Saif Ali Khan - The Sakala

୪୨ ଲକ୍ଷର ମହିଳା ବ୍ରୋଚ୍ ପିନ୍ଧି ଚର୍ଚ୍ଚାରେ ନବାବ ସୈଫ୍
ବଲିଉଡର ନବାବ ସୈଫ୍ ଅଲ୍ଲୀ ଖାନ୍ ସର୍ବଦା ନିଜର ରାଜକୀୟ ଅନ୍ଦାଜ ଏବଂ ସ୍ୱତନ୍ତ୍ର ଫ୍ୟାସନ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ମୁମ୍ବାଇରେ ତାଙ୍କର ଏକ ନୂଆ ଲୁକ୍ ସାମ୍ନାକୁ ଆସିଛି, ଯାହା ଫ୍ୟାସନ୍ ଜଗତରେ ହଲଚଲ ସୃଷ୍ଟି କରିଛି। ସୈଫ୍ ଏକ ମହିଳା ବ୍ରୋଚ୍ (Brooch) ପିନ୍ଧିଥିବାର ନଜର ଆସିଛନ୍ତି, ଯାହାର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୪୨ ଲକ୍ଷ ଟଙ୍କାର ବ୍ରୋଚ୍

ରିପୋର୍ଟ ଅନୁଯାୟୀ, ସୈଫ୍ ପିନ୍ଧିଥିବା ଏହି ବ୍ରୋଚ୍‌ର ମୂଲ୍ୟ ପ୍ରାୟ ୪୨ ଲକ୍ଷ ଟଙ୍କା। ଏହା ଏକ 'ଟିଫାନି' (Tiffany) ବ୍ରୋଚ୍ ଅଟେ, ଯେଉଁଥିରେ ମୂଲ୍ୟବାନ ରୁବି, ହୀରା ଏବଂ ସିଟ୍ରିନ୍ (Citrine) ପଥର ଖଞ୍ଜା ଯାଇଛି। ଏହି ବହୁମୂଲ୍ୟ ଅଳଙ୍କାରଟି ତାଙ୍କ ପୋଷାକର ଶୋଭାକୁ ଦ୍ୱିଗୁଣିତ କରିଥିଲା।

ମହିଳାଙ୍କ ଅଳଙ୍କାରରେ ନବାବଙ୍କ ଷ୍ଟାଇଲ୍

ସବୁଠାରୁ କୌତୁହଳର ବିଷୟ ହେଉଛି ଯେ, ସୈଫ୍ ପିନ୍ଧିଥିବା ଏହି ବ୍ରୋଚ୍‌ଟି ପ୍ରକୃତରେ ମହିଳାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି। ତଥାପି, ସୈଫ୍ ଏହାକୁ ଅତି ଆତ୍ମବିଶ୍ୱାସର ସହ ପିନ୍ଧିଥିଲେ ଏବଂ ଏହା ତାଙ୍କୁ ବେଶ୍ ମାନୁଥିଲା। ସୋସିଆଲ ମିଡିଆରେ ତାଙ୍କର ଏହି 'ଜେଣ୍ଡର ନ୍ୟୁଟ୍ରାଲ' ଫ୍ୟାସନ୍ ଚଏସ୍‌କୁ ଖୁବ୍ ପ୍ରଶଂସା କରାଯାଉଛି।

୧୫ ହଜାର କୋଟିର ସମ୍ପତ୍ତି ହରାଇବେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌
ଭୋପାଳ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ହରାଇପାରନ୍ତି। ଅଭିନେତାଙ୍କ ସମ୍ବନ୍ଧିତ ପଟୌଦି ପରିବାରର ବହୁ କୋଟି ଟଙ୍କାର ଏହି ଐତିହାସିକ ସମ୍ପତ୍ତି ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇପାରେ। ଏହି ସମ୍ପତ୍ତି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ୨୦୧୫ରୁ ସମ୍ପତ୍ତି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଏହା ଦ୍ବାରା ୧୯୬୮ର ଶତ୍ରୁ ସମ୍ପତ୍ତି ନିୟମ ଅଧିନରେ ଏହି ସମ୍ପତ୍ତିର ଅଧିଗ୍ରହଣର ରାସ୍ତା ପ୍ରଶସ୍ତ ହୋଇଯାଇଛି। ଯାଞ୍ଚ ପରିସରର ଆସିଥିବା ପ୍ରମୁଖ ସମ୍ପତ୍ତି ମଧ୍ୟରେ ଫ୍ଲାଗ ଷ୍ଟାଫ ହାଉସ୍‌ ସାମିଲ ରହିଛି। ଏଠାରେ ସୈଫଙ୍କ ପିଲାଦିନ କଟିଥିଲା। ସେହିପରି ନୁର୍‌-ଅସ୍‌-ସବାହ ପ୍ୟାଲେସ, ଡାର୍‌-ଅସ୍‌-ସଲାମ, ବଙ୍ଗଲା ଅଫ୍‌ ହବିବ୍‌, ଅହମଦାବାଦ ପ୍ୟାଲେସ କୋହିଫିଜା ସହିତ ଅନ୍ୟ ସମ୍ପତ୍ତି ସାମିଲ ରହିଛି।

ଜଷ୍ଟିସ ବିବେକ ଅଗ୍ରୱାଲ ଏହି ରାୟ ଦେଇ କହିଛନ୍ତି ଯେ ଶତ୍ରୁ ସମ୍ପତ୍ତି ଆଇନ (ସଂଶୋଧିତ), ୨୦୧୭ରେ ଏକ ବୈଧାନିକ ବ୍ୟବସ୍ଥା ରହିଛି। ଏହା ସହିତ ସେ ସମ୍ବନ୍ଧିତ ପକ୍ଷଙ୍କୁ ୩୦ ଦିନ ଭିତରେ ତଥ୍ୟ ଉପସ୍ଥାପନ କରିବାକୁ କହିଛନ୍ତି। ଏହି ସମୟରେ ଦାଖଲ ଆବେଦନ ଉପରେ ସୀମାକୁ ଛାଡ଼ି ଯୋଗ୍ୟତା ଭିତ୍ତିରେ ଶୁଣାଣି କରିବାକୁ ଆପିଲେଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ବିଭାଜନ ପରେ ପାକିସ୍ତାନ ଚାଲି ଯାଇଥିବା ଲୋକଙ୍କ ସମ୍ପତ୍ତିକୁ ଅଧିଗ୍ରହଣ କରିବା ପାଇଁ ଶତ୍ରୁ ସମ୍ପତ୍ତି ଆଇନ କେନ୍ଦ୍ର ସରକାରଙ୍କୁ କ୍ଷମତା ଦେଇଛି। ଭୋପାଳର ଶେଷ ନୱାବ ହମିଦୁଲ୍ଲା ଖାନଙ୍କ ତିନି ଝିଅ ଥିଲେ। ତାଙ୍କ ବଡ଼ ଝିଅ ଅବିଦା ସୁଲ୍‌ତାନ ୧୯୫୦ରେ ପାକିସ୍ତାନ ଚାଲି ଯାଇଥିଲେ। ଦ୍ବିତୀୟ ଝିଅ ସାଜିଦା ଭାରତରେ ରହି ନୱାବ ଇଫ୍ତିଖର ଅଲି ଖାନ୍ନ ପଟୌଦିଙ୍କୁ ବାହା ହୋଇଥିଲେ। ଏହି ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥିଲେ। ଏହି ସମ୍ପତ୍ତିରେ ସାଜିଦାଙ୍କ ନାତି ସୈଫଙ୍କ ଭାଗ ରହିଛି। ତେବେ ଅବିଦା ପାକିସ୍ତାନ ପଳାଇଥିବାରୁ ଏହା ଶତ୍ରୁ ସମ୍ପତ୍ତି ଘୋଷଣା ହେବାର ମୁଖ୍ୟ ଆଧାର ପାଲଟି ଯାଇଛି। ୨୦୧୯ରେ କୋର୍ଟ ସାଜଦାଙ୍କୁ ଆଇନଗତ ଉତ୍ତରାଧିକାରୀ ମାନ୍ୟତା ଦେଇଥିଲେ। ମାତ୍ର ଏବେର ରାୟ ସମ୍ପତ୍ତିକୁ ନେଇ ନୂଆ ବିବାଦ ସୃଷ୍ଟି କରିଛି।

ଭୋପାଳ ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଗତ ୭୨ ବର୍ଷର ସମ୍ପତ୍ତିର ରେକର୍ଡ ଯାଞ୍ଚ କରିବାକୁ ଘୋଷଣା କରିଛନ୍ତି। ଆଇନ ଅନୁଯାୟୀ ଏହି ଘରେ ରହୁଥିବା ବ୍ୟକ୍ତିଙ୍କୁ ଭଡ଼ାଟିଆ ଧରାଯିବ। ସରକାରଙ୍କ ସମ୍ଭାବ୍ୟ ଅଧିଗ୍ରହଣ ୧.୫ ଲକ୍ଷ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ସର୍ଭେ ଏବଂ ମାଲିକାନା ଚିହ୍ନଟ କରିବାକୁ ସରକାର ଯୋଜନା କରୁଥିବାରୁ ଲୋକଙ୍କୁ ଘର ଛାଡ଼ିବା ଭୟ ଘାରୁଛି।

