Bharat biotech - The Sakala
ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତରେ ତିଆରି ପ୍ରଥମ କୋଭିଡ୍‌ ନାଜାଲ ଭ୍ୟାକସିନ
ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ଵର ପ୍ରଥମ ନାଜାଲ୍ କୋଭିଡ୍ ଟିକା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACC କୁ ଲଞ୍ଚ କରିବ। ଏନେଇ ଭୋପାଳରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ (ଆଇଆଇଏସ୍‌ଏଫ୍‌)ରେ କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ଏହି ଟିକାକୁ ନାକ ଜରିଆରେ ନିଆଯିବ ।
ଭୋପାଳରେ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଇଲ୍ଲା ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଗଣତନ୍ତ୍ର ଦିବସରେ ଏହି ନାଜାଲ ଟିକାକୁ ଲଞ୍ଚ କରାଯିବ । ସେ କହିଛନ୍ତି ଯେ, ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacInd କୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ।
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର ନାମ iNCOVACC ରହିଛି । ଏହାର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। ତେବେ ହସପିଟାଲ ପକ୍ଷରୁ ସେମାନଙ୍କର ଅତିରିକ୍ତ ଚାର୍ଜ ମିଶାଇ ପାରନ୍ତି । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ।
କରୋନାର ଓମିକ୍ରନ ଓ ଡେଲଟା ଭାରିଆଣ୍ଟକୁ ମାତ୍ ଦେବ କୋଭାକ୍ସିନ୍‌ର ବୁଷ୍ଟର୍ ଡୋଜ୍
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋଭିଡ୍ -୧୯ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ତାର ରୂପ ବଦଳାଇବା ସହ ନୂଆ ନୂଆ ରୂପରେ ମାଡିଆସୁଛି।  ଏଥି ସହିତ ସମଗ୍ର ବିଶ୍ବରେ କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିବାକୁ ବୁଷ୍ଟର ଡୋଜ୍‌ ଟିକାକରଣ କରାଯାଇଛି। କିନ୍ତୁ କରୋନା ତାର ରୂପ ବଦଳାଉଥିବା ବେଳେ ଟିକା ଗୁଡିକ କେତେମାତ୍ରାରେ ସଫଳ ହେବ ତାହା ନେଇ ପ୍ରଶ୍ନବାସୀ ସୃଷ୍ଟି ହେଉଛି। ବର୍ତ୍ତମାନ ଭାରତ ସହ ବିଶ୍ବର ଅନେକ ଦେଶରେ କରୋନାର ଭାରିଆଣ୍ଟ ଡେଲଟା ଓ ଓମିକ୍ରନ ବହୁମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଛି।
ଭାରତରେ ମଧ୍ୟ ଗତ ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି। ଭାରତରେ ବୁଷ୍ଟର ଡୋଜ ଟିକାକରଣ ଚାଲିଥିବା ବେଳେ ଭାରତର ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ ବିଷୟରେ ଏକ ବଡ ଘୋଷଣା କରିଛି ଏହାର ନିର୍ମାତା ଭାରତ ବୟେଟେକ୍‌। ଏହି ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଭାରତ ବାୟୋଟେକ୍ ଦାବି କରିଛି ଯେ କୋଭାକ୍ସିନ୍ର ବୁଷ୍ଟର୍ ଡୋଜ୍ କରୋନା ଭାଇରସ୍ ର ଓମିକ୍ରନ୍ ଏବଂ ଡେଲଟା ପ୍ରକାରକୁ ମାତ୍‌ ଦେବାରେ ସକ୍ଷମ।  ବୁଷ୍ଟର୍ ଉପରେ ଚାଲିଥିବା ଅନୁସନ୍ଧାନର ପ୍ରାରମ୍ଭିକ ଫଳାଫଳ ପରେ କମ୍ପାନୀ ଏହି ଦାବି କରିଛି ।
ଏହାପୂର୍ବରୁ ଭାରତ ବାୟୋଟେକ୍ କହିଥିଲା ​​ଯେ କୋଭାକ୍ସିନ୍ ବୁଷ୍ଟର୍ ଡୋଜର ପରୀକ୍ଷଣ ଏହାକୁ କୌଣସି ଗୁରୁତର ପ୍ରତିକୂଳ ଘଟଣା ବିନା ଦୀର୍ଘ ସମୟ ପର୍ଯ୍ୟନ୍ତ ନିରାପଦ ଦର୍ଶାଉଛି। କୋଭାକ୍ସିନ୍ ଉତ୍ପାଦକ ଭାରତ ବାୟୋଟେକ୍ କହିଛି ଯେ ଯେଉଁମାନେ ଡୋଜ ନେଇଥିଲେ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା (ଦ୍ୱିତୀୟ ଡୋଜର ୬ ମାସ ପରେ) ବିରୁଦ୍ଧରେ ଲଢିବାକୁ ଏକ ଦୃଢ ଆଣ୍ଟିବଡି ଦେଖାଯାଇଛି।
ଅନ୍ୟପଟେ ଆଜି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଦେଇ କହିଛି ଯେ ବର୍ତ୍ତମାନ ବିଭିନ୍ନ ଦେଶରେ ଶିକାର ଯେଉଁ ବୁଷ୍ଟର ଡୋଜ୍ ଦିଆଯାଉଛି ତାହା ଯଥେଷ୍ଟ ନୁହେଁ ଏବଂ ସଂକ୍ରମଣକୁ ରୋକିବା ପାଇଁ ଆହୁରି ପ୍ରଭାବୀ ଟିକା ବିକଶିତ କରିବାର ଆବଶ୍ୟକତା ଅଛି । ହୁ ବିଶେଷଜ୍ଞମାନେ କହିଛନ୍ତି ଯେ ମୂଳ କୋଭିଡ ଟିକାଗୁଡ଼ିକର ବୁଷ୍ଟର ଡୋଜ୍ କରୋନାର ନୂଆ ଭାରିଆଣ୍ଟ ଗୁଡ଼ିକ ବିରୋଧରେ ଉପଯୁକ୍ତ ରଣନୀତି ନୁହେଁ ।
କରୋନା ଭ୍ୟାକ୍ସିନ୍ ର କମ୍ପୋଜିସନ୍ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (ହୁ)ର ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ଏକ ବିଶେଷଜ୍ଞ ଦଳ କହିଛି ଯେ ସମ୍ପ୍ରତି ଉପଲବ୍ଧ କରୋନା ଟିକା ଗୁଡ଼ିକ ରୋଗର ତୀବ୍ରତା ହ୍ରାସ କରିବା ସହ ମୃତ୍ୟୁ ମୁଖରୁ ବଞ୍ଚାଇବାରେ ଅଧିକ ସୁରକ୍ଷା ଯୋଗାଉଛି । କିନ୍ତୁ ଭବିଷ୍ୟତରେ ଆମକୁ ଏପରି ଟିକା ବିକଶିତ କରିବାକୁ ପଡିବ ଯାହା ସଂକ୍ରମଣକୁ ଆହୁରି ଅଧିକ ମଜଭୁତର ସହ ରୋକିପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ ଆସନ୍ତା ଛଅରୁ ଆଠ ସପ୍ତାହ ମଧ୍ୟରେ ୟୁରୋପୀୟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେବେ।
ନାଜାଲ ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି
ନୂଆଦିଲ୍ଲୀ: ନାଜାଲ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନେଇ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆ) । ଭାରତ ବାୟୋଟେକ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ୍‌(ବିଆଇଆର୍‌ଏସି) ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରୋନା ପ୍ରତିରୋଧୀ ନାଜାଲ ଟିକା ‘ବିବିଭି୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି ମିଳିଛି । ଏହି ଟିକା ନେବା ପରେ ଶରୀରରେ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଉନଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ୧୮-୬୦ ବର୍ଷ ବ୍ୟକ୍ତିଙ୍କ ଠାରେ ଏହାର ପରୀକ୍ଷା କରାଯାଇଥିଲା । ତେଣୁ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ  ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ଦେଇଛନ୍ତି । ପଶୁଙ୍କ ଠାରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଅଧିକ ପରିମାଣର ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଅପରପକ୍ଷରେ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ୱରୁପ କହିଛନ୍ତି ଯେ, ଆମେ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଭ୍ୟାକ୍ସିନ ବିକଶିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଗତ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଭ୍ୟାକ୍ସିନ୍ ଡ୍ରାଇଭରେ ଏଯାବତ୍ ୫୨ କୋଟ ଲୋକଙ୍କୁ କରୋନା ଟିକା ଦିଆଯାଇ ସାରିଛି ।
ନୂଆଦିଲ୍ଲୀ: ମହାମାରୀ କରୋନାରୁ ବଞ୍ଚିବାର ଏକମାତ୍ର ଉପାୟ ହେଉଛି ଟିକା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ କରୋନାର ଆଲଫା ଓ ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ହେଉଥିବା ନେଇ ସ୍ପଷ୍ଟ କରିଛି ଆମେରିକାର ଏକ ଅନୁସନ୍ଧାନ । ସୂଚନା ଅନୁସାରେ, ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ତାହାର ଅନୁସନ୍ଧାନ ମାଧ୍ୟମରେ ସ୍ୱୀକାର କରିଛି ଯେ ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ କରୋନାର ଉଭୟ ଆଲଫା ଏବଂ ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ।
NIH ରିପୋର୍ଟ କରିଛି ଯେ କୋଭାକ୍ସିନ ଟିକା ଗ୍ରହଣ କରିଥିବା ଲୋକଙ୍କ ରକ୍ତ ନମୁନା ଉପରେ ଦୁଇଟି ଅଧ୍ୟୟନର କରାଯାଇଥିଲା । ଏବଂ ଏଥିରୁ ସ୍ପଷ୍ଟ ଜଣାଯାଇଥିଲା ଯେ, କୋଭାକ୍ସିନ ଏଭଳି ଆଣ୍ଟିବଡି ଉତ୍ପାଦନ କରେ ଯାହା B.1.17 ଆଲଫା ଏବଂ B.1.617 ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ।
ସୂଚନାନୁସାରେ, କୋଭାକ୍ସିନରେ କରୋନା ଭାଇରସର ଏକ ଏମିତି ପ୍ରକାର ସାମିଲ ରହିଛି ଯାହା ଭାଇରସ ବିରୁଦ୍ଧରେ ଆଣ୍ଟିବଡି ତିଆରି କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ସାହିତ କରିଥାଏ ।
NIH କହିଛି ଯେ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରୁ ପ୍ରକାଶିତ ଫଳାଫଳ ଦର୍ଶାଉଛି ଯେ ଏହା ନିରାପଦ ଏବଂ ଭଲ ଭାବରେ ସହନୀୟ କ୍ଷମତା ରହିଛି। ଏହାସହ, ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ସୁରକ୍ଷିତ ତଥ୍ୟ ଚଳିତ ବର୍ଷ ଶେଷରେ ଉପଲବ୍ଧ ହେବ । ଏହାସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇମ୍ଫେକସନ ଡିଜିଜ୍ ର ନିର୍ଦ୍ଦେଶକ ଆନ୍ଥନୀ ଏସ୍ ଫାଉଚି କହିଛନ୍ତି ଯେ ‘ବିଶ୍ୱ ମହାମାରୀକୁ ସମାପ୍ତ କରିବା ପାଇଁ ବିଶ୍ୱସ୍ତରର ପ୍ରତିକ୍ରିୟା ଆବଶ୍ୟକ’।
ସେହିପରି NIH ଅନୁଯାୟୀ, NIAID ଆଡଜୁବେଣ୍ଟ ପ୍ରୋଗ୍ରାମ ୨୦୦୯ ମସିହାରୁ ବିରୋବାକ୍ସର ପ୍ରତିଷ୍ଠାତା ତଥା ସିଇଓ ସୁନୀଲ ଡେଭିଡଙ୍କ ଏହି ଅନୁସନ୍ଧାନକୁ ସମର୍ଥନ କରିଛନ୍ତି ।
NIH କହିଛି ଯେ କମ୍ପାନୀ LHydroxycim-II ର ବ୍ୟାପକ ସୁରକ୍ଷା ଅଧ୍ୟୟନ କରିଛି ଏବଂ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଏକ ଜଟିଳ ପ୍ରକ୍ରିୟା କରିଛି । ୨୦୨୧ ଶେଷ ସୁଦ୍ଧା ଭାରତ ବାୟୋଟେକ୍ ଆନୁମାନିକ ୭୦ କୋଟି ଡୋଜର ଉତ୍ପାଦନ କରିବ ବୋଲି ଆଶା କରିଛି ।
ଏଥର ପ୍ରତି ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ
ନୂଆଦିଲ୍ଲୀ: କୋଭିସିଲଡ ପରେ କମିଲା କୋଭାକ୍ସିନ । ସେରମ ଇନଷ୍ଟିଚ୍ୟୁଟ ଦର କମାଇବା ପରେ ଭାରତ ବାଓଟେକ ମଧ୍ୟ ଦର କମାଇଛି । ରାଜ୍ୟ ପ୍ରତି ଡୋଜ ପିଛା ୬୦୦ ଟଙ୍କା ଥିବା ବେଳେ ୨୦୦ ଟଙ୍କା ହ୍ରାସ କରିଛି କମ୍ପାନୀ । ନୂଆ ଦର ମୁତାବକ ଏଥର ପ୍ରତି ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ । ଦର ୨୦୦ ଟଙ୍କା ହ୍ରାସ ଘଟିଥିବା ନେଇ ଆଜି ଭାରତ ବାଓଟେକ ଏନେଇ ଘୋଷଣାପତ୍ର ଜାରି କରିଛି ।
ଦୁଇଦିନ ତଳେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ପୂର୍ବ ଦର କମାଇଥିବା । ଡୋଜ ପିଛା ପ୍ରତି ରାଜ୍ୟ ପାଇଁ ୪୦୦ ଟଙ୍କା କମ୍ପାନୀ ଧାର୍ଯ୍ୟ କରିଥିବାବେଳେ ପରବର୍ତ୍ତୀ ସମୟରେ ୧୦୦ ଟଙ୍କା କମାଇଥିଲା କମ୍ପାନୀ । ଖୋଲା ବଜାରରେ କେନ୍ଦ୍ର ସରକାର ଟିକା ପ୍ରଦାନ କରିବା ନେଇ ଘୋଷଣା କରିବା ପରେ ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ନିଜ ନିଜର ଧର ଧାର୍ଯ୍ୟ କରିଥିଲେ ।