Odisha Farmer - The Sakala

ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର
ଭୁବନେଶ୍ୱର: ଓଡ଼ିଶାରେ ଡ଼ବଲ ଇଞ୍ଜିନ ସରକାର ଆସିଲେ ଚାଷୀଙ୍କ ଆୟ ଦୁଇଗୁଣ ହୋଇଯିବ। ଏପରି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ବିଜେପି। ମାତ୍ର ଦୁଇ ବର୍ଷ ମଧ୍ୟରେ ଚାଷୀ କିପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହା ସମସ୍ତେ ଦେଖୁଛନ୍ତି। ପଞ୍ଜୀକରଣଠାରୁ ଆରମ୍ଭ କରି ଧାନ ବିକ୍ରି ପର୍ଯ୍ୟନ୍ତ ଚାଷୀ ଅକଥନୀୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଉପସ୍ଥାପିତ ତଥ୍ୟ ରାଜ୍ୟରେ ଚାଷ ସମସ୍ୟା ଓ ଚାଷୀଙ୍କ ଦୁର୍ଦ୍ଦଶାକୁ ଉଜାଗର କରିଛି। ଓଡ଼ିଶାରେ ପ୍ରତି ଚାଷୀ ପରିବାର ପିଛା ବକେୟା ଋଣ ପରିମାଣ ୩୨,୭୨୧ ଟଙ୍କା ବୋଲି କେନ୍ଦ୍ର ସରକାର ତଥ୍ୟ ରଖିଛନ୍ତି । ଏହା ଏନ୍‌ଏସ୍‌ଓର ୭୭ତମ ରାଉଣ୍ଡ ସିଚୁଏସନ ଆସେସମେଣ୍ଟ ସର୍ଭେ ଉପରେ ଆଧାରିତ ବୋଲି କୁହାଯାଉଛି। ତେବେ ବିଡ଼ମ୍ବନା ହେଉଛି ୨୦୨୬ରେ ପ୍ରତ୍ୟେକ ଚାଷୀଙ୍କ ପରିବାରର ହାରହାରି ଋଣ କେତେ ତାହାର ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ ।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଦେଶର ଚାଷୀମାନଙ୍କ ଉପରେ ମୋଟ ବକେୟା ଋଣ ପରିମାଣ ୩୧.୩୫ ଲକ୍ଷ କୋଟି। ଏହାମଧ୍ୟରୁ ଫସଲ ଋଣ ପରିମାଣ ୧୬.୩୪ ଲକ୍ଷ କୋଟି ଓ ଅବଧି ଋଣ ପରିମାଣ ୧୫ ଲକ୍ଷ କୋଟିରୁ ଅଧିକ। ଦେଶରେ ସକ୍ରିୟ ଥିବା ୭,୭୨ କୋଟି କିସାନ କ୍ରେଡ଼ିଟ୍‌ କାର୍ଡଗୁଡ଼ିକ ଉପରେ ବକେୟା ଋଣ ୧୦ ଲକ୍ଷ କୋଟି ଅତିକ୍ରମ କରିଛି । ଓଡ଼ିଶାରେ ମଧ୍ୟ ସ୍ଥିତି ତଦନୁରୂପ । ରାଜ୍ୟ ସରକାର ଧାନ କ୍ରୟରେ ରେକର୍ଡ କରିଥିବା କୁହାଯାଉଛି । ଖରିଫ୍‌ ୨୦୨୫-୨୬ ମାର୍କେଟିଂ ସିଜନ୍‌ରେ ୭୭.୭୮ ଲକ୍ଷ ଟନ୍‌ ଧାନ କ୍ରୟ କରାଯାଇଛି ଓ ୧୩.୬୯ ଲକ୍ଷ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ପ୍ରଦାନ କରାଯାଉଛି। ଏପରିକି ଇନ୍‌ପୁଟ ସହାୟତା ବାବଦରେ ୩,୯୮୫.୬୩ କୋଟି ଟଙ୍କା ସରକାର ପ୍ରଦାନ କରିଥିବା ମଧ୍ୟ ସୂଚନା ଦେଇଛନ୍ତି । ଏହା ସତ୍ତ୍ବେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ତ ଦୂରର କଥା, କରଜ ପରିମାଣ ବଢ଼ିବଢ଼ି ଚାଲିଛି । ଓଡ଼ିଶାରେ ଚାଷୀମାନେ ଚାଷ ପାଇଁ ବ୍ୟାଙ୍କ ଓ ସମବାୟ ସଂସ୍ଥାରୁ ଋଣ ନେଉଛନ୍ତି, ଋଣୀ ଚାଷୀଙ୍କ ସଂଖ୍ୟା ବଢ଼ୁଛି । ମାତ୍ର ଆୟ ବୃଦ୍ଧି ନ ହେବାରୁ ଚାଷୀମାନେ ଋଣ ପରିଶୋଧ କ୍ଷମତା ହରାଇଛନ୍ତି ।

