Chandbali - The Sakala

ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ: ଗେମନ ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍ ଓ ଜୋତା
ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ବୈତରଣୀ ନଦୀର ଗେମନ ବ୍ରିଜ୍ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ବ୍ରିଜ୍ ଉପରେ ଯୁବକଙ୍କର ଜୋତା ଓ ମୋବାଇଲ୍ ପଡ଼ିଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜ ଯୁବକ ଜଣକ ହେଲେ ରାଜକନିକା ଥାନା ଅନ୍ତର୍ଗତ ମଧୁପଡ଼ା ଗାଁର ଜୟରଥ ମଲ୍ଲିକ।

ଗତକାଲି ରାତିରୁ ଜୟରଥ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ ଗେମନ ବ୍ରିଜ୍ ଉପରେ ତାଙ୍କର ମୋବାଇଲ୍ ଫୋନ୍ ଏବଂ ଜୋତା ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଖବର ଦିଆଯାଇଥିଲା।

ଯୁବକ ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ଏହି ଘଟଣା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି, ସେନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ଏବଂ ପୋଲିସ ମଧ୍ୟ ଘଟଣାର ପ୍ରକୃତ କାରଣ ଖୋଜିବାରେ ଲାଗିଛନ୍ତି। ଅନ୍ୟପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ଖୋଜାଖୋଜି ଆରମ୍ଭ କରିଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ମାସ ମାସ ହେଲା ମଣ୍ଡିରୁ ଉଠୁନି ଧାନ, ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ
ଚାନ୍ଦବାଲି : ମାସ ମାସ ଧରି ମଣ୍ଡିରୁ ଉଠୁନି ଧାନ । ଧାନ ରଖିବାକୁ ମଣ୍ଡିରେ ନାହିଁ ଜାଗା । ଯେତେ ଗୁହାରି କଲେ ବି ଶୁଣୁନି ପ୍ରଶାସନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଳକର ଚାରିତରଫ ସେବା ସମବାୟ ସମିତିରେ । ଉକ୍ତ ସମବାୟ ସମିତିରେ ପ୍ରାୟ ୯ ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପଡି ରହିଥିବା ବେଳେ ଆହୁରି ୪ ହଜାର କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ଅଛନ୍ତି ଚାଷୀ । ମାତ୍ର ମିଲରଙ୍କ ମାନମାନି ଯୋଗୁଁ ମଣ୍ଡିରୁ ଉଠିପାରୁନି ଧାନ ।

ଦୀର୍ଘ ଦିନ ହେବ ମଣ୍ଡିରୁ ଧାନ ନ ଉଠିବାରୁ ଧାନ ଟଙ୍କା ବି ପାଇ ପାରୁନାହାନ୍ତି ଚାଷୀ । ସମସ୍ୟା ସଂପର୍କରେ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ବି ଫଳ ଶୂନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ବସି ରହିଛନ୍ତି ଶହ ଶହ ଚାଷୀ । ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିବାର ବ୍ୟବସ୍ଥା ପ୍ରଶାସନ ନ କରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲେ ବିଜେଡି ଓ କଂଗ୍ରେସ
ଭଦ୍ରକ: ଚାନ୍ଦବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ କଡା ନିନ୍ଦା କରିଛି ବିଜେଡି । ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ଗୁରୁବାର ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି । ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ଦଳ । ଏହି ଦିନ କଳା ଦିବସ ପାଳନ କରିବ ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଚାନ୍ଦବାଲିରେ ଏହି ଘଟଣା ଲଜ୍ଜାଜନକ । ଚୋରା ନିଶା ବେପାର ପାଇଁ ଏତେ ବଡ ଲଜ୍ଜାଜନକ ଘଟଣା ଘଟିଲା । ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ ଘଟଣାକୁ ନିନ୍ଦା କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର ଦାସ ଘଟଣାକୁ ନିନ୍ଦା କରିବା ସହ ପୋଲିସ ପ୍ରଶାସନ ଓ ବିଜେପି ସରକାରଙ୍କୁ ଦାୟୀ କରିଛି । ପୀଡିତା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ନ୍ୟାୟ ଦାବି କରିଛନ୍ତି । ଏହାସହ ଆସନ୍ତାକାଲି ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଆରମ୍ଭ କରିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଷ୍କର୍ମ ଘଟଣା ନେଇ ତଦନ୍ତ ଚାଲିଥିବା ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଚାନ୍ଦବାଲିରେ ଦୋକାନ ବଜାର ବନ୍ଦ ରହିଛି । ବେଆଇନ ମଦ ଦୋକାନ ଓ ନିଶା କାରବାର ହେଉଥିବା ଘର ଭାଙ୍ଗିବା ଦାବିରେ ଉତ୍ତେଜନା ଲାଗି ରହିଛି । ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
ଚାନ୍ଦବାଲି: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଉଠାଇ ଆଣିଲା ପୋଲିସ । ଜଗତସିଂହପୁରରେ ଶ୍ବଶୁର ଘରେ ଲୁଚି ରହିଥିଲା ଅଭିଯୁକ୍ତ । ପୋଲିସର ସ୍ବତନ୍ତ୍ର ଟିମ୍ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ । ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ଅଭିଯୁକ୍ତର ଗିରଫ ଦାବିରେ ରାତିସାରା ଧାରଣା ଦେଇଥିଲେ ସ୍ଥାନୀୟ ଲୋକ । ଚାନ୍ଦବାଲି ପେଟ୍ରୋଲ ପମ୍ପ ସାମ୍ନା, ମଧୁବାବୁ ଛକ, ବସଷ୍ଟାଣ୍ଡ ଓ ଥାନା ସମ୍ମୁଖ ରାସ୍ତାରେ ଟାୟାର ଜାଳି ଉତ୍ୟକ୍ତ ଲୋକ ବିକ୍ଷୋଭ କରୁଛନ୍ତି । ଘଟଣାସ୍ଥଳରେ ଏବେବି ଉତ୍ତେଜନା ଜାରି ରହିଛି ।

ସୂଚନାଯୋଗ୍ୟ, ଗତକାଲି ସକାଳେ ଚାନ୍ଦବାଲି ଅଞ୍ଚଳର ଜଣେ ୧୦ ବର୍ଷିୟା ନାବାଳିକା ଦିନ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ପରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଅନ୍ଧକାର ଭିତରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।

ବିବାହର ବର୍ଷେ ନ ପୁରୁଣୁ ଯୌତୁକ ଜୁଇରେ ଜଳିଲା ନବବଧୂ !
ଚାନ୍ଦବାଲି: ଯୌତୁକ ଯୁଇରେ ନବବଧୂ , ବିବାହର ବର୍ଷେ ନ ପୁରୁଣୁ ମାରିଦେଲେ ଶାଶୂଘର ଲୋକେ । ଏମିତି ଏକ ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନାରେ । ଧୁଷୁରୀ ଥାନା ଅଧିନ ନଦୀଗାଁର କନ୍ୟା ପିତା ଧର୍ମାଶୁ ଶେଖର ନାୟକଙ୍କ ଅଭିଯୋଗ ଅନୁଯାୟୀ - ୨୦୨୪ମସିହା ଡିସେମ୍ବର ୧୦ତାରିଖ ଦିନ ତାଙ୍କ ଝିଅ ପ୍ରଲିପ୍ତ।ର ବିବାହ ବୈଦିକ ରୀତିନୀତି ଅନୁସାରେ ଚାନ୍ଦବାଲି ଥାନା ଅଧିନ କୁଲିବିନ୍ଧା ଗ୍ରାମର ନିର୍ମଳ ମହାନ୍ତିଙ୍କ ପୁଅ ନିରାକାରଙ୍କ ସହ ସମ୍ପର୍ଣ୍ଣ ହୋଇଥିଲା । ବିବାହ ବେଳେ ବରପକ୍ଷରୁ ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦାବି କରାଯାଇଥିଲା । ମାତ୍ର କନ୍ୟା ପକ୍ଷ ନଗତ ୧ଲକ୍ଷ ଦେଇ ପରେ ୧ଲକ୍ଷ ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ଆଉମାତ୍ର କିଛି ଦିନ ପରେ ବିବାହକୁ ୧ ବର୍ଷ ପୁରିବାକୁ ଯାଉଥିଲେ ମଧ୍ୟ ଯୌତୁକ ବାବଦକୁ ବାକି ଥିବା ୧ ଲକ୍ଷ ଦେବାକୁ ଭିନ୍ନକ୍ଷମ ପିତା ଧର୍ମାଶୁ ସକ୍ଷମ ହୋଇ ପାରି ନ ଥିଲେ । ଯାହାକୁ ନେଇ ସ୍ୱାମୀ ସହିତ ଶାଶୁ, ଶଶୁର, ଦିଅର, ନଣଦ ବିଭିନ୍ନ ସମୟରେ ପ୍ରଲିପ୍ତ।କୁ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିଲେ ।

ଶେଷରେ ଗତକାଲି ସମସ୍ତେ ମିଶି ଜୀବନରୁ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି କରିଛନ୍ତି କନ୍ୟା ପିତାଘର ଲୋକ । ବୋହୂର ମୃତଦେହକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପକାଇ ଦେଇ ସମସ୍ତ ଶାଶୂଘର ଲୋକ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଖବରପାଇ ବାପଘର ଲୋକ ପହଞ୍ଚି ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଚାନ୍ଦବାଲି ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟାଙ୍କରେ ନକଲି ସୁନା ବନ୍ଧକ ଦେଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା
ଭଦ୍ରକ/ଚାନ୍ଦବାଲି: ନକଲି ସୁନା ବନ୍ଧକ ଦେଇ ଧରା ପଡିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ଼ ଖାଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା । ଏମିତି ଏକ ଘଟଣା ଘଟିଛି ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଅଞ୍ଚଳରେ ।

ସୂଚନା ମୁତାବକ, ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ସୁଦାମ ସାମଲ ଓ ତାଙ୍କର ଦୁଇ ସହଯୋଗୀ କିଛି ଦିନ ତଳେ ୧୦୦ଗ୍ରାମରୁ ଅଧିକ ନକଲି ସୁନା ଦେଇ ଘଣ୍ଟେଶ୍ୱର ୟୁକୋ ବ୍ୟାଙ୍କ ଶାଖାରୁ ସାଢେ ପାଞ୍ଚ ଲକ୍ଷ ଟଙ୍କା ଋଣ ନେଇଥିଲେ । ଗତକାଲି ପୁଣି ଥରେ ୧୦୦ଗ୍ରାମରୁ ଉର୍ଦ୍ଧ୍ବ ସୁନା ନେଇ ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଥିଲେ । ତାଙ୍କୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସୁନା ଗୁଡିକୁ ଭଲ ଭାବରେ ତନଖି ଥିଲେ । ତନଖି ପରେ ତାହା ନକଲି ବୋଲି ଜଣା ପଡିଥିଲା । ଏହା ପରେ ପୂର୍ବରୁ ବନ୍ଧକ ଥିବା ସୁନାକୁ ପୁଣି ଥରେ ପରଖା ଯାଇଥିଲା, ତାହା ମଧ୍ୟ ନକଲି ବୋଲି ଜଣା ପଡିଥିଲା । ଏମାନେ ଠକ ବୋଲି ଜାଣିବା ପରେ ବ୍ୟାଙ୍କ କର୍ମଚାରୀ ସେମାନଙ୍କୁ ଅଟକ ରଖିଥିଲେ । ପୂର୍ବରୁ ଋଣ ନେଇଥିବା ଟଙ୍କା ଫେରାଇବାକୁ କହିଥିଲେ, ଟଙ୍କା ନ ଫେରାଇଲେ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ । କିଛି ଉପାୟ ନ ପାଇ ଟଙ୍କା ଫେରାଇବାକୁ ବାଧ୍ୟ ହୋଇ ଥିଲେ ଠକ । ଏମାନେ ଠକ ବୋଲି ଜାଣିବା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ନିର୍ଧୂମ ଛେଚିଥିଲେ । ଖବରପାଇ ଘଣ୍ଟେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକମାନଙ୍କୁ ଉଦ୍ଧାର କରିଥିଲେ ।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ
କଟକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ନେଇ ଫେବ୍ରୁଆରି ୧୪ ରେ ହୋଇଥିଲା ଅଭିଯୋଗ ।

କ୍ୟାମେରାମାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ବିତିଲାଣି ଏକ ମାସରୁ ଅଧିକ ଦିନ । ଦିନ ଗଡ଼଼ିବା ସହ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ଘଟଣା ରହସ୍ୟମୟ ହେବାକୁ ଲାଗିଛି। ପ୍ରତିଦିନ ଏହି କାହାଣୀରେ ଜଣଙ୍କ ପରେ ଜଣଙ୍କ ନାମ ଯୋଡ଼ି ହୋଇ ଯାଉଛି। ଏବେ ଯାଏଁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣା ପରେ ଶର୍ମିଷ୍ଠା ରାଜଧାନୀ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବାରୁ ତାଙ୍କୁ ଗିରଫ ପାଇଁ ୩ଟି ଟିମ୍‍ ଗଠନ କରାଯାଇଛି। ଦୁଇଟି ଟିମ୍‍ ରାଜଧାନୀ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରୁଥିବା ବେଳେ ଅନ୍ୟ ଏକ ଟିମ୍‍ ରାଜ୍ୟ ବାହାରେ ଚଢଉ କରୁଛନ୍ତି। ଖୁବ୍‍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଚାନ୍ଦବାଲି ପୁଲିସ କହିଛି। ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ। ଏବେ ଶର୍ମିଷ୍ଠା ରାଉତ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ।

ବିଚ୍‌ ରାସ୍ତାରୁ ଛାତ୍ରୀ ଅପହରଣ ଘଟଣା; ଉଦ୍ଧାର ହେଲେ ଛାତ୍ରୀ, ଅପହରଣ କି ପ୍ରେମ ସର୍ମ୍ପକ ତାହା ଅସ୍ପଷ୍ଟ
ଭଦ୍ରକ: ଚାନ୍ଦବାଲି ଉଗ୍ରତରା ଗାଁ ଅପହରଣ ହୋଇଥିବା ଯୁବତୀ ଚାନ୍ଦବାଲି ପୋଲିସ ପକ୍ଷରୁ ଉଦ୍ଧାର। ଅପହରଣ କି ପ୍ରେମ ସର୍ମ୍ପକ ଯୋଗୁ ଯାଇଥିଲେ ଯୁବତୀ ପୋଲିସର ଚାଲିଛି ପଚରାଉଚରା। ଉକ୍ତ ଯୁବତୀ ଓ ଜଣେ ଯୁବକଙ୍କ ସହ ନୋଟାରୀରେ ବିବାହ ହୋଇଥିବା ସାଟିଫିକେଟ ପୋଲିସ ପାଖରେ ଦାଖଲ ହୋଇଥିବା ସୂଚନା ମିଳିଛି।

ସୂଚନା ଥାଉ କି, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ ଟିଉସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଜଣେ ଛାତ୍ରୀଙ୍କୁ ଏକ ଇଣ୍ଡିଗୋ କାରରେ ଜଣେ ଯୁବକ ଜବରଦସ୍ତ ଠେଲି ପେଲି ଅପହରଣ କରି ନେଇ ଯାଉଥିବାର ସିସି ଟିଭି ଫୁଟେଜ ଭାଇରାଲ ହୋଇଥିଲା । ପରିବାର ଲୋକେ ଝିଅକୁ ଅପହରଣ କରିଯାଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । ମହୁଲିଆ ଛକ ନିକଟ ଏକ ସିମେଣ୍ଟ ଦୋକାନରୁ ସିସି ଟିଭି ଫୁଟେଜ ମିଳିବା ପରେ ଝିଅର ଉଦ୍ଧାର ପାଇଁ ପୋଲିସ ପ୍ରଶାସନ ତଦନ୍ତ ଚଳାଇଥିଲା ।

୫କେଜି ଚିଙ୍ଗୁଡ଼ି ଓ ୫ହଜାର ଟଙ୍କା ଲାଞ୍ଚ ମାଗି ନିଲମ୍ବିତ ହେଲେ ଥାନା ଏଏସଆଇ
ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାର ଏଏସ୍ଆଇ ହରେକୃଷ୍ଣ ପାଢ଼ୀ ଜଣେ ବ୍ୟକ୍ତିଙ୍କ ଏକ ମାମଲାକୁ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ସହ ୫ କିଲୋ ବାଗଦା ଚିଙ୍ଗୁଡ଼ି ଲାଞ୍ଚ ମାଗିବାର ଅଡ଼ିଓ ଭାଇରାଲ ହେବାପରେ ଭଦ୍ରକ ଏସପି ଚରଣ ସିଂ ମୀନା ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣାରେ ଚାନ୍ଦବାଲି ଏସ୍.ଡ଼ି.ପି.ଓ ଉମାଶଙ୍କର ମହାରଣା ତଦନ୍ତ କରି ରିପୋର୍ଟ ଦେବା ପରେ ଏସପି ଶ୍ରୀ ମୀନା ଏଏସ୍ଆଇ ହରେକୃଷ୍ଣ ପାଢ଼ୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୂଚନାଅନୁଯାୟୀ, ଏକ ମାମଲାରେ ଜଣେ ଅଭିଯୁକ୍ତକୁ ଖସାଇ ଦେବା ସହ ତା ନାଁ କାଟିଦେବାକୁ ଟଙ୍କା ଓ ଚିଙ୍ଗୁଡ଼ି ମାଛ ଲାଞ୍ଚ ମାଗୁଥିବାର ଅଡ଼ିଓ ୨ଦିନ ତଳେ ଭାଇରାଲ ହୋଇଥିଲା ।