Parav2024 - The Sakala

ପରବ-୨୦୨୪ରେ ଆଦିବାସୀ ଐତିହ୍ୟ ପାଳନ କଲା ବେଦାନ୍ତ; ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ପାଇଁ ପ୍ରତିଶ୍ରୁତିବଦ୍ଧ
କୋରାପୁଟ: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପର୍ବ ‘ପରବ-୨୦୨୪’କୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଗର୍ବର ସହ ସମର୍ଥନ କରିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦଘାଟନ କରିଥିବାବେଳେ ଆଦିବାସୀ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଏହି ଭବ୍ୟ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେବଳ ଓଡ଼ିଶାର ସମୃଦ୍ଧ ସସ୍କୃତି ଉପରେ ଆଲୋକପାତ କରିନଥିଲେ, ବରଂ ଆଦିବାସୀ କଳାକୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ପ୍ରଦର୍ଶନୀ ଷ୍ଟଲ୍ ଉନ୍ମୋଚନ କରିଥିଲେ ।

କଳାହାଣ୍ଡି ଲାଞ୍ଜିଗଡ଼ର ପ୍ରତିଭାବାନ ଆଦିବାସୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସଉରା କଳା ଓ ଢୋକ୍ରା ଉତ୍ପାଦ ସମେତ ଆଦିବାସୀ କଳାକୁ ନେଇ ବେଦାନ୍ତ ପକ୍ଷରୁ ଏକ ଷ୍ଟଲ୍ ଖୋଲାଯାଇଥିଲା । ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଉଦ୍ଦେଶ୍ୟରେ କମ୍ପାନୀର ଗୋଷ୍ଠୀ ବିକାଶ ପଦକ୍ଷେପ ମାଧ୍ୟମରେ ବିଲୁପ୍ତ ହେବାକୁ ବସିଥିବା ଏହି କଳାଗୁଡ଼ିକୁ ପୁନରୁଦ୍ଧାର କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ପରବ ଭଳି ଉତ୍ସବକୁ ସମର୍ଥନ କରିବା କେବଳ ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ସାମୂହିକ ସମ୍ପର୍କକୁ ସୁଦୃଢ଼ କରିଥାଏ ଏବଂ ଆମର ବିବିଧ ସାଂସ୍କୃତିକ ପରମ୍ପରା ପ୍ରତି ଗର୍ବ ବଢ଼ାଇଥାଏ । କୋରାପୁଟ ଜିଲ୍ଲାର ବାସିନ୍ଦା ରାଜୁ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପରବ ହେଉଛି ଏକ ବାର୍ଷିକ ପର୍ବ ଯାହାକୁ ଆମେ ପ୍ରତିବର୍ଷ ଅପେକ୍ଷା କରିଥାଉ । ସ୍ଥାନୀୟ ସାଂସ୍କୃତିକ ପଦକ୍ଷେପକୁ ସମର୍ଥନ କରିବା ଏବଂ ଆମର ସମୃଦ୍ଧ କଳା ଓ ସଂସ୍କୃତିକୁ ବିଶ୍ୱ ସହ ସେୟାର କରିବା ପାଇଁ ସ୍ଥାନୀୟ ସମୁଦାୟକୁ ଉତ୍ସାହିତ କରିଥିବାରୁ ମୁଁ ବେଦାନ୍ତକୁ ଗଭୀର ପ୍ରଶଂସା କରୁଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବେଦାନ୍ତ ଏହି ଉତ୍ସବପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସହାୟତା ପ୍ରଦାନ କରିଥିଲା, ଯାହା ସ୍ଥାନୀୟ ସମୁଦାୟର ସାମାଜିକ-ଅର୍ଥନୈତିକ ବିକାଶ ଏବଂ ତୃଣମୂଳ ସ୍ତରର କଳା ଓ ସଂସ୍କୃତିର ସଂରକ୍ଷଣ ପ୍ରତି ନିଜର ନିରନ୍ତର ପ୍ରତିବଦ୍ଧତାକୁ ଦୃଢ଼ କରିଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଚଜି) ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦକ୍ଷତା ଏବଂ ପ୍ରକଳ୍ପଗୁଡ଼ିକୁ ସ୍ୱୀକୃତି ଏବଂ ସମ୍ଭାବ୍ୟ ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା । ପୂର୍ବରୁ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ଼ରେ ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ଥିଏଟର, କୋରାପୁଟରେ ବିଶ୍ୱ ଆଦିବାସୀ ଦିବସର ସାମୂହିକ ଉତ୍ସବ, ନମଯଜ୍ଞ ଉତ୍ସବ ଏବଂ ଜାମକାଣୀରେ ବାର୍ଷିକ ରଥଯାତ୍ରା ଉତ୍ସବରେ ବାହୁଡ଼ା ଯାତ୍ରାକୁ ସମର୍ଥନ କରିସାରିଛି । ଏହା ପୂର୍ବରୁ ଓଡ଼ିଆ ସଂସ୍କୃତିରେ ଅବଦାନ ପାଇଁ କମ୍ପାନୀ ସମ୍ବଲପୁରୀ ଲୋକକଣ୍ଠଶିଳ୍ପୀ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜିତେନ୍ଦ୍ର ହରିପାଲଙ୍କୁ ମଧ୍ୟ ସମ୍ମାନିତ କରିଥିଲା ।

ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୪କୁ ବେଦାନ୍ତର ସମର୍ଥନ: କଳା, ସଂସ୍କୃତିର ସୁରକ୍ଷା ପାଇଁ ବେଦାନ୍ତ ପ୍ରତିବଦ୍ଧ
କୋରାପୁଟ: ଭାରତର ସର୍ବ ବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ବାର୍ଷିକ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୪କୁ ସମର୍ଥନ କରିଛି, ଯାହା ସ୍ଥାନୀୟ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିଥାଏ । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର କୋଡିଙ୍ଗମାଲି ଖଣି ନିକଟରେ ଆୟୋଜିତ ଏହି ଉତ୍ସବରେ ୫୦୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ଏବଂ ଆଦିବାସୀ କଳା, ସଙ୍ଗୀତ, ନୃତ୍ୟ ଏବଂ ସଂସ୍କୃତିର ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ ।

ଲକ୍ଷ୍ମୀପୁର ବିଡିଓଙ୍କ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ପବିତ୍ର ସାଉନ୍ତା, ବ୍ଲକ ଅଧ୍ୟକ୍ଷ ସୁଆଇ କୁଲେସିକା ଏବଂ ଲକ୍ଷ୍ମୀପୁର ବ୍ଲକର ସରପଞ୍ଚ ଏବଂ ସମିତି ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ଉତ୍ସବକୁ ବେଦାନ୍ତ ଭିତ୍ତିଭୂମି ସହାୟତା ଯୋଗାଇ ଦେଇଥିଲା, ଯାହା ଓଡିଶାର ସାଂସ୍କୃତିକ ପରମ୍ପରାକୁ ବଢାଇ ରଖିବା ପାଇଁ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲା । ଏହି ପଦକ୍ଷେପ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଛାତ୍ରମାନଙ୍କୁ ସେମାନଙ୍କର ପ୍ରତିଭା ଏବଂ କୌଶଳ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା । ଲକ୍ଷ୍ମୀପୁର ବିଡିଓ ଗୁରେଶ୍ୱର ଭୋଇ ବେଦାନ୍ତର ସମର୍ଥନକୁ ପ୍ରଶଂସା କରି କହିଛନ୍ତି, ପରବ ହେଉଛି ବାର୍ଷିକ ଉତ୍ସବ ଯାହା ଓଡିଶାର ସମୃଦ୍ଧ ସଂସ୍କୃତିକୁ ପ୍ରୋତ୍ସାହିତ ଏବଂ ସଂରକ୍ଷଣ କରିଥାଏୟ ତୃଣମୂଳ ସ୍ତରର ସାଂସ୍କୃତିକ ପଦକ୍ଷେପ ତଥା ସ୍ଥାନୀୟ ସମ୍ପ୍ରଦାୟକୁ ଉତ୍ସାହିତ କରିଥିବାରୁ ମୁଁ ବେଦାନ୍ତକୁ ଧନ୍ୟବାଦ ଦେଉଛି ।

ବେଦାନ୍ତ ଆଲୁମିନିୟମ ସ୍ଥାନୀୟ କଳାକାରଙ୍କ ପ୍ରତିଭା ବୃଦ୍ଧି କେବଳ ସାଂସ୍କୃତିକ ସ୍ପନ୍ଦନକୁ ବଢାଇବ ନାହିଁ ବରଂ ଭବିଷ୍ୟତ ପୀଢିପାଇଁ ପାରମ୍ପାରିକ କଳା ଅଭ୍ୟାସକୁ ମଧ୍ୟ ବଞ୍ଚାଇ ରଖିବ । ସ୍ଥାନୀୟ କଳା ଏବଂ ସଂସ୍କୃତିର ବିକାଶ କରୁଥିବା କମ୍ପାନୀର ଅନ୍ୟାନ୍ୟ ପ୍ରଭାବଶାଳୀ ପ୍ରୟାସରେ ସୁନ୍ଦରଗଡରେ ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ଥିଏଟରକୁ ସମର୍ଥନ କରିବା, କୋରାପୁଟରେ ବିଶ୍ୱ ଆଦିବାସୀ ଦିବସର ସମ୍ପ୍ରଦାୟ ଉତ୍ସବ ନାମଯଜ୍ଞ ଏବଂ ଜାମଖାଣିରେ ବାହୁଡା ଯାତ୍ରା ଅନ୍ତର୍ଭୁକ୍ତ । ଏହାପୂର୍ବରୁ କମ୍ପାନୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଓଡିଆ ସଂସ୍କୃତିରେ ଅବଦାନ ପାଇଁ ଉତ୍ସାହିତ କରି ତାହାର ପ୍ରତିବଦ୍ଧତାକୁ ସୂଚାଇଛି ।