Radha Pada Darshan - The Sakala

ଆଜି ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା
ସାକ୍ଷୀଗୋପାଳ: ଆଜି ପବିତ୍ର ଅଳାଁ ନବମୀ । ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି ।  ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ ।  ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବିଳମ୍ବିତ ରାତିରୁ ଧାଡ଼ିରେ ଠିଆ ହୋଇ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଅବକାଶ ବେଶ ମଇଲମ ମର୍ଦ୍ଦନ ଅବକାଶ କରାଯାଇ ନଟବର ବେଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବଲ୍ଲଭ ମଦନମୋହନ ଭୋଗ କରାଯିବା ପରେ ସେବାୟତ ଓ କର୍ମଚାରୀଙ୍କ ପରିବାର ଦର୍ଶନ କରିଥିଲେ । ବର୍ଷକୁ ଥରେ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ ରହିଛି । ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ତିନି ଥାକିଆ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ସହିତ ଶ୍ରଦ୍ଧାଳୁମାନେ ମା’ ଙ୍କୁ ଦର୍ଶନ କରୁଛନ୍ତି ।

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଗହଳି
ପୁରୀ: ଆଜି ପବିତ୍ର ଅଁଳା ନବମୀ । ଧର୍ମ ମାସ କାର୍ତ୍ତିକରେ ପଡ଼ୁଥିବା ସମସ୍ତ ପର୍ବ, ଓଷା ଏବଂ ବ୍ରତ ମଧ୍ୟରୁ ଅଁଳା ନବମୀ ସ୍ବତନ୍ତ୍ରତା ବହନ କରେ। ଏହି ଦିବସଟି କାର୍ତ୍ତିକ ଶୁକ୍ଳ ନବମୀରେ ପାଳିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଏହି ପବିତ୍ର ଦିନରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଏଥିପାଇଁ ଏହି ଦିବସଟି ‘ରାଧାପାଦ ଦର୍ଶନ’ ନାମରେ ବିଦିତ । ଏହି ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପୀନାଥ ମନ୍ଦିରରେ ଆଜି ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷକରେ ଥରେ ଶ୍ରଦ୍ଧାଳୁମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି l ସୁରକ୍ଷା, ଭିଡ଼ ପରିଚାଳନା ଓ ସମସ୍ତ ଭକ୍ତଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି l

ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି ।