Odisha Mo Parivar - The Sakala
ଓଡ଼ିଶା-ମୋ ପରିବାର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ ସଂଗ୍ରହ ହୋଇଛି ‘୧’ ଲକ୍ଷ ୟୁନିଟ ରକ୍ତ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଚଳିତ ବର୍ଷ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ସଂଗ୍ରହ ହୋଇଛି ‘୧’ ଲକ୍ଷ ୟୁନିଟ ରକ୍ତ। ବର୍ଷତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ଜରିଆରେ ଏହି ସଫଳତା ହାସଲ ହୋଇପାରିଛି ।
ଯେପରି ରକ୍ତ ବିନା କୌଣସି ଓଡ଼ିଆଙ୍କ ଜୀବନ ବିପଦରେ ନପଡ଼ିବ, ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ଏବଂ ତାଙ୍କ ନେତୃତ୍ଵରେ ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ, ରାଜ୍ୟବ୍ୟାପୀ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି । ସମଗ୍ର ରକ୍ତଭଣ୍ଡାରଗୁଡ଼ିକରେ ଆବଶ୍ୟକ ଷ୍ଟକ ବଜାୟ ରହିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ‘ଜୀବନବିନ୍ଦୁ’ ମାଧ୍ୟମରେ ବର୍ଷ ତମାମ ରକ୍ତଦାନ ଶିବିରମାନ ଆୟୋଜନ କରି ବିଗତ ଦିନରେ ଏକ ମାଇଲଖୁଣ୍ଟ ହାସଲ ମଧ୍ୟ କରିଥିଲା ।
କେବଳ ଏତିକି ନୁହେଁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ସ୍ଵତନ୍ତ୍ର ପରିକଳ୍ପନା, ଓଡ଼ିଶା-ମୋ ପରିବାର, ସାଢେ ଚାରିକୋଟି ଓଡ଼ିଆଙ୍କ ସେବାରେ ସର୍ବଦା ସମର୍ପିତ ହୋଇ ରହିଆସିଛି । ଫସି ରହିଥିବା ଶ୍ରମିକମାନଙ୍କୁ ବିଦେଶରୁ ସ୍ଥାନାନ୍ତରଣ ହେଉ କି ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ ପ୍ରକାର ସହାୟତା ହେଉ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ଜନ କଲ୍ୟାଣକାରୀ ଯୋଜନାରେ ସଂଯୋଜନା କରି ଲୋକମାନଙ୍କୁ ସାହାଯ୍ୟ ଯୋଗାଇ ଆସିଛି । ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ, ଦଳୀୟ କର୍ମୀ, ରାଜ୍ୟର ସମସ୍ତ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏବଂ ରକ୍ତଦାତାଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି ।
ଛତିଶଗଡ଼ର ଅନାଥ ଯୁବକଙ୍କ ମୃତ ଶରୀରକୁ କାନ୍ଧ ଦେଲା ଓଡିଶା-ମୋ ପରିବାର
ଭୁବନେଶ୍ୱର: ଛତିଶଗଡ଼ର ୨୪ବର୍ଷିୟ ପଞ୍ଜାବୀ ଯୁବକ ସତପ୍ରିତ ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାହାଯ୍ୟ ଯୋଗାଇଛି ଓଡ଼ିଶା-ମୋ ପରିବାର।
ସୂଚନାନୁସାରେ, ସତପ୍ରୀତ ପ୍ରାୟ ୮ଦିନ ପୂର୍ବରୁ ନିଜ ଘରୁ ନିଖୋଜ ଥିଲେ । ଗତ ତିନିଦିନ ତଳେ, ଭୁବନେଶ୍ୱରସ୍ଥିତ ବାପୁ ଗେଷ୍ଟ ହାଉସ ଠାରେ ତାଙ୍କର ଅସ୍ଵାଭାବିକ ମୃତ୍ୟ ଘଟିଥିଲା। ସେ ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବାରୁ ପ୍ରଥମେ ତାଙ୍କ ମୃତ ଶରୀରଟି ଚିହ୍ନଟ ହୋଇପାରି ନ ଥିଲା ।  ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶା ପୁଲିସ, ବିଭିନ୍ନ ଛାନଭିନ୍ କରି ତାଙ୍କ ପ୍ରକୃତ ପରିଚୟ ଓ ପରିବାର ସଦସ୍ୟଙ୍କୁ ଚିହ୍ନଟ କରି ଛତିଶଗଡ ପୁଲିସଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଦୁର୍ଭାଗ୍ୟବଶତଃ, କିଛିଦିନ ତଳେ ସତପ୍ରୀତଙ୍କ ପିତାମାତାଙ୍କ ମୃତ୍ୟୁ ହୋଇଯାଇଥିଲା । ପରିବାରରେ, ତାଙ୍କ ଭଉଣୀ ଭିଣୋଇ ତଥା ଅନ୍ୟ ସଦସ୍ୟମାନେ ହଠାତ୍ ସତପ୍ରୀତଙ୍କ ମୃତ୍ୟୁ ଖବର ପାଇ ସଙ୍ଗେସଙ୍ଗେ ଓଡ଼ିଶା ଆସି ପହଞ୍ଚିଥିଲେ।
ଏହା ମଧ୍ୟରେ ସହିଦ ନଗର ପୁଲିସ,ତାଙ୍କ ଶବ ଅନ୍ତିମ ସଂସ୍କାର କାର୍ଯ୍ୟ ନିମନ୍ତେ ଶ୍ମଶାନକୁ ସ୍ଥାନାନ୍ତର ପାଇଁ ଓଡ଼ିଶା ମୋ ପରିବାର ସହ ଯୋଗାଯୋଗ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଅତ୍ୟନ୍ତ ତତ୍ପରତା ସହିତ ଜୟ ଓଡ଼ିଶାର ଶେଷସାଥି ଭ୍ୟାନ ମାଧ୍ୟମରେ ଶବକୁ ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ। ତାଙ୍କ ପରିବାର ସଦସ୍ୟ ମାନଙ୍କ ସମେତ ଶ୍ରୀ ସାମନ୍ତରାୟ ଓ ଓଡ଼ିଶା ମୋ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କୁ ସାନ୍ତ୍ଵନା ଦେଇ ସତପ୍ରିତ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।
ରାଜନୈତିକ ଦଳ ଭାବରେ ବିଜେଡିର ସର୍ବକାଳୀନ ରେକର୍ଡ଼: ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଗୋଟିଏ ଦିନରେ ୧୬୯୮୩ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ବର: ନୂତନ ଓଡ଼ିଶାର ବିନ୍ଧାଣୀ, ବିକଶିତ ଓଡ଼ିଶାର ରୂପକାର, ସାଢେ ଚାରିକୋଟି ଓଡ଼ିଆଙ୍କ ସୁଖଦୁଃଖର ସାଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଶୁଭ ଜନ୍ମଦିନ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସମଗ୍ର ରାଜ୍ୟରେ “ସେବା ଦିବସ” ରୂପେ ପାଳନ କରାଯାଇଛି। ସେବା ଦିବସ ପାଳନ କରିବା ଅବସରରେ ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷ ରୋପଣ, ଅଙ୍ଗଦାନ ଶିବିର, ବିଭିନ୍ନ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ଯକ୍ରମମାନ ଆୟୋଜନ କରାଯାଇଥିଲା।ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାନ୍ୟବର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ଆଦର୍ଶର ପ୍ରତିବିମ୍ବ, ‘ସାମାଜିକ ପ୍ରତିବଦ୍ଧତା’ର ନିଦର୍ଶନକୁ ଯୁବ-ଛାତ୍ର ବିଜେଡି ଅଭିନବ ଢ଼ଙ୍ଗରେ ପ୍ରଦର୍ଶନ କରି ସମଗ୍ର ସମାଜ କୁ ଏକ ସାମାଜିକ ବାର୍ତ୍ତା ପ୍ରଦାନ କରିଛି।
ଏହି ସାମାଜିକ ପ୍ରତିବିମ୍ବ ସଦୃଶ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ କାର୍ଯ୍ଯକ୍ରମ ମାଧ୍ୟମରର ସମଗ୍ର ରାଜ୍ୟ ରେ ରକ୍ତଦାନ ଶିବିରମାନ ଆୟୋଜନ କରି ଯୁବ-ଛାତ୍ର ବିଜେଡି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି। ଗୋଟିଏ ଦିନରେ ସର୍ବମୋଟ ୧୬୯୮୩ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ରାଜନୈତିକ ଦଳ ଭାବରେ ସର୍ବକାଳୀନ ରେକର୍ଡ଼ ହାସଲ କାରିବାର ଗୌରବ ଅର୍ଜନ କରିପାରିଛି। ଫଳସ୍ଵରୂପ ସମଗ୍ର ରାଜ୍ୟର ୧୬୯୮୩ ଜୀବନ କୁ ରକ୍ଷାକରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ମନ୍ତ୍ର “ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ” ର ବାର୍ତ୍ତା ଚରିତାର୍ଥ ହୋଇପାରିଛି ।
