farewell ceremony - The Sakala
ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ସମାରୋହ
ଭୁବନେଶ୍ୱର: ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ସମାରୋହ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଗତକାଲି (ରବିବାର) ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଜଗତର ନାଥ ଶ୍ରୀଜଗନ୍ନାଥ ଓ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
ଏହି ବିଦାୟ କାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚେୟାରମ୍ୟାନ୍ ଡଃ ପିତବାସ ତ୍ରିପାଠୀ, ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ, ଟ୍ରଷ୍ଟି ଶ୍ରୀମତୀ ସ୍ୱର୍ଣ୍ଣଲତା ମହାନ୍ତି, ବିଦ୍ୟାଳୟର ଡାଇରେକ୍ଟର ଶ୍ରୀଯୁକ୍ତ ରବିନ୍ଦ୍ରନାଥ ପଣ୍ଡା ଏବଂ ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ସଭାରେ ସଭାପତିତ୍ୱ କରିଥିଲେ।
ଅତିଥିମାନେ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଶିକ୍ଷା ହେଉଛି ଜୀବନ ଗଢିବାର ମୂଳ ଆଧାର। ସତ୍ୟ, ଶିଷ୍ଟାଚାର, କଠିନ ପରିଶ୍ରମ ଓ ନୀତିମୂଲ୍ୟକୁ ଅନୁସରଣ କରି ଆଗେଇ ଚାଲିଲେ ଜୀବନରେ ସଫଳତା ନିଶ୍ଚିତ ଭାବେ ମିଳିଥାଏ। ଭବିଷ୍ୟତରେ ଜଣେ ଶିଷ୍ଟ ଓ ଦାୟିତ୍ୱଶୀଳ ନାଗରିକ ହୋଇ ଦେଶ ତଥା ସମାଜର ସେବା କରିବାକୁ ସେମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବା ସହ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାକୁ ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ମୃତିଚିହ୍ନ ଓ ଉପହାର ପ୍ରଦାନ କରାଯାଇଥିଲା। ପରିଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପନ ହୋଇଥିଲା।
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼ ଆସନ୍ତା ୧୦ ତାରିଖ(ରବିବାର)ରେ ଅବସର ଗ୍ରହଣ କରିବେ। ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଶେଷ ଦିନରେ ସେ ୪୫ଟି ମାମଲାର ଶୁଣାଣି କରିଥFଲେ। ଏହା ପରେ ଏକ ଲାଇଭ୍‌ ଷ୍ଟ୍ରିମିଂ ‘ସେରିମୋନିୟାଲ୍‌ ବେଞ୍ଚ’ରେ ସିଜେଆଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଭାବବିହ୍ବଳ ଅଭିଭାଷଣ ରଖି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ, ‘‘ମୁଁ ବାସ୍ତବତାକୁ ସ୍ବୀକାର କରୁଛି। ଦେଶର ପ୍ରଧାନ ବିଚାରପତି ଭାବେ ଶନିବାରଠାରୁ ଆଉ ରାୟ ଦେଇପାରିବି ନାହିଁ; କିନ୍ତୁ କାହାଣୀ(କଣ୍ଟେଣ୍ଟ) ହୋଇ ରହିବି।’’ ସମାଲୋଚକଙ୍କୁ ପରିହାସ ଛଳରେ ସିଜେଆଇ କହିଛନ୍ତି ଯେ ସବୁଠାରୁ ଅଧିକ ଟ୍ରୋଲ୍‌ର ଶିକାର ହୋଇଥିବା ବିଚାରପତିଙ୍କ ମଧ୍ୟରୁ ସେ ଅନ୍ୟତମ। ସୋମବାରଠାରୁ ତାଙ୍କୁ ଟ୍ରୋଲ୍‌ କରୁଥିବା ବ୍ୟକ୍ତି ବେକାରୀ ହୋଇଯିବେ ବୋଲି କହିଛନ୍ତି।
ଏହା ସହିତ କୋର୍ଟରେ କାହାକୁ ଯଦି କଷ୍ଟ ଦେଇଥିବେ, ସେଥିପାଇଁ ତାଙ୍କୁ କ୍ଷମା କରିଦେବାକୁ ସେ ଅନୁରୋଧ କରିଥିଲେ। ପିଲାଦିନର ସ୍ମୃତି ବାଣ୍ଟି ପିତା-ମାତା ଦେଇଥିବା ପରାମର୍ଶକୁ ମନେ ପକାଇଥିଲେ। ପରବର୍ତ୍ତୀ ପ୍ରଧାନ ବିଚାରପତି (୫୧ତମ) ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ସମେତ ଅନ୍ୟ ବିଚାରପତି ଏବଂ ଓକିଲଙ୍କ ଉପସ୍ଥିତିରେ ସିଜେଆଇ ଭାବୁକ ହୋଇ ଯାଇ ଦୀନହୀନଙ୍କ ସେବା କରିବାଠାରୁ ବଡ଼ ସେବା ଆଉ କିଛି ନାହିଁ ବୋଲି କହିଥିଲେ। କୋର୍ଟରୁ ସବୁବେଳେ ତାଙ୍କୁ ପ୍ରେରଣା ମିଳୁଥିଲା ବୋଲି ଉଲ୍ଲେଖ କରି ସେ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନକୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ଖନ୍ନା, ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ, ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ ଅଧ୍ୟକ୍ଷ କପିଲ ଶିବଲ, ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭୀ ପ୍ରମୁଖ ସିଜେଆଇଙ୍କ କାର୍ଯ୍ୟଦକ୍ଷତା ଏବଂ ଯୁବସୁଲଭତାକୁ ପ୍ରଶଂସା କରିଥିଲେ।
ସୂଚନା ଅନୁଯାୟୀ, ସିଜେଆଇ ୨୦୧୬ ମେ’ ୧୩ରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିରୁ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ସେ ନିଜ କାର୍ଯ୍ୟକାଳରେ ୧୨୭୪ ଖଣ୍ଡପୀଠରେ ସାମିଲ ହୋଇ ମୋଟ ୬୧୨ଟି ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟର ଏବେକାର ସମସ୍ତ ବିଚାରପତିଙ୍କଠାରୁ ସିଜେଆଇ ଚନ୍ଦ୍ରଚୂଡ଼ ସର୍ବାଧିକ ନିଷ୍ପତ୍ତି ଲେଖିଛନ୍ତି। ତାଙ୍କ ୨ ବର୍ଷର କାର୍ଯ୍ୟକାଳରେ ସେ ଧାରା ୩୭୦, ରାମ ଜନ୍ମଭୂମି ମନ୍ଦିର, ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍, ମଦ୍ରାସା ମାମଲା, ସବରିମାଲା ମନ୍ଦିର ବିବାଦ, ନିର୍ବାଚନ ବଣ୍ଡ୍‌ର ବୈଧତା ଏବଂ ସିଏଏ-ଏନ୍‌ଆର୍‌ସି ଭଳି ବହୁ ଚର୍ଚ୍ଚିତ ମାମଲା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।