NRI - The Sakala
ଲଣ୍ଡନରେ କୋଟିଏ ଟଙ୍କା ରୋଜଗାର କରୁଥିବା ଭାରତୀୟ ମହିଳା ମେଲବର୍ଣ୍ଣରେ ସଫା କରୁଛନ୍ତି ଆପାର୍ଟମେଣ୍ଟ: କହିଲେ 'ଟଙ୍କା ହିଁ ସ୍ୱାଧୀନତା'
ଲଣ୍ଡନରେ ବାର୍ଷିକ ପ୍ରାୟ ୧ କୋଟି ଟଙ୍କା ରୋଜଗାର କରୁଥିବା ଜଣେ ଭାରତୀୟ ମହିଳା ଅଷ୍ଟ୍ରେଲିଆର ମେଲବର୍ଣ୍ଣକୁ ସ୍ଥାନାନ୍ତର ହେବା ପରେ ନିଜ ଜୀବନର ଏକ ବଡ଼ ସଂଘର୍ଷ ଦେଇ ଗତି କରିଛନ୍ତି। ୩୭ ବର୍ଷୀୟା ଶ୍ୱେତା ଦେଶାଇ ନାମକ ଏହି ମହିଳା ଏକଦା ଏକ ବଡ଼ କମ୍ପାନୀର ଉଚ୍ଚ ପଦବୀରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ଆର୍ଥିକ ସ୍ୱାଧୀନତା ପାଇଁ ଏୟାରବିଏନବି (Airbnb) ଆପାର୍ଟମେଣ୍ଟ ସଫା କରିବାକୁ ପଛାଇ ନାହାନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ନିଜର ଏହି ପ୍ରେରଣାଦାୟକ କାହାଣୀ ବଖାଣିଛନ୍ତି।
କର୍ପୋରେଟ୍ ଜବ୍‌ରୁ ଆପାର୍ଟମେଣ୍ଟ ସଫେଇ
ମୁମ୍ବାଇରେ ଜନ୍ମିତ ଏବଂ ବଢ଼ିଥିବା ଶ୍ୱେତା ଦେଶାଇ ଉଚ୍ଚଶିକ୍ଷା ପାଇଁ ୨୦୦୮ ମସିହାରେ ଲଣ୍ଡନ ଯାଇଥିଲେ। ସେଠାରେ ସେ ପ୍ରାୟ ୧୫ ବର୍ଷ ବିତାଇବା ସହ ଏକ ବ୍ୟବସାୟିକ ୱେବସାଇଟ୍‌ରେ 'ହେଡ୍ ଅଫ୍ ପ୍ରଡକ୍ଟ' ଭାବେ କାର୍ଯ୍ୟ କରୁଥିଲେ। ୨୦୨୩ ବେଳକୁ ତାଙ୍କର ବାର୍ଷିକ ଦରମା ପାଖାପାଖି ୧ ଲକ୍ଷ ପାଉଣ୍ଡ (ପ୍ରାୟ ୧ କୋଟି ଟଙ୍କା) ଥିଲା। କିନ୍ତୁ ୨୦୨୩ ଶେଷ ଭାଗରେ ତାଙ୍କ ସ୍ୱାମୀଙ୍କୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଚାକିରି ମିଳିବା ପରେ ଶ୍ୱେତା ନିଜର ଉଚ୍ଚ ଦରମାପ୍ରାପ୍ତ ଚାକିରି ଛାଡ଼ି ପରିବାର ସହ ସେଠାକୁ ଚାଲିଯାଇଥିଲେ।
ମେଲବର୍ଣ୍ଣର ଚାକିରି ବଜାର ଭିନ୍ନ ଥିବାରୁ ତାଙ୍କୁ ସେଠାରେ ନିଜ ପସନ୍ଦର ଚାକିରି ମିଳିନଥିଲା, ଯାହା ଫଳରେ ସେ ଏକ 'ଆଇଡେଣ୍ଟିଟି କ୍ରାଇସିସ୍' ବା ପରିଚୟ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଶେଷରେ ସେ ଆର୍ଥିକ ସ୍ୱାଧୀନତା ବଜାୟ ରଖିବାକୁ ଏୟାରବିଏନବି (Airbnb) ଆପାର୍ଟମେଣ୍ଟ ପରିଚାଳନା ଏବଂ ସଫେଇ କାମକୁ ଆପଣାଇଥିଲେ।
View this post on Instagram
A post shared by Shweta (@shweta_lifecoach)
ଟଙ୍କା ହିଁ ସ୍ୱାଧୀନତା
