Paddy Crop - The Sakala

ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି: ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ
ଭୁବନେଶ୍ୱର: ଧାନ କିଣା ନେଇ ବିଜେଡି ଆଣିଛି ସଂଗୀନ ଅଭିଯୋଗ। ଚାଷୀଙ୍କ ଧାନ ନ କିଣିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି। ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଚାଷୀଙ୍କୁ ହଇରାଣ କରିବାକୁ ଏପରି କରାଯାଇଛି। କିନ୍ତୁ ଚାଷୀଙ୍କ ସପକ୍ଷରେ ସଂଗ୍ରାମ କରିବ ବିଜେଡି। ସବୁ ଚାଷୀଙ୍କୁ ସବୁ ଧାନ କିଣିବା ଯାଏ ସଂଗ୍ରାମ ଜାରି ରହିବ ବୋଲି କହିଛି ଦଳ। ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ଧାନ କିଣା ବିଭ୍ରାଟ ପାଇଁ ବିଧାନସଭା ଅଚଳ। ଆଜି ୫ ମିନିଟ ବି ଚାଲି ପାରିଲା ନାହିଁ ଗୃହ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ। ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଶାନ୍ତି ଶୃଙ୍ଖଳା ରକ୍ଷା କରି ନିଜ ନିଜ ସିଟକୁ ଫେରି ଯିବାକୁ ବାରମ୍ଵାର ଅନୁରୋଧ ପରେ ବି ସୁଧୁରିନଥିଲା ସ୍ଥିତି। ତେଣୁ ବାଚସ୍ପତି ପ୍ରଥମେ ଗୃହକୁ ସକାଳେ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଥିଲେ। ସାଢ଼େ ୧୧ଟା ପରେ ବି ସ୍ଥିତି ସୁଧୁରିନଥିଲା। ତେଣୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।

ଅଦିନିଆ ବର୍ଷା ଯୋଗୁଁ କ୍ଷେତରେ ଭିଜିଲା ପାଚିଲା ଧାନ, ଚିନ୍ତାରେ ଚାଷୀ
ପୁରୀ: ଚାଷୀଙ୍କ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା । ବର୍ଷା ଯୋଗୁଁ କ୍ଷେତରେ ଭିଜିଲା ପାଚିଲା ଧାନ । କଟା ଧାନ ଖଳାକୁ ନେଇ ପାରିଲେନି ଚାଷୀ । ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଲାଗି ରହିଛି ଝିପ୍‌ଝିପ୍‌ ବର୍ଷା। ଶୀତ ଅପେକ୍ଷା ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ମହରଗ ହୋଇଛି।

ଅଦିନିଆ ବର୍ଷା ଯୋଗୁଁ ଜମିରେ ପାଚିଲା ଧାନ କିପରି ଖଳାକୁ ଆସିବ, ସେନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ବର୍ତ୍ତମାନ ଧାନକଟା ସମୟ। ଧାନ ପାଚି ଯାଇଥିବାରୁ ଚାଷୀମାନେ ଅମଳ ପାଇଁ ତରତର ହେଉଥିବା ବେଳେ ହଠାତ୍‌‌ ବର୍ଷା ଏଥିରେ ବାଧକ ସାଜିଛି। ଶୁକ୍ରବାର ଏବଂ ଶନିବାର ଉପକୂଳବର୍ତ୍ତୀ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଚାଷୀ ମନରେ ଛନକା ପଶିଥିଲା। ବିଲରେ ପାଚିଲା ଧାନ ଥିବା ବେଳେ ଘରେ ଶାନ୍ତିରେ ଶୋଇ ପାରି ନଥିଲେ ଚାଷୀ। କେମିତି ଧାନ କଟା ହୋଇ ଖଳାକୁ ଆସିବ, ସେହି ଚିନ୍ତାରେ ଥିବା ବେଳେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଝିପିଝିପି ବର୍ଷା ଆହୁରି ଡରାଇ ଦେଇଛି।

