Causes - The Sakala
ଯନ୍ତ୍ରଣାର ଜଣାଶୁଣା ଶତ୍ରୁ ଆର୍ଥ୍ରାଇଟିସ୍‌; ଜାଣନ୍ତୁ ଏହାର କାରଣ, ଲକ୍ଷଣ, ପ୍ରଭାବ ଓ ନିରାକରଣ
ବର୍ତ୍ତମାନ ସମୟରେ ଆର୍ଥ୍ରାଇଟିସ୍‌ ଏକ  ଗମ୍ଭୀର  ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭାହୋଇଛି। ଏହା ଗତିଶୀଳତା ଓ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଗବେଷଣା ଅନୁଯାୟୀ, ଭାରତରେ ପ୍ରାୟ ୧୯.୫ କୋଟି ଲୋକ ଏହି ରୋଗରେ ପୀଡ଼ିତ। ମହିଳାମାନେ ଏହି ରୋଗରେ ପୁରୁଷମାନଙ୍କଠାରୁ ଦୁଇ ଗୁଣା ଅଧିକ  ପ୍ରଭାବିତ। କେବଳ ବୟସ୍କ ନୁହଁନ୍ତି; ଏବେ ଯୁବଗୋଷ୍ଠୀ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି। ତେବେ ଆର୍ଥ୍ରାଇଟିସ୍‌କୁ ଠିକ୍ ସମୟରେ ଚିକିତ୍ସା ନ ମିଳିଲେ ଏହା ଜଣକୁ ଅକର୍ମଣ୍ୟ କରିଦେଇପାରେ।
ଆର୍ଥ୍ରାଇଟିସ୍‌ର ପ୍ରକାର ଓ ଲକ୍ଷଣ
ଆର୍ଥ୍ରାଇଟିସ୍‌ ବିଭିନ୍ନ ପ୍ରକାରର ରହିଛି।  ପ୍ରତ୍ୟେକର କାରଣ, ଲକ୍ଷଣ ଓ ପ୍ରଭାବ ଅଲଗା ଅଟେ।
ଅଷ୍ଟିଓ ଆର୍ଥ୍ରାଇଟିସ୍‌: ବୟସ ଓ କାର୍ଯ୍ୟ ଦ୍ୱାରା ଗଣ୍ଠିରେ କାର୍ଟିଲେଜର କ୍ଷୟ ଯୋଗୁ ସାଧାରଣତଃ ଏହା ବୃଦ୍ଧା ଅବସ୍ଥାରେ ଦେଖାଦେଇଥାଏ। ଗଣ୍ଠିରେ ଯନ୍ତ୍ରଣା, ଚାଲିବାରେ କଠିନତା ଆଦି ଏହାର ଲକ୍ଷଣ।
ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ (RA):  ଏକ ସ୍ୱୟଂ ପ୍ରତିରୋଧୀ ରୋଗ। ଏହା  ଗଣ୍ଠି ଓ ରକ୍ତକଣିକାକୁ ପ୍ରଭାବିତ କରେ। ହାତ ଓ ଗୋଡ଼ର ଗଣ୍ଠିଗୁଡିକ ଫୁଲିବା ସହ ଦରଜ ଅନୁଭୁତ ହୁଏ।
ସୋରିଆଟିକ୍‌ ଆର୍ଥ୍ରାଇଟିସ୍‌:  ଏହା ଗଣ୍ଠି ଏବଂ ଚର୍ମକୁ ପ୍ରଭାବିତ କରେ। ଗଣ୍ଠିଯନ୍ତ୍ରଣା, କଠିନତା, ଫୁଲିବା ତଥା  ତ୍ୱଚାରେ  ନାଲି ଚିହ୍ନ ଦେଖାଦେବା ଏହାର ଲକ୍ଷଣ ହୋଇପାରେ।
ଗାଉଟ୍‌:  ୟୁରିକ୍ ଅମ୍ଳ ବୃଦ୍ଧି ହୋଇ ପାଦ ଗଣ୍ଠିରେ କ୍ରିଷ୍ଟାଲ ଜମି ଅଚାନକ ଯନ୍ତ୍ରଣା ହେବା ସହ ଫୁଲିଯାଏ। ଯନ୍ତ୍ରଣା ଏବଂ ଫୁଲା ଯୋଗୁ ଗଣ୍ଠିକୁ ଚଳପ୍ରଚଳ କରିବାରେ ସମସ୍ୟା ହୁଏ।
