Personal Loan - The Sakala

ଆର୍‌ବିଆଇ ର ନୂଆ ନିୟମ: ଏଣିକି ଏକାଧିକ ‘ପର୍ସନାଲ ଲୋନ୍‌’ ନେବା ହେବ କଷ୍ଟକର
ନୂଆଦିଲ୍ଲୀ: ୨୦୨୫ ଆରମ୍ଭ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ‘ପର୍ସନାଲ୍‌ ଲୋନ୍‌’ ବା ବ୍ୟକ୍ତିଗତ ଋଣ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏହାଫଳରେ ଏଣିକି ‘ପର୍ସନାଲ୍‌ ଲୋନ୍‌’ ନେବା ପୂର୍ବାପେକ୍ଷା କଷ୍ଟକର ହେବ। ଯେଉଁମାନେ ନୂଆ ବର୍ଷରୁ ଏକାଧିକ ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା କଷ୍ଟକର ହେବ। ଗତବର୍ଷ ଅଗଷ୍ଟରେ ଏ ସମ୍ପର୍କରେ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ୨୦୨୫ ଜାନୁଆରୀ ପହିଲା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ବର୍ତ୍ତମାନ ଏହାକୁ ଲାଗୁ କରାଯାଇଛି।

ପୂର୍ବରୁ ଗୋଟିଏ ପର୍ସନାଲ ଲୋନ ପାଇଁ ଆପଣଙ୍କ ଫୋନ୍‌କୁ ବାରମ୍ବାର କଲ ଆସି ନଥାଏ। ଅନ୍ୟ ଋଣ ତୁଳନାରେ ପର୍ସନାଲ ଲୋନ୍‌ ମିଳିବା ବେଶ ସହଜ ଥିଲା। ଏଥିପାଇଁ ବ୍ୟାଙ୍କ କେବଳ ବେତନ, ଆର୍ଥିକ କାରବାର ଓ ସିବିଲ ସ୍କୋର ଦେଖି ଋଣ ମଞ୍ଜୁର କରିଦେଇଥାଏ। ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ବ୍ୟାଙ୍କରୁ ଋଣ ନେବା ପରେ ଅନ୍ୟ ବ୍ୟାଙ୍କରୁ ବି ଋଣ ନେଇ ଯାଉଥିଲେ ଓ ଦେବାଳିଆ ହେବା ହେଉଥିଲେ। ଏଭଳି ଘଟଣାକୁ ଦେଶରେ ବଢ଼ିଚାଲିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପର୍ସନାଲ ଲୋନ ନିୟମ କଡ଼ାକଡ଼ି କରିଦେଇଛି। ଏ ପର୍ଯ୍ୟନ୍ତ ଲୋକେ ଏହି ଋଣ ପାଇଁ ଥିବା କୋହଳ ନିୟମର ଫାଇଦା ଉଠାଉଥିଲେ। ନୂଆ ନିୟମ ଅନୁସାରେ ବ୍ୟାଙ୍କଗୁଡିକ ଋଣ ଗ୍ରହୀତାଙ୍କ ଋଣ ସୂଚନା ଅପଡେଟ୍ କରିବେ। ଏଥିରେ ଋଣ ଗ୍ରହୀତାଙ୍କ ବ୍ୟାଙ୍କ ସୂଚନା, ଋଣ ରାଶି, ସିବିଲ ସ୍କୋର ଆଦି ସମ୍ପର୍କରେ ୧୫ ଦିନ ମଧ୍ୟରେ ତଥ୍ୟ ଅପଡେଟ୍ କରିବେ। ପୂର୍ବରୁ ବ୍ୟାଙ୍କଗୁଡିକ ଋଣ ଗ୍ରହୀତାଙ୍କ ଋଣ ସୂଚନା ଅପଡେଟ୍ ପାଇଁ ୩୦ ଦିନର ମହଲତ ମିଳୁଥିଲା। ହେଲେ ଏବେ ଏହି ସମୟସୀମା ୧୫ ଦିନ କରିଦିଆଯାଇଛି। ଯାହା ଫଳରେ ଗୋଟିଏ ସମୟରେ ଅଲଗା ଅଲଗା ବ୍ୟାଙ୍କରୁ ପର୍ସନାଲ ଲୋନ ନେବା କଷ୍ଟକର ହେବ। ପ୍ରଥମେ ଋଣ ମଞ୍ଜୁରୀର ୪୦ ଦିନ ପରେ ଅନ୍ୟ ବ୍ୟାଙ୍କକୁ ଋଣୀଙ୍କ ସମ୍ପର୍କରେ ସୂଚନା ମିଳିପାରୁଥିଲା। ଏହାଫଳରେ ଅନେକ ଲୋକ ଗୋଟିଏ ବ୍ୟାଙ୍କରୁ ଋଣ ନେଇ ସହଜରେ ଅନ୍ୟ ବ୍ୟାଙ୍କରୁ ବି ପର୍ସନାଲ ଲୋନ ଉଠାଇ ନେଉଥିଲେ। ପରିବର୍ତ୍ତିତ ନିୟମରେ ଜଣେ ବ୍ୟକ୍ତିଙ୍କୁ ଥରେ ପର୍ସନାଲ ଲୋନ ମଞ୍ଜୁର ହେଲେ ଅନ୍ୟ ବ୍ୟାଙ୍କରୁ ଆଉ ପର୍ସନାଲ ଲୋନ ନେବା ଆଉ ସମ୍ଭବପର ହେବନାହିଁ।

ତେବେ ପର୍ସନାଲ ଲୋନ ନେବା ପରେ ଜଣେ ଗୃହ ଏବଂ କାର ଋଣ ନେଇ ପାରିବେ କି ନାହିଁ ସେ ପ୍ରଶ୍ନ ମଧ୍ୟ ଉଠୁଛି। ଏହାର ଜବାବରେ ଆରବିଆଇ କହିଛି ଯେ, ଦେଇଛନ୍ତି। ଜଣେ ପର୍ସନାଲ ଲୋନ ନେବା ପରେ କାର ଋଣ ଓ ଗୃହ ଋଣ ବି ନେଇପାରିବେ। ହେଲେ ଋଣୀଙ୍କ ଆୟ, ବର୍ତ୍ତମାନର ଋଣ ଇଏମଆଇ ଓ ଋଣ ସୁଝିବାର କ୍ଷମତା ଉପରେ ତାହା ନିର୍ଭର କରୁଛି। ଏଥି ଲାଗି ଥିବା ବ୍ୟାଙ୍କ ନିୟମକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏବେ ବ୍ୟାଙ୍କମାନଙ୍କୁ ଋଣୀଙ୍କ ସମ୍ପର୍କରେ ଖୁବ୍ ଶୀଘ୍ର ଅପଡେଟ୍ ମିଳିଯିବ। ଏଣୁ ବ୍ୟାଙ୍କ ଗ୍ରାହକଙ୍କୁ ଋଣ ଦେବେ କି ନା ତାହିଁ ତାହା ତାଙ୍କ ଉପରେ ନିର୍ଭର କରିବ।