ୍ରାୟ ୮୦୦୦ରୁ ଉଦ୍ଧ୍ୱର୍ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ସେହିପରି ୩୦୦ରୁ ଅଧିକ ନିବେଶ ସ୍ୱୀକୃତି ଫର୍ମ(ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫର୍ମ)ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ହସ୍ତଗତ ହୋଇଛି। ଏହି ସମାବେଶ ଜରିଆରେ ରାଜ୍ୟକୁ ୫ ଲକ୍ଷ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପୁଞ୍ଜିନିବେଶ ଆସିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଉଦ୍‌ଘାଟନ କରିବେ। ନିଜେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜ ‘ଏକ୍ସ’ ହ୍ୟାଣ୍ଡଲରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଜନତା ମଇଦାନକୁ ଯିବେ ଏବଂ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’କୁ ଉଦ୍‌ଘାଟନ କରିବେ ।

ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ୪୦୦ ରୁ ଉର୍ଦ୍ଧ୍ବ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି । ଆଜି ପୂର୍ବାହ୍ଣ ୧୦ଟା ୩୫ରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ।

ସେଠା‌ରୁ ସେ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମୈଦାନରେ ପହଞ୍ଚିବେ । ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ରେ ମୋଦୀ ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରହିବେ। ଏହା ପରେ ‌ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍‌ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ।

ସୂଚନାନୁସାରେ ସମ୍ମିଳନୀରେ ଓଡ଼ିଶାର ସହଭାଗୀ ଦେଶ ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ସେମାନଙ୍କର ଉନ୍ନତ ଜ୍ଞାନକୌଶଳ ଆଧାରିତ ବିଶେଷତା ଏଠାରେ ପ୍ରଦର୍ଶିତ କରିବେ। ଓଡ଼ିଶା ସହ ଥିବା ସେମାନଙ୍କର ଗଭୀର ସହଭାଗିତାକୁ ଏଠାରେ ପ୍ରୋତ୍ସାହିତ କରିବେ। ସେହିପରି ଅନ୍ୟ ଦେଶ ଯଥା ୟୁକେ, ୟୁଏସଏ, ଭିଏତନାମ, ଜିମ୍ବାୱେ, କାଜାଖାସ୍ତାନ, ଭେନୁଜୁଏଲା, ନେପାଳଆଦି ଦେଶର ପ୍ରତିନିମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।