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆଉ ଜଣେ ସନ୍ଦିଗ୍ଧ ଅଟକ
ନୂଆଦିଲ୍ଲୀ: ସୈଫ୍‌ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆଉ ଜଣେ ସନ୍ଦିଗ୍ଧ ଅଟକ । ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା ମିଳିଛି । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଏହି ସନ୍ଦିଗ୍ଧକୁ ଧରିଛି ରେଲୱେ ପୋଲିସ । ସନ୍ଦିଗ୍ଧ ଜଣକ ଜ୍ଞାନଶ୍ବେରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଖବର ପାଇ ସ୍ଥାନୀୟ ପୋଲିସର ସହାୟତାରେ ତାକୁ ଟ୍ରେନରୁ ଓହ୍ଲାଇଦିଆଯାଇଥିଲା। ବର୍ତ୍ତମାନ ତାକୁ ହେପାଜତରେ ରଖି ପୋଲିସ ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଗତ ୧୫ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ୍‌ ଅଲୀ ଖାନଙ୍କ ମୁମ୍ବାଇ ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୁତ୍ତ । ଏହି ଆକ୍ରମଣରେ ଅଭିନେତା ସୈଫ୍‌ ଅଲୀ ଖାନ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସୈଫଙ୍କ ମେରୁ ହାଡ଼ରୁ ନିକଟରୁ ଛୁରୀର ଏକ ଅଂଶ ମଧ୍ୟ କଢ଼ାଯାଇଛି। ଦୁଇଟି ସର୍ଜରୀ ପରେ ଅଭିନେତା ଏବେ ବିପଦମୁକ୍ତ ଅଛନ୍ତି।

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା, ଜଣେ ଯୁବକ ଗିରଫ
ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା । ସନ୍ଦିଗ୍ଧ ଜଣେ ଯୁବକ ଗିରଫ। ସନ୍ଦିଗ୍ଧ ଯୁବକକୁ ଗିରଫ କା ମୁମ୍ବାଇ ପୁଲିସର ସ୍ପେଶାଲ ଟିମ୍ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଛୁରାମାଡ଼ କରିଥିଲା । ପୁଲିସ ଘଟଣା ତଦନ୍ତ କରିବାସହ ଅଭିଯୁକ୍ତର ଫଟୋ ଗତକାଲି ଜାରି କରିଥିଲା। ଆକ୍ରମଣକାରୀକୁ ଧରିବା ପାଇଁ ୧୮ ଟିମ୍‌ ଗଠନ ହୋଇଥିଲା।

ଖବର ଅନୁଯାୟୀ, ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ସ୍ଥିତ ଘରେ ଗତକାଲି ଜଣେ ଦୁର୍ବୃତ୍ତ ସମସ୍ତ ସୁରକ୍ଷା ବଳୟକୁ ଭାଙ୍ଗି ଅଭିନେତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ତାର ଛୁରାମାଡ଼ରେ ଅଭିନେତା ଗୁରୁତର ଆହତ ହୋଇଖିଲେ। ଅସ୍ତ୍ରୋପଚାର ପରେ ସେ ବିପଦ ମୁକ୍ତ ଥିବା ଡାକ୍ତର କହିଥିଲେ। ଆକ୍ରମଣରେ ଅଭିନେତାଙ୍କ ମେରୁଦଣ୍ଡରେ ଛୁରି ଭାଙ୍ଗି ରହିଯାଇଥିଲା। ଗାଡ଼ି ପ୍ରସ୍ତୁତ ନ ଥିବାରୁ ପୁଅ ଇବ୍ରାହିମ ଅଲ୍ଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କୁ ଅଟୋରେ ନେଇ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଅସ୍ତ୍ରୋପଚାର କରି ଅଭିନେତାଙ୍କ ମେରୁଦଣ୍ଡରୁ ୨.୫ ଇଞ୍ଚର ଛୁରିକୁ ଡାକ୍ତର ବାହାର କରିଥିଲେ। ସୈଫଙ୍କ ବାମ ହାତ, ପେଟ,ମୁଣ୍ଡ ଏବଂ ବେକରେ ମଧ୍ୟ ୬ଟି ଆଘାତ ଲାଗିଥିଲା। ତାଙ୍କର ନ୍ୟୁରୋ ଓ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ରାତିରେ ଆକ୍ରମଣକାରୀ ଘରେ ପଶିଲା ବେଳେ ସମସ୍ତେ ଶୋଇଥିଲେ। ହଠାତ୍ ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ଉଠି ପଡ଼ିଥିଲେ। ଏହି ସହାୟିକା ସୈଫଙ୍କ ସନ୍ତାନ ତୈମୁର-ଜେହ ପାଇଁ ଉଦ୍ଦିଷ୍ଟ କକ୍ଷରେ ଶୋଇଥିଲେ। ଦୁର୍ବୃତ୍ତ ପ୍ରଥମେ ସେହି କଠୋରୀରେ ପଶିଥିଲା। ସହାୟିକା ଅରିୟାମା ଫିଲିପଙ୍କୁ ଆକ୍ରମଣକାରୀ ଧରିନେବାରୁ ସେ ଚିତ୍କାର କରିଥିଲେ। ଏହି ସମୟରେ ସୈଫ ଅଟକାଇବାକୁ ପ୍ରୟାସ କରିବାରୁ ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ଼ କରିଥିଲା।