Ayushman Bharat Yojana - The Sakala
ରୋଗୀଙ୍କ ପାଇଁ ଅଭିଶାପ ପାଲଟିଛି ‘ଆୟୁଷ୍ମାନ’; ଝିଅର ମୃତ୍ୟୁ ହେଲେ ଦାୟୀ ରହିବେ ସରକାର: ପରିବାର
ଭୁବନେଶ୍ୱର: ଆୟୁଷ୍ମାନ କାର୍ଡକୁ ନେଇ ପ୍ରତିଦିନ ବଢ଼ିବାରେ ଲାଗିଛି ଅଭିଯୋଗ। ପୂର୍ବରୁ ବିଏସ୍‌କେୱାଇରେ ବିନା ଦ୍ୱିଧାରେ ଚିକିତ୍ସା ପାଉଥିବା ଗରିବ ରୋଗୀମାନଙ୍କ ପାଇଁ ବିଜେପି ସରକାରଙ୍କ ‘ଆୟୁଷ୍ମାନ’ ଅଭିଶାପ ପାଲଟିଛି। ଚିକିତ୍ସା ସୁବିଧାସୁଯୋଗରୁ ବଞ୍ଚିତ ରୋଗୀମାନେ ଏବେ ନବୀନ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଏସ୍‌କେୱାଇକୁ ଝୁରୁଛନ୍ତି। କୋରାପୁଟ, ରାୟଗଡ଼ାର ରୋଗୀମାନେ ବିଶାଖାପାଟଣାରେ ଚିକିତ୍ସା ନ ପାଇ ହନ୍ତସନ୍ତ ହୋଇଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ବିଏସ୍‌କେୱାଇରେ ବିନା ମୂଲ୍ୟରେ ହୃଦରୋଗର ଚିକିତ୍ସା କରିଥିବା ଗରିବ ଝିଅଟି ଏବେ ଅନ୍ୟଏକ ବ୍ୟାଧିରେ ମୃତ୍ୟୁସହ ସଂଘର୍ଷ କରୁଥିଲେ ହେଁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ସୁଯୋଗ ପାଇପାରୁ ନାହିଁ। ଯାହାକୁ ନେଇ ପରିବାର ଲୋକମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଆୟୁଷ୍ମାନ କାର୍ଡ ସେମାନଙ୍କ ଚିକିତ୍ସାରେ ଲାଗି ପାରୁ ନ ଥିବା ଅଭିଯୋଗ କରି ଯଦି ତାଙ୍କ ଝିଅର କିଛି ହୋଇଯାଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ପରିବାର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।
ସାଲିଆ ସାହିର ଝିଅ ରାଧିକା (ଛଦ୍ମନାମ)ର ପରିବାର ଅତ୍ୟନ୍ତ ଗରିବ। ପୂର୍ବରୁ ବିଏସ୍‌କେୱାଇରେ ନିଜର ହୃଦ୍‌ରୋଗର ଚିକିତ୍ସା କରି ସୁସ୍ଥ ହୋଇଥିଲେ। ମାତ୍ର ଏବେ ସେ ଆଉଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମାତ୍ର ପୂର୍ବରୁ ବିଏସ୍‌କେୱାଇରେ ସେ ଘରୋଇ ହସ୍ପିଟାଲ୍‌ରେ ଯେଉଁ ଚିକିତ୍ସା ସେବା ପାଇଥିଲେ, ଏବେ ଆୟୁଷ୍ମାନ୍‌ର ତାହା ପାଉନାହାନ୍ତି। ତେଣୁ ଝିଅଟି ଏବେ ଜୀବନ-ମରଣ ସହ ସଂଘର୍ଷ କରୁଛି। ତାଙ୍କ ପରିବାର ମଧ୍ୟ ଏହାକୁ ନେଇ ବେଶ୍‌ ଚିନ୍ତିତ। ଆୟୁଷ୍ମାନ କାର୍ଡ ତାଙ୍କ ପାଇ ଅଭିଶାପ ପାଲଟିଛି ବୋଲି ଉଲ୍ଲେଖ କରି ସରକାରଙ୍କୁ ନିନ୍ଦା କରିଛନ୍ତି । ଚିକିତ୍ସା ନ ପାଇ ତାଙ୍କ ଝିଅ ଯଦି ମୃତ୍ୟୁବରଣ କରେ ତେବେ ସରକାର ଦାୟୀ ରହିବେ ବୋଲି ରାଧିକାର ବାପା କହିଛନ୍ତି। ଆୟୁଷ୍ମାନ ଯୋଜନାରେ ବିଭିନ୍ନ ରୋଗ ପାଇଁ ଅପେକ୍ଷାକୃତ କମ୍‌ ଅର୍ଥ ବରାଦ ଯୋଗୁଁ ଚିକିତ୍ସା ସେବା ବ୍ୟାହତ ହେଉଛି। ଏତେ କମ୍‌ ଅର୍ଥ ବରାଦରେ ବଡ଼ ରୋଗର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ଘରୋଇ ଡାକ୍ତରଖାନା ଗୁଡ଼ିକ ସଫା ସଫା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ଦେଇପାରୁନାହାନ୍ତି। ସାରା ଦେଶରେ ଆୟୁଷ୍ମାନ ଭାରତର ଗୋଟିଏ ପ୍ୟାକେଜ୍‌ ଲାଗୁ କରାଯାଇଛି। ବିଏସ୍‌କେୱାଇ ପ୍ୟାକେଜ୍‌ ଓ ସାମ୍ପ୍ରତିକ ବଜାର ଚିକିତ୍ସା ମୂଲ୍ୟ ତୁଳନାରେ ଆୟୁଷ୍ମାନ ଭାରତର ଚିକିତ୍ସା ପ୍ୟାକେଜ୍‌ ବହୁତ କମ୍‌ ରହିଛି। ବିଏସ୍‌କେୱାଇରେ ସରକାର ଦେଉଥିବା ଚିକିତ୍ସା ପ୍ୟାକେଜ୍‌କୁ ନେଇ ଘରୋଇ ଡାକ୍ତରଖାନା କେବେ ଅଭିଯୋଗ ଆଣି ନ ଥିଲେ। ବଜାର ମୂଲ୍ୟ ବୃଦ୍ଧି ହେତୁ ପ୍ୟାକେଜ୍‌ ଗୁଡିକରେ ଅନ୍ୟୂନ ୨୦ ପ୍ରତିଶତ ବୃଦ୍ଧି କରାଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗ ପାଖରେ ଦାବି କରୁଥିଲେ; କିନ୍ତୁ ଆୟୁଷ୍ମାନ ଭାରତରେ ଶତାଧିକ ରୋଗକୁ ଚିକିତ୍ସା ତାଲିକାରୁ ବାଦ୍‌ ଦିଆଯାଇ ଥିବା ବେଳେ ପ୍ୟାକେଜ୍‌ ୫୦ ପ୍ରତିଶତକୁ ଖସି ଆସିଛି।
କିଛି ରୋଗର ପ୍ୟାକେଜ୍‌ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ସିଟି ସ୍କାନ, ଏମ୍‌ଆରଆଇ, ପିଏଫ୍‌ଟି, ଏନ୍‌ସିଭି, ଇଏମ୍‌ଜି ଭଳି ବ୍ୟୟବହୁଳ ନିଦାନ ବ୍ୟବସ୍ଥା ଚିକିତ୍ସା ପ୍ୟାକେଜରେ ନାହିଁ। ହୃଦରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ରତିରୋପଣ ହେଉଥିବା ପେସ୍‌ ମେକର୍‌ ଦାମ୍‌ ଦେଢ଼ ଲକ୍ଷ ଟଙ୍କା। ମାତ୍ର ଆୟୁଷ୍ମାନରେ ମାତ୍ର ୭୫ ହଜାର ଟଙ୍କା ଦିଆଯାଉଛି। ସେହିପରି କାର୍ଡିଓଟୋକୋଗ୍ରାଫୀ (ସିଟିଜି), ମେରୁଦଣ୍ଡ ଚିକିତ୍ସା, ମସ୍ତିଷ୍କ ରୋଗ, କିଡ୍‌ନୀ ରୋଗ, ସ୍ନାୟୁ ରୋଗ, ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଭଳି ଗୁରୁତର ମାମଲାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍‌ ରହିଛି।  ଗୋଟିଏପଟେ ଆୟୁଷ୍ମାନ ପ୍ୟାକେଜ୍‌ ବୃଦ୍ଧି କରାଯାଇ ପାରୁନି। ଅନ୍ୟପକ୍ଷରେ ରୋଗୀଙ୍କ ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବାକୁ ଚାହୁନାହାନ୍ତି। ଏଥିରେ କେବଳ ସାଧାରଣ ଗରିବ ରୋଗୀ ଦହଗଞ୍ଜ ହେଉଛି। ଗତ କିଛି ବର୍ଷ ହେଲା ରାଜ୍ୟବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ବେଶ ଉପକୃତ ହେଉଥିବାବେଳେ ଏବେ ଚିକିତ୍ସା ପାଇଁ ସେମାନଙ୍କୁ ଜମି ଘର ବିକିବାକୁ ପଡ଼ୁଛି।
ବଲାଙ୍ଗିର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ଆୟୁଷ୍ମାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତୁଳନାରେ ଅଧିକ ସୁବିଧା ମିଳିବ ବୋଲି ଘୋଷଣା କରିଛନ୍ତି। ମାତ୍ର ବାସ୍ତବିକତା ହେଉଛି ଭିନ୍ନ, ଆୟୁଷ୍ମାନରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଆ ରୋଗୀ କିପରି ହଇରାଣ ହରକତ ହୋଇଛନ୍ତି ତାହା ଶୁଣିବା ପରେ ଆୟୁଷ୍ମାନକୁ ଲୋକମାନେ ଅଭିଶାପ କହିବା ଆରମ୍ଭ କରିଛନ୍ତି । ଆୟୁଷ୍ମାନ ଯୋଜନା ଦ୍ୱାରା ପ୍ରଭାବିତ ହୋଇଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମୁମ୍ବାଇରୁ ଭିଡିଓ ଜରିଆରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଯୋଜନାରେ ପୂର୍ବରୁ ସେମାନେ ଅଧିକ ସୁବିଧା ପାଉଥିବାବେଳେ ବର୍ତ୍ତମାନ ଆୟୁଷ୍ମାନ ଯୋଜନାରେ ତାହା ମିଳୁ ନ ଥିବା ଅଭିଯୋଗ କରିଛନ୍ତି।
କଟକ ଜିଲ୍ଲାର କର୍କଟ ରୋଗୀ ସୁକାନ୍ତ କୁମାର ସାହୁ। ରୋଗରେ ଆକ୍ରାନ୍ତ ହେବା ପରେ ବିଏସ୍‌କେୱାଇ ଯୋଜନା ଜରିଆରେ ମୁମ୍ବାଇରେ ଚିକିତ୍ସିତ ହୋଇଥିଲେ। ଏହି କାର୍ଡକୁ ବ୍ୟବହାର କରି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି ଅପରେସନ ପର୍ଯ୍ୟନ୍ତ ସବୁତକ ଖର୍ଚ୍ଚ ତତ୍‌କାଳୀନ ରାଜ୍ୟ ସରକାର ବହନ କରିଥିଲେ। ଅପରେସନ ପରେ ନିୟମିତ ଚିକିତ୍ସା ମଧ୍ୟ କାର୍ଡ ଦ୍ୱାରା କରୁଥିଲେ। କିନ୍ତୁ ଏହା ଆୟୁଷ୍ମାନ କାର୍ଡ ହେବା ପରେ ମୁମ୍ବାଇରେ ଆଉ ପୂର୍ବ ଭଳି ସେବା ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ଦୀପକ କୁମାର ସେନାପତି ନିଜର କର୍କଟ ପୀଡ଼ିତ ସ୍ତ୍ରୀଙ୍କୁ ମୁମ୍ବାଇରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ତାଙ୍କ କହିବା ଅନୁସାରେ ବିଏସ୍‌କେୱାଇ ଯୋଜନାରେ ମୁମ୍ବାଇକୁ ଆସି ସବୁପ୍ରକାର ପରୀକ୍ଷାଠାରୁ ଆରମ୍ଭ କରି ଅପରେସନ, ଔଷଧ ସବୁ ମାଗଣାରେ ମିଳୁଥିଲା କିନ୍ତୁ ଆଉ ତାହା ମିଳୁନାହିଁ। ଆୟୁଷ୍ମାନ କାର୍ଡ କେବଳ ଅପରେସନ, କେମୋ ଓ ଲାଇଟ୍‌ ପାଇଁ ବ୍ୟବହାର ହେଉଛି। ବାକି ସବୁ ପରୀକ୍ଷା, ଔଷଧ ପାଇଁ ଥରେ ଆସିଲେ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ସେ ଅଭିଯୋଗ କରିଛନ୍ତି। ଆଉ ଜଣେ ରୋଗୀ ସମ୍ପର୍କୀୟ ମଧ୍ୟ ଆୟୁଷ୍ମାନ କାର୍ଡର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ବିଏସ୍‌କେୱାଇ କାର୍ଡ ନେଇ ଗଲା ଚିକିତ୍ସା ହେବାସହ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁ ନ ଥିଲା। କେବଳ ରହିବା ପାଇଁ ଖର୍ଚ୍ଚ ହେଉଥିଲା। କିନ୍ତୁ ଏବେ ଆୟୁଷ୍ମାନ ଯୋଜନାରେ ହୋଇଥିବା ପରିବର୍ତ୍ତନ ଅନୁସାରେ ମୁମ୍ବାଇରେ ଥିବା ଡାକ୍ତରଖାନା ମାନଙ୍କରେ ସବୁ ସୁବିଧା ଦିଆଯାଉନାହିଁ। ଏହିଭଳି ଅନେକ ରୋଗୀ ମୁମ୍ବାଇ ନିୟମିତ ଯାଇ ଚିକିତ୍ସିତ ହେଉଥିବା ବେଳେ ଆୟୁଷ୍ମାନ ଯୋଜନା କାର୍ଡ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା, ଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଜନାକୁ ଲାଗୁ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅଶ୍ୱିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ନୂଆ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ। ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ସେହପରି ରାଜ୍ୟର ପ୍ରାୟ ୩ କୋଟି ଲୋକ ଏହି ଯୋଜନାର ଫାଇଦା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ରାଜ୍ୟର ୧ କୋଟି ୩୦ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବେ। ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତର ସୁବିଧା ଗୋଟିଏ କାର୍ଡରେ ମିଳିବ। ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇପାରିବେ।
ଦେଶର ୩୦ ହଜାର ହସ୍ପିଟାଲ୍‌ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁବିଧା ମିଳିବ। ରାଜ୍ୟ ସରକାର ଆସନ୍ତା ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ସେହିପରି ୭୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ। ଏହାଦ୍ୱାରା ବରିଷ୍ଠ ନାଗରିକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବାର ସୁବିଧା ମିଳିବ। ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଯାହାର ଏବେ ନାଁ ପରିବର୍ତ୍ତନ ହୋଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହୋଇଛି। ତା ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ ।