Healthy Living - The Sakala

୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା ପାଲଟିଛି। ଯଦି ଆପଣ ପ୍ରାକୃତିକ ଉପାୟରେ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ଲାଉ ଏଥିପାଇଁ ଏକ ଅବ୍ୟର୍ଥ ମହୌଷଧି ହୋଇପାରେ। ମାତ୍ର ୩ ମାସ ନିୟମିତ ଭାବେ ଲାଉକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ନିୟନ୍ତ୍ରଣ କରିବା ସହଜ ହୋଇଥାଏ। ଲାଉରେ ପ୍ରଚୁର ପରିମାଣରେ ପାଣି ଓ ଫାଇବର ଥିବାରୁ ଏହା ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ଲାଉରୁ ମିଳୁଥିବା ପୋଷକ ତତ୍ତ୍ୱ

ଲାଉରେ ୯୨ ପ୍ରତିଶତ ପାଣି ରହିଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ। ଏଥିରେ କ୍ୟାଲୋରୀର ମାତ୍ରା ଅତି କମ୍ ଏବଂ ପାଚନ ପ୍ରକ୍ରିୟାକୁ ସୁଧାରିବା ପାଇଁ ଆବଶ୍ୟକୀୟ ଫାଇବର ଭରପୂର ରହିଛି। ଏହା ବ୍ୟତୀତ ଏଥିରେ ଭିଟାମିନ୍ ସି, ବି, କେ, ଏବଂ ପୋଟାସିୟମ୍ ଭଳି ଖଣିଜ ଲବଣ ମଧ୍ୟ ଥାଏ।

କିପରି ପ୍ରସ୍ତୁତ କରିବେ ୩ ମାସର ଡାଏଟ୍ ପ୍ଲାନ୍

ଓଜନ କମାଇବା ପାଇଁ ସକାଳେ ଖାଲି ପେଟରେ ତାଜା ଲାଉ ରସ ପିଇବା ସବୁଠାରୁ ଫଳପ୍ରଦ। ଏହା ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବାରେ ଏବଂ ଅଦରକାରୀ ଚର୍ବି କମାଇବାରେ ସାହାଯ୍ୟ କରେ। ମଧ୍ୟାହ୍ନ ଭୋଜନରେ ଆପଣ ଲାଉ ତରକାରି କିମ୍ବା ସୁପ୍ ସାମିଲ କରିପାରିବେ। ଧ୍ୟାନ ରଖନ୍ତୁ ଯେ ଏହି ୩ ମାସ ମଧ୍ୟରେ ତେଲ, ମସଲା ଏବଂ ମିଠା ଜାତୀୟ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ। ନିୟମିତ ବ୍ୟାୟାମ ସହିତ ଲାଉର ସେବନ ଓଜନ କମାଇବାର ପ୍ରକ୍ରିୟାକୁ ଦ୍ରୁତ କରିଥାଏ।

ସାବଧାନତା ଓ ପରାମର୍ଶ

ଲାଉ ରସ ପିଇବା ପୂର୍ବରୁ ଏହା ପିତା ଅଛି କି ନାହିଁ ତାହା ଯାଞ୍ଚ କରିବା ଜରୁରୀ। ପିତା ଲାଉ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ। କୌଣସି ବି ଡାଏଟ୍ ପ୍ଲାନ୍ ଆରମ୍ଭ କରିବା ପୂର୍ବରୁ ଜଣେ ପୁଷ୍ଟିସାର ବିଶେଷଜ୍ଞ ବା ଡାକ୍ତରଙ୍କ ପରାମର୍ଶ ନେବା ଶ୍ରେୟସ୍କର।