ଓଡ଼ିଶାରେ ଚାଷ ଖର୍ଚ୍ଚ ବୃଦ୍ଧି, ସାର-କୀଟନାଶକ ଦର, ଶ୍ରମିକ ମଜୁରି, ଅନିୟମିତ ବର୍ଷା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ଆୟକୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି ।

ଭଦ୍ରକରେ ବନ୍ୟା ବିପତ୍ତି: ୨୪ ଘଣ୍ଟା ଧରି ତାଳଗଛ ଉପରେ ଫସି ରହିବା ପରେ ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍
ଭଦ୍ରକ: ବନ୍ୟା ଜଳରେ ଫସି ଏକ ତାଳଗଛ ଉପରେ ଦୀର୍ଘ ୨୪ ଘଣ୍ଟା ବିତାଇବା ପରେ ଶେଷରେ ଜଣେ ଚାଷୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ଓଡ୍ରାଫ୍ (ODRAF) ଟିମ୍ ଏକ ସଫଳ ଉଦ୍ଧାର କାର୍ଯ୍ୟ କରିଛି। ଧାମନଗର ବ୍ଲକ୍ ଅଞ୍ଚଳରେ ହଠାତ୍ ବନ୍ୟା ଜଳ ପଶିଯିବାରୁ ଚାଷୀ ଜଣକ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଆଶ୍ରୟ ନେଇଥିଲେ।

ସୂଚନା ଅନୁଯାୟୀ, ନଦୀଗାଁ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚା ସାହିର ଚାଷୀ ତ୍ରିଲୋଚନ ସାହୁ କୃଷି କାର୍ଯ୍ୟ ପାଇଁ ନିଜ ବିଲକୁ ଯାଇଥିଲେ। କିନ୍ତୁ ହଠାତ୍ ବନ୍ୟା ଜଳ ମାଡ଼ି ଆସିବାରୁ ସେ ଚାରିଆଡୁ ଘେରି ହୋଇଯାଇଥିଲେ। ଖସିଯିବାର କୌଣସି ଉପାୟ ନପାଇ ସେ ନିକଟରେ ଥିବା ଏକ ତାଳଗଛ ଉପରକୁ ଚଢ଼ିଯାଇଥିଲେ। ଭୋକ, ଭୟ ଏବଂ ଆଶଙ୍କା ଭିତରେ ସେ ସମ୍ପୂର୍ଣ୍ଣ ରାତିଟି ଗଛ ଉପରେ ହିଁ କାଟିଥିଲେ।

ତ୍ରିଲୋଚନଙ୍କ ବିଷୟରେ କୌଣସି ଖବର ନପାଇ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ପରେ ତାଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ତାଙ୍କ ବାପା ବନ୍ୟା ପାଣିରେ ଫସି ରହିଥିବା ଆଶଙ୍କା ପ୍ରକାଶ କରିଥିଲେ।