ବିଜୁ ଜନତା ଦଳ “କଥାରେ ନୁହେଁ, କାମ ରେ ବିଶ୍ବାସ କରେ” ବୋଲି ରେକର୍ଡ ସଂଖ୍ୟକ ୧୬୯୮୩ ୟୁନିଟ୍ ରକ୍ତ ସଂଗ୍ରହ ହିଁ ଆଜି ପୁନର୍ବାର ପ୍ରମାଣିତ କରିଦେଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ସାଢ଼େ ଚାରିକୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର” ଉକ୍ତିକୁ ପ୍ରତ୍ୟେକ ଯୁବ-ଛାତ୍ର ନିଜର ଆଦର୍ଶ ଭାବେ ଗ୍ରହଣ କରି ସାଢ଼େ ଚାରିକୋଟି ଓଡିଆଙ୍କ ମୁଖିଆଙ୍କୁ ତାଙ୍କର ଶୁଭ ଜନ୍ମଦିନ ଅବସର ରେ ରାଜ୍ୟବାସୀଙ୍କ ପାଇଁ ୧୬୯୮୩ ୟୁନିଟ୍ ରକ୍ତ ସଂଗ୍ରହ କରି ଯେଉଁ ସାମାଜିକ ଉପହାର ସମର୍ପି ଦେଇଛନ୍ତି, ଏହା ନିଶ୍ଚିତ ଭାବେ ଓଡିଶାର ଇତିହାସରେ ଲିପିବଦ୍ଧ ହୋଇ ରହିବ। ସମଗ୍ର ରାଜ୍ୟରେ ଏହି ଐତିହାସିକ “ସେବା ଦିବସ” କାର୍ଯ୍ଯକ୍ରମକୁ ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ(ଯୁବ-ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ  ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ଯ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ପ୍ରତ୍ୟକ୍ଷ ପରିଚାଳନା କରିଥିଲେ।।
କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗ ଅଖିଳଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” ।
କେନ୍ଦ୍ରାପଡ଼ା ଜିଲ୍ଲା ନୂଆପଡ଼ା ଅଞ୍ଚଳର ୫୫ ବର୍ଷିୟ ଅଖିଳ ରାଉତଙ୍କର କିଛି ବର୍ଷ ପୂର୍ବେ ବାମ ଗୋଡ଼ରେ ଏକ କ୍ଷତ ସୃଷ୍ଟି ହୋଇଥିଲା । ସେହି କ୍ଷତ କ୍ରମଶଃ ସଂକ୍ରମଣରେ ପରିଣତ ହେବାରୁ ଗୋଡ଼ କାଟିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗତ ଆଠ ମାସ ପୂର୍ବେ ତାଙ୍କର ଗୋଡ଼ କଟା ହୋଇଥିଲା । ଅଖିଳ ନିଜର ଦୈନନ୍ଦିନ କାମ କରିବାକୁ ପରିବାର ସଦସ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ । ଅସହାୟ ହୋଇ ସେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲଗ୍ନାଦୀପା ମିଶ୍ରକୁ ଯୋଗାଯୋଗ କରିଥିଲେ । ଲଗ୍ନାଦୀପା ମିଶ୍ର ସଙ୍ଗେସଙ୍ଗେ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଅଖିଳଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ଓଡ଼ିଶା ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ୍ ଦାଶଙ୍କ ସମେତ ଲଗ୍ନାଦୀପା ମିଶ୍ର ଏବଂ ଓଡ଼ିଶା ମୋ ପରିବାର ଟିମ୍ ଉପସ୍ଥିତ ଥିଲେ ।
କୃତ୍ରିମ ଗୋଡ଼ ପାଇବା ପରେ ଅଖିଳଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା ଏବଂ କୃତ୍ରିମ ଗୋଡ଼ରେ ଚାଲିବା ପରେ ସେ ସ୍ଵାବଲମ୍ବୀ ହୋଇପାରିବେ ବୋଲି କହିଥିଲେ ।
ଭୁବନେଶ୍ଵର: ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ “ଓଡ଼ିଶା ମୋ ପରିବାର”ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକ ଶ୍ରୀ ରାୟଙ୍କୁ ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ରାୟ ପ୍ରାୟ ୨୫ ବର୍ଷ ଧରି ଟାଇମ୍ସ ଅଫ୍ ଇଣ୍ଡିଆ ଓ ଏସିଆନ ଏଜ୍‌ ଭଳି ପ୍ରମୁଖ ଇଂରାଜୀ ସମ୍ବାଦପତ୍ରର ପଶ୍ଚିମ ଓଡିଶା ପ୍ରତିନିଧି ଭାବେ କାର୍ଯ୍ୟ କରିବା ସହ ରାଉରକେଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ ସହ ସଂଯୁକ୍ତ ରହି ନିଜକୁ ସକ୍ରିୟ ଭାବେ ସମାଜସେବାରେ ନିୟୋଜିତ କରିଥିଲେ। ଏବେ “ଓଡ଼ିଶା ମୋ ପରିବାର” ଭଳି ରାଜ୍ୟର ସର୍ବବୃହତ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ଶ୍ରୀ ରାୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
‘ଓଡ଼ିଶା ମୋ ପରିବାର’ର ସହଯୋଗ: ମେଡିକାଲ ବାରଣ୍ଡାରୁ ଘରକୁ ଫେରିଲେ ସୁଶୀଲ
କଟକ: ଏସ୍‍ସିବି ମେଡିକାଲରେ ମିଳୁଛି ଉନ୍ନତ ଚିକିତ୍ସା ସେବା। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ ଏଠାକୁ ଆସୁଛନ୍ତି। ନିଃଶୁଳ୍କରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ହେଲେ ଅନେକ କ୍ଷେତ୍ରରେ କିଛି ରୋଗୀ ଏଠାରୁ ଡିସଚାର୍ଜ ହେବା ପରେ ଘରକୁ ଫେରିପାରୁ ନାହାନ୍ତି। ଆର୍ଥିକ ସମ୍ବଳ ଅଭାବରୁ ଘରକୁ ଫେରିବା ଏମାନଙ୍କ ନିମନ୍ତେ କଷ୍ଟକର ହୋଇ ପଡ଼ୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏସ୍‍ସିବି ମେଡିକାଲରେ। ବରଗଡ଼ର ଜଣେ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ଘରକୁ ଫେରିପାରୁ ନଥିଲେ। ଝଡ଼ିବର୍ଷାରେ ପରିବାର ଲୋକଙ୍କୁ ଧରି ମେଡ଼ିକାଲ ବାରଣ୍ଡାରେ ପଡ଼ି ରହିଥିଲେ। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାବିତ୍ରୀ ଜନସେବା’ ଏବଂ ‘ଓଡ଼ିଶା ମୋ ପରିବାର’ର ସହଯୋଗ ମିଳିବା ପରେ ଉକ୍ତ ଗରିବ ରୋଗୀଟି ନିଜ ଘରକୁ ଫେରି ପାରିଛି।
ଘଟଣାରୁ ପ୍ରକାଶ ଯେ, ବରଗଡ଼ ପଦ୍ମପୁରର ସୁଶୀଲ ପାଇକଙ୍କ ମେରୁଦଣ୍ଡ ଓ ଆଣ୍ଠୁଗଣ୍ଠିରେ ସମସ୍ୟା ରହିଥିଲା। ତାଙ୍କ ଏସ୍‍ସିବି ମେଡ଼ିକାଲରେ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କ ନିକଟରେ ପତ୍ନୀ ଓ ତାଙ୍କର ୬ଜଣ ସନ୍ତାନ ଥିଲେ। ଗତ ୮ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମାତ୍ର ଘରକୁ ଫେରିବା ପାଇଁ ସୁଶୀଲଙ୍କ ପାଖରେ ଆର୍ଥିକ ସମସ୍ୟା ଦେଖା ଦେଇଥିଲା। ବଡ଼ ମେଡ଼ିକାଲକୁ ଆସିବା ବେଳେ ଆମ୍ବୁଲାନ୍ସ ଜରିଆରେ ଆସିଥିଲେ। ହେଲେ ଫେରିବା ବେଳକୁ ନିଜଦ୍ୱାରା ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିଥାନ୍ତା। ଅର୍ଥ ଅଭାବ ଥିବାରୁ ପତ୍ନୀ ଓ ୬ ପିଲାଙ୍କୁ ଧରି ମେଡ଼ିକାଲ ବାରଣ୍ଡାରେ ଆଶ୍ରୟ ନେଇଥିଲେ ସୁଶୀଲ। ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପଲାଇନର ମୁଖ୍ୟ ବିଭୂତି ରାୟ ମେଡ଼ିକାଲକୁ ଯିବା ବେଳେ ସୁଶୀଲଙ୍କୁ ଏଭଳି ଅବସ୍ଥାରେ ଦେଖିଥିଲେ। ତାଙ୍କୁ ସେଠାରୁ ଆଣି ଶଙ୍କରପୁର ଦାସ ସାହିରେ ଥିବା ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପଲାଇନର ଆଶ୍ରୟସ୍ଥଳୀରେ ରଖାଇଥିଲେ। ପ୍ରାୟ ୮ ଦିନ ଧରି ସୁଶୀଲ, ତାଙ୍କ ପତ୍ନୀ ଓ ପିଲାଙ୍କ ସମସ୍ତ ଦେଖାଶୁଣା ଉକ୍ତ ସାମାଜିକ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା। ଏ ଘଟଣା ସଂକ୍ରାନ୍ତରେ ଓଡ଼ିଶା ମୋ ପରିବାରର ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ଜାଣିବାକୁ ପାଇଥିଲେ। ସେ ଆଶ୍ରୟସ୍ଥଳୀରେ ପହଞ୍ଚି ସୁଶୀଲଙ୍କ ଘରକୁ ଫେରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଇଥିଲେ। ସୁଶୀଲ ଓ ତାଙ୍କ ପରିବାର ଲୋକଙ୍କ ନିମନ୍ତେ ଗାଡ଼ି ଭଡ଼ା କରାଯିବା ଖାଦ୍ୟ ସାମଗ୍ରୀ ଓ କିଛି ଟଙ୍କା ତାଙ୍କୁ ପ୍ରଦାନ କରାଯାଇଥିଲା। ସାବିତ୍ରୀ ଜନସେବା ପକ୍ଷରୁ ହେମନ୍ତ ନାୟକ, ତପନ ରାଉତ, ସିପୁନ କୁମାର ବିଶ୍ୱାଳ, ରୋହିତ ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ରକ୍ତଦାନ ମହାପୁଣ୍ୟ: ନଷ୍ଟ ହେବା ପରେ ବି କାମରେ ଲାଗୁଛି, ପ୍ରସ୍ତୁତ ହେଉଛି ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ
ଭୁବନେଶ୍ୱର: କଥାରେ ଅଛି ରକ୍ତଦାନ ମହାପୂଣ୍ୟ। ରକ୍ତ ଦେଇ କାହାର ମୂଲ୍ୟବାନ୍‍ ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। ଏହି ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶ କରି ତାଙ୍କ ଜୀବନ ରକ୍ଷା କରୁ ନାହିଁ ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି। ଏପରିକି ନଷ୍ଟ ହୋଇଯାଇ ଥିବା ରକ୍ତରୁ ମଧ୍ୟ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଉ ଥିବା ବେଳେ ଏହାର ସିଂହଭାଗ ରକ୍ତ ସିଧାସଳଖ ବ୍ୟବହାର ହେଉଛି। ତେବେ ବଳକା ରକ୍ତ, ପ୍ଲାଜ୍‍ମା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଛି। ପୂର୍ବରୁ ଏହାକୁ ନଷ୍ଟ କରିଦିଆଯାଉଥିଲା, କିନ୍ତୁ କୋଭିଡ୍‍ ମହାମାରୀ ପରେ ବ୍ଲଡ୍‍ ବ୍ୟାଙ୍କ ପକ୍ଷରୁ ଏହାକୁ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଦିଆଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିକ୍ରି ଅର୍ଥ ସମ୍ପୃକ୍ତ ରକ୍ତ ଭଣ୍ଡାରର ବିକାଶ ପାଇଁ ବ୍ୟୟ କରାଯାଉଛି। ଏହି ଅର୍ଥ ରକ୍ତ ଭଣ୍ଡାର ଉପରେ ନିର୍ଭର କରୁଥିବା ରୋଗୀଙ୍କ କଲ୍ୟାଣ ଦିଗରେ ବ୍ୟୟ କରାଯାଉଛି।
ରାଜ୍ୟର ୩୦ ଜିଲ୍ଲାରେ ୫୭ଟି ରକ୍ତ ଭଣ୍ଡାର ରହିଥିବା ବେଳେ ବାର୍ଷିକ ପ୍ରାୟ ୫ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥାଏ। ଗତ ବର୍ଷ ୪୯୪୨ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଏବଂ ୨୬୦୫୮୧ ଆଉଟ୍‍ଡୋର କ୍ୟାମ୍ପ୍‍ ଜରିଆରେ ସମୁଦାୟ ୪୮୬୪୮୧ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିଲା। ସଂଗୃହୀତ ରକ୍ତକୁ ବ୍ୟବହାର ଅନୁସାରେ ଭିନ୍ନ ଭିନ୍ନ ତାପମାତ୍ରାରେ ସଂରକ୍ଷିତ ରଖାଯାଇଥାଏ। ତେବେ ୩୫ ଦିନ ପରେ ରକ୍ତ ଆଉ ବ୍ୟବହାରଯୋଗ୍ୟ ହୋଇନଥାଏ। ରାଜ୍ୟରେ ସଂଗ୍ରହ କରାଯାଉ ଥିବା ସମୁଦାୟ ୟୁନିଟ୍‍ରୁ ପ୍ରାୟ ୧ ପ୍ରତିଶତର ଜୀବନକାଳ ଶେଷ ହୋଇଯାଇଥାଏ। ରକ୍ତ ସଂଗ୍ରହ ପରେ ସେଥିରେ ଏଚ୍‍ଆଇଭି, ହେପାଟାଇଟିସ୍‍ ବି ଓ ସି, ଏଚ୍‍ଟିଏଲ୍‍ଭି, ୱେଷ୍ଟ ନାଇଲ୍‍ ଭାଇରସ୍‍ ଆଦି ଯାଞ୍ଚ କରାଯାଇଥାଏ। ସଂଗୃହିତ ରକ୍ତରେ ଏହି ରୋଗ ଜୀବାଣୁ ଚିହ୍ନଟ ହେଲେ ତାହା କୌଣସି ରୋଗୀଙ୍କୁ ଦିଆଯାଇ ପାରିବ ନାହିଁ। ପୂର୍ବରୁ ଏହାକୁ ବୈଜ୍ଞାନିକ ପଦ୍ଧତ୍ତିରେ ନଷ୍ଟ କରିଦିଆଯାଉ ଥିଲା। ତେବେ ସମ୍ପ୍ରତି ଏଥିରୁ ଫାର୍ମା କମ୍ପାନୀ ବହୁ ଗୁରୁତ୍ୱପୂର୍ଣ୍ଣ ଉପାଦାୟ ବାହାର କରି ସେଥିରୁ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରୁଛନ୍ତି। ଅପରପକ୍ଷେ ପ୍ରତ୍ୟେକ ବ୍ଲଡ୍‍ ବ୍ୟାଙ୍କରେ ରକ୍ତରୁ ପ୍ଲାଜ୍‍ମା ସଂଗ୍ରହ କରାଯାଇଥାଏ। ଗୋଟିଏ ୟୁନିଟ୍‍ ରକ୍ତରୁ ପ୍ଳାଜ୍‍ମା ସମେତ ପ୍ଲେଟ୍‍ଲେଟ୍‍ ଓ ପିଆରଭିସି ବାହାର କରାଯାଏ। ଏଗୁଡ଼ିକ କର୍କଟ, ଡେଙ୍ଗୁ, କୋଭିଡ୍‍ ଆଦି ରୋଗୀଙ୍କୁ ଦିଆଯାଏ। ତେବେ ଅନେକ ସମୟରେ ଏହି ପ୍ଲାଜ୍‍ମା ରୋଗୀଙ୍କ କାମରେ ଆସିନଥାଏ। ପୂର୍ବରୁ ଏହାକୁ ନଷ୍ଟ କରି ଦିଆଯାଉଥିଲା।
