republic day 2025 - The Sakala

କାଲି ସାଧାରଣତନ୍ତ୍ର ଦିବସ; ତ୍ରିରଙ୍ଗାରେ ସଜେଇ ହେଲାଣି ରାସ୍ତାଘାଟ
ଭୁବନେଶ୍ୱର: ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ। ଯାହାର ଆଭାସ ଏବେଠୁ ପ୍ରତିଫଳିତ ହେଲାଣି ରାଜଧାନୀର ରାସ୍ତା କଡ଼ରେ। ଚଳଚଞ୍ଚଳ ହୋଇ ଉଠିଲାଣି ଦୋକାନ ବଜାର। ବିଭିନ୍ନ ଛକ ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ବିଭିନ୍ନ ଡିଜାଇନ୍‌‌ର ଜାତୀୟ ପତାକାଠାରୁ ଆରମ୍ଭ କରି କେତେ ରକମର ସାମଗ୍ରୀ। ସିଆର୍‌‌ପି, ରାମ ମନ୍ଦିର ଛକ, ବାଣୀବିହାର, ୧ ନମ୍ବର ମାର୍କଟେ, କଳ୍ପନା, ଖଣ୍ଡଗିରି ଆଦି ସ୍ଥାନରେ ଜାତୀୟ ପତାକା ବିକ୍ରି ହେବାର ଦେଖିବାକୁ ମିଳୁଛି। ତ୍ରିରଙ୍ଗାର ବିଭିନ୍ନ ପୋଷାକଠୁ ଆରମ୍ଭ କରି ପତାକା, ବେଲୁନ, ଷ୍ଟିକର୍‌‌, ବ୍ୟାଚ, କ୍ଲିପ, ଚୁଡି, ଫୁଲ, ଘରେ ସଜେଇବାକୁ ତ୍ରିରଙ୍ଗା ରଙ୍ଗର ଫୁଲ ହାର, ଝୁମର ଆଦି ଲୋକଙ୍କୁ ବେଶ ଆକର୍ଷିତ କରୁଥିବାର ପରିଲକ୍ଷିତ ହେଉଛି। ଏହି ସବୁ ପତାକା ଓ ବ୍ୟାଜ୍‌‌ ଆଦି ସାମଗ୍ରୀର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ହଜାରେ ପର୍ଯ୍ୟନ୍ତ ରହିଛି। ନିଜ ନିଜ ଗାଡ଼ିରେ ପତାକା ଲଗାଇବାକୁ କ୍ଷଣିକ ପାଇଁ ଲୋକ ଅଟକି କିଣୁଛନ୍ତି। ମହିଳାମାନେ ମଧ୍ୟ ନିଜ ନିଜ କର୍ମକ୍ଷେତ୍ରକୁ ତ୍ରିରଙ୍ଗା ଡିଜାଇନର ପୋଷାକ ପିନ୍ଧିବା ଟ୍ରେଣ୍ଡ ରାଜଧାନୀରେ ଦେଖିବାକୁ ମିଳୁଛି। ଅଫିସ ଠାରୁ ଆରମ୍ଭକରି ବିଭିନ୍ନ ଶିକ୍ଷାନୁଷାନରରେ ଏହି ଦିନକୁ ଏକ ପର୍ବ ରୂପେ ପାଳନ କରୁଥିବାରୁ ତ୍ରିରଙ୍ଗା ସହିତ ଏହି ରଙ୍ଗର ସମସ୍ତ ସାଜସଜ୍ଜା ଉପକରଣ ବେଶ ଲୋକଆଦୃତ ହେବାର ଦେଖିବାକୁ ମିଳିଛି। ଏ ନେଇ ରାସ୍ତା କଡ଼ରେ ନିଜ ବେପାର ଜମେଇଥିବା ଆଲୋକ କୁହନ୍ତି ଲୋକ ଆଜିକାଲି ନିଜ ଘରଠୁ ଗାଡ଼ି ସବୁଠି ଏହି ଦିନରେ ତ୍ରିରଙ୍ଗାପରି ସଜେଇବାକୁ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଏହିସବୁ ସାଜସଜ୍ଜା ଉପକରଣ ସହିତ ପତାକା ଆଦିକୁ ଲୋକ ବେଶି କିଣୁଛନ୍ତି।

