Silver - The Sakala
ଆର୍‌ବିଆଇର ନୂଆ ନିର୍ଦ୍ଦେଶାବଳୀ, ରୁପା ବଦଳରେ ଏଣିକି ମିଳିବ ଋଣ..
ନୂଆଦିଲ୍ଲୀ: ଆପଣ ‘ସୁନା ବଦଳରେ ଋଣ’ କଥା ଶୁଣିଥିବେ। ହେଲେ ଆପଣ କେବେ ରୁପା ବଦଳ ରଖି ଋଣ ନେଇଛନ୍ତି କି? ହୁଏତ ନୁହେଁ, କାରଣ ପୂର୍ବରୁ ଏପରି କିଛି ବ୍ୟବସ୍ଥା ନ ଥିଲା। କିନ୍ତୁ ଆଜିକାଲି, ‘ରୁପା ବଦଳରେ ଋଣ’ ବିଷୟ ବେଶ ଚର୍ଚ୍ଚାର ବିଷୟ।  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁନା ଏବଂ ରୁପା ବଦଳରେ ଋଣ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ଏଥିରେ ରୂପା ବଦଳରେ ଋଣ ଅନ୍ତର୍ଭୁକ୍ତ ହେବ। ଆର୍‌ବିଆଇ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବା ପରେ, ସୁନା ଏବଂ ରୂପା ବଦଳରେ ଋଣ ନେବା ନିୟମରେ ପରିବର୍ତ୍ତନ ହେବ।
ଭାରତୀୟ ବଜାରରେ ସୁନା ଦର ଅମୂଲ ମୂଲ ରହିଆସିଥିବାବେଳେ, ଏଥିରେ ଏବେ ଯୋଡି ହୋଇଯାଇଛି ଚାନ୍ଦି ବା ରୁପା। ନିକଟରେ ରୁପା କିଲୋ ପିଛା ୨ ଲକ୍ଷ ଟଙ୍କା ଟପିଯାଇଥିଲା। ଫଳରେ ଏହି ଅତି ମହଙ୍ଗା ଧାତୁକୁ ଲୋକେ ବ୍ୟାଙ୍କରେ ବନ୍ଧକ ରଖି ଋଣ ଦେବାକୁ ଆଶା ବାନ୍ଧିଲେଣି। ତେବେ ଏଥିରେ ରୁପା ବଦଳରେ ଆକଣଙ୍କୁ ଋଣ କିଏ ପ୍ରଦାନ କରିପାରିବ, ତାହା ବଡ଼ କଥା।  ପ୍ରଥମେ, ଯଦି ଆପଣଙ୍କ ସୁନା ଏବଂ ରୁପା ବଦଳରେ ଋଣ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏକ ବାଣିଜ୍ୟିକ ବ୍ୟାଙ୍କ ସହ  ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ହିଁ ରୁପା ବଦଳ ରଖି ଋଣ ଦେଇପାରିବେ। ଏହା ସହିତ, ଆପଣ ସହରାଞ୍ଚଳ ଏବଂ ଗ୍ରାମ୍ୟ ସମବାୟ ବ୍ୟାଙ୍କରୁ ବି ରୁା ବଦଳରେ ଋଣ ଉଠାଇପାରିବେ।  କେତେକ ଏନ୍‌ବିଏଫ୍‌ସି ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ମଧ୍ୟ ସୁନା ଭଳି ରୁପା ବନ୍ଧକ ରଖି ଋଣ ପ୍ରଦାନ କରୁଛନ୍ତି।
ସୁନା ଏବଂ ରୂପା ବଦଳରେ ଋଣ ପାଇବା ପାଇଁ, ଆପଣଙ୍କୁ ଏହାର ରୂପରେଖ ବୁଝିବାକୁ ପଡିବ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାଥମିକ ରୁପା ଏବଂ ସୁନା ବଦଳରେ ଋଣ ପ୍ରଦାନ ଉପରେ କଟକଣା ଲଗାଇଛି। ଆପଣ ରୁପା ବାର୍ କିମ୍ବା ବ୍ଲକ୍ ଉପରେ ମଧ୍ୟ ଋଣ ପାଇପାରିବେ ନାହିଁ। ତଥାପି, ବ୍ୟାଙ୍କଗୁଡ଼ିକ ଋଣଗ୍ରହୀତାଙ୍କୁ ସେମାନଙ୍କର କ୍ଷଣସ୍ଥାୟୀ ଆବଶ୍ୟକତା ପୂରଣ କରିବା ପାଇଁ ରୁପା ଅଳଙ୍କାର ଏବଂ ମୁଦ୍ରା ଉପରେ ଋଣ ପ୍ରଦାନ କରିପାରିବେ। ଆର୍‌ବିଆଇ ଦ୍ୱାରା ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ ଋଣଗ୍ରହୀତାକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବନ୍ଧକ ଅଳଙ୍କାରର ମୋଟ ଓଜନ ସୁନା ଅଳଙ୍କାର ପାଇଁ ୧ କିଲୋଗ୍ରାମ ଏବଂ ରୁପା ଅଳଙ୍କାର ପାଇଁ ୧୦ କିଲୋଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ଋଣଗ୍ରହୀତାକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବନ୍ଧକ ମୁଦ୍ରାର ମୋଟ ଓଜନ ସ୍ବର୍ଣ୍ଣ ମୁଦ୍ରା ପାଇଁ ଯେପରି ୫୦ ଗ୍ରାମ ଏବଂ ରୁପା ମୁଦ୍ରା ପାଇଁ ଏହା ୫୦୦ ଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ରିଜର୍ଭ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ କେବଳ ସୁନା/ରୁପାର ଆଭ୍ୟନ୍ତରୀଣ ମୂଲ୍ୟ ବିଚାର କରିବ, ଏଥିରେ ହୀରା, ପଥର, ଡିଜାଇନ୍, ମୂଲ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ହେବନାହିଁ।
କମୁଛି ସୁନା ଚମକ, ଆହୁରି ବଢ଼ିବ ରୁପା ଦର...
ଭୁବନେଶ୍ବର: କ୍ରମାଗତ ଭାବେ ଉପରକୁ ଉଠିଚାଲିଥ଄ବା ସୁନା ମୂଲ୍ୟରେ ହ୍ରାସ ଘଟିବାର କୌଣସି ସଙ୍କେତ ଦେଖାଯାଉନାହିଁ। କାରଣ ଧନତେରସ ପରଠାରୁ ଦେଶରେ ସୁନା ମୂଲ୍ୟରେ ନିରନ୍ତର ହ୍ରାସ ଘଟୁଛି। ତେବେ ସୁନା ମୂଲ୍ୟେୋର ଏହି ହ୍ରାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି, କାରଣ ସେବେଠାରୁ ବର୍ତ୍ତମାନ ଯାଏ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ପ୍ରାୟ ୧୦ ହଜାର ଟଙ୍କା ହ୍ରାସ ଘଟିଛଇ। ଏହି ହ୍ରାସ ଧାରା ମଙ୍ଗଳବାର ମଧ୍ୟ ଜାରି ରହିଛି, ଯାହା ଏହି ମୂଲ୍ୟବାନ ଧାତୁର ଚମକକୁ ଆହୁରି କମ୍‌ କରିଦେଇଛି। ଚଳିତମାସ ୧୭ରେ ଏମ୍‌ସିଏକ୍ସରେ ସୁନା ମୂଲ୍ୟ  ସର୍ବକାଳୀନ ସର୍ବୋଚ୍ଚ ୧,୩୨,୨୯୪ ଟଙ୍କା ସ୍ତରରେ ପହଞ୍ଚିଥିଲା, ଯେତେବେଳେ କି ଅକ୍ଟୋବର ୨୮ରେ ଏହା ୧,୨୦,୦୯୨ ଟଙ୍କା ସ୍ତରକୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ମାତ୍ର ୧୧ ଦିନ ମଧ୍ୟରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୧୨,୨୦୨ ଟଙ୍କା ହ୍ରାସ ପାଇଛି।
ସୁନା ମୂଲ୍ୟରେ ଏହି ନିରନ୍ତର ହ୍ରାସର କାରଣ ଉପରେ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ପଛରେ ଅନେକ ଅନ୍ତର୍ଜାତୀୟ ଏବଂ ଘରୋଇ କାରଣର ମିଶ୍ରଣ ରହିଛି। ଏହା ବର୍ତ୍ତମାନ ପରିଓ୍ତିତିରେ ସୁନା ମୂଲ୍ୟ ହ୍ରାସର ଗୋଟିଏ କାରଣ ନୁହେଁ, ବରଂ ଅନେକ ମୋର୍ଚ୍ଚାରେ ଏକକାଳୀନ ପରିସ୍ଥିତି ସୃଷ୍ଟି ହେବାର ଫଳାଫଳ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଉତ୍ତେଜନାରେ ହ୍ରାସ। ବିଶ୍ୱର ଏହି ଦୁଇ ବୃହତ ଅର୍ଥନୀତି ମଧ୍ୟରେ ଉନ୍ନତ ବାଣିଜ୍ୟ ସମ୍ପର୍କ ପାଇଁ ଆଶା ବୃଦ୍ଧି ପାଇଛି। ସମ୍ପ୍ରତି, ଉଭୟ ଦେଶର ଶୀର୍ଷ ଅର୍ଥନୈତିକ ଅଧିକାରୀମାନେ ଏକ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତିର ରୂପରେଖା ଉପରେ ସହମତ ହୋଇଛନ୍ତି। ଆଶା କରାଯାଉଛି ଯେ ଚଳିତ ସପ୍ତାହର ଶେଷ ଭାଗରେ ଦକ୍ଷିଣ କୋରିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହାକୁ ଚୂଡ଼ାନ୍ତ କରାଯାଇପାରିବ। ଯେତେବେଳେ ଦୁଇଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ଉତ୍ତେଜନା କମ୍‌ ହୁଏ ,ସେତେବେଳେ ନିବେଶକମାନେ ସୁନାରୁ ଟଙ୍କାକୁ ନିବେଶ ସ୍ଥାନାନ୍ତର କରିଥାନ୍ତି। କାରଣ ଏହାକୁ ଏକ ନିରାପଦ ନିବେଶ ବୋଲି ବିବେଚନା କରାଯାଏ। ସୁନା ମୂଲ୍ୟରେ ହ୍ରାସର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଆମେରିକୀୟ ଫେଡେରାଲ୍ ରିଜର୍ଭର ନିଷ୍ପତ୍ତିକୁ  ନିବେଶକମାନେ ଅପେକ୍ଷା କରିଛନ୍ତି। ଫେଡେରାଲ୍ ରିଜର୍ଭଙ୍କ ନୀତି ସିଧାସଳଖ ଡଲାରର ଶକ୍ତି ଏବଂ ବଣ୍ଡ ଇଲ୍ଡକୁ ପ୍ରଭାବିତ କରେ। ଯଦି ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରେ, ତେବେ ଡଲାର ମଜବୁତ ହୁଏ, ଯାହା ସୁଧ-ମୁକ୍ତ ସୁନାରେ ନିବେଶକୁ କମ୍ ଆକର୍ଷଣୀୟ କରିଥାଏ। ଅପରପକ୍ଷେ ସୁନା ମୂଲ୍ୟର ହ୍ରାସର ତୃତୀୟ କାରଣ ହେଉଛି ଡଲାରର ନିରନ୍ତର ଶକ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଡଲାରରେ କାରବାର ହୁଏ। ଯେତେବେଳେ ଡଲାର ମଜବୁତ ହୁଏ, ଅନ୍ୟ ମୁଦ୍ରା (ଯେପରିକି ଟଙ୍କା) ଧାରଣ କରୁଥିବା ଦେଶଗୁଡ଼ିକ ପାଇଁ ସୁନା କିଣିବା ମହଙ୍ଗା ହୋଇଯାଏ, ଯାହା ସ୍ୱାଭାବିକ ଭାବରେ ଏହାର ଚାହିଦା ହ୍ରାସ କରେ। ଏହି ବିଶ୍ୱ ସଙ୍କେତ ସହିତ ମିଶି ଘରୋଇ ଏବଂ ଅନ୍ତର୍ଜାତୀୟ ନିବେଶକମାନେ ବର୍ତ୍ତମାନ ସ୍ତରରେ ପ୍ରଫିଟ୍‌ ବୁକିଂକରୁଛନ୍ତି। ପୂର୍ବରୁ କମ ମୂଲ୍ୟରେ ସୁନା କିଣିଥିବା ନିବେଶକମାନେ ଏବେ ଲାଭ ପାଇବା ପାଇଁ ସେମାନଙ୍କର ସୁନା ବିକ୍ରି କରୁଛନ୍ତି। ଏହି ବହୁଳ ବିକ୍ରି ହଠାତ୍ ବଜାରରେ ସୁନାର ଯୋଗାଣ ବୃଦ୍ଧି କରି ମୂଲ୍ୟ ହ୍ରାସ କରୁଛି।
ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧,୨୦,୭୦୦ ଟଙ୍କା ଏବଂ ୧,୧୦,୭୫୦ ଟଙ୍କା ସ୍ତରକୁ ଖସିଆସିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧,୫୯,୦୦୦ ଟଙ୍କା ରହିଛି। ଅପରପକ୍ଷେ ସୋମବାର ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧,୨୩,୧୫୦ ଟଙ୍କା ଏବଂ ୧,୧୩,୦୦୦ ଟଙ୍କା ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧,୫୧,୦୦୦ ଟଙ୍କା ରହିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୪୫,୯୩୬ ଟଙ୍କା ଏବଂ ରୁପା କିଲୋ ପିଛା ୬୩,୦୦୦ ଟଙ୍କା ମହଙ୍ଗା ହୋଇଛି।
ଆହୁରି ବଢ଼ିବ ରୁପା ଦର
-ମୂଲ୍ୟ ରେକର୍ଡ ସ୍ତରରୁ ୧୮% ଖସିଲାଣି
-ଆସନ୍ତା ବର୍ଷ ୫୦% ରିଟର୍ଣ୍ଣ ଦେବ
ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ  ସୁନାକୁ ଟପିଯାଇଛି ରୁପା ଦର। ମାତ୍ର ବର୍ଷକ ମଧ୍ୟରେ ରୁପା ନିବେଶକଙ୍କୁ ୫୦% ରିଟର୍ଣ୍ଣ ଦେଇଛି। ବିଶେଷକରି ଦୀପାବଳି ପରଠାରୁ ରୁପାର ଚାହିଦା ଯଥେଷ୍ଟ ହ୍ରାସ ପାଇଛି।  ବର୍ତ୍ତମାନ ବଜାରରେ ରୁପା ମୂଲ୍ୟ ଏହାର ପୂର୍ବର ରେକର୍ଡ ସ୍ତରଠାରୁ ୧୮% ହ୍ରାସ ପାଇଛି। ଏହାର ଏକ ବଡ଼ କାରଣ ହେଉଛି, ବିଶ୍ୱ ବାଣିଜ୍ୟ ଉତ୍ତେଜନାରେ ହ୍ରାସ।  ଏହି ପରିସ୍ଥ଄ତି ରୁପା ଭଳି ଅନ୍ୟ ଏକ ସୁରକ୍ଷିତ ଆଶ୍ରୟସ୍ଥଳର ଚାହିଦାକୁ ଯଥେଷ୍ଟ ହ୍ରାସ କରିଛି। ଏହା ସତ୍ତ୍ୱେ, ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ରୁପା ଦର ଆଗକୁ  ଆହୁରି ବଢ଼ିବ। ଗତ ଦୁଇ ସପ୍ତାହ ମଧ୍ୟରେ ରୁପା ମୂଲ୍ୟରେ ୧୮% ହ୍ରାସ ପରେ, ଷ୍ଟକ୍ ବଜାର ବାହାରେ ଆୟ ଖୋଜୁଥିବା ନିବେଶକମାନେ ପୁଣି ରୂପା କିଣିବା ବିଷୟରେ ବିଚାର କରିପାରନ୍ତି। ସାମ୍ପ୍ରତିକ ଦୁର୍ବଳତା ସତ୍ତ୍ୱେ, ବିଶ୍ଳେଷକମାନେ କୁହନ୍ତି ଯେ ରୁପାରେ ଆଗାମୀ ବର୍ଷ  ୫୦% ପର୍ଯ୍ୟନ୍ତ ରିଟର୍ଣ୍ଣ ପ୍ରଦାନ କରିବାର ସମ୍ଭାବନା ରହିଛି।