ଏହାପରେ ତୁରନ୍ତ ତିନୋଟି ଓଡ୍ରାଫ୍ ଟିମ୍ ଗଠନ କରାଯାଇ ରାତି ତମାମ ଖୋଜାଖୋଜି ଆରମ୍ଭ ହୋଇଥିଲା, କିନ୍ତୁ ପ୍ରଥମେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ଓଡ୍ରାଫ୍ ଯବାନ ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ତ୍ରିଲୋଚନଙ୍କୁ ଠାବ କରାଯାଇ ଗଛ ଉପରୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା। ଗ୍ରାମାଞ୍ଚଳରେ ହଠାତ୍ ଆସୁଥିବା ବନ୍ୟା କିପରି ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି, ଏହି ଘଟଣା ତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।

Viral Video: ତଳେ ମାଛ, ଉପରେ ଲାଉ: ସୁନ୍ଦରଗଡ଼ ଚାଷୀଙ୍କ 'ସ୍ମାର୍ଟ ଫାର୍ମିଂ'
ସୁନ୍ଦରଗଡ଼: ଚାଷ କାମ କେବଳ ପରିଶ୍ରମ ନୁହେଁ, ବରଂ ବୁଦ୍ଧି ଏବଂ କୌଶଳର ଖେଳ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଅଗ୍ରଗାମୀ ଚାଷୀ। ପାରମ୍ପରିକ ପଦ୍ଧତିରୁ ବାହାରି ସେ ନିଜର ଅଭିନବ ଚିନ୍ତାଧାରା ମାଧ୍ୟମରେ ଚାଷ କାର୍ଯ୍ୟରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ସାଧାରଣତଃ ଜମିରେ ଫସଲ କରାଯାଉଥିବା ବେଳେ ଏହି ଚାଷୀ ଜଣକ ନିଜ ପୋଖରୀ ଉପରେ ଏକ ମଚା ବା ଟ୍ରେଲିସ୍ ସିଷ୍ଟମ୍ ନିର୍ମାଣ କରିଛନ୍ତି। ଏହି ମଚା ଉପରେ ସେ ଲାଉ ଭଳି ଲଟା ଜାତୀୟ ପନିପରିବା ଚାଷ କରୁଛନ୍ତି ଏବଂ ଠିକ୍ ତା’ ତଳେ ପୋଖରୀ ପାଣିରେ ମାଛ ଚାଷ ଜାରି ରଖିଛନ୍ତି।

Meet a farmer from Sundargarh, Odisha who is reimagining farming!

Instead of traditional fields, he built a trellis system over his pond to grow climbing vegetables like bottle gourd, while practicing fish farming below.

Smart integrated farming = more income + better land use. pic.twitter.com/lq49jGyHj4

— Manas Muduli (@manas_muduli) February 13, 2026

ସମନ୍ୱିତ କୃଷିର ଶ୍ରେଷ୍ଠ ଉଦାହରଣ

ଏହି ପଦ୍ଧତିକୁ ସମନ୍ୱିତ କୃଷି ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ କୁହାଯାଏ। ଏଥିରେ ଜମିର ସର୍ବୋତ୍ତମ ବ୍ୟବହାର ହୋଇପାରୁଛି। ଗୋଟିଏ ସ୍ଥାନରୁ ଚାଷୀ ଜଣକ ଦୁଇ ପ୍ରକାରର ଆୟ କରୁଛନ୍ତି। ଗୋଟିଏ ପଟେ ପନିପରିବା ବିକ୍ରି କରି ଲାଭବାନ ହେଉଥିବା ବେଳେ ଅନ୍ୟପଟେ ମାଛ ଚାଷରୁ ମଧ୍ୟ ଭଲ ରୋଜଗାର କରୁଛନ୍ତି। କମ୍ ଜମି ଥିବା ଚାଷୀମାନଙ୍କ ପାଇଁ ଏହି ମଡେଲ୍ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ସ୍ମାର୍ଟ ଫାର୍ମିଂ ଜରିଆରେ କିଭଳି ଅଧିକ ରୋଜଗାର କରାଯାଇପାରିବ, ସୁନ୍ଦରଗଡ଼ର ଏହି ଚାଷୀ ଜଣକ ତାହା କରି ଦେଖାଇଛନ୍ତି।