ଯଦିଓ ବର୍ଷା ଅଧିକ ପରିମାଣରେ ହେଉନାହିଁ, କିନ୍ତୁ ପାଚିଲା ଧାନ କିଆରିରେ ପାଣି ଜମିଗଲାଣି। କିଛି ଜମି ପୂର୍ବରୁ ଓଦାଳିଆ ରହିଥିବା ବେଳେ ଏବେର ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ସାଧାରଣତଃ ବିଲ ଶୁଖିଲା ଥିଲେ ଧାନ କାଟିବା ପାଇଁ ସୁବିଧା ହୋଇଥାଏ। ହେଲେ ଏହି ବର୍ଷା ଯୋଗୁଁ ଯେଉଁ ଅଳ୍ପ ପରିମାଣର ପାଣି ବିଲରେ ଜମିଲା, ସେଥିପାଇଁ ଧାନ ଅମଳ କିଛିଦିନ ବିଳମ୍ବ ହେବ। ଏମିତି ବି ଅନେକ ଧାନ ନଷ୍ଟ ହୋଇଯିବ ବୋଲି କହିଛନ୍ତି ନିମାପଡ଼ା ତୁଳସୀପୁରର ବିଶ୍ୱନାଥ ତ୍ରିପାଠୀ। ସେ କହିଛନ୍ତି, ବର୍ଷା ଯୋଗୁଁ ପଡ଼ିଯାଇଥିବା ଧାନ ଗଜା ହେବାର ବହୁ ସମ୍ଭାବନା ରହିଛି। ଯଦି ଶନିବାର ଏହିପରି ଝିପି ଝିପି ବର୍ଷା ଲାଗି ରୁହେ ତେବେ ୫୦ ଭାଗ ଧାନ ଫସଲ ବିଲରେ ନଷ୍ଟ ହୋଇଯିବ। ଏହି ଅଦିନିଆ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପକାଇଛି।

ସେହିପରି ନିମାପଡ଼ା ଚାରିଛକର ଚାଷୀ କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି, ଚାଷୀମାନେ ବହୁ ପଇସା ଖର୍ଚ୍ଚ କରି ଧାନ ଚାଷ କରିଛନ୍ତି। ଏହି ଅଦିନିଆ ବର୍ଷା ଯୋଗୁଁ ଜମିରୁ ପାଚିଲା ଧାନ କାଟିବା ସମ୍ଭବ ହେବ ନାହିଁ। ବିଶେଷକରି ଜମିରେ ପଡ଼ିଥିବା କଟାଧାନ ସବୁ ବର୍ଷା ପାଣିରେ ଓଦା ହୋଇ ଝଡ଼ି ନଷ୍ଟ ହେବ। ଧାନ ଅମଳ ସମୟରେ ଏଭଳି ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ପୁରୀ ସଦର ଅଞ୍ଚଳର ଚାଷୀ ମଧୁସୂଦନ ସାହୁ କହିଛନ୍ତି, ମୁଁ ୩ ଏକର ଧାନ ଚାଷ କରିଛି। ପ୍ରାୟ ୧ ଏକର ଧାନ କାଟି ଖଳାକୁ ନେଇସାରିଲିଣି। ଏବେ ୨ ଏକର ଧାନ ଜମିରେ ରହିଛି। ପ୍ରାୟ ସବୁ ଧାନ ପାଚିଯାଇଛି। ଯଦି ବର୍ଷା ଅଧିକ ହୁଏ ତେବେ ଜମିରେ ପାଚିଲା ଧାନ ନଷ୍ଟ ହେବ। ଭଗବାନଙ୍କ ଇଚ୍ଛା ଯାହା ଥିବ ତାହା ହିଁ ହେବ ବୋଲି ମନଦୁଃଖରେ କହିଥିଲେ ମଧୁସୂଦନ।