Biryani - The Sakala
ବିରିୟାନୀ ରେଷ୍ଟୁରାଣ୍ଟରୁ ଖୋଲିଲା ୭୦ ହଜାର କୋଟିର ଟିକସ ଚୋରୀ ଗୁମର: ସଫ୍ଟୱେୟାର ଜରିଆରେ ହେଉଥିଲା ମହାଠକେଇ
ହାଇଦ୍ରାବାଦର ଏକ ବିରିୟାନୀ ରେଷ୍ଟୁରାଣ୍ଟରେ କରାଯାଇଥିବା ସାଧାରଣ ଯାଞ୍ଚ ଏବେ ଦେଶର ଏକ ବଡ଼ ଟିକସ ଚୋରୀ ସ୍କାମକୁ ପଦାରେ ପକାଇଛି। ଏହି ଯାଞ୍ଚରୁ ସମଗ୍ର ଭାରତରେ ପ୍ରାୟ ୭୦,୦୦୦ କୋଟି ଟଙ୍କାର ଟିକସ ଫାଙ୍କି ହୋଇଥିବା ଜଣାପଡିଛି। ରେଷ୍ଟୁରାଣ୍ଟଗୁଡିକ ନିଜର ପ୍ରକୃତ ଆୟ ଲୁଚାଇବା ପାଇଁ ବିଲିଂ ସଫ୍ଟୱେୟାରରେ ବଡ଼ ଧରଣର ଜାଲିଆତି କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।
କିଭଳି ହୋଇଥିଲା ଖୁଲାସା
ପୋଲିସ ଏବଂ ଟିକସ ବିଭାଗ ଅଧିକାରୀମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ ଯେ, ଅନେକ ରେଷ୍ଟୁରାଣ୍ଟ ପ୍ରଚୁର ରୋଜଗାର କରୁଥିଲେ ମଧ୍ୟ କାଗଜପତ୍ରରେ ଖୁବ୍ କମ୍ ଆୟ ଦର୍ଶାଉଥିଲେ। ଏଥିପାଇଁ ସେମାନେ ଏକ ନିର୍ଦ୍ଦିଷ୍ଟ ବିଲିଂ ସଫ୍ଟୱେୟାରର ସହାୟତା ନେଉଥିଲେ। ଦେଶର ପ୍ରାୟ ଏକ ଲକ୍ଷରୁ ଅଧିକ ରେଷ୍ଟୁରାଣ୍ଟ ଏହି ସଫ୍ଟୱେୟାର ବ୍ୟବହାର କରନ୍ତି। କୃତ୍ରିମ ବୁଦ୍ଧିମତା ବା ଏଆଇ (AI) ଏବଂ ଡିଜିଟାଲ ଟୁଲ୍ସ ସାହାଯ୍ୟରେ ପ୍ରାୟ ୧.୭୭ ଲକ୍ଷ ରେଷ୍ଟୁରାଣ୍ଟର ୬୦ ଟେରାବାଇଟ୍ ଡାଟା ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଜଣାପଡିଥିଲା ଯେ ଗ୍ରାହକମାନେ ବିଲ୍ ପୈଠ କରିବା ପରେ ସଫ୍ଟୱେୟାର ଭିତରୁ ସେହି ବିଲଗୁଡିକୁ ଚତୁରତାର ସହ ଡିଲିଟ୍ କରିଦିଆଯାଉଥିଲା।
ଟିକସ ଚୋରୀର ଚକିତ କଲା ଭଳି ତଥ୍ୟ
ରିପୋର୍ଟ ଅନୁଯାୟୀ, କେବଳ ଏହି ସଫ୍ଟୱେୟାର ଜରିଆରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଲ୍ କଟାଯିବା ପରେ ବିଲ୍ନ ଗୁଡିକୁ ନଷ୍ଟ କରି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରାୟ ୫,୧୦୦ କୋଟି ଟଙ୍କାର ବିକ୍ରିକୁ ଲୁଚାଇ ଦିଆଯାଇଛି। ସାରା ଭାରତରେ ଏହି ଟିକସ ଫାଙ୍କିର ପରିମାଣ ୭୦,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କର୍ଣ୍ଣାଟକରେ ସବୁଠାରୁ ଅଧିକ ଟିକସ ଫାଙ୍କି ହୋଇଥିବା ବେଳେ ଏହା ପଛକୁ ତେଲେଙ୍ଗାନା ଏବଂ ତାମିଲନାଡୁ ରହିଛି। ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ କେତେକ ସ୍ଥାନରେ ରେଷ୍ଟୁରାଣ୍ଟଗୁଡିକ ବିଲ୍ ଡିଲିଟ୍ ନକରି ମଧ୍ୟ କମ୍ ଆୟ ଦର୍ଶାଇ ଟିକସ ଫାଙ୍କୁଥିଲେ।
କେଉଁ ଉପାୟରେ ହେଉଥିଲା ଠକେଇ
ରେଷ୍ଟୁରାଣ୍ଟ ମାଲିକମାନେ ମୁଖ୍ୟତଃ ନଗଦ କାରବାର ବା କ୍ୟାଶ୍ ବିଲଗୁଡିକୁ ଟାର୍ଗେଟ୍ କରୁଥିଲେ। ନଗଦ ଟଙ୍କାକୁ ଟ୍ରାକ୍ କରିବା କଷ୍ଟକର ହୋଇଥିବାରୁ ଏହି ବିଲଗୁଡିକୁ ସିଷ୍ଟମରୁ ସମ୍ପୂର୍ଣ୍ଣ ଡିଲିଟ୍ କରିଦିଆଯାଉଥିଲା। କେତେକ କ୍ଷେତ୍ରରେ ପୂରା ମାସର କିମ୍ବା କିଛି ନିର୍ଦ୍ଦିଷ୍ଟ ଦିନର ସମସ୍ତ ବିଲ୍ ଲିଭାଇ ଦିଆଯାଉଥିଲା। ଏହି ତଦନ୍ତ ପ୍ରଥମେ ହାଇଦ୍ରାବାଦ ଏବଂ ବିଶାଖାପାଟନମରୁ ଆରମ୍ଭ ହୋଇଥିଲା, ମାତ୍ର ଏହାର ବ୍ୟାପକତା ଦେଖି ଏହାକୁ ସମଗ୍ର ଦେଶରେ ବିସ୍ତାର କରାଯାଇଛି। ଅଫିସରମାନଙ୍କ କହିବା ଅନୁଯାୟୀ, ଏହା କେବଳ ଗୋଟିଏ ସଫ୍ଟୱେୟାରର କଥା, ଅନ୍ୟ ବିଲିଂ ସଫ୍ଟୱେୟାରଗୁଡିକରେ ମଧ୍ୟ ଏଭଳି ଜାଲିଆତି ହୋଇଥାଇପାରେ।
ନୂଆଦିଲ୍ଲୀ: ଭାରତୀୟ ପ୍ରିୟ ଖାଦ୍ୟ ବିରିୟାନୀ। ବିଗତ ୯ ବର୍ଷ ହେବ ଦେଶରେ ଲୋକଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ପାଲଟିଛି। ଚଳିତବର୍ଷ ଦେଶରେ ବିରିୟାନୀ ସର୍ବାଧିକ ଅର୍ଡର କରାଯାଇଥିଲା। ୨୦୨୪ରେ ଦେଶରେ ପ୍ରତି ସେକେଣ୍ଡରେ ୨ଟି ଏବଂ ପ୍ରତି ମିନିଟ୍‌ରେ ୧୫୮ଟି ବିରିୟାନୀ ଅର୍ଡର କରାଯାଇଥିଲା। ୨୦୨୪ରେ ୮.୩ କୋଟି ଅର୍ଡର ସହିତ ବିରିୟାନୀ ପ୍ଲାଟଫର୍ମରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକାରେ ଶୀର୍ଷରେ ରହିଛି। ଯେତେବେଳେ କି, ମସଲା ଦୋସା ୨.୩ କୋଟି ଅର୍ଡର ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ମସାଲା ଡୋସା ଖାଇବାରେ ବେଙ୍ଗାଲୁରୁ ସହର ପ୍ରାଧାନ୍ୟ ବଜାୟ ରଖିଛି। ସେଠାରେ ଲୋକମାନେ ଜାନୁଆରୀ ପହିଲାରୁ ନଭେମ୍ବର ୨୨ ମଧ୍ୟରେ ୨୫ ଲକ୍ଷ ଦୋସା ଅର୍ଡର କରିଥିଲେ। ଅନଲାଇନ୍ ଫୁଡ୍‌ ଡେଲିଭରୀ କମ୍ପାନୀ ସ୍ବିଗିର ଅର୍ଡର ଢ଼ାଞ୍ଚା ରିପୋର୍ଟକୁ ଏହା ଜଣାପଡିଛି।
ଚିକେନ୍ ବର୍ଗର ରାତି ୧୨ରୁ ୨ଟା ମଧ୍ୟରେ ଲୋକଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ତେଣୁ ବିଳମ୍ବିତ ରାତି ୧୨ରୁ ୨ ଟା ମଧ୍ୟରେ ଚିକେନ୍ ବର୍ଗରୁ ସର୍ବାଧିକ ୧୮.୪ ଲକ୍ଷ ଅର୍ଡର ହୋଇଥିଲା। ଦିଲ୍ଲୀ, ଚଣ୍ଡିଗଡ଼ ଏବଂ କୋଲକାତାରେ ଚୋଲେ, ଆଲୁ ପରଟା ଏବଂ କାଚୋରି ଅଧିକ ଅର୍ଡର କରାଯାଇଥିଲା। ତେବେ ଟ୍ରେନରେ ସବୁଠାରୁ ଅଧ୍ଖକ ଅର୍ଡର ହୋଇଥିବା ଖାଦ୍ୟ ମଧ୍ୟରୁ ବିରିୟାନୀ ଅନ୍ୟତମ। ମିଠା ମଧ୍ୟରେ ରସମାଲାଇ ଏବଂ ସୀତାଫଳ ଆଇସ୍କ୍ରିମ ସ୍ବିଗି ରିପୋର୍ଟ ଅନୁଯାୟୀ ଲୋକଙ୍କ ନିକଟରେ ବେଶ ଚାହିଦାରେ ଥିଲା। ୨୪.୮ ଲକ୍ଷ ଅର୍ଡର ସହିତ ଚିକେନ୍ ରୋଲ୍ ସର୍ବାଧିକ ପସନ୍ଦିତ ସ୍ନାକ୍ସ ଥିଲା। ଅନ୍ୟପକ୍ଷରେ ଚିକେନ୍ ମୋମୋସ୍ ୧୬.୩ ଲକ୍ଷ ଅର୍ଡର ସହିତ ଦ୍ୱିତୀୟ ଏବଂ ଫଟାଟୋ ଫ୍ରାଇଜ୍ ୧୩ ଲକ୍ଷ ଅର୍ଡର ସହିତ ତୃତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ସ୍ବିଗିରେ ରାତ୍ରୀ ଭୋଜନ ପାଇଁ ୨୧.୫ କୋଟି ଅର୍ଡର ଆସିଥଲା, ଯାହା କି ମଧ୍ୟାହ୍ନ ଭୋଜନଠାରୁ ପ୍ରାୟ ୨୯% ଅଧିକ।
ରିପୋର୍ଟ ଅନୁଯାୟୀ, ସ୍ବିଗିର ଡେଲିଭରି ପାର୍ଟନରମାନେ ବର୍ଷ ଯାକରେ ମୋଟ ୧.୯୬ ବିଲିୟନ କିଲୋମିଟର ଯାତ୍ରା କରିଛନ୍ତି। ଏହା କାଶ୍ମୀରରୁ କନ୍ୟାକୁମାରୀକୁ ୫.୩୩ ଲକ୍ଷ ଥର ଯାତ୍ରା କରିବା ସହିତ ସମାନ। କପିଲ କୁମାର ପାଣ୍ଡେ ମୁମ୍ବାଇରେ ୧୦,୭୦୩ ଡେଲିଭରୀ କରି ସର୍ବୋତ୍ତମ ପ୍ରଦର୍ଶନକାରୀ ତାଲିକାରେ ଶୀର୍ଷରେ ରହିଛନ୍ତି। କୋଏମ୍ବାଟୁରର କଲିଶ୍ବରୀ ଏମ ୬୬୫୮ ଅର୍ଡର ଡେଲିଭରୀ କରି ମହିଳା ପାର୍ଟନରଙ୍କ ମଧ୍ୟରେ ଶୀର୍ଷରେ ଥିଲେ।