BurningMan - The Sakala

ଅଧ ରାତିରେ ଚାଲୁଛି ଅର୍ଦ୍ଧଦଗ୍ଧ ଶରୀର
କଟକ: ଅଧ ରାତିରେ ଅର୍ଦ୍ଧଦଗ୍ଧ ଶରୀରରକୁ ଦେଖି ଅନେକ ଭୟ କରୁଛନ୍ତି । ସାରା ଶରୀରରେ କ୍ଷତାକ୍ତ । ଦେହ ପୋଡିଯାଇଛି। ଆଉ କେହି କେହି ଅଟକାଇ ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି । କିନ୍ତୁ ସେ ଣୁଣିବାକୁ ନାରାଜ । ପାଟିରୁ ବାହାରୁଥିବା କେଇ ପଦ କଷ୍ଟ ଭର୍ତ୍ତି କଥା ତାଙ୍କର ବେଦନା ଆଉ ବିରହ ଭଳି ଲାଗୁଥାଏ । କେମିତି ଏମିତି ହୋଇପାରେ । ଜଣେ ବ୍ୟକ୍ତି ପୋଡିବା ପରେ ମଧ୍ୟ ଧର୍ଯ୍ୟର ସହ ରାସ୍ତାରେ ଚାଲୁଛନ୍ତି । କିଏ ତାଙ୍କୁ ହତ୍ୟା କରିବାର ଉଦ୍ୟମ କରିଛି, ନା ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଏବେ ଛାତିଥରାଇ ଦେଉଛି ।

ଖବର ମୁତାବକ ଏହି ଘଟଣା କଟକ ଜିଲ୍ଲା ଟାଙ୍ଗି ଅଚଂଳରେ ଘଟିଛି । କଟକ ଶେଖ ବଜାର ଅଞ୍ଚଳର ଗଙ୍ଗାଧର ବେହେରା ନାମକ ଜଣେ ଯୁବକଙ୍କ ଶରୀର ୮୦ ପ୍ରତିଶତ ପୋଡିଯାଇଥିବା ସ୍ୱତେ ମଧ୍ୟ ସେ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଛି । ଶରୀର ଯନ୍ତ୍ରଣାକୁ ସମ୍ଭାଳି ପାରୁନଥିବା ଗଦାଧର ପାଣିରେ ବସିଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ କିଛି ସମୟ ବ୍ୟବଧାନରେ ପୁଣି ନିସ୍ତବ୍ଦ ଆଉ ନିଛାଟିଆ ରାତିରେ ରାସ୍ତା ଅତିକ୍ରାନ୍ତ କରିଚାଲିଛନ୍ତି ଉକ୍ତ ଯୁବକ ।

କଟକ ଠାରୁ ମାତ୍ର ୨୩ କିଲୋମିଟର ଦୂର ଏବଂ ଟାଙ୍ଗୀ ଠାରୁ ୫କିଲୋମିଟର ଦୂର ସଫା ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । ଏକ ଛୋଟିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ୨୯ବର୍ଷିୟ ଗଙ୍ଗାଧର ଗତ ୧୭ ତାରିଖ ଦିନ ଘରୁ ବାହାରିଥିଲେ । ହେଲେ ଆଉ ଫେରି ନଥିଲେ । ରାତି ପ୍ରାୟ ୯ଟା ବେଳେ ଭାଇଙ୍କ ପାଖକୁ କଲ୍ ଆସିଲା ଯେ ଅଧାରୁ ଅଧିକ ଜଳି ଯାଇଥିବା ଗଙ୍ଗାଧରଙ୍କୁ ଟାଙ୍ଗୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଭାଇ ପହଞ୍ଚିବା ପରେ ତାଙ୍କୁ ଆଣି ପ୍ରଥମେ କଟକ ବଡ଼ ମେଡିକାଲ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଛି ।

ସେପଟେ ଗଙ୍ଗାଧରଙ୍କ ପରିବାର ଲୋକ ଏନେଇ ଥାନାରେ ଏଫଆଇଆର ଦାୟର କରିଛନ୍ତି । ଗଙ୍ଗାଧରଙ୍କ ପରିବାର ହତ୍ୟା ଅଭିଯୋଗ ଆଣୁଛନ୍ତି । ଯୁବକ ଜଣଙ୍କ ପିନ୍ଧିଥିବା ସୁନା ଚେନ, ମୁଦି, ପର୍ସ, ମୋବାଇଲ ଓ ଗାଡିକୁ ପାଇ ପାରିନାହଁନ୍ତି । ତେଣୁ ଗଙ୍ଗାଧରଙ୍କୁ କେହି ହତ୍ୟା କରିବାର ଷଡଯନ୍ତ୍ର କରିଥିବା କହିଛନ୍ତା ତାଙ୍କ ଭାଇ । ଏହି ଘଟଣାରେ ପ୍ରେମ ବ୍ୟାପାର ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ତେଣୁ ଏହି ଘଟଣା ପଛରେ ଆଉ କିଛି କାରଣ ଥିବା ନେଇ ସନ୍ଦେହ କରୁଛି ପୋଲିସ ।