Lord Vishnu - The Sakala

ପରମା ଏକାଦଶୀ ୨୦୨୬: ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ୍ ମିଳିବ ନାହିଁ ବ୍ରତର ପୂର୍ଣ୍ଣ ଫଳ
ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ବିଶେଷ କରି ଅଧିକ ମାସ (ପୁରୁଷୋତ୍ତମ ମାସ)ର କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ପରମା ଏକାଦଶୀ କୁହାଯାଏ । ଏହି ଏକାଦଶୀ ୩ ବର୍ଷରେ ଥରେ ଆସିଥାଏ । ଚଳିତ ବର୍ଷ ଅର୍ଥାତ୍ ୨୦୨୬ ମସିହାରେ ଜୁନ୍ ୧୧ ତାରିଖରେ ଏହି ପବିତ୍ର ବ୍ରତ ପାଳନ କରାଯିବ । ଏହି ଦିନ ବିଧିବିଧାନର ସହିତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କଲେ ଜୀବନରୁ ଦାରିଦ୍ର୍ୟ ଦୂର ହେବା ସହ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଏକାଦଶୀ ବ୍ରତରେ ସାବଧାନତା

ଧାର୍ମିକ ମାନ୍ୟତା ଅନୁଯାୟୀ, ପରମା ଏକାଦଶୀ ବ୍ରତ ରଖିଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ତେବେ ଏହି ବ୍ରତ ଯେତିକି ଫଳଦାୟୀ, ଏହାର ନିୟମ ମଧ୍ୟ ସେତିକି କଠିନ ହୋଇଥାଏ । ଜାଣତରେ ହେଉ କିମ୍ବା ଅଜାଣତରେ ଯଦି ବ୍ରତଧାରୀ କିଛି ଭୁଲ୍ କରନ୍ତି, ତେବେ ବ୍ରତ ଖଣ୍ଡିତ ହୋଇପାରେ ଏବଂ ଭଗବାନ ବିଷ୍ଣୁ ଅସନ୍ତୁଷ୍ଟ ହୋଇପାରନ୍ତି । ଆସନ୍ତୁ ଜାଣିବା ଏହି ଦିନ କେଉଁ ସବୁ କାମ କରିବା ଅନୁଚିତ୍ ।

ଏହି ସବୁ କାମ କରିବାଠାରୁ ଦୂରେଇ ରୁହନ୍ତୁ

ଅନ୍ନ ଓ ଚାଉଳ ସେବନ ନିଷେଧ

ଏକାଦଶୀ ଦିନ ଭୁଲ୍‌ରେ ମଧ୍ୟ ଚାଉଳ କିମ୍ବା ଭାତ ଖାଇବା ଉଚିତ୍ ନୁହେଁ । ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ଦିନ ଚାଉଳ ଖାଇଲେ ବ୍ୟକ୍ତିକୁ ପରବର୍ତ୍ତୀ ଜନ୍ମରେ ସରୀସୃପ ଯୋନି ପ୍ରାପ୍ତ ହୋଇଥାଏ । ଏହା ବ୍ୟତୀତ ଗହମ, ଡାଲି ଏବଂ ଅନ୍ୟାନ୍ୟ ଶସ୍ୟ ଜାତୀୟ ଖାଦ୍ୟ ସେବନ କରିବାରୁ ନିବୃତ୍ତ ରହିବା ଉଚିତ୍ । କେବଳ ଫଳାହାର ବା ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବା ଶୁଭଦାୟକ ଅଟେ ।

ତାମସିକ ଖାଦ୍ୟ ବର୍ଜନ କରନ୍ତୁ

ପରମା ଏକାଦଶୀ ଦିନ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ଦିନ ପିଆଜ, ରସୁଣ, ମାଂସ ଏବଂ ମଦ୍ୟପାନ ଆଦି ତାମସିକ ଦ୍ରବ୍ୟର ସେବନ ସମ୍ପୂର୍ଣ୍ଣ ନିଷେଧ । ତାମସିକ ଖାଦ୍ୟ ଖାଇଲେ ବ୍ରତର ଫଳ ମିଳିନଥାଏ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

ତୁଳସୀ ପତ୍ର ତୋଳନ୍ତୁ ନାହିଁ

ଭଗବାନ ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ରର ବ୍ୟବହାର ଅତ୍ୟନ୍ତ ଜରୁରୀ । ମାତ୍ର ଏକାଦଶୀ ତିଥିରେ ତୁଳସୀ ପତ୍ର ତୋଳିବା ବାରଣ କରାଯାଇଛି । ପୂଜା ପାଇଁ ଆବଶ୍ୟକ ଥିଲେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଦଶମୀ ତିଥିରେ ତୁଳସୀ ପତ୍ର ତୋଳି ରଖିବା ଉଚିତ୍ ।

କ୍ରୋଧ ଓ ଅହଂକାରରୁ ଦୂରେଇ ରୁହନ୍ତୁ

ବ୍ରତ କେବଳ ଉପବାସ ନୁହେଁ, ବରଂ ମନର ଶୁଦ୍ଧତା ମଧ୍ୟ ଆବଶ୍ୟକ କରେ । ଏକାଦଶୀ ଦିନ କାହା ଉପରେ କ୍ରୋଧ ପ୍ରକାଶ କରନ୍ତୁ ନାହିଁ କିମ୍ବା ଖରାପ ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ । ଅନ୍ୟର ନିନ୍ଦା କିମ୍ବା ଅପମାନ କରିବା ପାପ ସହ ସମାନ ବୋଲି ଧରାଯାଏ । ମନକୁ ଶାନ୍ତ ରଖି ଦିନସାରା 'ଓଁ ନମୋ ଭଗବତେ ବାସୁଦେବାୟ' ମନ୍ତ୍ର ଜପ କରିବା ଉଚିତ୍ ।

ବ୍ରହ୍ମଚର୍ଯ୍ୟ ନିୟମର ପାଳନ

ଏହି ପବିତ୍ର ଦିନରେ ଶାରୀରିକ ଏବଂ ମାନସିକ ସ୍ତରରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଅନିବାର୍ଯ୍ୟ ଅଟେ । ଘରେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖନ୍ତୁ ଏବଂ ପରିବାର ସଦସ୍ୟଙ୍କ ସହ ମିଶି ଭଗବାନଙ୍କ ନାମ ସ୍ମରଣରେ ସମୟ ଅତିବାହିତ କରନ୍ତୁ ।

ମେ' ୨୦୨୬ରେ ବିରଳ ସଂଯୋଗ: ଏକା ମାସରେ ପଡ଼ିବ ଦୁଇଟି ପୂର୍ଣ୍ଣିମା, ଜାଣନ୍ତୁ ଏହାର ମହତ୍ତ୍ୱ ଓ ଉପାୟ
ଧାର୍ମିକ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେ' ୨୦୨୬ ମାସଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ଏହି ମାସରେ ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି। ମାସର ଆରମ୍ଭ ଏବଂ ଶେଷ ଉଭୟ ପୂର୍ଣ୍ଣିମା ତିଥିରେ ହେବ। ଜ୍ୟୋତିଷଙ୍କ ମତରେ, ଏପରି ବିରଳ ଯୋଗ ବହୁତ କମ୍ ଦେଖିବାକୁ ମିଳେ। ତେଣୁ ସମ୍ପୂର୍ଣ୍ଣ ମେ' ମାସକୁ ପୂଜାପାଠ, ସ୍ନାନ ଏବଂ ଦାନ ଧର୍ମ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଉଛି।

ପୂର୍ଣ୍ଣିମାରୁ ଆରମ୍ଭ ହେବ ମାସ

ମେ' ମାସର ଆରମ୍ଭ ୧ ତାରିଖରେ ଅର୍ଥାତ୍ ବୈଶାଖ ପୂର୍ଣ୍ଣିମାରୁ ହେଉଛି। ଏହାକୁ ବୁଦ୍ଧ ପୂର୍ଣ୍ଣିମା ଭାବରେ ମଧ୍ୟ ପାଳନ କରାଯାଏ। ହିନ୍ଦୁ ଏବଂ ବୌଦ୍ଧ ଉଭୟ ଧର୍ମରେ ଏହି ଦିନଟି ଅତ୍ୟନ୍ତ ପବିତ୍ର ଅଟେ। ଲୋକମାନେ ଏହି ଦିନ ସକାଳେ ସ୍ନାନ କରି ପୂଜାପାଠ କରିବା ସହ ଗରିବମାନଙ୍କୁ ଦାନ ଦେଇଥାନ୍ତି। ମାନ୍ୟତା ରହିଛି ଯେ, ଏହି ଦିନ କରାଯାଇଥିବା ସତ୍କର୍ମର ଫଳ ଅନେକ ଗୁଣ ବୃଦ୍ଧି ପାଇଥାଏ। ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦିନ ଭଗବାନ ବୁଦ୍ଧଙ୍କର ଜନ୍ମ, ଜ୍ଞାନ ପ୍ରାପ୍ତି ଏବଂ ମହାପରିନିର୍ବାଣ ହୋଇଥିଲା।

ଅଧିକ ପୂର୍ଣ୍ଣିମାରେ ମାସର ଅନ୍ତ

ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯେ, ମାସର ଶେଷ ଦିନ ଅର୍ଥାତ୍ ୩୧ ମେ' ରେ ମଧ୍ୟ ପୂର୍ଣ୍ଣିମା ତିଥି ପଡ଼ୁଛି। ଏହା ହେଉଛି ଜ୍ୟେଷ୍ଠ ଅଧିକ ପୂର୍ଣ୍ଣିମା, ଯାହା ନିଜ ଭିତରେ ବହୁତ ସ୍ୱତନ୍ତ୍ର ବୋଲି ଧରାଯାଏ। ଅଧିକ ମାସରେ ଆସୁଥିବାରୁ ଏହାର ଧାର୍ମିକ ମହତ୍ତ୍ୱ ଆହୁରି ବଢ଼ିଯାଇଥାଏ।

କ’ଣ ରହିଛି ମହତ୍ତ୍ୱ ଓ ଉପାୟ?

ଏହି ସମ୍ପୂର୍ଣ୍ଣ ମାସଟି ସ୍ନାନ, ଦାନ ଏବଂ ଧାର୍ମିକ ଅନୁଷ୍ଠାନ ପାଇଁ ଉତ୍ତମ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ସମୟରେ ଭଗବାନ ଶ୍ରୀହରି (ବିଷ୍ଣୁ) ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ। ମନସ୍କାମନା ପୂରଣ ପାଇଁ ପ୍ରତିଦିନ ଭଗବାନଙ୍କ ସମ୍ମୁଖରେ ତେଲ ଦୀପ ଜାଳିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଛନ୍ତି। ବୈଶାଖ ପୂର୍ଣ୍ଣିମାରେ ଖରାଦିନେ ଶୋଷିଲା ଲୋକଙ୍କୁ ଜଳଦାନ କରିବା ସବୁଠାରୁ ବଡ଼ ପୁଣ୍ୟ କାମ ବୋଲି ବିବେଚନା କରାଯାଏ। ଏହାସହ ବସ୍ତ୍ର ଏବଂ ଅନ୍ନ ଦାନ କଲେ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଗରୁଡ଼ ପୁରାଣ ରହସ୍ୟ: ମୃତ୍ୟୁ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇଥାଏ ପରବର୍ତ୍ତୀ ଜନ୍ମ, ଜାଣନ୍ତୁ କ'ଣ କହୁଛି ଆପଣଙ୍କ କର୍ମ
ହିନ୍ଦୁ ଧର୍ମର ଅଷ୍ଟାଦଶ ମହାପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ। ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହନ ଗରୁଡ଼ଙ୍କ ମଧ୍ୟରେ ହୋଇଥିବା କଥୋପକଥନ ଉପରେ ଆଧାରିତ ଏହି ପୁରାଣରେ ଜୀବନ, ମୃତ୍ୟୁ, ଆତ୍ମା, କର୍ମ, ପୁନର୍ଜନ୍ମ ଏବଂ ମୋକ୍ଷ ସହ ଜଡ଼ିତ ଅନେକ ଗୁଢ଼ ରହସ୍ୟ ବର୍ଣ୍ଣନା କରାଯାଇଛି। ସାଧାରଣତଃ ଲୋକଙ୍କ ମନରେ ମୃତ୍ୟୁ ପରେ କ'ଣ ହୁଏ, ସେ ନେଇ ଅନେକ ପ୍ରଶ୍ନ ଥାଏ। କିନ୍ତୁ ଗରୁଡ଼ ପୁରାଣ ଅନୁଯାୟୀ, ମଣିଷର ମୃତ୍ୟୁ ପୂର୍ବରୁ ହିଁ ତାର ପରବର୍ତ୍ତୀ ଜନ୍ମ କିପରି ହେବ, ତାହା ନିର୍ଦ୍ଧାରିତ ହୋଇସାରିଥାଏ। ଏହା ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିର କର୍ମ ଉପରେ ନିର୍ଭର କରିଥାଏ।

କର୍ମ ହିଁ ନିର୍ଦ୍ଧାରଣ କରେ ପରବର୍ତ୍ତୀ ଜନ୍ମ

ଗରୁଡ଼ ପୁରାଣରେ ମୋଟ ୮୪ ଲକ୍ଷ ଯୋନି ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ମନୁଷ୍ୟ ଯୋନିକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କରୁଥିବା ଭଲ ଏବଂ ଖରାପ କର୍ମ ଆଧାରରେ ତାର ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରିତ ହୋଇଥାଏ। ଉଦାହରଣ ସ୍ୱରୂପ, ଯେଉଁ ବ୍ୟକ୍ତି ସାତ୍ତ୍ୱିକ କର୍ମ, ଭକ୍ତି, ଦାନ ଏବଂ ସତ୍ୟର ପାଳନ କରନ୍ତି, ସେମାନଙ୍କୁ ପୁଣିଥରେ ଶ୍ରେଷ୍ଠ ମନୁଷ୍ୟ ଜନ୍ମ ବା ସ୍ୱର୍ଗ ପ୍ରାପ୍ତ ହୁଏ। ଅନ୍ୟପକ୍ଷରେ, ନିଜର ମିତ୍ରଙ୍କ ସହ ପ୍ରତାରଣା ବା ଧୋକା କରୁଥିବା ଏବଂ ଲୋଭୀ ସ୍ୱଭାବର ବ୍ୟକ୍ତିମାନଙ୍କୁ ପରବର୍ତ୍ତୀ ଜନ୍ମରେ ଶାଗୁଣା ପରି ନିମ୍ନ ଯୋନି ପ୍ରାପ୍ତ ହୋଇଥାଏ ବୋଲି ପୁରାଣରେ କୁହାଯାଇଛି।

ଅନ୍ତିମ ସମୟର ଚିନ୍ତାଧାରାର ପ୍ରଭାବ

ମଣିଷ ନିଜ ଜୀବନସାରା ଯେଭଳି କର୍ମ କରିଥାଏ ଏବଂ ଯେଉଁ ବିଚାର ରଖିଥାଏ, ମୃତ୍ୟୁ ସମୟରେ ମଧ୍ୟ ତାର ମନରେ ସେହିଭଳି ଚିନ୍ତାଧାରା ଆସିଥାଏ। ଗରୁଡ଼ ପୁରାଣ ଅନୁସାରେ, ମୃତ୍ୟୁ ଶଯ୍ୟାରେ ଥିବା ସମୟରେ ମଣିଷର ମନରେ ଆସୁଥିବା ଶେଷ ଚିନ୍ତାଧାରା ତାର ଆତ୍ମାର ପରବର୍ତ୍ତୀ ଯାତ୍ରାକୁ ପ୍ରଭାବିତ କରିଥାଏ। ଯଦି ଜଣେ ବ୍ୟକ୍ତି ଅନ୍ତିମ ସମୟରେ ଭଗବାନଙ୍କ ନାମ ସ୍ମରଣ କରନ୍ତି, ତେବେ ତାଙ୍କୁ ସଦ୍‌ଗତି ପ୍ରାପ୍ତ ହୁଏ। କିନ୍ତୁ ଭୌତିକ ମୋହ ଏବଂ ଲାଳସାରେ ବାନ୍ଧି ହୋଇ ରହିଲେ ଆତ୍ମାକୁ ବାରମ୍ବାର ଜନ୍ମ ଓ ମୃତ୍ୟୁ ଚକ୍ରରେ ପଡ଼ିବାକୁ ହୁଏ।

ଜୀବନ ପାଇଁ ଏକ ବାର୍ତ୍ତା

ଆମର କର୍ମ ହିଁ ଆମର ଭାଗ୍ୟ ନିର୍ମାଣ କରେ। ତେଣୁ ଗରୁଡ଼ ପୁରାଣ ଆମକୁ ଏହି ଶିକ୍ଷା ଦିଏ ଯେ, ଜୀବନରେ ସର୍ବଦା ସତ୍ କର୍ମ କରିବା ଉଚିତ୍। ଅନ୍ୟକୁ କଷ୍ଟ ନଦେଇ ନିଜର ବାଣୀକୁ ମଧୁର ରଖିବା ସହ ପିତୃପୁରୁଷଙ୍କୁ ସମ୍ମାନ ଦେବା ଆବଶ୍ୟକ। ନିଜର ସତ୍‌କର୍ମ ଦ୍ୱାରା ହିଁ ମଣିଷ ଆତ୍ମିକ ଶାନ୍ତି ପାଇବା ସହ ମୋକ୍ଷ ଲାଭ କରିବାର ମାର୍ଗକୁ ପ୍ରଶସ୍ତ କରିପାରିବ।

ସ୍ନାନ ଓ ଦାନର ମାସ ତଥା ଶ୍ରୀବିଷ୍ଣୁଙ୍କ ପ୍ରିୟ କାର୍ତ୍ତିକ ମାସର ମାହାତ୍ମ୍ୟ
କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ସମୟକୁ କାର୍ତ୍ତିକ ମାସ କୁହାଯାଏ । ଶ୍ରୀବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକକୁ ସ୍ନାନ ଓ ଦାନର ମାସ ମଧ୍ୟ କୁହାଯାଏ । ଏହି ମାସରେ ଭୋରରୁ ସ୍ନାନ କରିବା ଓ ଦାନ ଦେବା ଯୋଗୁଁ ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିଥାନ୍ତି ହବିଷ୍ୟାଳୀ । ତେବେ ଏହି ମାସରେ ଶ୍ରୀବିଷ୍ଣୁଙ୍କୁ ବିଶେଷ ପୂଜାର୍ଚ୍ଚନା ସହିତ ଆଉ କିଛି ବିଧିବିଧାନ ପାଳନ କରିବା ନିୟମ ରହିଛି।

♦ କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଆକାଶଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ।

♦ ଏହି ମାସରେ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ସହିତ ପୁଣ୍ୟଫଳଦାୟୀ ତୀର୍ଥ ଓ ନଦୀମାନଙ୍କର ସ୍ମରଣ କରିବା ଉଚିତ । ଏଭଳି କରିବା ଦ୍ୱାରା ମହିଳାମାନଙ୍କର ଆୟୁବୃଦ୍ଧି ହୁଏ । ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୁଅନ୍ତି ଓ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ପାପକ୍ଷୟ ହୋଇଥାଏ ।

♦ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ତମ୍ବା ପାତ୍ରରେ ଜଳ, କୁଙ୍କୁମ, ଫୁଲ ଓ ଚାଉଳ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦେବା ସହିତ “ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରିବା ଜରୁରୀ।

♦ ଏହି ମାସରେ ତାମସିକ ବା ଅଧିକ ମସଲାଯୁକ୍ତ ଖାଦ୍ୟ ବର୍ଜନୀୟ । ଶୁଦ୍ଧ ଶାକାହାରୀ ଭୋଜନ ଖାଇବା ଆବଶ୍ୟକ।

♦ ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ଓ ପବିତ୍ର ନଦୀ ତଟରେ ଦୀପଦାନ କରିବା ବିଧେୟ । ତୁଳସୀଙ୍କୁ ପୂଜା କରିବା ଦ୍ବାରା ଶ୍ରୀବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି।

♦ କାର୍ତ୍ତିକ ମାସରେ ଚିତ୍ତକୁ ଶାନ୍ତ ରଖୁବା ପାଇଁ ଧ୍ୟାନ କରନ୍ତୁ |

♦ କାର୍ତ୍ତିକ ମାସରେ ଶିବପୂଜାର ମହତ୍ତ୍ଵ ରହିଛି। ତେଣୁ ଶିବଙ୍କୁ ଜଳାଭିଷେକ କରି ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ ।

ଶ୍ରୀବିଷ୍ଣୁଙ୍କୁ ପୂଜା କରୁଥିଲେ, ଜାଣିରଖନ୍ତୁ କିଛି ନିୟମ
ସାଧାରଣ ଭାବରେ ପ୍ରତ୍ୟେକ ହିନ୍ଦୁଙ୍କ ପୂଜା ଘରେ ବିଭିନ୍ନ ଦେବାଦେବୀଙ୍କ ଫଟୋ କିମ୍ବା ମୂର୍ତ୍ତି ରହିଥାଏ। ଯଦି ଶ୍ରୀବିଷ୍ଣୁଙ୍କ ଫଟୋ କିମ୍ବା ମୂର୍ତ୍ତି ରଖÒ ପୂଜା କରୁଥାନ୍ତି, ତେବେ କିଛି ନୀତିନିୟମ ରହିଛି, ଯାହାକୁ ପାଳନ କରିବା ଆବଶ୍ୟକ। ନଚେତ୍ ପୂଜାରେ ବିଘ୍ନ ସୃଷ୍ଟି ହେବା ସହ ନକାରାମÒକ ଶକ୍ତିର ବୃଦ୍ଧି ହୋଇଥାଏ। ସେସବୁ ନିୟମ ହେଉଛି –

ଶାସ୍ତ୍ର ଅନୁଯାୟୀ ଯେଉଁମାନଙ୍କ ଘରେ ବାଳ ଗୋପାଳ କିମ୍ବା ଶ୍ରୀବିଷ୍ଣୁଙ୍କ ବଡ଼ ପ୍ରତିମା ଥାଏ, ସେହିମାନେ କିଛି ସ୍ବତନ୍ତ୍ର ନିୟମ ପାଳନ କରିବାକୁ ହୁଏ। ବାଳଗୋପାଳଙ୍କୁ ପୂଜା କରୁଥÒଲେ, ସକାଳୁ ପ୍ରତିମାଙ୍କୁ ସ୍ନାନ ଓ ଭୋଗ ନଲଗାଇ କୌଣସି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଠାକୁରଙ୍କୁ ସ୍ନାନ ଓ ଭୋଗ ନକରି ନିଜେ ଖାଦ୍ୟ ଖାଇବା ଦ୍ବାରା ପରିବାରରେ ଅନେକ ପ୍ରକାର ଅଶାନ୍ତି ଦେଖାଦେଇଥାଏ। ବାଳଗୋପାଳଙ୍କୁ ଖÒର କିମ୍ବା ମିଷ୍ଟାନ୍ନ ଭୋଗ ଲଗାଇବା ଉଚିତ।

ବିଷ୍ଣୁଙ୍କ ପ୍ରତିମା ହେଉ କିମ୍ବା ଫଟୋ, ପ୍ରତ୍ୟେକ ଦିନ ଗୋଟିଏ ତୁଳସୀ ମଞ୍ଜରୀ ଅର୍ପଣ କରନ୍ତୁ। ଏହା ସହିତ ଭୋଗରେ ଗୋଟିଏ ତୁଳସୀ ପତ୍ର ପକାଇ ସମର୍ପଣ କରନ୍ତୁ। ତୁଳସୀ ପତ୍ର ବିନା ବିଷ୍ଣୁଙ୍କର ପୂଜା ଓ ଭୋଗ ସମ୍ପୂର୍ଣ୍ଣ ହୋଇନଥାଏ।

ମଇଳା ଓ ସିଲାଇ କରାଯାଇଥÒବା ବସ୍ତ୍ର ପିନ୍ଧ଄ ପୂଜା କରିବା ଶୁଭ ହୋଇନଥାଏ।

ତୁଳସୀ ପତ୍ରକୁ ବାଦ୍‌ ଦେଲେ, ଅନ୍ୟ ଫୁଲ ଓ ପତ୍ର ବାସିରେ ଗଣତି ହୋଇଥାଏ। ତେଣୁ ତୁଳସୀ ମାଳା ବ୍ୟତୀତ ବାସି ଫୁଲମାଳକୁ ଫଟୋ କିମ୍ବା ମୂର୍ତ୍ତିରୁ ପ୍ରତ୍ୟେକଦିନ ବାହାର କରିଦେବା ଉଚିତ। ପ୍ରତିଦିନ ପୂଜାରେ ଯେଉଁ ଫୁଲ ବ୍ୟବହାର କରୁଛନ୍ତି, ତାହା ମଉଳି ନଥÒବ କିମ୍ବା କୌଣସି ପୋକ ଦ୍ବାରା ପାଖୁଡ଼ା ନଷ୍ଟ ହୋଇନଥÒବ, ସେଥÒପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ।

ଶ୍ରୀବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ କେବଳ ସୁଦ୍ଧ ଘିଅର ଭୋଗ ଓ ଦୀପ ପ୍ରଜ୍ବଳନ କରିବାର ବିଧÒ ରହିଛି। ପୂଜା କରିବା ପୂର୍ବରୁ ଆଚମନ କରିବା ନିହାତି ଜରୁରୀ।

ଶ୍ରୀବିଷ୍ଣୁଙ୍କ ପ୍ରତୀକ ଶାଳଗ୍ରାମ ରଖÒ ପୂଜା କରୁଥÒଲେ, ପ୍ରତିଦିନ ଅନ୍ନ ପୂଜା କରନ୍ତୁ।