Singer Asima Panda - The Sakala

କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି; କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ
କଟକ: ରଙ୍ଗୀନ ଆଲୋକମାଳା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଉଠୁଛି ପଡ଼ୁଛି କଟକର ଐତିହାସିକ ବାଲିଯାତ୍ରା। ସନ୍ଧ୍ୟା ହେଲେ ବଡ଼ ବଡ଼ କଳାକାରଙ୍କ ନାଚଗୀତ ଦେଖିବାକୁ ଜମୁଛିଭିଡ଼। ଏହିକ୍ରମରେ ଶନିବାର ବୈଷ୍ଣବ ପାଣୀ ମଂଚରେ ଚାଲିଥିଲା କାର୍ଯ୍ୟକ୍ରମ। ଷ୍ଟେଜ ଉପରେ ଗୀତ ଗାଇବାକୁ ଚଢ଼ିଥିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ଅସୀମାଙ୍କ ଗୀତ ଆରମ୍ଭରୁ ତାଙ୍କ କଣ୍ଠସ୍ୱରରେ ତାଳେ ତାଳେ ଝୁମୁଥିଲେ ଦର୍ଶକ। ହେଲେ ହଠାତ୍‌ ଅଧାରୁ ବନ୍ଦ ହେଲା କାର୍ଯ୍ୟକ୍ରମ। ଅସୀମାଙ୍କୁ ମଂଚରୁ ଓହ୍ଲାଇଦେଲେ ପୋଲିସ ପ୍ରଶାସନ। କାର୍ଯ୍ୟକ୍ରମ ଅଧାରୁ ବୈଷ୍ଣବ ପାଣି ମଂଚରୁ ଅସୀମାଙ୍କୁ ଓହ୍ଲାଇଦେବା ସହ କାର୍ଯ୍ୟକ୍ରମ ବନ୍ଦ କରିଛି କମିଶନରେଟ ପୋଲିସ। ସମୟ କଟକଣା ନେଇ କାର୍ଯ୍ୟକ୍ରମ ବନ୍ଦ କରିଛି ପୋଲିସ।

ଐତିହାସିକ କଟକ ବାଲିଯାତ୍ରାର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। କମିଶନରେଟ ପୋଲିସର ଗାଇଡଲାଇନ ଅନୁଯାୟୀ ରାତି ୧୦ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବା ନେଇ ଅନୁମତି ମିଳିଥିବାବେଳେ ଅସୀମା ରାତି ୧୦ଟା ୨୦ ପର୍ଯ୍ୟନ୍ତ ଗୀତ ଗାଉଥିଲେ ଯାହାକୁ ବିରୋଧ କରି କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା କମିଶନରେଟ ପୋଲିସ। ଯାହାକୁ ନେଇ ହଜାର ହଜାର ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। କମିଶନରେଟ ପୋଲିସର କଟକଣାକୁ ବିରୋଧ କରି ବୈଷ୍ଣବ ପାଣି ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି।