Death Threats - The Sakala

‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା
‘ଦ କେରଳ ଷ୍ଟୋରୀ ୨’ (The Kerala Story 2) ବକ୍ସ ଅଫିସରେ ମୁକ୍ତିଲାଭ କରିବା ପରେ ପୁଣି ଥରେ ବିବାଦ ଘେରକୁ ଆସିଛି। ଫିଲ୍ମର ବିଷୟବସ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ମୁଖ୍ୟ ଅଭିନେତ୍ରୀ ଉଲ୍‌କା ଗୁପ୍ତା (Ulka Gupta) ଙ୍କୁ ସୋସିଆଲ ମିଡିଆରେ ତୀବ୍ର ବିରୋଧର ସାମ୍ନା କରିବାକୁ ପଡୁଛି। ତାଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ (Death Threats) ମିଳୁଥିବା ନେଇ ସେ ଖୁଲାସା କରିଛନ୍ତି।

କାହିଁକି ହେଉଛି ବିବାଦ?

ଫିଲ୍ମର ଏକ ଦୃଶ୍ୟରେ ଉଲ୍‌କା ଗୁପ୍ତାଙ୍କ ଚରିତ୍ର ‘ସୁରେଖା’ଙ୍କୁ ଜୋରଜବରଦସ୍ତି ରେଡ୍ ମିଟ୍ (Red Meat) ବା ଗୋମାଂସ ଖୁଆାଯାଉଥିବା ଦେଖାଯାଇଛି। ଟ୍ରେଲର ଏବଂ ଫିଲ୍ମରେ ଏହି ଦୃଶ୍ୟ ଆସିବା ପରେ କିଛି ଲୋକ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଉଲ୍‌କା କହିଛନ୍ତି ଯେ, ଲୋକମାନେ ତାଙ୍କ ଇନଷ୍ଟାଗ୍ରାମ ଡିଏମ୍‌ରେ (DM) ଘୃଣ୍ୟ ମେସେଜ ପଠାଉଛନ୍ତି ଏବଂ ତାଙ୍କ ଫଟୋ ତଳେ ବିଭିନ୍ନ ନନ୍-ଭେଜ୍ ରେସିପି ପୋଷ୍ଟ କରି ଟ୍ରୋଲ୍ କରୁଛନ୍ତି।

ମୁହଁ ଖୋଲିଲେ ଉଲ୍‌କା ଗୁପ୍ତା

ଏହି ବିବାଦ ଉପରେ ପ୍ରତିକ୍ରିୟା ଦେଇ ଉଲ୍‌କା କହିଛନ୍ତି, "ଟ୍ରେଲର ରିଲିଜ୍ ପରଠାରୁ ମୋତେ ବହୁତ ଘୃଣା ମିଳୁଛି। ମୁଁ ସାଧାରଣତଃ ପରିସ୍ଥିତିର ସାମ୍ନା କରେ, କିନ୍ତୁ ଏଥର ମୋତେ ଚୁପ୍ ରହିବାକୁ ପଡିଲା କାରଣ ମାମଲା ଗମ୍ଭୀର ଥିଲା।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମର ସୁଟିଂ ସମୟରେ ପୀଡ଼ିତାଙ୍କ କାହାଣୀ ଶୁଣି ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଥିଲେ ଏବଂ ତାଙ୍କୁ ଠିକ୍‌ରେ ନିଦ ମଧ୍ୟ ହେଉନଥିଲା।

ଫିଲ୍ମ ବିଷୟରେ ତଥ୍ୟ

କାମାକ୍ଷା ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଗତ ଫେବୃଆରୀ ୨୭, ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏଥିରେ ଉଲ୍‌କା ଗୁପ୍ତାଙ୍କ ସହ ଅଦିତି ଭାଟିଆ ଏବଂ ଐଶ୍ୱର୍ଯ୍ୟା ଓଝା ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟି ଧର୍ମ ପରିବର୍ତ୍ତନ ଏବଂ ମହିଳାଙ୍କ ଉପରେ ହେଉଥିବା ମାନସିକ ଓ ଶାରୀରିକ ଅତ୍ୟାଚାର ଉପରେ ପର୍ଯ୍ୟବସିତ।

ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର
ପାରିବାରିକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନା ବିବାଦକୁ ନେଇ ଓଲିଉଡ୍‌ର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ଓ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ସାତ୍ୟକି କଟକ ଡିସିପିଙ୍କୁ ଭେଟିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ପରିବାରର ସୁରକ୍ଷା ପାଇଁ ଗୁହାରି କରିଛନ୍ତି।

'କଟକ ଷ୍ଟୁଡେଣ୍ଟ ଷ୍ଟୋର' ମାଲିକାନାକୁ ନେଇ ବିବାଦ

କଟକ ବାଲୁବଜାର ସ୍ଥିତ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ଓ ବିକ୍ରୟ କେନ୍ଦ୍ର 'କଟକ ଷ୍ଟୁଡେଣ୍ଟ ଷ୍ଟୋର'ର ମାଲିକାନାକୁ ନେଇ ଏହି ବିବାଦ ଉପୁଜିଛି। ସାତ୍ୟକିଙ୍କ ଅଭିଯୋଗ ଅନୁଯାୟୀ, ଏହି ପ୍ରତିଷ୍ଠାନଟି ତାଙ୍କ ଜେଜେବାପାଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ପରେ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ବେଆଇନ ଭାବେ ଏହି ବ୍ୟବସାୟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛନ୍ତି।

ଘରେ ପଶି ଆକ୍ରମଣ ଓ ହତ୍ୟା ଧମକ

ଅଭିନେତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଫେବୃଆରୀ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ଜୋରଜବରଦସ୍ତି ତାଙ୍କ ଘରେ ପଶି ୮୪ ବର୍ଷୀୟ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଘରର ମହିଳା ସଦସ୍ୟଙ୍କ ସହ ମଧ୍ୟ ଅଭଦ୍ର ଆଚରଣ କରାଯାଇଥିଲା। ଏହି ଘଟଣା ପରେ ସାତ୍ୟକି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦର୍ଶାଇ ସେ ଡିସିପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଭୟରେ ଅଭିନେତାଙ୍କ ପରିବାର

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାତ୍ୟକି କହିଛନ୍ତି ଯେ, "ମାମଲା ପ୍ରତ୍ୟାହାର କରିବାକୁ ମୋ ଉପରେ ଚାପ ପକାଯାଉଛି। ଆପୋଷ ବୁଝାମଣା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ମୁଁ ପୋଲିସର ଆଶ୍ରୟ ନେଇଛି। ବର୍ତ୍ତମାନ ମୋ ପିଲାମାନଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ ଅଛି।" ତେବେ ଏହି ଅଭିଯୋଗ ସମ୍ପର୍କରେ ଅଭିଯୁକ୍ତ ସବ୍ୟସାଚୀ ଓ ସୌମିତ୍ରୀ ମିଶ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

କମେଡି କିଙ୍ଗ କପିଲ ଶର୍ମାଙ୍କ ସହ ୪ ବଲିଉଡ୍‌ ଷ୍ଟାରଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: ପୁଣି ବଲିଉଡ ଅଭିନେତାଙ୍କୁ ହତ୍ୟାଧମକ।ହାସ୍ୟାଭିନେତା କପିଲ ଶର୍ମାଙ୍କ ସମେତ ଅଭିନେତା ରାଜପାଲ ଯାଦବ, କୋରିଓଗ୍ରାଫର ରେମୋ ଡିସୌଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ହତ୍ୟା ଧମକ ମିଳିଛି।ପାକିସ୍ତାନରୁ ମେଲ୍‌  ଜରିଆରେ ଏହି ଧମକ ଦିଆଯାଇଛି। ଏହା ସହିତ ସେମାନଙ୍କ ପରିବାର, ବନ୍ଧୁ ଏବଂ ପଡ଼ୋଶୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଏ ସମ୍ପର୍କରେ ଅଭିନେତା ରାଜପାଲ ଯାଦବ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ପ୍ରାଥମିକ ତଦନ୍ତରୁ ମେଲଗୁଡ଼ିକ ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି ବୋଲି ପୁଲିସ କହିଛି।