Ollywood Industry - The Sakala

ସାଇବର ଥାନାରେ ଅଭିଯୋଗ ପରେ ପ୍ରେସମିଟ୍‌ କରି ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ବର୍ଷିଲେ ଅଭିନେତା ମନୋଜ ମିଶ୍ର
ଭୁବନେଶ୍ୱର: ବଢ଼ିଲା ଓଲିଉଡ୍ କଳି । ସାଇବର ଥାନାରେ ଅଭିଯୋଗ ପରେ ପ୍ରେସମିଟ୍‌ କରି ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ବର୍ଷିଲେ ଅଭିନେତା ମନୋଜ ମିଶ୍ର । କିଛି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ନନେଇ ବର୍ଷିଛନ୍ତି ମନୋଜ ମିଶ୍ର । ଆଉ କହିଛନ୍ତି କି, ସିନେମା କାହାର ପୈତୃକ ସଂପତ୍ତି ନୁହେଁ । ଏହା ସାରା ରାଜ୍ଯବାସୀଙ୍କର । ଏଥିରେ ତ୍ରୁଟି ଦେଖାଗଲେ ସେ ନିଶ୍ଚୟ ମୁହଁ ଖୋଲିବେ ବୋଲି କହିଛନ୍ତି ମନୋଜ । ‘ପ୍ରଯୋଜକଙ୍କ କ୍ଷତି ହେଲେ ସମସ୍ତଙ୍କର କ୍ଷତି ହେବ । ଯିଏ ଓଡ଼ିଆ ସିନେମାର ଶତ୍ରୁ ସେ ମୋର ଶତ୍ରୁ’ ।

ଆଜିକା ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢୁନି । ସେଥିପାଇଁ ଅଭିନେତା ନୁହେଁ ବରଂ ଫିଲ୍ମ ତିଆରି କରୁଥିବା ବ୍ୟକ୍ତିମାନେ ଦାୟୀ । ଏବେକା ସମୟରେ ଯଦି ୟୁଥ୍ ଗ୍ରୁପକୁ ନେଇ କାମ କରିବାକୁ ହେଲେ ସେମାନଙ୍କ ସହ ଅପଡେଟ୍ ହେବାକୁ ପଡିବ । ଯଦି ପ୍ରଡ୍ୟୁସର, ଡାଇରେକ୍ଟର ଚାହୁଁଛନ୍ତି ଓଡିଆ ଫିଲ୍ମକୁ ଲୋକେ ଫିଲ୍ମ ହଲରେ ଦେଖନ୍ତୁ ତାହେଲେ ସେମାନଙ୍କୁ ଟେକ୍ନିକାଲି ସାଉଣ୍ଡ ହେବାକୁ ପଡିବ । ବେଶି ନୁହେଁ ବରଂ ଦମନ ଓ କର୍ମ ପରି ଗୋଟିଏ ଗୋଟି କଣ୍ଟେଣ୍ଟ ଥିବା ଫିଲ୍ମ ବନାଇବାକୁ ପଡିବ । ତେଣୁ ନିଜ ଦୋଷ ଦୁର୍ବଳତା ନଦେଖି ମୋତେ ଦୋଷାରୋପ କରିବା କ୍ଷୋଭର ବିଷୟ ବୋଲି କହିଛନ୍ତି ମନୋଜ ।

ଗତକାଲି ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ଦେଇଥିଲା ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ । ସାମାଜିକ ଗଣମାଧ୍ୟମରେ ଓଲିଉଡକୁ ବଦନାମ କରୁଥିବା ଅଭିଯୋଗ ଆଣି ମାମଲା ରୁଜୁ କରିଛି ସଂଘ ।

ସଂଘର ସଭାପତି ତଥା ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହିତ ୩୦ରୁ ଅଧିକ ସଂଘର କର୍ମକର୍ତ୍ତା ଥାନାରେ ପହଞ୍ଚି ମନୋଜଙ୍କ ବିରୋଧରେ ଏତଲା ଦେଇଥିଲେ। ସାଇବର ଥାନା ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନ୍ତର୍ଗତ ଆଇଟି ଆକ୍ଟ ଲଗାଇ ତଦନ୍ତ ଜାରି ରଖିଥିବା କହିଛି।