ତେବେ କେନ୍ଦ୍ର ସରକାର ନୂଆ ଗାଇଡ୍‍ଲାଇନ୍‍ ଆଣିବା ପରେ ସେଗୁଡ଼ିକୁ ଟେଣ୍ଡର ମାଧ୍ୟମରେ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଯୋଗାଇ ଦିଆଯାଉଛି ଏବଂ କେନ୍ଦ୍ର ସରକାର ସମ୍ପୃକ୍ତ ରକ୍ତ ଭଣ୍ଡାରକୁ ପ୍ରତିବଦଳରେ ଅର୍ଥ ପ୍ରଦାନ କରୁଛନ୍ତି। ଅବ୍ୟବହୃତ ପ୍ଲାଜ୍‍ମା ସରକାରୀ ନିର୍ଦ୍ଧାରିତ ଦରରେ ଅନୁମତିପ୍ରାପ୍ତ କମ୍ପାନୀକୁ ଯୋଗାଇ ଦିଆଯାଉଛି। ପ୍ଲାଜ୍‍ମାରୁ ଆଲବୁମିନ୍‍, ଫାକ୍ଟର ୮-, ଫାକ୍ଟର-୯ ପ୍ରସ୍ତୁତ କରାଯାଉଛି। ପ୍ଲାଜ୍‍ମା ପ୍ରତିବଦଳରେ ୟୁନିଟ୍‍ ପିଛା ରକ୍ତ ଭଣ୍ଡାରକୁ ୧୬୦୦ ଟଙ୍କା ମିଳୁଛି।
ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର, କେରଳରୁ ଓଡ଼ିଶା ଫେରିଲା ମୃତ ଶରୀର
ସାନଖେମୁଣ୍ଡି: ଓଡିଶା ମୋ ପରିବାର ସହାୟତାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ବନାବାସ ନାଇକ ନାମକ ଜଣେ ଯୁବକଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର କେରଳରୁ ଫେରାଇ ଅଣାଯାଇଛି।
ସୂଚନା ଅନୁଯାୟୀ, ବନାବାସ କେରଳର ଏନାକୁଲମ ଅଞ୍ଚଳରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଶନିବାର ସାଙ୍ଗ ମାନଙ୍କ ସହ ଖାଇକି ଶୋଇବା ପାଇଁ ଯିବା ବେଳେ ବନବାସଙ୍କ ମୁଣ୍ଡ ବୁଲେଇ ଲାଗିଲା । ଏନେଇ ସେ ସାଙ୍ଗ ମାନଙ୍କୁ ଜଣାଇ ସେଠାରେ ପଡିଯାଇଥିଲେ। ତାଙ୍କ ସାଙ୍ଗ ମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରବାବୁ ବନାବସକୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ପରିସ୍ଥିତି ପରିବାର ସଦସ୍ୟ ଭାଙ୍ଗି ପଡ଼ିଥିଲେ ଏବଂ ବନବାସ ଙ୍କ ମୃତ ଶରୀର ତାଙ୍କ ଘରକୁ ଫେରାଇ ଆଣିବକୁ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଅନୁରୋଧ କରିଥିଲେ। ନନ୍ଦିନୀ ଦେବୀଙ୍କ ଠାରୁ ଖବର ପାଇ ଓଡିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ଏକ ଆମ୍ବୁଲାନସ ଯୋଗେ ବନବାସଙ୍କ ମୃତ ଶରୀରଙ୍କୁ କେରଳରୁ ସାନଖେମୁଣ୍ଡି ଫେରାଇ ଅଣାଯାଇଥିଲା। ସାନଖେମୁଣ୍ଡିରେ ପାର୍ଥିବ ଶରୀର ପହଞ୍ଚିବା ପରେ ଜୀବନ ବିନ୍ଧୁ ସଂଯୋଜକ ସୁବାଷ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ସଞ୍ଜୟ ନାୟକ, ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ରାଜୀବ ଲୋଚନ ପାତ୍ର, ଏସ. ଗୋପାଳପୁର ସରପଞ୍ଚ ସୁମିତ୍ରା ନାୟକ, ରାମଚନ୍ଦ୍ରପୁର ସରପଞ୍ଚ ଅଳୟ ଦାସ,ଆମ୍ବଗାଁ ସମିତି ସଭ୍ୟା କାଳୁ ଚରଣ ଭୂୟାଁ, ଚୁଡ଼ଙ୍ଗପୁର ସମିତି ସଭ୍ୟ ପ୍ରତିନିଧି ଶ୍ୟାମା ପାତ୍ରଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା
‘ଓଡ଼ିଶା-ମୋ ପରିବାର’ ଦ୍ୱାରା ସାଉଦିଆରବରୁ ପ୍ରବାସୀ ଓଡ଼ିଆ ଉଦ୍ଧାର
ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ଶେଖ୍‍ ଜଲାଲୁଦ୍ଦିନ, ଶେଖ୍‍ ସଲମାନ୍‍, ଶେଖ୍‍ ଇମ୍ରାନ୍‍ ଓ ଯମଧରପୁରର ଶେଖ୍‍ ଅବଦୁଲ ଖଲିଦ୍‍, ଶେଖ ନୌସାଦ୍‍ ଅଲ୍ଲିଙ୍କୁ ସୁଦୂର ସାଉଦି ଆରବିଆ ଦେଶରୁ ଉଦ୍ଧାର କରିଛି ‘ଓଡ଼ିଶା-ମୋ ପରିବାର’। ଏହି ୫ଜଣ ସାଉଦିଆରବ ସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେସ୍ତୋରାଁକୁ ଯାଇଥିଲେ। ଚୁକ୍ତିନାମା ଅନୁଯାୟୀ ଖୁବ୍‍ କମ୍‍ ଦରମା ଦେବା ସହ ଜୋର କରି ସେମାନଙ୍କଠାରୁ ପେମେଣ୍ଟ ଭାଉଚରରେ ଦସ୍ତଖତ ନେଉଥିଲେ ହୋଟେଲ ମାଲିକ। ପ୍ରତିଦିନ ୨୦ଘଣ୍ଟା କାମ କରାଇବା ସହ ପାସପୋର୍ଟ ଛଡାଇ ନେଇ ଅତ୍ୟାଚାର କରୁଥିବାରୁ ମାନସିକ ଚାପଗ୍ରସ୍ତ ହୋଇ ସେମାନଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ଗୁହାରି କରିଥିଲେ। ଏ ସମ୍ପର୍କରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ପାଇ ଓଡ଼ିଶା ମୋ ପରିବାରକୁ ଅବଗତ କରିଥିଲେ।