ଇନଷ୍ଟାଗ୍ରାମରେ ନିଜ ଅନୁଭୂତି ସେୟାର କରି ଶ୍ୱେତା କହିଛନ୍ତି ଯେ, "ମୁଁ ଲଣ୍ଡନର ହେଡ୍ ଅଫ୍ ପ୍ରଡକ୍ଟରୁ ମେଲବର୍ଣ୍ଣର ଆପାର୍ଟମେଣ୍ଟ କ୍ଲିନର ପାଲଟିଗଲି। ମୋର ପଦବୀ ଏବଂ ଦରମା ସବୁକିଛି ଚାଲିଯାଇଥିଲା। ଗୋଟିଏ ସମୟରେ ମୁଁ ଭାବୁଥିଲି ଯେ ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବେ ହରାଇ ଦେଇଛି।" କିନ୍ତୁ ଖୁବ୍‌ଶୀଘ୍ର ସେ ବୁଝିପାରିଥିଲେ ଯେ କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ ଏବଂ ମଣିଷ ନିଜ କାମଠାରୁ ଢେର ଊର୍ଦ୍ଧ୍ୱରେ।
ଶ୍ୱେତା ମହିଳାମାନଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ଗୁରୁତ୍ୱ ବୁଝାଇ କହିଛନ୍ତି,"ମୁଁ ଅନୁଭବ କଲି ଯେ ଟଙ୍କା ହିଁ ସ୍ୱାଧୀନତା। ଏହାର ଅର୍ଥ ହେଉଛି ନିଜ ସର୍ତ୍ତରେ ଜୀବନ ବଞ୍ଚିବା ଏବଂ ଗୋଟିଏ ଲିପ୍‌ବାମ୍ କିଣିବାକୁ କାହିଁକି ଏତେ ଟଙ୍କା ଖର୍ଚ୍ଚ କଲି, ତାହାର କୈଫିୟତ ନଦେବା। ଟଙ୍କା ଆମକୁ ବିକଳ୍ପ, ସ୍ୱାଧୀନତା ଏବଂ କେବେ କେବେ ଖୁସି ମଧ୍ୟ ଦେଇଥାଏ।
ବର୍ତ୍ତମାନର ଜୀବନ
ଆପାର୍ଟମେଣ୍ଟ ସଫା କରିବା କାମ ତାଙ୍କୁ ପୁଣିଥରେ ନିଜ ସହ ଯୋଡ଼ି ହେବାରେ ସାହାଯ୍ୟ କରିଥିଲା। ଆଜିର ଦିନରେ ଶ୍ୱେତା ଦେଶାଇ କେବଳ ଆପାର୍ଟମେଣ୍ଟ ପରିଚାଳନା କରୁନାହାନ୍ତି, ବରଂ ଛୋଟ ପିଲାମାନଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏବଂ ଜୀବନର ସଂଘର୍ଷମୟ ପରିସ୍ଥିତି ଦେଇ ଗତି କରୁଥିବା ମହିଳାମାନଙ୍କ ପାଇଁ ଏକ କୋଚିଂ ସେଣ୍ଟର ପ୍ରତିଷ୍ଠା କରି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ତାଙ୍କର ଏହି ପ୍ରେରଣାଦାୟକ କାହାଣୀ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜଧାନୀର ୫୬ଟି ରାସ୍ତାରୁ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ୱାଡ୍‌ ଲାଗିପଡ଼ିଛନ୍ତି। ଗତ ୭ ଦିନ ଭିତରେ ୬୭ଟି ୱାର୍ଡରୁ ପାଖାପାଖି ୨ହଜାରରୁ ଅଧିକ ଦୋକାନୀଙ୍କୁ ଉଚ୍ଛେଦ କରିସାରିଲେଣି। ଏଭଳି ଯଦି ଉଚ୍ଛେଦ ଜାରି ରହିବ, ତେବେ ୧୦ହଜାରରୁ ଊର୍ଦ୍ଧ୍ବ ଦୋକାନୀଙ୍କ ଜୀବନଜୀବିକା ବୁଡ଼ିଯିବ। ଉଚ୍ଛେଦ ହେଉଥିବା ଅଞ୍ଚଳରେ ସ୍ଥାନୀୟ ବିଧାୟକ ଦୋକାନୀମାନଙ୍କ ଦୁଃଖକୁ ହୃଦ୍‌ବୋଧ କରି ଏହାକୁ ଘୋର୍‌ ବିରୋଧ କରୁଛନ୍ତି। ଏହା ସତ୍ତେ୍ୱ ବିଏମ୍‌ସି ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ ହେଉଛି। ତେଣୁ ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବନ୍ଦ ନ କଲେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ୍‌ ମହାସଂଘ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ମହାସଂଘର ଅଭିଯୋଗ ହେଉଛି, ରାଜଧାନୀରେ ଯେତେବେଳେ ବି କୌଣସି ବଡ଼ଧରଣର କାର୍ଯ୍ୟକ୍ରମ ହେଉଛି, ସେତେବେଳେ ଉଠାଦୋକାନୀମାନଙ୍କ ଉପରେ ଏଭଳି ଅମାନୁଷିକ ଅତ୍ୟାଚାର କରାଯାଉଛି। ଗତ ବର୍ଷ ହକି ବିଶ୍ୱକପ୍‌ ପାଇଁ ୫ହଜାର ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ପରେ ପୁଣି ସେହି ଦୋକାନୀମାନଙ୍କୁ ବିଏମ୍‌ସି ଓ ବିଡିଏ ଅଧିକାରୀମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିବାକୁ ସୁଯୋଗ ଦେଇଥିଲେ। ଏଥିରେ ଦୋକାନୀ ଶୋଷଣର ଶିକାର ହେଉଥିବାବେଳେ ଅଧିକାରୀମାନେ ପକେଟ୍‌ ଗରମ କରୁଛନ୍ତି। ଏହା ଉପରେ ବିଏମ୍‌ସି ଓ ବିଡିଏର କେବେ ଦୃଷ୍ଟି ପଡ଼ିବ ବୋଲି ମହାସଂଘ ପ୍ରଶ୍ନ କରିଛି। ଉଠାଦୋକାନ ରହିଲେ ଯଦି ସମସ୍ୟା ହେଉଛି, ଏହି ବ୍ୟବସାୟୀମାନଙ୍କ ପାଇଁ ସ୍ଥାୟୀ ଦୋକାନ ନିର୍ମାଣ କରିବା ଦିଗରେ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି। ଦୋକାନୀଙ୍କ ଉପରେ ଏଭଳି ଅତ୍ୟାଚାର ଲାଗିରହିଲେ, ଆଗାମୀ ଦିନରେ ପିଲାଛୁଆଙ୍କୁ ଧରି ରାସ୍ତା ଉପରେ ବସିବୁ ବୋଲି ମହାସଂଘ କର୍ତ୍ତୃପକ୍ଷ ଚରମବାଣୀ ଶୁଣାଇଛନ୍ତି।
ସୂଚନାନୁସାରେ, ଗତ ୭ ଦିନ ଭିତରେ ୱାର୍ଡ ନମ୍ବର ୧, ୨ ଓ ୩ରୁ ପାଖାପାଖି ୩୦୦ ଦୋକାନ ଉଚ୍ଛେଦ ହୋଇଛି। ସେହିଭଳି ଚନ୍ଦ୍ରଶେଖରପୁର ଜାଭିୟର୍‌ ଛକରେ ୭୦ ଦୋକାନ, କଳିଙ୍ଗ ଷ୍ଟୁଡିଓ ଛକରୁ ୧୫୦ ଦୋକାନ, ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ୧୦୦ ଦୋକାନ, ଗୋପବନ୍ଧୁ ଛକରୁ ୫୦ ଦୋକାନ, ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ୧୦୦ରୁ ଅଧିକ ଦୋକାନ ସହ ସହର ଭିତରୁ ପାଖାପାଖି ୨ହଜାର ବ୍ୟବସାୟୀ ନିଜର ବେଉସା ହରାଇଛନ୍ତି। ଗୋପବନ୍ଧୁ ଛକରେ ପାନ ଦୋକାନ କରିଥିବା ବ୍ୟବସାୟୀ ଦିଗମ୍ବର ସାହୁ କହିଛନ୍ତି, ଗତ ୬ ମାସ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆମକୁ ଦିନେ ଦୁଇ ଦିନ ଦୋକାନ ବନ୍ଦ କରିବାକୁ କୁହାଯାଉଥିଲା। ସେତେବେଳେ ବହୁ କଷ୍ଟରେ ଚଳିବାକୁ ପଡୁଥିଲା। ଏବେ ଆମ ଦୋକାନ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦେଇଛନ୍ତି। ଆମେ ଚାରିପ୍ରାଣୀ କୁଟୁମ୍ବ କେମିତି ଚଳିବୁ ସେ ଚିନ୍ତା ଏବେ ଆମକୁ ଘାରୁଛି। ଏସି ରୁମ୍‌ରେ ବସି ନିଷ୍ପତ୍ତି ନେଉଥିବା ବାବୁମାନେ ଆମ ଦୁଃଖ କେବେ ବୁଝିପାରିବେନି। ରୋଜଗାର ହରାଇବା ଦୁଃଖରେ ଅତି ମ୍ରିୟମାଣ ହୋଇ ଦିଗମ୍ବର ଏଭଳି କହିଛନ୍ତି। କେବଳ ସେ ଏକା ନୁହନ୍ତି, ତାଙ୍କ ଭଳି ହଜାର ହଜାର ବ୍ୟବସାୟୀଙ୍କୁ ଏବେ ପେଟ ଚିନ୍ତା ଘାରୁଛି। ଏ ନେଇ ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି, ସ୍ୱ-ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ଏଭଳି ଥଇଥାନ ନ କରି ଉଚ୍ଛେଦ କରିବା ପାଇଁ ଖୋଦ୍‌ ସୁପ୍ରିମ୍‌କୋର୍ଟ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସମ୍ବିଧାନର ଧାରା ୧୯(୧)(ଛ)ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲେ ବିଏମ୍‌ସି-ବିଡିଏ ଏହାକୁ ସାମାନ୍ୟତମ ଭ୍ରୁକ୍ଷେପ କରୁନାହାନ୍ତି। ବୁଧବାର ଆମେ କିଛି ସ୍ଥାନରେ ବିରୋଧ କରି ଉଚ୍ଛେଦ ରୋକିବାରେ ସଫଳ ହୋଇଛୁ। ହେଲେ ସବୁ ଜାଗାରେ ତ ଆମେ ପହଞ୍ଚି ପାରିବୁନି। ତେଣୁ ଏହା ନଗର ଉନ୍ନୟନ ମନ୍ତ୍ରୀ ଏକ ସ୍ଥାୟୀ ନିଷ୍ପତ୍ତି ନେବା ପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାସ୍ତାକଡ଼ରେ ଉଠାଦୋକାନ ରହିବା ଯୋଗୁଁ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ଅସୁବିଧା ହେବ। ତେଣୁ ଆମକୁ ନିର୍ଦ୍ଦେଶ ଅଛି, ଆମେ ଉଚ୍ଛେଦ କରୁଛୁ। ଥଇଥାନ ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଆମେ କିଛି କରିପାରିବୁନି ବୋଲି ସେ କହିଛନ୍ତି।