IPS Officer - The Sakala
ଓଡ଼ିଶା କ୍ୟାଡରରୁ ପୁଣି ଜଣେ ଆଇପିଏସ୍‌ଙ୍କ ଇସ୍ତଫା: ଜଗମୋହନଙ୍କ ପରେ ଚାକିରି ଛାଡ଼ିଲେ ସି.ଏ. ରାମଦାସ
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାର କିଛି ଦିନ ପରେ ପୁଣି ଜଣେ ଯୁବ ଆଇପିଏସ୍ ଅଧିକାରୀ ସରକାରୀ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୫ ବ୍ୟାଚର ୩୩ ବର୍ଷୀୟ ଆଇପିଏସ୍ ପ୍ରୋବେସନର ସି.ଏ. ରାମଦାସ ଓଡ଼ିଶା ସରକାରଙ୍କ ନିକଟରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଗତ ବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଯୁବ ଅଧିକାରୀ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା ଅଟନ୍ତି ଏବଂ ନିକଟରେ ତାଙ୍କୁ ଓଡ଼ିଶା କ୍ୟାଡର୍ ଆବଣ୍ଟନ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ସି.ଏ. ରାମଦାସ ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୋଲିସ ଏକାଡେମୀ (ଏସଭିପିଏନପିଏ) ଠାରେ ନିଜର ତାଲିମ ଗ୍ରହଣ କରୁଛନ୍ତି। ସେ ତାଙ୍କ ତାଲିମର ପ୍ରଥମ ପର୍ଯ୍ୟାୟରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଦାୟିତ୍ୱ ଗ୍ରହଣ କରିନାହାଁନ୍ତି।
ରାଜ୍ୟରେ ଏଭଳି ଲଗାତାର ଦୁଇ ଜଣ ଯୁବ ଆଇପିଏସ୍ ଅଧିକାରୀଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ଭୁବନେଶ୍ୱରର ପୂର୍ବତନ ଡିସିପି ଜଗମୋହନ ମୀନା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଖୁବ୍ କମ୍ ଦିନ ବ୍ୟବଧାନରେ ଏହିପରି ଦୁଇଟି ଘଟଣା ପ୍ରଶାସନିକ ସ୍ତରରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା
ଭୁବନେଶ୍ୱର: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା । ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଜଗମୋହନ ମୀନା ରାଜ୍ୟ ସରକାରଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଛନ୍ତି। ଓଡ଼ିଶା କ୍ୟାଡରର ୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ହେଉଛନ୍ତି ଜଗମୋହନ ମୀନା।
ଜଗମୋହନ ମୀନା ରାଜ୍ୟ ପୋଲିସ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ସେ ଅନୁଗୋଳ ଏବଂ ଗଞ୍ଜାମ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ (ଏସପି) ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହା ସହିତ ସେ କଟକ ସହରାଞ୍ଚଳ ପୋଲିସ ଜିଲ୍ଲାରେ ମଧ୍ୟ ଡିସିପି ଭାବେ କାର୍ଯ୍ୟ କରିଥିଲେ। ଗତ ଫେବୃଆରୀ ୨୮, ୨୦୨୫ ତାରିଖରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଥିଲା।
ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଆନୁଷ୍ଠାନିକ ଭାବେ ଗ୍ରହଣ କରିନାହାଁନ୍ତି। କିନ୍ତୁ ତାଙ୍କର ଏହି ହଠାତ୍ ନିଷ୍ପତ୍ତି ପୋଲିସ ମହଲରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ନିକଟରେ ବାଲିଅନ୍ତା ଠାରେ ରେଳ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଦିନଦ୍ୱିପହରରେ ହତ୍ୟା କରାଯିବା ଘଟଣାକୁ ନେଇ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଉପରେ ବ୍ୟାପକ ସମାଲୋଚନା ହେଉଛି। ଏହିଭଳି ଏକ ସମ୍ବେଦନଶୀଳ ସ୍ଥିତି ମଧ୍ୟରେ ତାଙ୍କ ଇସ୍ତଫା ପ୍ରଦାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେବେ ତାଙ୍କ ନିଷ୍ପତ୍ତିର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବେ ଜଣାପଡିନାହିଁ। ତେବେ ତାଙ୍କ ନିଷ୍ପତ୍ତିର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବେ ଜଣାପଡିନାହିଁ। ରାଜସ୍ଥାନରେ ଥିବା ଜଣେ ଘନିଷ୍ଠ ସମ୍ପର୍କୀୟଙ୍କର ଏକ ଘରୋଇ କମ୍ପାନୀରେ ସେ ଯୋଗଦେବାର ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି।
ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଅକସ୍ମାତ ସକ୍ରିୟ ହୋଇଛି ପୁଲିସ । ଡିଜି ପାହ୍ୟାରୁ ଆଇଜି ପାହ୍ୟା ପର୍ଯ୍ୟନ୍ତ ୧୫ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ଉପରେ ୧୭ଟି ଜିଲ୍ଲାର ଆଇନଶୃଙ୍ଖଳାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସମ୍ପୃକ୍ତ ଆଇପିଏସ୍‌ ଅଫିସରମାନେ ଜିଲ୍ଲାକୁ ଗସ୍ତ କରି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ପୁଲିସ ଥାନାର କାର୍ଯ୍ୟକାରିତା, ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ସଂରକ୍ଷିତ କାର୍ଯ୍ୟାଳୟ ଓ ସାମଗ୍ରିକ ପୁଲିସ ପରିଚାଳନାର ତଦାରଖ କରିବେ। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ, ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ୧୩ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର, ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ, ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ୱଲପୁର, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ୟତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ.ସାଇନିଙ୍କୁ ବଲାଙ୍ଗୀର ଜିଲ୍ଲାର ତଦାରଖ ଦାୟିତ୍ୱ ଦିଆଯାଇଛି। ପୁନଶ୍ଚ ଆଇଜି ଏସ.ପ୍ରବୀଣ କୁମାରଙ୍କୁ କନ୍ଧମାଳ, ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଢେଙ୍କାନାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଆଇଜି ଅନୁପ କୁମାର ସାହୁଙ୍କୁ ପୁରୀ, ଆଇଜି ଅବିନାଶ କୁମାରଙ୍କୁ ମୟୂରଭଞ୍ଜ ଓ ଆଇଜି ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି।
ହସନ: ଅଧା ରହିଗଲା ଆଇପିଏସ ଚାକରିରି କରି ଚୌକିରେ ବସିବାର ସ୍ବପ୍ନ । ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଚାଲିଗଲା ଜଣେ ଆଇପିଏସଙ୍କ ଜୀବନ । ଘଟଣା ଘଟିଛି କର୍ଣ୍ଣାଟକର ହସନରେ । ମୃତକ ହେଲେ ୨୬ ବର୍ଷୀୟ ଆଇପିଏସ୍ ହର୍ଷବର୍ଦ୍ଧନ । ତାଙ୍କ ଘର ମଧ୍ୟପ୍ରଦେଶ ଜବଲପୁରରେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ପିଲାଟେ ଦିନରୁ ଆଇପିଏସ୍ ହୋଇ ଲୋକଙ୍କ ସେବେ କରିବାକୁ ସ୍ବପ୍ନ ଦେଖିଥିଲେ ହର୍ଷବର୍ଦ୍ଧନ। ଆଉ ବାପାମାଆଙ୍କ ସ୍ବପ୍ନ ବି ପୂରଣ କରିବେ। ପରିଶ୍ରମ କରି ଆଇପିଏସ୍ ପାଇ ବି ଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଚାକିରିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ହର୍ଷବର୍ଦ୍ଧନଙ୍କ ଜୀବନ।
ବିଡ଼ମ୍ଵନା ଯେ, ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ଘଟିଛି । ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା କର୍ଣ୍ଣାଟକର ହସନ ଜିଲ୍ଲାରେ । ଚାକିରିରେ ଯୋଗ ଦେବାକୁ ସେ ଯିବା ବେଳେ ତାଙ୍କ ଜିପର ଟାୟାର ଫାଟି ଯାଇଥିଲା । ଡ୍ରାଇଭର ଗାଡ଼ି ସମ୍ଭାଳି ନପାରିବାରୁ ତାହା ଓଲଟି ପଡ଼ିଥିଲା । ଏଥିରେ ଡ୍ରାଇଭର ଓ ହର୍ଷବର୍ଦ୍ଧନ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଯୁବ ଆଇପିଏସଙ୍କ ମୃତ୍ୟୁ ଘଟିଥିଲା । ୨୦୨୩ ବ୍ୟାଚର ଆଇପିଏସ୍ ହର୍ଷବର୍ଦ୍ଧନ କିଛି ଦିନ ତଳେ ମହୀଶୂରରେ ଟ୍ରେନିଂ ସାରିଥିଲେ । ଡ୍ରାଇଭର ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।