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା; ହଜାର ହଜାର ଏକର ଜମି ଜଳମଗ୍ନ, ବିଲରେ ବତୁରୁଛି ବର୍ଷକର ପରିଶ୍ରମ
ଭୁବନେଶ୍ୱର: ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା । ଆଷାଢ଼ରେ ନିଅଣ୍ଟିଆ ବର୍ଷା ପରେ ପୁଷ ମାସରେ ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଲୁହ ଦେଇଯାଇଛି। ବର୍ଷଯାକର ପରିଶ୍ରମ, ଦାନାପାଣି ବିଲରେ ଭାସୁଥିବା ବେଳେ କ୍ଷତିର ପରିମାଣ ଅକଳନୀୟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ନିକଟରେ ବାତ୍ୟା ଦାନାର ପ୍ରଭାବରୁ ଚାଷୀ ଅଣ୍ଟା ସଳଖି ନ ଥିବା ବେଳେ ଅବପାତ ଜନିତ ବର୍ଷା ଚାଷୀଙ୍କ ପାଇଁ କ୍ଷତିକୁ ବହୁଗୁଣା କରିଛି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନ ଥିବା ବେଳେ ଚାଷୀଙ୍କ ଧାନ ବିଲରେ ପଡ଼ିଛି। କ୍ଷେତ ମଝିରେ ବତୁରା ଧାନକୁ ଦେଖି ଚାଷୀ ମନ କାନ୍ଦୁଥିବା ବେଳେ ଚାଷ ପାଇଁ କରିଥିବା ଧାର, କରଜ ଏବେ କେମିତି ଶୁଝାଯିବ ସେନେଇ ଚାଷୀଟିଏ କୂଳ କିନାରା ପାଉନାହିଁ। ନେଇ ୨ ଦିନ ଧରି ଧାନ ବିଲରେ ଭିଜୁଥିବା ବେଳେ ଧାନ ଗଜା ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ସେହିପରି ଅଧିକାଂଶ ଧାନର ମୂଳ ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯିବ। ଏପରିସ୍ଥଳେ ଆମେ ଏଫଏକ୍ୟୁ ମାନ କେମିତି ପୂରଣ କରିବୁ, ଆମକୁ କଣ ଏ ସରକାର ୩୧୦୦ ଟଙ୍କା ଦେବ ବୋଲି ଆକୁଳତାର ସହ ପ୍ରଶ୍ନ କରୁଛନ୍ତି ଚାଷୀ।

ଶୁକ୍ରବାରଠାରୁ ରାଜ୍ୟବ୍ୟାପୀ ଲଗାଣ ବର୍ଷା ଲାଗି ରହିଥିବା ବେଳେ ପରିବାଠାରୁ ଆରମ୍ଭ କରି ଚିନାବାଦମ ବିଶେଷକରି ଧାନଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, କଟକ, ନୟାଗଡ, ଗଞ୍ଜାମ, ପୁରୀଠାରୁ ଆରମ୍ଭ କରି କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡା ପରି ଜିଲ୍ଲାଗୁଡ଼ିକରେ ବର୍ଷା ବିତ୍ପାତ ରଚିଛି। ହଜାର ହଜାର ଏକର ଜମିରେ ଧାନ ବର୍ଷା ପାଣିରେ ଭିଜୁଥିବା ବେଳେ ଫସଲ ନଷ୍ଟ ଦେଖି ଚାଷୀ ମନରେ କୋହ ବୋଲ ମାନୁନାହିଁ।

