Odisha State Film Awards - The Sakala
୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌' ଶ୍ରେଷ୍ଠ ଚଳଚ୍ଚିତ୍ର
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ ଘୋଷଣା ହୋଇଛି । 'ପୁଷ୍କରା' ଏବଂ 'ମାଇଁ ସ୍ୱିଟ୍ ହାଉସୱାଇଫ୍' ଯୁଗ୍ମ ଭାବରେ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ବିଜୟୀ ହୋଇଛନ୍ତି। ଓଡ଼ିଆ ସିନେମାର ସଫଳତାକୁ ପ୍ରଶଂସା କରି ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ବିଧିବଦ୍ଧ ଘୋଷଣା କରିଛନ୍ତି।
ଏହି ପୁରସ୍କାର ବିଭିନ୍ନ ବିଭାଗରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଛି। ଏଥିରେ ନିଜର ଶକ୍ତିଶାଳୀ କାହାଣୀ ଏବଂ ସାଂସ୍କୃତିକ ଗଭୀରତା ପାଇଁ 'ପୁଷ୍କରା' ବିଶେଷ ପ୍ରଶଂସା ସାଉଁଟିଥିବା ବେଳେ ଏହାର ନିଆରା ବର୍ଣ୍ଣନା ଏବଂ ଦମଦାର ଅଭିନୟ ପାଇଁ 'ମାଇଁ ସ୍ୱିଟ୍ ହାଉସୱାଇଫ୍' ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଛି। ଏହି ଦୁଇଟି ଚଳଚ୍ଚିତ୍ର ଓଡ଼ିଆ ନିର୍ମାତାମାନଙ୍କର ସୃଜନଶୀଳତାକୁ ପ୍ରତିଫଳିତ କରିବା ସହ ଅନ୍ୟ ସମସ୍ତ ଚଳଚ୍ଚିତ୍ର ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି।
ଏହି ଘୋଷଣା ପରେ ଚଳଚ୍ଚିତ୍ର ପ୍ରେମୀ ଏବଂ ସିନେମା ଜଗତର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଜାତୀୟ ସ୍ତରରେ ଓଡ଼ିଆ ସିନେମାର ପ୍ରଚାର ପ୍ରସାର କରିବା ସହ କଳାତ୍ମକ ଉତ୍କର୍ଷତାକୁ ସମ୍ମାନିତ କରିବା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏକ ପ୍ରମୁଖ ମଞ୍ଚ ଭାବେ କାର୍ଯ୍ୟ ଜାରି ରଖିବ। 'ପୁଷ୍କରା' ଏବଂ 'ମାଇଁ ସ୍ୱିଟ୍ ହାଉସୱାଇଫ୍' କୁ ମିଳିଥିବା ଏହି ସମ୍ମାନ ଆଗାମୀ ଦିନରେ ଅଧିକ ସଂଖ୍ୟକ ନିର୍ମାତାଙ୍କୁ ଅଭିନବ କାହାଣୀ ପ୍ରସ୍ତୁତ କରିବାକୁ ପ୍ରେରଣା ଯୋଗାଇବ।
ଭୁବନେଶ୍ୱର : ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍‌ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ ।
୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୦୧.୦୧.୨୦୨୩ ରିଖରୁ ୩୧.୧୨.୨୦୨୩ ରିଖ ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର (Censorship Certificate) ପ୍ରାପ୍ତ ହୋଇଥିବା ଆବଶ୍ୟକ । ସେହିପରି ଭାବେ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୦୧.୦୧.୨୦୨୪ ରୁ ୩୧.୧୨.୨୦୨୪ ରିଖ ଅବଧି ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର ପ୍ରାପ୍ତ ହୋଇଥିବା ଆବଶ୍ୟକ ।
ଓଡ଼ିଆ ଚଳଚ୍ଚିତ୍ର ଉପରେ ଓଡ଼ିଆ/ଇଂରାଜୀ ଭାଷାରେ ଲିଖିତ ଶ୍ରେଷ୍ଠ ଲେଖା (Book/Monograph) ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକ/ଲେଖିକାମାନେ ଆବେଦନ କରିବା ସହିତ Book/Monograph ର ଦଶ ଖଣ୍ଡ ନକଲ ତା ୪.୧୦.୨୦୨୫ ରିଖ ସୁଦ୍ଧା ରେଜିଷ୍ଟ୍ରର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଦାଖଲ କରିପାରିବେ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ବନ୍ଧୀୟ ସବିଶେଷ ବିବରଣୀ ଓ ନିୟମାବଳୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ:culture.odisha.gov.in ରେ ଉପଲବ୍ଧ କରାଯାଇଛି।