mo Parivar Help Desk - The Sakala

‘ଓଡ଼ିଶା ମୋ ପରିବାର’ ତରଫରୁ କରୋନା ମୃତକଙ୍କ ପରିବାରକୁ ସହାୟତା
ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ଓଡିଶା ମୋ ପରିବାର ତରଫରୁ କରୋନା ମୃତକ ପରିବାରକୁ ସହାୟତାର ହାତ ବଢିଛି। ଜିଲ୍ଲାରେ ଶବ ସତ୍କାର ପାଇଁ ବ୍ରହ୍ମପୁର ନୀଳକଣ୍ଠେଶ୍ଵର ମଶାଣି ଠାରେ ଖୋଲିଲା ହେଲ୍ପ ଡେସ୍କ।

ଗତବର୍ଷ କରାେନାର ପ୍ରଥମ ଲହର ବେଳେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ବ୍ରହ୍ମପୁର ସହରରେ ଓଡିଶା ମୋ ପରିବାର ପକ୍ଷରୁ ଶବ ସତ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଗତବର୍ଷ ମୃତକ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ମୃତକଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସହଯୋଗ କରାଯାଇଥିଲା । ସେହିପରି ଅନୁରୂପ ଭାବେ ଦ୍ଵିତୀୟ ଲହରରେ ଚଳିତ ବର୍ଷ ଓଡିଶା ମୋ ପରିବାର ପକ୍ଷରୁ ଆଜି ବ୍ରହ୍ମପୁର ବିଧାୟକଙ୍କ ତତ୍ୱାବଧାନରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ମଶାଣି ପଡିଶାରେ ଆଜିଠାରୁ ଏକ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି ।

କରାେନାରେ ମୃତ୍ୟୁ ବରଣ କରିଥିବା ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ଶବ ସତ୍କାର ସକାଶେ ମୋ ପରିବାର ସଦସ୍ୟ ମାନେ ମୃତକଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସହଯୋଗ କରିବେ। କୋଭିଡର ସମସ୍ତ ନିୟମ କାନୁନ ଏବଂ ସତର୍କତା ଅବଲମ୍ବନ କରି ମୃତକଙ୍କ ପରିବାରକୁ ମୋ ପରିବାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି । ଏହି ହେଲ୍ପଡେସ୍କ ସେବାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମ ବହୁ କର୍ମୀ ଉପସ୍ଥିତ ଥିଲେ ।