ବାତ୍ୟା ଦାନା ଯୋଗୁଁ ଧାନଚାଷରେ ଅନେକ କ୍ଷତି ସହିଲୁ। ଯାହା ମୂଳେ ମୂଳେ ଚାଷ ଖର୍ଚ୍ଚ ଉଠାଇବାକୁ ଯୋଜନା କରିଥିଲୁ, ଏବର ଲଗାଣ ବର୍ଷା ସବୁକିଛି ସାରିଦେଲା। ବିଲରେ ଧାନ କେଣ୍ଡା ଭିଜୁଥିବା ବେଳେ ଏହା ଗଜା ହେବା ନେଇ ଯଥେଷ୍ଟ ଆଶଙ୍କା ରହିଛି। ସେହିପରି ଧାନରେ ଆଦ୍ରର୍ତା ନଥିଲେ ଏହା ଏଫଏକ୍ୟୁ ମାନଦଣ୍ଡ ପୂରଣ କରିବ ନାହିଁ ବୋଲି ସରକାର ସଫାସଫା କହିଥିବା ବେଳେ ଭିଜା ଧାନରେ ଆଦ୍ରର୍ତା କେମିତି ରହିବ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଯଦି ଆଉ ଗୋଟିଏ ଦିନ ବର୍ଷା ହୁଏ, ତାହେଲେ ଚାଷର ୨୫ ପ୍ରତିଶତ ଅମଳ ମଧ୍ୟ କରିପାରିବୁ ନାହିଁ ବୋଲି ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାରଙ୍କ ଏଫଏକ୍ୟୁ ମାନ ବର୍ତ୍ତମାନ ଚାଷୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ଏନେଇ ସରକାର ଗୁରୁତର ସହ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।

ଅପରପକ୍ଷେ ଏନେଇ ପ୍ରତିକ୍ରିୟା ରଖି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ ଖରାରେ ଧାନ ଶୁଖିଲା ପରେ ଗ୍ରହଣ କରାଯିବ। ମଣ୍ଡି ଆସନ୍ତା ଫେବ୍ରୁଆରୀ ଯାଏଁ ଖୋଲାଅଛି। ବ୍ୟସ୍ତ ହେବାର ନାହିଁ। ୨-୪ଟା ଖରା ହେଲେ ଧାନ ଶୁଖିଯିବ ବୋଲି ସେ କହିଛନ୍ତି। ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଲଗାଣ ବର୍ଷା ଏବଂ କୋହଲା ପାଗ କାରଣରୁ ରାଜ୍ୟରେ ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ନଷ୍ଟ ହେଲାଣି। ବିଲରେ ଏବଂ ମାର୍କେଟୟାଡରେ ଚାଷୀଙ୍କ ଧାନ ଭିଜୁଛି। ସେହିପରି ଯାହା ପାଖରେ ଧାନ ଅଛି ତାହା ପାଖରେ ଟୋକନ ନାହିଁ, ଯାହା ପାଖରେ ଟୋକନ ଅଛି ତା ଧାନ ବିଲରେ ପଡ଼ିଛି। ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ଧାନ ସଂଗ୍ରହ ଚାଲିଛି। ପୂର୍ବାପେକ୍ଷା ଅଧିକ କଟନୀ ଛଟନୀ ହେଉଛି। ଅନେକ ଧାନ ଟ୍ରକ୍‌ ମଣ୍ଡିକୁ ନଯାଇ, ମିଲ ମାଲିକଙ୍କ ପାଖକୁ ସାମଗ୍ରିକ ଭାବରେ ରାଜ୍ୟ ସରକାର ଏକ ଲୋଭନୀୟ ଘୋଷଣା କରିଥିବା ବେଳେ ଚାଷୀ କିନ୍ତୁ ଅଧିକ କ୍ଷତି ସହିଲେଣି। ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ ଏବଂ ଚାଷୀଙ୍କୁ ମରଣ ମୁହଁରୁ ରକ୍ଷା କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ ବର୍ଷାରେ ହଜାର ହଜାର ଏକର ଜମିରେ ଧାନ ନଷ୍ଟ ହୋଇଗଲାଣି। କୋଉଠି ବି ମଣ୍ଡି ବ୍ୟବସ୍ଥା ନାହିଁ। ଅବ୍ୟବସ୍ଥା ମଧ୍ୟରେ ଧାନ ସଂଗ୍ରହ ଚାଲିଛି। ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି। କେଉଁଠି ବି ଗୋଦାମ ବ୍ୟବସ୍ଥା ନାହିଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି।