Parliamentary Party Meeting - The Sakala

ଆସନ୍ତା ୨୦ରୁ ସଂସଦର ମୌସୁମୀ ଅଧିବେଶନ, ଆଜି ସନ୍ଧ୍ୟାରେ ବିଜେଡି ସଂସଦୀୟ ଦଳ ବୈଠକ
ଭୁବନେଶ୍ୱର: ଜୁଲାଇ ୨୦ରୁ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ। ଏହାର ଅବ୍ୟବହିତ ପୂର୍ବରୁ ୧୯ ତାରିଖରେ ସର୍ବଦଳୀୟ ବୈଠକ ବସିବ। ସୂଚନା ଅନୁସାରେ ଏହି ଅଧିବେଶନରେ କେନ୍ଦ୍ର ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରିବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ବିଜେଡ଼ି ସଂସଦୀୟ ଦଳ ବୈଠକ । ଦଳର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ ।

ଆସନ୍ତା ମୌସୁମୀ ଅଧିବେଶନରେ ଦଳର ରଣନୀତି ଓ ରାଜ୍ୟ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିବେ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସ,  କୋଇଲା ରାଜଭାଗ ବୃଦ୍ଧି, ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି, ରାଜପଥ ସମ୍ପ୍ରସାରଣ, ଉପକୂଳ ରାଜପଥ ପ୍ରସଙ୍ଗ, ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ ବୃଦ୍ଧି ଆଦି ଅନେକ ପ୍ରସଙ୍ଗରେ ବିଜେଡି ନିରନ୍ତର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଆସୁଛି । ସେହିପରି ରାଜ୍ୟର ଡ଼ିଜିଟାଲ ଭିତ୍ତିଭୂମି ବିକାଶ, ଅପହଞ୍ଚ ଅଞ୍ଚଳରେ ଇଣ୍ଟରନେଟ୍‌ ଓ ବ୍ୟାଙ୍କ ସେବା ପାଇଁ ମଧ୍ୟ ବାରମ୍ବାର ଦାବି ହୋଇଛି । ଏହି ସବୁ ପ୍ରସଙ୍ଗରେ ମଧ୍ୟ ବିଜେଡି ସୁପ୍ରିମୋ ଦଳର ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ବୋଲି କୁହାଯାଉଛି ।

ଆଉ କିଛି ସମୟ ପରେ ବିଜେଡିର ସଂସଦୀୟ ଦଳ ବୈଠକ : ସପ୍ତରଥୀଙ୍କୁ ଗୁରୁମନ୍ତ୍ର ଦେବେ ନବୀନ
ଭୁବନେଶ୍ୱର : ଚଳିତ ମାସ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ନବୀନ ନିବାସରେ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁଥିବା ବୈଠକରେ ସଂସଦରେ ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହେବ। ଆଗାମୀ ବଜେଟ୍‌ ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସମ୍ପର୍କରେ ପ୍ରଭାବୀ ପ୍ରଦର୍ଶନ କରିବେ ସେଥିନେଇ ସୁପ୍ରିମୋ ପରାମର୍ଶ ଦେବେ।

ବିଜେଡି ହାତରେ ଏବେ ପୁଳାପୁଳା ପ୍ରସଙ୍ଗ। କୋଇଲା ରାଜଭାଗ ବୃଦ୍ଧିଠାରୁ ଆରମ୍ଭ କରି ପୋଲାଭରମ୍‌, ମହାନଦୀ, ଆଦିବାସୀଙ୍କ ବର୍ଗଙ୍କୁ ସ୍ୱୀକୃତି, ଆଦିବାସୀଙ୍କ ଭାଷାକୁ ସ୍ୱତନ୍ତ୍ର ଅନୁଚ୍ଛେଦରେ ସ୍ଥାନ ଦେବା ଆଦି ପ୍ରସଙ୍ଗ ଉପରେ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ। କ୍ୟାପିଟାଲ ରିଂ ରୋଡ଼, ଉପକୂଳ ରାଜପଥ, ଜାତୀୟ ରାଜପଥ, ଜାତୀୟ ଜଳପଥ ସମ୍ପର୍କରେ କେନ୍ଦ୍ରୀୟ ଅବହେଳାକୁ ସଂସଦରେ ବିଜେଡି ଉଠାଇବାର ସମ୍ଭାବନା ରହିଛି। ଏହାବ୍ୟତୀତ ରାଜ୍ୟରେ ଆଇଟି ପାର୍କ, ସେମିକଣ୍ଡକ୍ଟର ପାର୍କ, ଏମ୍‌ଏସ୍‌ଏମ୍‌ଇ ପାର୍କ, ଟେକ୍ସଟାଇଲ୍‌ ପାର୍କ ଓ ଇଣ୍ଡଷ୍ଟ୍ରିଆଲ କରିଡ଼ର ସ୍ଥାପନ ଦାବିକୁ ଉପେକ୍ଷା କରାଯାଇଥବାରୁ ଏହି ପ୍ରସଙ୍ଗ ମଧ୍ୟ ସଂସଦରେ ଉଠିପାରେ।

ସବୁଠାରୁ ବଡ଼ କଥା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ। ୨୦୨୪ରେ ନିଜ ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ପ୍ରସଙ୍ଗକୁ ସ୍ଥାନ ଦେଇଥିଲା। ଇତିମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି। କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ପ୍ରସଙ୍ଗ ମଧ୍ୟ ସଂସଦରେ ବିଜେଡି ଉଠାଇବ ବୋଲି ସୂଚନା ମିଳିଛି। ତତ୍‌କାଳୀନ ବିଜେଡି ସରକାରଙ୍କ ଦାବିକୁ କେନ୍ଦ୍ର ସରକାର କର୍ଣ୍ଣପାତ କରି ନ ଥିଲେ ହେଁ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେପି ନେତାମାନେ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ ପ୍ରତିଶ୍ରୁତି ଦେଇଥିଲେ। ଏହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଏହି ପ୍ରସଙ୍ଗରେ ବିଜେଡି ନିଜର ସ୍ୱର ତୀବ୍ର କରିପାରେ ବୋଲି କୁହାଯାଉଛି ।

ଆସନ୍ତା ୨୮ରେ ବିଜେଡିର ସଂସଦୀୟ ଦଳ ବୈଠକ, ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି। ୭ ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ ।

ସଂସଦରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଜେଡି ସାଂସଦମାନେ ଉତଥାପନ କରିବେ, ସେ ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏକ ଦେଶ ଏକ ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ଦେଶ ଏକ ନିର୍ବାଚନ ସଂପର୍କିତ ଜେପିସିର ସଦସ୍ୟ ଅଛନ୍ତି ସାଂସଦ ମାନସ ମଙ୍ଗରାଜ ।