ବାୟୁରୁ ଭୂତାଣୁ ଚିହ୍ନଟ କରିବ ସେନ୍‌ସର୍‌
ଦିନକୁ ଦିନ ବାୟୁ ପ୍ରଦୂଷଣ ଭୟଙ୍କର ହେଉଛି। ବିଷାକ୍ତ ବାୟୁ କେବଳ ପରିବେଶକୁ ଦୂଷିତ କରୁଛି ତାହା ନୁହେଁ, ମନୁଷ୍ୟ ଶରୀର ଉପରେ ନାନା କ୍ଷତି ପହଞ୍ଚାଉଛି। ପ୍ରଦୂଷିତ ବାୟୁ ଯୋଗୁଁ ଫୁସ୍‌ଫୁସ୍‌ଜନିତ ସମସ୍ୟା, ଗଳା ଯନ୍ତ୍ରଣା, କାଶ, ହୃଦ୍‌ରୋଗ, ଫୁସ୍‌ଫୁସ୍‌ କର୍କଟ, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ରହିଛି। ହେଲେ ଏବେ ବାୟୁରୁ ମଧ୍ୟ କ୍ଷତିକାରକ ଭୂତାଣୁ ଚିହ୍ନଟ ସହଜ ହେବ। ଆମେରିକା ପରି ଦେଶରେ ବାୟୁରୁ ବିପଜ୍ଜନକ ଭୂତାଣୁ ଚିହ୍ନଟ ପାଇଁ ଅତ୍ୟାଧୁନିକ ସେନ୍‌ସର୍‌ ବିକଶିତ କରାଯାଇଥିବାବେଳେ ଏ କ୍ଷେତ୍ରରେ ଆଇଆଇଟି, ଚେନ୍ନାଇ ସଂସ୍ଥାନ ମଧ୍ୟ ପଛରେ ନାହିଁ। ଏହି ସେନ୍‌ସର୍‌ ଉପରେ ଗବେଷକମାନେ ନାନା ଗବେଷଣା କରୁଛନ୍ତି।

ଏନେଇ ଆମେରିକା, ମିୟାମି ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଡ.ପ୍ରତିମ ବିଶ୍ବାସ ଡୁନ୍‌ ବିଶ୍ବବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଏରୋଜୋଲ କନ୍‌ଫେରେନ୍ସରେ ଏହି କୌଶଳ ଉପରେ ସବିବେଶ ତଥ୍ୟ ଦେଇଛନ୍ତି। ଏହି ସେନ୍‌ସର ବାୟୁରେ ଥିବା ଭୂତାଣୁକୁ ସଠିକ୍‌ ଚିହ୍ନଟ କରିପାରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ବାୟୁରେ ଧୂଳି ବ୍ୟତୀତ ଅଙ୍ଗାରକାମ୍ଳ, ସଲ୍‌ଫର ଆଦି ଅନେକ ପ୍ରକାର ବିପ୍ପଜନକ କଣିକା ଥାଏ। ଏହାକୁ ପରିଚାଳନା କରିବାକୁ ଏବେ ସ୍ବତନ୍ତ୍ର ଉପକରଣ ବିକଶିତ କରାଯାଉଛି। ଯେଉଁଥିରୁ ବାୟୁରେ ବ୍ୟାପୁଥିବା ବିଭିନ୍ନ ପ୍ରକାର ଭୂତାଣୁ ଚିହ୍ନଟ ସହ ଏହା କେତେ ବିପଜ୍ଜନକ ତାହା ମଧ୍ୟ ଆକଳନ କରିପାରିବ। ତେବେ କରୋନା ସମୟରେ ଆମେରିକା ଏବଂ ରୁଷ ପରି ଦେଶ ଦ୍ବାରା ବିକଶିତ କରାଯାଇଥିବା ଭାଇରଲ ସେନ୍‌ସର୍‌କୁ ଅଧିକ ଉନ୍ନତ କରିବାକୁ ଏହା ଉପରେ କାମ ଚାଲୁଛି। ଯାହା କି ବାୟୁରେ ସମସ୍ତ ପ୍ରକାର ଭୂତାଣୁ ଆସିଲେ, ତୁରନ୍ତ ଆଲର୍ଟ କରିପାରିବ। ଏହାଦ୍ବାରା ଭବିଷ୍ୟତରେ ଯେକୌଣସି ଭୂତାଣୁ ବ୍ୟାପିବାକୁ ନିୟନ୍ତ୍ରଣ କରାଯାଇପାରିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କରୋନା ପରି ଘାତକ ରୋଗକୁ ନିୟନ୍ତ୍ରଣ କରିବାରେ ଏହି ସେନ୍ସର ବଡ଼ ଭୂମିକା ରହିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ରଖିଛନ୍ତି।