paan leaf - The Sakala

ଦିବ୍ୟ ଦ୍ରବ୍ୟ,ପାନପତ୍ର
ଯେ କୌଣସି ଶୁଭକାର୍ଯ୍ୟ ହେଉ କିମ୍ବା ବିଶେଷ ପୂଜାନୁଷ୍ଠାନ, ପାନପତ୍ରକୁ ଗୋଟିଏ ପବିତ୍ର ଦ୍ରବ୍ୟ ଭାବେ ବ୍ୟବହାର କରାଯାଏ। ଶାସ୍ତ୍ରପୁରାଣ ମତ ଅନୁଯାୟୀ ପାନପତ୍ରର ବିଭିନ୍ନ ଅଂଶରେ ଅନେକ ଦେବୀ-ଦେବତା ବାସ କରିଥାନ୍ତି। ପାନପତ୍ରର ଉପର ଅଂଶରେ ଇନ୍ଦ୍ର ଓ ଶୁକ୍ରଦେବ ବିରାଜମାନ। ମଧ୍ୟ ଭାଗରେ ମା’ ସରସ୍ବତୀ ବାସ କରୁଥିବାବେଳେ ନିମ୍ନ ଅଂଶରେ ମା’ ଲକ୍ଷ୍ମୀ ଅଛନ୍ତି। ସମ୍ପୂର୍ଣ୍ଣ ପାନପତ୍ରରେ ଭଗବାନ ଶିବଙ୍କ ବାସ ଏବଂ ପତ୍ରର ବାହାର ଅଂଶରେ କାମଦେବ ଅଛନ୍ତି। ତେଣୁ ପୂଜାରେ ପାନପତ୍ର ବ୍ୟବହାର କରିବା ବେଶ୍ ଶୁଭ ହୋଇଥାଏ। ଏହା ନକାରାମÒକ ନକାରାତ୍ମକ ଶକ୍ତି ଦୂର କରି ସକାରାମÒକ ଶକ୍ତି ବୃଦ୍ଧି କରିଥାଏ। ସମୁଦ୍ର ମନ୍ଥନ ସମୟରେ ପାନପତ୍ରର ଉପଯୋଗ କରାଯାଇଥÒଲା। ଶ୍ରୀମନ୍ଦିରରେ ମଧ୍ୟ ଠାକୁରଙ୍କ ରୀତିନୀତିରେ ପାନର ପ୍ରଚଳନ ରହିଛି। ମହାପ୍ରଭୁଙ୍କୁ ବିଡ଼ିଆ ମଣୋହି କରାଯାଏ। ଶୁଭକାର୍ଯ୍ୟଗୁଡ଼ିକରେ ମଧ୍ୟ ପାନପତ୍ର ଓ ଗୁଆ ଦେଇ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥାଏ। ଓଡ଼ିଶାର ମୁଖ୍ୟ ପର୍ବ ରଜରେ ମଧ୍ୟ ପାନ ଖାଇବାର ପରମ୍ପରା ରହିଛି। ଧର୍ମୀୟ ଭାବନା ସହିତ ଆୟୁର୍ବେଦରେ ମଧ୍ୟ ପାନର ଚାହିଦା ରହିଛି। ସୁଶ୍ରୁତ ସଂହିତାରେ ମଧ୍ୟ ପାନର ଔଷଧୀୟ ଗୁଣ ସମ୍ପର୍କରେ ବର୍ଣ୍ଣିତ। ହଜମ ଶକ୍ତି ବଢ଼ାଇବା କ୍ଷେତ୍ରରେ ପାନର ଭୂମିକା ସବୁଠାରୁ ଅଧÒକ। ପାନରସ ବାତ, ପିତ୍ତ ଓ କଫ ନାଶକ। ଚକ୍ଷୂରୋଗରେ ମଧ୍ୟ ପାନରସ ବ୍ୟବହାର କରାଯାଏ। ସର୍ଦ୍ଦି, ମୂର୍ଚ୍ଛା ଓ ମାଢ଼ି ଯନ୍ତ୍ରଣା, ଚର୍ମରୋଗ, ମୁଣ୍ଡ ଯନ୍ତ୍ରଣାରେ ମଧ୍ୟ ପାନପତ୍ର ଓ ଲତାର ବିଭିନ୍ନ ଅଂଶ ବ୍ୟବହାର କରାଯାଏ।