ମୋତିଲାଲ ଓସୱାଲ ଫାଇନାନ୍ସିଆଲର ଗବେଷଣା ବିଶ୍ଳେଷକ ମାନବ ମୋଦି କୁହନ୍ତି, ଆମେ ବିଶ୍ୱାସ କରୁଛୁ ଯେ ରୂପା ମୂଲ୍ୟ ଆଗାମୀ କିଛି ମାସ ମଧ୍ୟରେ ପ୍ରତି ଆଉନ୍ସ ୫୦-୫୫ ଡଲାର ମଧ୍ୟରେ ସ୍ଥିର ରହିବ। ସାମ୍ପ୍ରତିକ ଉଚ୍ଚ ଦରରେ କିଛି ପ୍ରଫିଟ୍‌ ବୁକିଂ ହେବାର ସମ୍ଭାବନା ରହିଛି। ୨୦୨୬ ଶେଷ ସୁଦ୍ଧା ଏହା ପ୍ରତି ଆଉନ୍ସ  ୭୫ ଡଲାର ରେ ପହଞ୍ଚିପାରେ। ଯଦି ଡଲାର ମୂଲ୍ୟ ପ୍ରାୟ ୯୦ ଟଙ୍କା ସ୍ତର ପାଖାପାଖÒ ରୁହେ, ତେବେ ଘରୋଇ ବଜାରରେ ମୂଲ୍ୟ କିଲୋଗ୍ରାମ ପିଛା ୨,୪୦,୦୦୦ ଟଙ୍କାରେ ପହଞ୍ଚିପାରେ। ଅନ୍ତର୍ଜାତୀୟ ବଜାରରେ ରୂପା ମୂଲ୍ୟ ଅକ୍ଟୋବର ୧୬ରେ ପ୍ରତି ଆଉନ୍ସ ୫୪.୪୫ ଡଲାରର ସର୍ବୋଚ୍ଚ ସ୍ତରରେ ଥିବାବେଳେ ବର୍ତ୍ତମାନ ଏହା ୧୦.୯ ପ୍ରତିଶତ ହ୍ରାସ ପାଇଛି, ଯେତେବେଳେ ଘରୋଇ ମୂଲ୍ୟ ଅକ୍ଟୋବର ୧୪ରେ ପ୍ରତି କିଲୋଗ୍ରାମ ୮୨,୫୦୦ ଟଙ୍କାରୁ ୧୮ ପ୍ରତିଶତ ହ୍ରାସ ପାଇ  ୧,୪୯,୫୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବାଣିଜ୍ୟ ଆଲୋଚନାରେ ଅଗ୍ରଗତି ମଧ୍ୟରେ ବିପଦ ବୃଦ୍ଧି ଏବଂ ନିରାପଦ ସ୍ଥାନ ଚାହିଦା ହ୍ରାସ ମୂଲ୍ୟବାନ ଧାତୁ ପ୍ରତି ନିବେଶକଙ୍କ ଆଗ୍ରହକୁ ହ୍ରାସ କରିଛି, ଯାହା ଫଳରେ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଏହି ହ୍ରାସ ଚଳିତ ମାସ ଆରମ୍ଭରେ ଏକ ତୀବ୍ର ବୃଦ୍ଧି ପରେ ହୋଇଛି, ଯାହା ବ୍ୟବସାୟୀମାନଙ୍କୁ ଲାଭ ବୁକ୍ କରିବାକୁ ପ୍ରେରଣା ଦେଇଛି। ଗତ ବର୍ଷ ମଧ୍ୟରେ, ରୂପା ଡଲାର ହିସାବରେ ୪୪% ଏବଂ ଟଙ୍କା ହିସାବରେ ୫୫.୭୨% ଫେରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୋଗାଣ ଅଭାବ ଏବଂ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି, ରୂପା ମୂଲ୍ୟ ପ୍ରତି ଆଉନ୍ସ ୫୦ରୁ ୫୫ ଡଲାର ମଧ୍ୟରେ ସ୍ଥିର ରହିପାରେ।
ଧନତେରସ୍ ଓ ଦୀପାବଳିରେ ସୁନା ୧.୨୫ ଲକ୍ଷ ଟଙ୍କା ଛୁଇଁବ
ନୂଆଦିଲ୍ଲୀ: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ। ୨୦୨୫ର ଚଳିତ ମାସରେ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧି ଗତି ଅନ୍ୟ କୌଣସି ମାସ ତୁଳନାରେ ଅଭୂତପୂର୍ବ ରହିଛି। ଇତି ମଧ୍ୟରେ ମାସର ଅଧା ସମୟ ବିତିଗଲାଣି। ଯାଇଛି। ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରୂପା ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଉପରକୁ ଉଠିଛି। ଏଭଳି ସମୟରେ ଆଶା କରାଯାଉଛି ଯେ ମାସର ଦ୍ୱିତୀୟାର୍ଦ୍ଧରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିବ। ନବରାତ୍ରି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଛି। ଧନତେରାସ୍ ଏବଂ ଦୀପାବଳି କିଛି ସପ୍ତାହ ପରେ ଆସିବ। ସେତେବେଳକୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୨୫ ଲକ୍ଷ ଟଙ୍କା ଛୁଇଁବ। ଯେତେବେଳେ କି ରୁପା ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚି ନୂଆ ଇତିହାସ ରଚିବ। ଯଦି ଆମେ ସେପ୍ଟେମ୍ବର ମାସ ବିଷୟରେ କଥା ହେବା, ତେବେ ଦିଲ୍ଲୀରେ ସୁନା ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ବର୍ଷର ଅନ୍ୟ କୌଣସି ମାସରେ ଏତେ ବୃଦ୍ଧି ପାଇନାହିଁ।
ତଥ୍ୟ ଅନୁଯାୟୀ, ଅଗଷ୍ଟର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୩,୬୭୦ ଟଙ୍କା ରହିଥିଲା। ସେପ୍ଟେମ୍ବର ୧୬ ସୁଦ୍ଧା ଏଥିରେ ୧୧,୪୩୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରୂପା ନିବେଶକମାନଙ୍କୁ ସୁନା ତୁଳନାରେ ଅଧିକ ରିଟର୍ଣ୍ଣ ଦେଇଛି। ଏହାର ଅର୍ଥ ହେଉଛି ବଜାରରେ ସୁନା ତୁଳନାରେ ରୁପାର ଚମକ ଅଧିକ ଦେଖାଯାଇଛି। ଯଦି ଆମେ ତଥ୍ୟ ଉପରେ ନଜର ପକାଇବା, ଗତ ମାସର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୧,୧୯,୦୦୦ ଟଙ୍କା ଥିଲା। ଏ ପର୍ଯ୍ୟନ୍ତ ଏଥÒରେ ୧୩,୮୭୦ ଟଙ୍କା ବୃଦ୍ଧି ଘଟିଛି। ଏହାର ଅର୍ଥ ହେଉଛି ରୁପା ମୂଲ୍ୟରେ ୧୧.୬୫ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୧,୩୨,୮୭୦ ଟଙ୍କାରେ ପହଞ୍ଚିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ହେଉଛି ଯେ ଆସନ୍ତା ଗୋଟିଏ ମାସରେ ରୁପା ଦର କିଲେଶ ପିଚା ୧.୫୦ ଟଙ୍କା ସ୍ତର ଛୁଇଁପାରିବ କି? ରୁପାର ଚାହିଦା ଘରୋଇ ଭାବେ କମ୍‌ ଏବଂ ଶିଳ୍ପରେ ଅଧÒକ ରହିଛି। ବର୍ତ୍ତମାନ,ବିଶ୍ବରେ ରୁପାର ଉତ୍ପାଦନ ମଧ୍ୟ ବହୁତ କମ୍। କମ୍ ଯୋଗାଣ ଯୋଗୁଁ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି।
ବୁଧବାର ରାଜଧାନୀ ନୂଆଦିଲ୍ଲୀ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨,୦୦୦ ଟଙ୍କା ହ୍ରାସ ପାଇ ୧,୦୨,୪୦୦ ଟଙ୍କାରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବୃଦ୍ଧି ପାଇବା ପରେ ସୁନା ମୂଲ୍ୟ ତଳମୁହଁା ହୋଇଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ ଅନୁଯାୟୀ, ୯୯.୫ ପ୍ରତିଶତ ଶୁଦ୍ଧତା ବା ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୨,୨୦୦ ଟଙ୍କା ହ୍ରାସ ପାଇ ୧,୧୧,୭୧୦ ଟଙ୍କାକୁ ଖସିଆସିଛି। ସେହିପରି ରୁପା ଦର କିଲୋ ପିଛା ୨୦୦୦ ହ୍ରାସ ଘଟି ୧,୩୨,୦୦୦ ଟଙ୍କା ରହିଛି।
ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପୁଞ୍ଜି ଜବାରରେ ଅନିଶ୍ଚିତତା ଯୋଗୁ ଘରୋଇ ବଜାରରେ ନିବେଶକଙ୍କ ଲାଗି ସୁନା ଏକ ଭରସାଯୋଗ୍ୟ ନିବେଶମାଧ୍ୟମ ସାଜିଛି। ତେବେ ସୁନା ତୁଳନାରେ ରୁପା ମଧ୍ୟ କୌଣସି ଗୁଣେ ପଛରେ ପଡିନାହିଁ । ସଚୁନା ଭଳି ବର୍ତ୍ତମାନ  ରୁପା ମଧ୍ୟ ନିବେଶକଙ୍କୁ ନିବେଶ ପାଇଁ ବେଶ ଆକର୍ଷିତ କରୁଥିବା ଜଣାପଡିଛି।
ଏହି ଅନୁଯାୟୀ, ଚଳିତ ବର୍ଷ ରୁପା ଏ ପର୍ଯ୍ୟନ୍ତ ନିବେଶକଙ୍କୁ ୧୧ ପ୍ରତିଶତ ରିଟର୍ଣ୍ଣ ଦେଇସାରିଲାଣି। ପୁଞ୍ଜି ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ରୁପା ଆଗାମୀ ୩-୪ ବର୍ଷ ମଧ୍ୟରେ ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଦେବ। ଏଥିସହ ସୁନା ତୁଳନାରେ ରୁପାର ମୂଲ୍ୟ ଅଧିକ ବଢୁଛି। ରୂପା ମୂଲ୍ୟରେ ବୃଦ୍ଧିର ମୁଖ୍ୟ କାରଣ ହେଉଛି, ଏହି ଧାତୁ ଇନଭେଷ୍ଟମେଣ୍ଟ ଆସେଟ ସହ ଶିଳ୍ପ କ୍ଷେତ୍ରରେ ଅଧିକ ବ୍ୟବହାର କରାଯାଉଛି। ଏଥିସହ ସୁନା ତୁଳନାରେ ଏହା ଅଧିକ ସୁଲଭ। ଏଥିପାଇଁ ନିବେଶକମାନେ ଏହାକୁ ଅଧିକ ସହଜରେ କିଣିପାରିବେ।
ଏ ସମ୍ପର୍କରେ ମେହେଟା ଇକ୍ୟୁଟିଜ୍ ଲିମିଟେଡର ଉପାଧ୍ୟକ୍ଷ ରାହୁଲ କଲନ୍ତ୍ରୀ କହିଛନ୍ତି ଯେ, ଦେଶରେ ରୁପାର ଫ୍ୟୁଚର ମୂଲ୍ୟ ଗତବର୍ଷ ୧୭.୫୦ ପ୍ରତିଶତ ବଢିଛି। ଏହା ବିଗତ ୧୦ ବର୍ଷରେ ହାରାହାରି ୯.୫୬ ପ୍ରତିଶତରୁ ଅଧିକ। ଗତ ଦୁଇ ବର୍ଷରେ ଏଥିରେ ଦୃଢ ପ୍ରଦର୍ଶନ ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏଥିରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଆଜି ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୦,୫୭୦ ଟଙ୍କା ରହିଥÒବାବେଳେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୮୭,୮୮୦ ଟଙ୍କା ରହିଛି। ସେହିପରି ରୁପା କିଲୋ ପିଛା ୧,୦୨,୨୦୦ ଟଙ୍କାରେ ପହଞ୍ଚିଛି।
ଲମ୍ବା ଅବଧିରେ ସୁନା ତୁଳନାରେ ଅଧିକ ଚମକିବ ରୁପା, ଦେଇଛି ୪୦% ଅଧିକ ରିଟର୍ଣ୍ଣ
ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ସମେତ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବଜାର ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ସୁନା ମୂଲ୍ୟରେ ବର୍ତ୍ତମାନ ହେଉଥିବା ବୃଦ୍ଧି, ବିଶ୍ୱ ଅନିଶ୍ଚିତତା ଏବଂ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ମଧ୍ୟମରୁ ଦୀର୍ଘ ମିଆଦି ଦେଖିବାକୁ ଗଲେ ସୁନା ଅପେକ୍ଷା ରୁପା ଭଲ ପ୍ରଦର୍ଶନ କରିବ। ଗତ ବର୍ଷ ଧନତେରାସ୍ ତୁଳନାରେ ଯଦି ଆମେ ଚଳିତବର୍ଷ ରୁପା ବଜାର ସ୍ଥିତିକୁ ଦେଖିବା ତେବେ ଏଥର ରିଟର୍ଣ୍ଣ ଦୃଷ୍ଟିରୁ ସୁନାଠାରୁ ରୁପା ବେଶ ଆଗରେ ରହିଥିଲା। ଏହି ଅବଧି ମଧ୍ୟରେ ରୁପା ନିବେଶକଙ୍କୁ ୪୦.୫ ପ୍ରତିଶତ ରିଟର୍ଣ୍ଣ ଦେଇଥିବାବେଳେ ସୁନା ପ୍ରାୟ ୩୪ ପ୍ରତିଶତ ଲାଭ ଦେଇଛି।
କେଡିଆ ଆଡଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ, ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ରୁପାକୁ ନେଇ ଲୋକଙ୍କ ମଧ୍ୟରେ ଧାରଣା ଅଧିକ ସୁଦୃଢ଼ ହେବ। ଯୋଗାଣରେ ହ୍ରାସ, ଫୋଟୋଭୋଲ୍ଟିକ୍ସ ଏବଂ ଇ-ଯାନ ଭଳି କ୍ଷେତ୍ରରେ ଶିଳ୍ପ ଚାହିଦାରେ ବୃଦ୍ଧି ଏବଂ ଅନେକ ଦେଶରେ ଉତ୍ତେଜନା ଭଳି କେତେକ କାରକ ଯୋଗୁ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ବିଶ୍ୱ ବଜାରରେ ରୁପା ମୂଲ୍ୟ ୭୦ ଡଲାର ଅତିକ୍ରମ କରିପାରେ। ଆଗାମୀ ଏକ ବର୍ଷ ବିଷୟରେ କହିବାକୁ ଗଲେ, ଏମ୍ସିଏକ୍ସରେ ରୁପା ୧.୩୦ ଲକ୍ଷ ଟଙ୍କା ସ୍ତର ଛୁଇଁପାରେ, ଯେତେବେଳେ କି ସୁନା ମୂଲ୍ୟ ପାଖାପାଖି ୮୫,୦୦୦ ଟଙ୍କା ସ୍ତରରେ ପହଞ୍ଚିପାରେ। ଶ୍ରୀ କେଡିଆ କହିଛନ୍ତି, ନିକଟ ଭବିଷ୍ୟତରେ ସୁନା ମୂଲ୍ୟରେ ଭଲ ବୃଦ୍ଧି ଘଟିବ, କିନ୍ତୁ ୨୦୨୫ର ଦ୍ୱିତୀୟାର୍ଦ୍ଧରେ ନିବେଶକମାନେ ଏହାକୁ ନେଇ ସତର୍କ ରହିପାରନ୍ତି।
ସୁନା ମୂଲ୍ୟରେ ବୃଦ୍ଧି ସହ ରୁପାର ଚମକ ମଧ୍ୟ ବୃଦ୍ଧି ପାଉଛି। ଧନତେରାସ୍ ଏବଂ ଦୀପାବଳିରେ ସୁନା ଓ ରୁପା ବିକ୍ରିର ଆକଳନ ମଧ୍ୟ ଏହା ନିଶ୍ଚିତ କରୁଛି। ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ସାଧାରଣ ସମ୍ପାଦକ ସୁରେଶ ମେହେଟ୍ଟା କହିଛନ୍ତି ଯେ, ଦେଶର ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ଧାନତେରାସ୍ ସମୟରେ ବିକ୍ରି ଦୃଷ୍ଟିରୁ ରୁପା ସୁନାକୁ ଅତିକ୍ରମ କରିଯାଇଛି। ସେ କହିଛନ୍ତି ଯେ, ଅଧିକ ମୂଲ୍ୟ ହେତୁ ବାର୍ଷିକ ଭିତ୍ତିରେ ଦେଖିଲେ ଚଳିତ ଉତ୍ସବ ଋତୁରେ ସୁନା ବିକ୍ରିରେ ପ୍ରାୟ ୧୫ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷେ, ରୁପା ବିକ୍ରିରେ ୩୦-୩୫ ପ୍ରତିଶତ ବୃଦ୍ଧି ଘଟିଛି।