ଓଡ଼ିଶା ମୋ ପରିବାର ସଙ୍ଗେସଙ୍ଗେ ଏହି ବିଷୟକୁ ବିଚାରକୁ ନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲା। ବାହାରିନର ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା ମୋ ପରିବାରର ନିଯୁକ୍ତ ସ୍ପୋକ ସଦସ୍ୟ ସଦସ୍ୟ ଡ. ଅରୁଣ କୁମାର ପ୍ରହରାଜ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‍ ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରି ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଶ୍ରୀ ପ୍ରହରାଜ ଏବଂ ଓଡ଼ିଶା ମୋ ପରିବାର ସେମାନଙ୍କୁ ଆଣିବା ପାଇଁ ଗତ ନଭେମ୍ୱର ମାସରୁ ନିରନ୍ତର ପ୍ରୟାସ ଜାରି ରଖିଥିବା ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଡ. ସସ୍ମିତ ପାତ୍ରଙ୍କର ଏହି ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଥିଲା।
ଜାନୁଆରୀ ମାସ ୩୧ତାରିଖରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଓଡ଼ିଶା ଅଣାଯାଇଥିଲା। ଡ. ଅରୁଣ କୁମାର ପ୍ରହରାଜ ଦୁବାଇରୁ କୋଲକାତା ପର୍ଯ୍ୟନ୍ତ ଯାତାୟତ ବ୍ୟବସ୍ଥା କରିଥିବା ବେଳେ କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରୁ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ସେମାନଙ୍କ ଗ୍ରାମକୁ ଷପରିବା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଗ୍ରାମବାସୀ ଓ ପରିବାର ବର୍ଗଙ୍କ ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଉପସ୍ଥିତ ଥିଲେ। ତେବେ ୫ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ୨ ଜଣ ଏବେବି ସେଠାରେ ଅଛନ୍ତି। ଓଡ଼ିଶା ମୋ ପରିବାର ଏବଂ ଡ. ଅରୁଣ ପ୍ରହରାଜଙ୍କ ଦ୍ୱାରା ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।
ଢେଙ୍କିକୋଟ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ଢେଙ୍କିକୋଟର ସତ୍ୟନାରାୟଣ ବିଦ୍ୟାପୀଠରେ ବୃହତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ମୋଟ ୧୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଘଷିପୁରା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ଦେବାଶିଷ ପାତ୍ରଙ୍କ ଆବାହକରେ ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡ଼ି ଜିଲ୍ଲା ଉପସଭାପତି ଏସ କେ ଇମିରାନ ପରିଚାଳନାଗତ ସହାୟତା ଯୋଗାଇ ଦେଇଥିଲେ l ରାଜ୍ୟସ୍ତରୀୟ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାୟକ, ବିଜୁ ଜନତା ଦଳ ଜିଲ୍ଲା ସଭାପତି ମାଧବ ସର୍ଦ୍ଧାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଓଡ଼ିଶା ମୋ ପରିବାର ର ସଂଯୋଜକ ପ୍ରଦୀପ କୁମାର ସାହୁ, ଜିଲ୍ଲା ଓକିଲ ସଂଘ ର ସଭାପତି ତଥା ବିଜେଡି ନେତା ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିବା ସହ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଥଲେ l ମହିଳା ଜନତା ଦଳର ସମ୍ପାଦକ ଇନ୍ଦୁମତି ନାୟକ, ଛାତ୍ର ବିଜେଡ଼ି ର ଆଶିଷ ମଣ୍ଡଳ, ଜିଲ୍ଲା ବିଜୁ ଜନତା ଦଳର ରଞ୍ଜିତା ରାଉତ , ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ, ପପୁ ଯାଦବ, କୁଷ୍ଣ୍ଣଚନ୍ଦ୍ର ବାରିକ, ରତନ ପଳେଇ ପ୍ରମୁଖ ଦଳୀୟ ନେତା ଶିବିରିରେ ସାମିଲ ଥିବାବେଳେ ଓଡ଼ିଶା ଜିଲ୍ଲା ଶାଖାରୁ ଡାକ୍ତର ରିତେଶ ପଣ୍ଡା, ଅକ୍ଷୟ ସାହୁ ଏବଂ ଷ୍ଟାଫ ଗୌରୀଶଙ୍କର ମଲ୍ଲିକ, ଶଙ୍କର୍ଷଣ ନାୟକ,ହେମାରଞ୍ଜନ ମହାନ୍ତ, ମୋନାଲିସା ପୁହାଣ, କବିତା ସେଠୀ ଓ ଡାକ୍ତର ଦିପ୍ତିମୟ ଙ୍କ ଦ୍ଵାରା ମୋଟ ୧୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l
ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୭୦୦ ୟୁନିଟ୍ ରକ୍ତ ସଂଗୃହୀତ
ଭୁବନେଶ୍ୱର: ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସର୍ବମୋଟ ୭୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ଅନ୍ତର୍ଗତ ଅମୃତୁଲ ଠାରେ ଅନୁଷ୍ଠିତ ଶିବିରରୁ ୫୦୧ ୟୁନିଟ୍ ଏବଂ ଗୋବରା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଶିବିରରୁ ୧୭୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଜିଲ୍ଲାରେ ସମୁଦାୟ ୬୭୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଆସିକା ସାଂସଦ ପ୍ରମିଳା ବିଶୋୟୀ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଜୀବନବିନ୍ଦୁ ଅଭିନନ୍ଦନପତ୍ର ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମଣ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଆୟୋଜିତ ଏହି ଦୁଇଟି ଶିବିରକୁ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ମହାରଣା ସଂଯୋଜନା କରିଥିଲେ ।
ସେହିପରି ସୁନ୍ଦରଗଡ଼ର ବୀରମମିତ୍ରପୁରରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ ହୋଇ ୨୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଜିଲ୍ଲା ସଂଯୋଜକ କୁନବିହାରି ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେମା ଏକ୍କା ଆୟୋଜନ କରିଥିଲେ ।
ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ ଧନ୍ୟବାଦ ଦେଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର
ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଖିଲାଡ଼ି ବୟ ଅକ୍ଷୟ କୁମାର । ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା ପତ୍ର ପଠାଇଛନ୍ତି । ଅକ୍ଷୟଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କୁ ସାହାଯ୍ୟ କରଥିଲେ ସୁବାସ । ଟୁଟୁ ଭୂୟାଁଙ୍କ ପତ୍ନୀ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ବ୍ରହ୍ଣପୁର ମେଡିକାଲରେ ଭର୍ତ୍ତି ପରେ ଓଡ଼ିଶା ମୋ ପରିବାରର ସଂଯୋଜକ ସୁବାସଙ୍କ ସମସ୍ତ ସହାୟତା ଏବଂ ସାହାଯ୍ୟ ଜାରି ରହିଥିଲା । ଫଳରେ ଭୂୟାଁଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ସୁବାସ । ମେଡିକାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇପାରିଥିଲା । ଏଥିପାଇଁ ଅଭିନେତା ତଥା ବଲିଉଡ ସୁପରଷ୍ଟାର କୃତଜ୍ଞତା ପତ୍ର ।