ଚିତ୍ରାଳୟରେ ସଂଗ୍ରାମୀଙ୍କ ବେଶ ପାଇଁ ଭିଡ ବର୍ତ୍ତମାନ ସମୟରେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ସେଥିପାଇଁ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ନେବା ପାଇଁ ଏହି ସମୟରେ ଚିତ୍ରାଳୟଗୁଡ଼ିକର ଚାହିଦା ଦେଖିବାକୁ ମିଳିଛି। ସେଥିପାଇଁ ଏହି ସବୁ ପୋଷାକ ନେବା ପାଇଁ ୩ ରୁ ୪ ଦିନ ପୂର୍ବରୁ ଅଭିଭାବକମାନେ ଆସି ବରାଦ ଦେଇ ଯାଉଛନ୍ତି। କାରଣ ଅଳ୍ପ ସମୟ ପାଇଁ ପୋଷାକ ଓ ଅନ୍ୟାନ୍ୟ ଉପକରଣରେ ସେମାନେ କିଣିବାକୁ ନ ଚାହିଁ ଭଡ଼ାରେ ହିଁ ନେବାକୁ ପସନ୍ଦ କରିଥାନ୍ତି। ଏହି ଦିନଗୁଡ଼ିକରେ ତଥା ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଭାରତ ମାତା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ନେବାକୁ ପିଲାଙ୍କ ମଧ୍ୟରେ ବେଶୀ ଆଗ୍ରହ ଦେଖିବାକୁ ମିଳୁଛି ବୋଲି କ୍ରିଷ୍ଣା ଚିତ୍ରାଳୟର କୃପାସିନ୍ଧୁ ସାହୁ କହିଥିଲେ। ଏହି ପୋଷାକ ଏବଂ ତା’ ସହ ଆବଶ୍ୟକୀୟ ଉପକରଣ ଗୁଡ଼ିକ ୨ଶହରୁ ୩ ଶହ ପର୍ଯ୍ୟନ୍ତ ଭଡ଼ା ରହିଛି। ସାଧାରଣତନ୍ତ୍ର ଦିବସ ପାଇଁ ଲୋକ ବେଶୀ ଭାରତମାତା, ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ଆଦିଙ୍କ ପୋଷାକ ବେଶୀ ଖୋଜୁଛନ୍ତି ବୋଲି ସେ କହିଥିଲେ।

ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା, ଓଡ଼ିଶାରୁ ୧୯ ଜଣଙ୍କୁ ମିଳିବ ପୁଲିସ ପଦକ
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୧୯ ଜଣଙ୍କୁ ମିଳିବ ପୁଲିସ ପଦକ । ଉତ୍କୃଷ୍ଟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସାହସିକତା ପାଇଁ ୬ ପୋଲିସକୁ ମିଳିବ ପୁରସ୍କାର। ସେହିପରି ସେବାରେ ପ୍ରଂଶସନୀୟ କାର୍ଯ୍ୟ  ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର। ଅଗ୍ନିଶମ ସେବାରେ ଭମରବର ସେଠ୍‌ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ । ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର । ହୋମ୍‌ଗାର୍ଡ ଓ ସିଭିଲ୍‌ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ । ପ୍ରମୋଦ କୁମାର ରାଉତ, ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପଦକ ।

ଅନ୍ୟରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୩, ଆସାମରୁ ୧୫, ବିହାରରୁ ୯, ଛତିଶଗଡ଼ରୁ ୨୨, ଦିଲ୍ଲୀରୁ ୨୦, ଗୋଆରୁ ଜଣେ, ଗୁଜରାଟରୁ ୧୧, ହରିୟାଣାରୁ ୯, ଝାଡଖଣ୍ଡ ୧୨, କର୍ଣ୍ଣାଟକରୁ ୨୧, କେରଳରୁ ୧୧, ମଧ୍ୟପ୍ରଦେଶରୁ ୨୧, ମହାରାଷ୍ଟ୍ରରୁ ୪୩, ମଣିପୁରରୁ ୮, ମେଘାଳୟରୁ ୩, ମିଜୋରାମ୍‌ରୁ ୪, ନାଗାଲଣ୍ଡରୁ ୪, ଓଡିଶାରୁ ୧୯, ପଞ୍ଜାବ ୧୭, ରାଜସ୍ଥାନରୁ ୧୭, ସିକ୍କିମରୁ ୨, ତାମିଲନାଡୁରୁ ୨୩, ତେଲେଙ୍ଗାନାରୁ ୧୪, ତ୍ରିପୁରାରୁ ୭, ଉତ୍ତରପ୍ରଦେଶରୁ ୯୫, ଉତ୍ତରାଖଣ୍ଡ ୫, ପଶ୍ଚିମବଙ୍ଗରୁ ୨୨ ଜଣ ପୁରସ୍କାର ପଦକ ପାଇଁ ମନୋନୀତ ହୋଇଛନ୍ତି। ସେହିପରି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ଆଣ୍ଡାମନ ଓ ନିକୋବରରୁ ୩, ଚଣ୍ଡିଗଡରୁ ୨, ଲଦାଖରୁ ୨, ପୁଣ୍ଡୁଚେରୀରୁ ୩, ଜାମ୍ମୁ ଓ କାଶ୍ମୀରରୁ ୨୭ ଜଣ ରହିଛନ୍ତି।