Systemic Lupus Erythematosus (SLE): ଏହା ଏକ ବ୍ୟାପକ ସ୍ୱୟଂ ପ୍ରତିରୋଧୀ ରୋଗ, ଯେଉଁଥିରେ ଯକୃତ, ଫୁସ୍‌ଫୁସ୍‌, ବୃକ୍‌କ ଆଦି ଅଙ୍ଗ ପ୍ରଭାବିତ ହୋଇଥାଏ।
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌: ଏହା ମୁଖ୍ୟତଃ ପିଠି ବା ଅଣ୍ଟାରେ ଦେଖାଦେଇଥାଏ। ଏହି ରୋଗରେ ହାଡ଼ ଯୋଡ଼ି ହୋଇଯିବାର ସମ୍ଭାବନା ଥାଏ । ସକାଳୁ ଉଠିଲେ ଅଣ୍ଟା ଓ ପିଠି ଦରଜ ହେବା ଆଦି ଏହାର ଲକ୍ଷଣ।
ତେଣୁ ଦୀର୍ଘ ଦିନ ଧରି ଗଣ୍ଠି, ହାତ, ପାଦ, କାନ୍ଧ ଆଦିରେ ଯନ୍ତ୍ରଣା ବା ଫୁଲା, ଜ୍ବର ଅନୁଭୂତି, ଥକ୍କାପଣ, ଚାଲିବାରେ ଯନ୍ତ୍ରଣା, ତ୍ବଚାରେ ଲାଲ ଚିହ୍ନ, ରକ୍ତପରୀକ୍ଷାରେ ଇଏସ୍‌ଆର, ସିଆର୍‌ପିରେ ବୃଦ୍ଧି ଥିଲେ Ðୁମାଟୋଲୋଜିଷ୍ଟଙ୍କ ପରାମର୍ଶ  ନେବା ଆବଶ୍ୟକ।
ଜୀବନଶୈଳୀରେ ପରିବର୍ତ୍ତନ ଜରୁରି:  ଜୀବନଶୈଳୀ ଜନିତ ସାବଧାନତା ଯଥା- ସଠିକ ଓଜନ ରଖିବା,  ହାଲୁକା ବ୍ୟାୟାମ କରିବା, ଗଣ୍ଠି ଉପରେ ଚାପ ପଡ଼ିବା ଭଳି କାର୍ଯ୍ୟରୁ ବଞ୍ଚିତ ହେବା ଆବଶ୍ୟକ। ଓମେଗା-୩ ଫ୍ୟାଟି ଏସିଡ୍, କ୍ୟାଲସିୟମ୍, ଭିଟାମିନ୍ D ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆର୍ଥ୍ରାଇଟିସ୍‌ ଜନିତ ଅସୁବିଧା କମି ଯାଇପାରେ। ଧୂମପାନ ଓ ମଦ୍ୟପାନଠୁ ଦୂରେଇବା ଭଲ।
ଚିକିତ୍ସା ପଦ୍ଧତି:  ଆର୍ଥ୍ରାଇଟିସ୍‌ର ଚିକିତ୍ସା ରୋଗର ପ୍ରକାର, ତୀବ୍ରତା ଓ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ନିରୂପଣ  ହୋଇଥାଏ। ସାଧାରଣତଃ ଯନ୍ତ୍ରଣା ଓ ଫୁଲା ହ୍ରାସ ପାଇଁ ଔଷଧ  ଯଥା- ଏନ୍ଏସ୍ଏଆଇଡିସ୍, ଡିଏମ୍ଏଆର୍‌ଡିସ୍‌, ବାୟୋଲୋଜିକ୍ସ, ଫିଜିଓଥେରାପି ଓ ଜୀବନଶୈଳୀ ପରିବର୍ତ୍ତନ ମୁଖ୍ୟ ଭୂମିକା ନିଭାନ୍ତି। ପ୍ରଶିକ୍ଷିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ସହିତ ଉଚିତ ଆହାର, ବ୍ୟାୟାମ, ଓ ଯୋଗ ଦ୍ୱାରା ରୋଗୀ ଦୈନନ୍ଦିନ ଜୀବନକୁ ଆରାମଦାୟକ କରିପାରିବେ।
ପ୍ରଫେସର ଡା. ଜ୍ୟୋତିରଞ୍ଜନ ପରିଡ଼ା
ଚିକିତ୍ସା ନିର୍ଦ୍ଦେଶକ, ଓଡିଶା ଆର୍ଥ୍ରାଇଟିସ୍‌ ଆଣ୍ଡ ରୁମାଟୋଲୋଜି ସେଣ୍ଟର, ସହୀଦ ନଗର ଭୁବନେଶ୍ବର
ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, କର୍ମଚାପ, ମଦ୍ୟପାନ, ଓଜନବୃଦ୍ଧି ଆଦି ଯୋଗୁଁ ଯକୃତରେ ଚର୍ବି ଜମା ହୋଇଥାଏ। ଏହା ଏକ ଗମ୍ଭୀର ସମସ୍ୟା। ସେହିପରି ମଧୁମେହ, ଉଚ୍ଚ ରକ୍ତଚାପ, ବଂଶାନୁଗତ ଆଦି ଏହି ରୋଗ ହେବାର ପ୍ରମୁଖ କାରଣ। ରୋଗର ଲକ୍ଷଣକୁ ଅଣଦେଖା କଲେ ଏହା ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ପହଞ୍ଚିଯାଏ। ତେଣୁ ରୋଗର ଲକ୍ଷଣ ଅନୁସାରେ ଚିକିତ୍ସା କରିବା ଜରୁରି।
ଫ୍ୟାଟି ଲିଭର ଗ୍ରେଡ୍‌ ୩ ହେଲେ, ଯକୃତ୍‌ରେ ପାଖାପାଖି ୬୬%ରୁ ଅଧିକ ଚର୍ବି ଜମା ହୋଇଯାଇଥାଏ। ଏହା ଏକ ଗମ୍ଭୀର ସ୍ଥିତି। ଯକୃତ୍‌ ସଠିକ ଭାବେ କାର୍ଯ୍ୟ ନ କରିପାରିବାରୁ ଏହି ସ୍ଥିତି ଜୀବନ ପାଇଁ ଘାତକ ସାଜିପାରେ। ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ଥକ୍କାପଣ, ଦୁର୍ବଳ ଅନୁଭବ, ପେଟ ଯନ୍ତ୍ରଣା, ବିଚଳିତ ଲାଗିବା, ପେଟ ଫୁଲିବା, ଭୋକ ନ ଲାଗିବା ଆଦି ଲକ୍ଷଣ ଦେଖାଯାଏ। ସେହିପରି ଓଜନ କମ୍‌ ହେବା, ପାଦ ଫୁଲିବା, ଆଖି ଓ ତ୍ବଚା ହଳଦିଆ ପଡ଼ିବା, ବାନ୍ତି ଲାଗିବା ପରି ଅନୁଭବ ଆଦି ଲକ୍ଷଣ ଦେଖାଯାଏ।
ତେଣୁ ଉପରୋକ୍ତ ଲକ୍ଷଣ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଆବଶ୍ୟକ। ଏହାବାଦ୍‌ ଜୀବନଶୈଳୀରେ ପରିବର୍ତ୍ତନ, ସନ୍ତୁଳିତ ଖାଦ୍ୟ ଗ୍ରହଣ, ମଦ୍ୟପାନ ଅଭ୍ୟାସକୁ ବନ୍ଦ କରିବା, ଓଜନ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରି। ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରୁ ଲକ୍ଷଣକୁ ଚିହ୍ନି ଚିକିତ୍ସା କରିବା ସବୁଠୁ ଭଲ ଉପାୟ।
