Thakurmunda - The Sakala

ବଣଭୋଜି ହେଲା କାଳ; ଭୀମକୁଣ୍ଡରେ ଭାସି ଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର
ଠାକୁରମୁଣ୍ଡା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ରବିବାର ବଣଭୋଜି କରିବାକୁ ଆସି ଜଣେ ପାଣିରେ ଭାସି ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବାର ଗୋଟିଏ ଦିନ ପରେ ଅର୍ଥାତ ଆଜି ସକାଳେ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମ କରି ପାଣି ଭିତରେ ବୁଡି ରହିଥିବା ମୃତଦେହକୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୃତଦେହଟି ବାଲିକୁଦା ଅଞ୍ଚଳର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ(୧୮) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ବାଲିକୁଦା ଅଞ୍ଚଳର ଜ୍ୟୋତି ମୋଟର୍ସର ୧୭ଜଣ କର୍ମଚାରୀ ଭୀମକୁଣ୍ଡକୁ ବଣଭୋଜି କରିବାକୁ ଆସିଥିଲେ। ଦିନ ପ୍ରାୟ ୧ଟା ସମୟରେ ବୈତରଣୀ ନଦୀର ଭୀମକୁଣ୍ଡର ଉପରମୁଣ୍ଡରେ ସେମାନଙ୍କ ମଧ୍ୟରୁ କେତେଜଣ ନଦୀ ପାଣିରେ ଗାଧଉ ଥିଲେ। ସେମାନଙ୍କ ମଧ୍ୟରେ ଗାଧଉ ଥିବା ବିଶ୍ୱଜିତ ନଦୀ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଏନେଇ ଅନ୍ୟମାନେ ଠାକୁରମୁଣ୍ଡା ଥାନାକୁ ସୂଚନା ଦେବା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ।ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପାଣି ଭିତରେ ପଶି ଖୋଜା ଖୋଜ କରି ବିଫଳ ହେବା ପରେ ସୋମବାର ସକାଳୁ ବାରିପଦାରୁ ଓଡ୍ରାଫ ଟିମ ପହଞ୍ଚି ଶବକୁ ଗଭୀର ପାଣି ଭିତରୁ ଖୋଜି ଉଦ୍ଧାର କରିଛି।ଘଟଣା ସ୍ଥଳରେ ଠାକୁରମୁଣ୍ଡା ବିଡିଓ, ତହସିଲଦାର ଉପସ୍ଥିତ ଉପସ୍ଥିତ ଥିଲେ। ଉଦ୍ଧାର ହୋଇଥିବା ମୃତଦେହକୁ ଠାକୁରମୁଣ୍ଡା ଥାନା ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।