Chatisha Nijoga - The Sakala

ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ପହିଲି ଭୋଗ ନୀତିରେ ବାଜିବ ମୋହର
ପୁରୀ: ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଅପରାହ୍ଣ ସାଢ଼େ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବାକୁ ଥିବା ଏହି ବୈଠକରେ ପହିଲି ଭୋଗ ନୀତିରେ ମୋହର ବାଜିବ। ଆସନ୍ତା ୧୬ ତାରିଖ ଅର୍ଥାତ୍‌‌ ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଚାଲିବ। ତେଣୁ ଶ୍ରୀମନ୍ଦିରରେ ଏହି ପହିଲି ଭୋଗ କିପରି ନିର୍ଘଣ୍ଟ ସମୟରେ ସମ୍ପନ୍ନ ହେବ, ତାହା ନୀତି ସବ୍‌‌-କମିଟି ବୈଠକରେ ନିର୍ଘଣ୍ଟ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯାଇ ମୋହର ବାଜିବ।

ଏତଦ୍‌‌ବ୍ୟତୀତ ଜାନୁଆରୀ ୧୩ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ନୀତି ଏବଂ ୧୪ ତାରିଖରେ ମକର ସଂକ୍ରାନ୍ତି ରହିଛି। ତେଣୁ ବୈଠକରେ ଉପରୋକ୍ତ ଦୁଇ ନୀତି ଉପରେ ଆଲୋଚନା କରାଯାଇ ଚୂଡ଼ାନ୍ତ ହେବ।

ଅନ୍ୟପକ୍ଷରେ ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ମରାମତି ନେଇ ହେବ ଆଲୋଚନା। ଏଏସ୍‌‌ଆଇକୁ ରତ୍ନଭଣ୍ଡାର ମରାମତି ପାଇଁ ଅନୁମତି ଦିଆଯାଇଛି। ହେଲେ କେଉଁ ସମୟରେ ଏଏସ୍‌‌ଆଇ ମରାମତି କରିବ, ତାହା ଚୂଡ଼ାନ୍ତ ହୋଇନାହିଁ। ଏହି ମରାମତି ସମୟରେ ଯେପରି ଭକ୍ତଙ୍କ ଦର୍ଶନ ଏବଂ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟାଘାତ ନ ହେବ, ସେହିଭଳି ସମୟ ବାହାର କରିବାକୁ ପଡ଼ିବ। ତେଣୁ ଛତିଶା ନିଯୋଗରେ ଏହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ ଏଏସ୍‌‌ଆଇକୁ ଦୈନିକ କେତେ ଘଣ୍ଟା ଏବଂ କେଉଁ ସମୟ ଦିଆଯିବ ତାହା ସ୍ଥିର ହେବା ସମ୍ଭାବନା ରହିଛି।

ସୂଚନାଥାଉ କି, ଏଏସ୍‌‌ଆଇ ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବା ପାଇଁ ନିଜକୁ ପ୍ରସ୍ତୁତ କରିଛି। ଦୈନିକ ୫/୬ ଘଣ୍ଟା ସମୟ ଦେବାକୁ ମନ୍ଦିର ପ୍ରଶାସନକୁ ଜଣାଇଛି। ହେଲେ ଏ ନେଇ ଛତିଶା ନିଯୋଗରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ।