Vice Chancellor - The Sakala

ୟୁଜିସି ନିୟମ ପରିବର୍ତ୍ତନ ପାଇଁ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ, କୁଳପତି ହୋଇପାରିବେ ଅଣଶିକ୍ଷାବିତ୍‌
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ପାଇପାରିବେ ଅଣଶିକ୍ଷାବିତ୍‌। ଶିଳ୍ପ କ୍ଷେତ୍ରରୁ ପ୍ରତିନିଧିତ୍ୱ କରିଥିବା ବରିଷ୍ଠ ଅଧିକାରୀ, ସାଧାରଣ ପ୍ରଶାସନ ଓ ସରକାରୀ ଉଦ୍ୟୋଗ ପୃଷ୍ଠଭୂମି ଥିବା ଅଧିକରୀ ମଧ୍ୟ କୁଳପତି ହୋଇପାରିବେ। ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ବଦଳରେ ବିଶ୍ୱବିଦ୍ୟାଳୟ କୁଳାଧିପତି ବା ରାଜ୍ୟପାଳଙ୍କ ମନୋନୀତ ପ୍ରତିନିଧି ଅଧ୍ୟକ୍ଷ ରହିବେ। ସେମାନଙ୍କ କାର୍ଯ୍ୟକାଳ ୫ ବର୍ଷିଆ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପ୍ରସ୍ତାବିତ ଚିଠା ମାର୍ଗଦର୍ଶିକା(ଡ୍ରାଫ୍ଟ ଗାଇଡ୍‌ଲାଇନ୍‌)ରେ ଉଲ୍ଲେଖ କରାଯାଇଛି।

ଚିଠା ମାର୍ଗଦର୍ଶିକା ଅନୁଯାୟୀ, ଅନ୍ୟୁନ୍ୟ ୧୦ ବର୍ଷ ଅଭିଜ୍ଞତା ଥିବା ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରାଧ୍ୟାପକ, ପ୍ରତିଷ୍ଠିତ ଗବେଷଣା ବା ଶିକ୍ଷାନୁଷ୍ଠାନର ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି କୁଳପତି ପାଇଁ ଯୋଗ୍ୟ ହେବେ। ଏହି ବ୍ୟବସ୍ଥା ପୂର୍ବରୁ ମଧ୍ୟ ଥିଲା। ପ୍ରଥମ ଥର ପାଇଁ ଅଣଶିକ୍ଷାବିତ୍‌ ବା ଶିଳ୍ପ କ୍ଷେତ୍ରର ବରିଷ୍ଠ ଅଧିକାରୀ, ସାଧାରଣ ପ୍ରଶାସନ ଓ ସରକାରୀ ଉଦ୍ୟୋଗ ପୃଷ୍ଠଭୂମି ଥିବା ଅଧିକରୀ ମଧ୍ୟ କୁଳପତି ହୋଇପାରିବେ ବୋଲି କୁହାଯାଇଛି। ତେବେ ଏହି ବର୍ଗର ବ୍ୟକ୍ତିବିଶେଷଙ୍କ ନିଯୁକ୍ତିକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଲା, କୁଳପତିଙ୍କ ପ୍ରଶାସନିକ ଦକ୍ଷତା ସହ ଶିକ୍ଷା ଓ ଶୈକ୍ଷିକ ବାତାବରଣ ସମ୍ପର୍କରେ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ। ଅଣଶିକ୍ଷାବିତ୍‌ଙ୍କୁ ନିଯୁକ୍ତି ଦିଆଗଲେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ନିଯୁକ୍ତି ପାଇଁ ଗଠିତ ସର୍ଚ୍ଚ କମିଟିରେ ପୂର୍ବପରି ୩ଜଣ ସଦସ୍ୟ ରହିବେ। ହେଲେ ତହିଁରେ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ରହିବେ ନାହିଁ। ପୂର୍ବରୁ ମୁଖ୍ୟ ସଚିବ ପାହ୍ୟାର ଜଣେ ଅଧିକାରୀ କମିଟିର ଅଧ୍ୟକ୍ଷ ରହୁଥିଲେ। ଯାହାକୁ ପରିବର୍ତ୍ତନ କରି ବିଶ୍ୱବିଦ୍ୟାଳୟ କୁଳାଧିପତି ବା ରାଜ୍ୟପାଳଙ୍କ ମନୋନୀତ ପ୍ରତିନିଧି ଅଧ୍ୟକ୍ଷ ରହିବେ ବୋଲି କୁହାଯାଇଛି। ତାଙ୍କ ସହ ୟୁଜିସି ଅଧ୍ୟକ୍ଷଙ୍କ ଜଣେ ପ୍ରତିନିଧି ଓ ବିଶ୍ୱବିଦ୍ୟାଳୟ ଆପେକ୍ସ ବଡିର ଜଣେ ସଦସ୍ୟ ରହିବେ। କମିଟି ୩ରୁ ୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ରାଜ୍ୟପାଳଙ୍କୁ ପ୍ରଦାନ କରିବ। ତନ୍ମଧ୍ୟରୁ ଜଣଙ୍କୁ ରାଜ୍ୟପାଳ କୁଳପତି ପାଇଁ ବାଛିବେ। ପରିବର୍ତ୍ତିତ ନିୟମ ଫଳରେ ରାଜ୍ୟପାଳଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହୋଇପାରିବ ନାହିଁ ବୋଲି ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। କୁଳପତି ନିଯୁକ୍ତିରେ ରାଜ୍ୟ ସରକାରଙ୍କ କ୍ଷମତା ସଂଙ୍କୁଚିତ ହେବାର ଆଶଙ୍କା ରହିଥିବା ଶିକ୍ଷାବିତ୍‌ ଡ. ମାନସ ବେହେରା ମତବ୍ୟକ୍ତ କରିଛନ୍ତି।

ଅପରପକ୍ଷେ ଥରେ କୁଳପତି ହୋଇସାରିବା ପରେ ମଧ୍ୟ ଆଉଥରେ କୁଳପତି ହୋଇପାରିବେ। ଏଥିପାଇଁ ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଚୟନ ହେବେ ବୋଲି ୟୁଜିସି ଡ୍ରାଫ୍ଟ ଗାଇଡଲାଇନ୍‌ ପ୍ରକାଶ କରିଛି।