ଥାଇରଏଡ୍‌ ଗ୍ରନ୍ଥି ଏକ ଅନ୍ତଃସ୍ରାବୀ ଗ୍ରନ୍ଥି, ଏଥିରୁ ଥାଇରଏଡ୍‌ ହର୍ମୋନ୍‌ କ୍ଷରଣ ହୁଏ। ଖାଇବା ଓ ପିଇବାରେ ଅସାବଧାନତା ଯୋଗୁଁ ଏହି ହର୍‌ମୋନ୍‌ ନିର୍ଦ୍ଦିଷ୍ଟ ସ୍ତରରେ ରୁହେନାହିଁ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜି ଥାଏ। ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ କାର୍ଯ୍ୟକଳାପରେ ଅଭାବ ଯୋଗୁଁ ଥାଇରଏଡ୍‌ ହର୍ମୋନ୍‌ ଅଧିକ କିମ୍ବା କମ୍‌ ହୋଇଥାଏ। ଏ କ୍ଷେତ୍ରରେ ପୀଡ଼ିତଙ୍କୁ ଡାଏଟ୍‌ ଉପରେ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
-ଥାଇରଏଡ୍‌ କମ୍‌ କିମ୍ବା ବୃଦ୍ଧି ହେଲେ, ହଠାତ୍‌ ଓଜନ ବୃଦ୍ଧି, କେଶ ଝଡ଼ିବା, ଅନିଦ୍ରା, କମ୍‌ଜୋର, ଅବସାଦ ତ୍ବଚା ଶୁଷ୍କ ଆଦି ଲକ୍ଷଣ ଦେଖାଯାଏ। ଥାଇରଏଡ୍‌ ସ୍ତର ଯାଞ୍ଚ୍‌ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିପାରିବେ। ଆର୍‌ଡିକୁ ଅନୁସରଣ କରି ନିଜର ଉଚ୍ଚତା ଏବଂ ଓଜନ ଅନୁସାରେ ଖାଦ୍ୟ ଗ୍ରହଣ କରିପାରିବେ। ଅତି ଅଧିକ କିମ୍ବା ଅତି କମ୍‌ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଋତୁଅନୁଯାୟୀ ପନିପରିବା ଓ ଫଳ ଖାଇବା ଆବଶ୍ୟକ। କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଗ୍ରହଣ ଦ୍ବାରା ଓଜନ ଏବଂ ହରମୋନ୍‌ ସନ୍ତୁଳିତ ରୁହେ।
-ରାତ୍ରିରେ ସିଝା ପନିପରିବା ଖାଇପାରିବେ। ରାତ୍ରି ଭୋଜନରେ ହେଳା କରିବା ଅନୁଚିତ।
-ସେହିପରି ରୁଟି ସହିତ କଳା ଚଣାର ସାଲାଡ୍‌ ଖାଇବା ଦ୍ବାରା ହରମୋନ୍‌ ସନ୍ତୁଳିତ ରହିଥାଏ। ମେଥି ଶାଗ, ଚଣାଜାତୀୟ ଖାଦ୍ୟ, ମାଣ୍ଡିଆ ଜାତୀୟ ଖାଦ୍ୟ, ମିଶ୍ରିତ ଶସ୍ୟର ରୁଟି, ସବୁଜପନିପରିବାର ସନ୍ତୁଳା ଖାଇପାରିବେ।
-ସର୍ବଦା ସନ୍ଧ୍ୟା ୭ଟା ଭିତରେ ରାତି ଭୋଜନ କରିବା ଆବଶ୍ୟକ। ଭଲ ନିଦ ପାଇଁ ଏକ ଗ୍ଲାସ୍‌ ଉଷୁମ ପାଣିରେ ଏକ ଚୁଟ୍‌କି ଜାଇଫଳ ଗୁଣ୍ଡ ମିଳାଇ ଏଥିରେ ୫ରୁ ୬ଟି କେଶର ପତ୍ର, ଅଧାଚାମଚ ପୋସ୍ତ, ୨ରୁ ୩ କୋଲା କଳା କିସ୍‌ମିସ ଭିଜାଇ ପିଇ ପାରିବେ।
-ମୂଳାରେ ରାଫାନିନ୍‌ ଥିବାରୁ ଏହା ଥାଇରଏଡ୍‌ ହରମୋନ୍‌ କ୍ଷରଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତେଣୁ ମୂଳା ସାଲାଡ୍‌ ଖାଇପାରିବେ। ଓମେଗା -୩ ଫ୍ୟାଟି ଏସିଡ୍‌, ଅଣ୍ଡା, ସବୁଜପତ୍ରଯୁକ୍ତ ଖାଦ୍ୟ ଏହା ପାଇଁ ଉତ୍ତମ।
ଜଣେ ନାରୀ ଜୀବନରେ ମାତୃତ୍ବ ହିଁ ପୂର୍ଣ୍ଣତା ଆଣିଦିଏ। ‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି। ଏହି ସମୟଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ। ତେବେ ବେଳେ ବେଳେ ଜଣେ ମହିଳା ଗର୍ଭଧାରଣ କରିଥିଲେ ମଧ୍ୟ ଅଚାନକ ତାଙ୍କର ଗର୍ଭନଷ୍ଟ ହୋଇଯାଏ। ତେବେ ଏହା ପଛର କାରଣ, କିପରି ଏହି ସମସ୍ୟାର ସମାଧାନ ହୋଇପାରିବ, ତାହାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।
କାରଣ: ସାଧାରଣତଃ ୩୫ ବର୍ଷ ବୟସ ପରେ ମିସ୍‌କ୍ୟାରେଜ୍‌ ବା ଗର୍ଭନଷ୍ଟ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ବୟସରେ ଓଭାରି ବା ଡିମ୍ବାଶୟ ଦୁର୍ବଳ ହୋଇଥାଏ। ତାସହିତ ଏହି ବୟସରେ ଜଣଙ୍କୁ ବିଭିନ୍ନ ଗମ୍ଭୀର ରୋଗ ଗ୍ରାସିବା ଆରମ୍ଭ କରିଦେଇଥାଏ। ଜେନେଟିକ୍‌ ଡିଫେକ୍ଟ ତଥା ସ୍ବାସ୍ଥ୍ୟଗତ ସମସ୍ୟା, ଗର୍ଭାଶୟରେ କୌଣସି ସମସ୍ୟା ଥିଲେ, ଗର୍ଭ ନଷ୍ଟ ହୋଇଯାଇଥାଏ। ତେବେ ଗର୍ଭଧାରଣ ପରେ ମହିଳାଙ୍କ ଋତୁସ୍ରାବ ବନ୍ଦ ହେବାର ୨୮ ସପ୍ତାହ ମଧ୍ୟରେ ମିସ୍‌କ୍ୟାରେଜ୍‌ ହେବାର ଆଶଙ୍କା ଅଧିକ ଥାଏ। ଏବେ ୭ ସପ୍ତାହରୁ ୧୩ ସପ୍ତାହ ମଧ୍ୟରେ ମଧ୍ୟ ମିସ୍‌ କ୍ୟାରେଜ ଅଧିକ ହେଉଛି। ଗର୍ଭପାତ ହେବା ପୂର୍ବରୁ ରକ୍ତସ୍ରାବ, ତଳିପେଟରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦିଏ। ତେବେ ପ୍ରଥମ ତିନି ମାସରେ ଶୁକ୍ରାଣୁ ଏବଂ ଡିମ୍ବାଣୁରେ କିଛି ସମସ୍ୟା, ସଂକ୍ରମଣ, ଗର୍ଭସ୍ଥ ଶିଶୁକୁ ରକ୍ତ ସଂଚାରଣ ହୋଇ ନ ପାରିବା କାରଣରୁ ଗର୍ଭନଷ୍ଟ ହୋଇପାରେ। ଦ୍ବିତୀୟ ତିନି ମାସରେ ଜରାୟୁରେ କୌଣସି ସମସ୍ୟା ଥିଲେ ଯଥା- ଜରାୟୁ ଟ୍ୟୁମର୍‌ ଆଦି କାରଣରୁ ଗର୍ଭନଷ୍ଟ ହୁଏ। ଏହାଛଡ଼ା ଅଧିକ ବୟସରେ ଗର୍ଭଧାରଣ, ଧାଁ ଧଉଡ଼, ପେଟ ଉପରେ ଚାପ ପଡ଼ିବା, ଯୌନାଙ୍ଗ ସଂକ୍ରମଣ ଆଦି କାରଣରୁ ବାରମ୍ବାର ଗର୍ଭନଷ୍ଟ ହୋଇଥାଏ।
କେଉଁମାନଙ୍କୁ ଅଧିକ ବିପଦ
ଗର୍ଭାବସ୍ଥାରେ ମହିଳାଙ୍କ ଶାରୀରିକ ଅସୁସ୍ଥତା, ହର୍ମୋନାଲ ଅସନ୍ତୁଳନ, ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି, ରକ୍ତ ଜମାଟର ସମସ୍ୟା, ଥାଇରଏଡ୍‌, ଅନିୟନ୍ତ୍ରିତ ମଧୁମେହ, ଉଚ୍ଚରକ୍ତଚାପ ସମସ୍ୟା, ଧୂମ୍ରପାନ, ବଂଶାନୁଗତ, ଭ୍ରୂଣରେ ରକ୍ତ ଏବଂ ପୋଷକତତ୍ତ୍ବର ଅଭାବ ଆଦି ଥିବା ମହିଳାଙ୍କ ପାଇଁ ଅଧିକ ବିପଦ ହୋଇଥାଏ। ଦୁର୍ବଳ ଭ୍ରୂଣକୋଷ, ଯୌନାଙ୍ଗ ସଂକ୍ରମଣ, ସେକ୍ସୁଆଲ ଟ୍ରାନ୍ସମିଶନ ରୋଗ, ଗର୍ଭାଶୟ ଆକାର, ପିସିଓଏସ୍‌ ଆଦି ବିଭିନ୍ନ କାରଣରୁ ଗର୍ଭନଷ୍ଟ ହୋଇଥାଏ ବୋଲି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ. ହରପ୍ରୀତ୍‌ କୌର କୁହନ୍ତି।
ଗର୍ଭନଷ୍ଟ ରୋକିବାର ଉପାୟ: ମହିଳାମାନେ ଗର୍ଭଧାରଣ କରିବା ପୂର୍ବରୁ ଏବଂ ଗର୍ଭବତୀ ହେବା ସମୟରେ ଫଲିକ୍‌ ଏସିଡ୍‌ ଏବଂ ଅନ୍ୟ ଭିଟାମିନ୍‌ ନେବାକୁ ପରାମର୍ଶ ଦିଆଯାଇଥାଏ। ରକ୍ତ ଶର୍କରା ଓ ଥାଇରଏଡ୍‌ ପରୀକ୍ଷା କରାଇବା ନିହାତି ଆବଶ୍ୟକ। କିଛି ପୁରୁଣା ରୋଗ ଯୋଗୁଁ ମଧ୍ୟ ଗର୍ଭନଷ୍ଟର ଆଶଙ୍କା ବଢ଼ିପାରେ, ଏପରିସ୍ଥିତିରେ ଟିକାକରଣ ଜରୁରି । ଯେଉଁ ମହିଳାଙ୍କର ବାରମ୍ବାର ଗର୍ଭପାତ ହେଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରି।