IPL 2025 - The Sakala
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ଏକ ସପ୍ତାହ ଲାଗି ସ୍ଥଗିତ ରହିଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୮ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ଆସନ୍ତାକାଲି ବା ଶନିବାରଠାରୁ ପୁଣି ଖେଳାଯିବ। ଧର୍ମଶାଳାରେ ମେ ୮ ତାରିଖ ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ବାତିଲ କରାଯିବା ପରେ ଆଇପିଏଲ୍‌କୁ ବନ୍ଦ ରଖାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ମେ ୧୭ରୁ ଜୁନ୍‌ ୩ ତାରିଖଯାଏ ଟୁର୍ଣ୍ଣାମେଣ୍ଟର ବାକିଥିବା ୧୭ଟି ମ୍ୟାଚ୍‌କୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଖେଳସୂଚୀ ବଦଳିବା ସହ ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ ହୋଇଛି। ଖେଳ ବନ୍ଦ ରହିବା ଫଳରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଭିନ୍ନ ଭିନ୍ନ କାରଣରୁ ଏକାଧିକ ଖେଳାଳି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି। କେତେକ ଟିମ୍‌ ନୂଆ ବଦଳ ଖେଳାଳିଙ୍କୁ ସାମିଲ କରିଥିଲା ବେଳେ ଆଉ କେତେକ ଅନାବଶ୍ୟକ ବିଦେଶୀଙ୍କୁ ନ ଫେରାଇବାକୁ ନିଷ୍ପତ୍ତି ନେଇଛି। ଯେଉଁ ଟିମ୍‌ ଗୁଡ଼ିକ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି ସେମାନେ ବାକିଥିବା ମ୍ୟାଚ୍‌ରେ ନୂଆ ଖେଳାଳିଙ୍କୁ ଖେଳିବାକୁ ଉଚିତ ମନେକରିଛନ୍ତି। ଏବେ କେବଳ ୬ଟି ଭେନ୍ୟୁରେ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଛି। କିନ୍ତୁ ପ୍ଲେ ଅଫ୍‌ର ୪ଟି ମ୍ୟାଚ୍‌ କେଉଁଠାରେ ଖେଳାଯିବ ତାହା ସ୍ଥିର ହୋଇନାହିଁ। ଏହି ମ୍ୟାଚ୍‌ ୪ଟି ହାଇଦରାବାଦ୍‌ ଓ କୋଲକାତାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା।
ଏବେ କ’ଣ ରହିଛି ସ୍ଥିତି
ଆଇପିଏଲ୍‌ର ଚଳିତ ସଂସ୍କରଣରେ ଦିଲ୍ଲୀ-ପଞ୍ଜାବ ବାତିଲ ମ୍ୟାଚ୍‌କୁ ମିଶାଇ ଆଉ ୧୩ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବାକୁ ବାକି ରହିଛି। ଏହା ମଧ୍ୟରୁ ୬ଟି ଦଳ ୧୧ଟି ଲେଖାଏଁ ଓ ଆଉ ୪ଟି ଦଳ ୧୨ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି। ଏହି ସମୟରେ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୧ଟି ଲେଖାଏଁ ମ୍ୟାଚ୍‌ ଖେଳି ୧୬ ପଏଣ୍ଟ ଲେଖାଏଁ ସଂଗ୍ରହ କରି ପଏଣ୍ଟ ଟେବଲର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ଏମାନେ ପ୍ଲେ ଅଫ୍‌ରେ ଖେଳିବା ଏକପ୍ରକାର ନିଶ୍ଚିତ କରିଥିଲେ ମଧ୍ୟ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଲେ ସିଧାସଳଖ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିିବେ। ୧୧ଟି ମ୍ୟାଚ୍‌ରୁ ୧୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଥିବା ପଞ୍ଜାବକୁ ଆଉ ୨ଟି କିମ୍ବା ସ୍ଥିତି ବଦଳିଲେ ଗୋଟିଏ ମ୍ୟାଚ୍‌ ଜିତିଲେ ପ୍ଲେ ଅଫ୍‌ ଖେଳିବ। ୧୨ଟି ମ୍ୟାଚ୍‌ରୁ ମୁମ୍ବାଇ ଇଣ୍ଡିଆନ୍ସ ୧୪, ୧୧ଟି ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ପଏଣ୍ଟ, କୋଲକାତା ନାଇଟ୍‌ ରାଇଡର୍ସ ୧୨ ମ୍ୟାଚ୍‌ରୁ ୧୧ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୧ ମ୍ୟାଚ୍‌ରୁ ୧୦ ପଏଣ୍ଟ ପାଇ ପ୍ଲେ ଅଫ୍‌ ଦୌଡ଼ରେ ରହିଛନ୍ତି। ସନ୍‌ରାଇଜର୍ସ ହାଇଦରାବାଦ୍‌, ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ଳେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।
୬ଟି ଭେନ୍ୟୁରେ ଖେଳାଯିବ ସମସ୍ତ ଲିଗ୍‌ ମ୍ୟାଚ୍‌
ଏହି ଟୁର୍ଣ୍ଣାମେଣ୍ଟରେ ବାକିଥିବା ୧୩ଟି ଲିଗ୍‌ ମ୍ୟାଚ୍‌ ୬ଟି ଭେନ୍ୟୁ ଯଥା ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ ଓ ଅହମ୍ମଦାବାଦ୍‌ରେ ଖେଳାଯିବ। ଏହା ମଧ୍ୟରୁ ଦୁଇଟି ରବିବାର ମେ ୧୮ ଓ ୨୫ରେ କେବଳ ୨ଟି ଡବଲ ହେଡର ମ୍ୟାଚ୍‌ ରହିଛି। ଖେଳ ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅପରାହ୍ଣ ୩ଟା ୩୦ ଓ ରାତି ୭ଟା ୩୦ରୁ ପୂର୍ବପରି ମ୍ୟାଚ୍‌ ଆରମ୍ଭ ହେବ। ମେ ୨୯ରେ କ୍ୱାଲିଫାୟର-୧, ମେ ୩୦ରେ ଏଲିମିନେଟର, ଜୁନ୍‌ ୧ରେ କ୍ୱାଲିଫାୟର-୨ ଓ ଜୁନ୍‌ ୩ରେ ଫାଇନାଲ ଖେଳାଯିବ। ପ୍ଲେ ଅଫ ମ୍ୟାଚ୍‌ଗୁଡିକର ଭେନ୍ୟୁ ପରେ ଘୋଷଣା କରାଯିବ।
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ସ୍ଥଗିତ ରହିଥିବା ଆଇପିଏଲ୍‌-୧୮ ସଂସ୍କରଣର ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ଧର୍ମଶାଳାରେ ମେ’ ୮ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସ୍ଥଗିତ ରହିଥିବା ମ୍ୟାଚ୍‌କୁ ପୁନର୍ବାର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ମ୍ୟାଚ୍‌ଟି ମେ ୨୪ରେ ଖେଳାଯିବ। ଆଇପିଏଲ୍‌-୧୮ ସ୍ଥଗିତ ରହିବା ପୂର୍ବରୁ ୭୦ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୫୭ଟି ଖେଳାଯାଇଥିଲା। ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ମେ ୧୭ରୁ ଆରମ୍ଭ ହେବ। ପ୍ଲେ ଅଫ୍‌ର ୪ଟି ମୁକାବିଲାକୁ ମିଶାଇ ଚଳିତ ଆଇପିଏଲ୍‌ରେ ଆଉ ୧୭ଟି ମ୍ୟାଚ୍‌ ଖେଳାଯିବ। ମେ ୨୭ରେ ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ମେ ୨୯ରେ କ୍ୱାଲିଫାୟର-୧, ୩୦ରେ ଏଲିମିନେଟର, ଜୁନ୍‌-୧ରେ କ୍ୱାଲିଫାୟର-୨ ଓ ଜୁନ୍‌ ୩ରେ ଫାଇନାଲ ଖେଳାଯିବ। ପ୍ଲେ ଅଫ ମ୍ୟାଚ୍‌ଗୁଡିକର ଭେନ୍ୟୁ ପରେ ଘୋଷଣା କରାଯିବ। ଏହା ମଧ୍ୟରୁ ଦୁଇଟି ଡବଲ ହେଡର ମୁକାବିଲା ମେ ୧୮ ଓ ୨୫ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ଏହା ମଧ୍ୟରେ ବିଭିନ୍ନ ଦେଶର ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ସହ ଯୋଗଦେଇଛନ୍ତି। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକାର ଓ ଅଷ୍ଟ୍ରେଲିଆର କିଛି ଖେଳାଳି ପ୍ଲେ ଅଫ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ସ୍ଥାନ ପାଇଥିବା ୮ଜଣ ଖେଳାଳି ମେ ୨୭ ଲିଗ୍‌ ମ୍ୟାଚ୍‌ ପରେ ସ୍ୱଦେଶ ଫେରିଯିବେ। ଏଣୁ ସେମାନେ ପ୍ଲେ ଅଫ୍‌ରେ ଖେଳିପାରିବେ ନାହିଁ ବୋଲି ଜଣାଯାଇଛି। ଆଇପିଏଲ୍‌ ଖେଳୁଥିବା କାଗିସୋ ରାବାଡା, ଆଇଡେନ୍‌ ମାର୍କରାମ, ମାର୍କୋ ଜାନସେନ, ଟ୍ରିଷ୍ଟାନ ଷ୍ଟବ୍ସ, ୱିଆନ୍‌ ମୁଲ୍ଡର, ଲୁଙ୍ଗି ଏନ୍‌ଗିଡି, ରିୟାନ ରିକେଲଟନ୍‌ ଓ କର୍ବିନ ବୋଶ୍ଚ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପୂର୍ବରୁ ଜିମ୍ବାୱେ ସହ ଜୁନ୍‌ ୩ରେ ଖେଳାଯିବାକୁ ଥିବା ୱାର୍ମ ଅପ୍‌ ମ୍ୟାଚ୍‌ରେ ଭାଗ ନେବାକୁ ଏହି ଖେଳାଳିମାନେ ମେ ୩୦ରେ ଲଣ୍ଡନ ଯିବେ। କିନ୍ତୁ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଆଇପିଏଲ୍‌ ଶେଷଯାଏ ଖେଳିବେ। ଲର୍ଡ୍ସରେ ଜୁନ୍‌ ୧୧ରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳାଯିବ।
ଆଇପିଏଲ୍‌ ଅଷ୍ଟାଦଶ ସଂସ୍କରଣର ଅଧା ମ୍ୟାଚ୍‌ ଶେଷ ହୋଇଯାଇଛି। ରବିବାର ୩୭ ମ୍ୟାଚ୍‌ ଶେଷ ସୁଦ୍ଧା ସର୍ବାଧିକ ୫ଥର ଲେଖାଏ ଟାଇଟଲ୍‌ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ୭ ମ୍ୟାଚରୁ ୪ ପଏଣ୍ଟ ପାଇ ୧୦ ଦଳୀୟ ଟେବଲ୍‌ର ସର୍ବନିମ୍ନ ସ୍ଥାନରେ ରହିଛି। ସେହିଭଳି ଦଳଗତ ସହ କିଛି ଦାମୀ ଖେଳାଳି ମଧ୍ୟ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରି ସୁପର୍‌ ଫ୍ଲପ୍‌ ହୋଇଛନ୍ତି। ଯାହାକି ସେମାନଙ୍କର ଫ୍ରାଞ୍ଚାଇଜ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ କିଛି ଦାମୀ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ଯେଉଁମାନେ ବର୍ତ୍ତମାନ ସୁଦ୍ଧା ବ୍ୟାଟିଂ ହେଉକି ବୋଲିଂରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି।
ଋଷଭ ପନ୍ତ (ଲକ୍ଷ୍ନୌ)
ଦାମ୍‌ ୨୭ କୋଟି – ରନ ୧୦୬
ଗତ ମେଗା ଖେଳାଳି ନିଲାମୀରେ ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ ୨୭ କୋଟିରେ ଋଷଭ ପନ୍ତଙ୍କ କିଣିଥିଲା। ଫଳରେ ଆଇପିଏଲ୍‌ର ୧୮ ବର୍ଷ ଇତିହାସରେ ସେ ସବୁଠୁ ଦାମୀ ଖେଳାଳି ହେବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। କିନ୍ତୁ ପନ୍ତ ତାଙ୍କର ଏହି ମୂଲ୍ୟର ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା କରିପାରି ନାହାନ୍ତି। ଲକ୍ଷ୍ନୌର ନେତୃତ୍ୱ ନେଉଥିବା ପନ୍ତ ୮ ମ୍ୟାଚରୁ ୭ ଇନିଂସରେ ୧୫.୧୪ ହାରରେ ୧୦୬ ରନ କରିଛନ୍ତି। ୬୩ ରନ ତାଙ୍କର ସର୍ବୋଚ୍ଚ ସ୍କୋର ରହିଥିବାବେଳେ ଷ୍ଟ୍ରାଇକରେଟ୍‌ ମାତ୍ର ୯୮.୧୪ ରହିଛି। କିନ୍ତୁ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ୮ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି।
ରୋହିତ୍‌ ଶର୍ମା (ମୁମ୍ବାଇ)
ଦାମ୍‌ ୧୬.୩୦ କୋଟି – ରନ ୮୨
ମୁମ୍ବାଇ ଇଣ୍ଡିଆନ୍ସକୁ ସର୍ବାଧିକ ୫ଥର ଟାଇଟଲ୍‌ ଜିତାଇଥିବା ରୋହିତ୍‌ ଶର୍ମାଙ୍କ ବ୍ୟାଟ୍‌ର ଯାଦୁ ଚଳିତ ଆଇପିଏଲ୍‌ରେ ଦେଖିବାକୁ ମିଳିନାହିଁ। ମେଗା ନିଲାମୀ ପୂର୍ବରୁ ମୁମ୍ବାଇ ଫ୍ରାଞ୍ଚାଇଜ ରୋହିତ୍‌ଙ୍କୁ ୧୬.୩୦ କୋଟି ଟଙ୍କାରେ ରିଟେନ କରିଥିଲା। କିନ୍ତୁ ରୋହିତ୍‌ ଟିମ୍‌ ମ୍ୟାନେଜମେଣ୍ଟର ଏହି ଭରସାକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ସେ ୬ ମ୍ୟାଚ୍‌ ଖେଳି ୧୩.୬୬ ହାରରେ ମାତ୍ର ୮୨ ରନ କରିଛନ୍ତି। ୨୬ ରନ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି।
ଭେଙ୍କଟେଶ ଆୟର (କୋଲକାତା)
ଦାମ୍‌ ୨୩.୭୫ କୋଟି – ରନ ୧୨୧
ବାମହାତୀ ବ୍ୟାଟର୍‌ ଭେଙ୍କଟେଶ ଆୟର ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ୍‌ ରାଇଡର୍ସର ପ୍ରମୁଖ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ନିଲାମୀରେ କୋଲକାତା ତାଙ୍କୁ ୨୩.୭୫ କୋଟି ଟଙ୍କାରେ କ୍ରୟ କରିଥିଲା। ଆୟର କିନ୍ତୁ ପ୍ରଦର୍ଶନରେ ସ୍ଥିରତା ଦେଖାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୭ ମ୍ୟାଚରୁ ୫ ଇନିଂସରେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ଭେଙ୍କଟେଶ ୨୪ ହାରରେ ୧୨୧ ରନ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ସନରାଇଜର୍ସ ହାଇଦରାବାଦ୍‌ ବିପକ୍ଷରେ ସେ ୨୯ ବଲରୁ ୬୦ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।
ରଶିଦ ଖାନ (ଗୁଜରାଟ)
ଦାମ୍‌ ୧୮ କୋଟି – ୪ ୱିକେଟ୍‌ ଓ ୨୨ ରନ
ଆଫାଗାନିସ୍ତାନ ସ୍ପିନର ରଶିଦ ଖାନଙ୍କୁ ୧୮ କୋଟି ଟଙ୍କାରେ ବଜାୟ ରଖି ଗୁଜରାଟ ଟାଇଟନ୍ସ ତାଙ୍କୁ ମେଗା ନିଲାମୀକୁ ଛାଡ଼ି ନ ଥିଲା। ତେବେ ଫ୍ରାଞ୍ଚାଇଜର ଏହି ଭରସାକୁ ରଶିଦ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ସେ ଚଳିତ ସିଜନରେ ୭ ମ୍ୟାଚ୍‌ ଖେଳି ୨୬ ଓଭର ବୋଲିଂ କରିଥିବାବେଳେ ମାତ୍ର ୪ଟି ୱିକେଟ୍‌ ନେଇଛନ୍ତି। ୬୩ ରନ ବ୍ୟୟରେ ତାଙ୍କୁ ଗୋଟିଏ ୱିକେଟ୍‌ ମିଳିଛି। ସେହିଭଳି ବ୍ୟାଟିଂରେ ସେ ୩ ଇନିଂସରେ ଖେଳିବାର ସୁଯୋଗ ପାଇ ମାତ୍ର ୨୨ ରନ କରିଛନ୍ତି।
ଇଶାନ କିଶାନ (ହାଇଦରାବାଦ୍‌)
ଦାମ୍‌ ୧୧.୨୫ କୋଟି – ରନ ୧୩୮
ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅପରାଜିତ ୧୦୬ ରନର ଶତକୀୟ ପାଳିକୁ ଛାଡ଼ିଦେଲେ ସନରାଇଜର୍ସ ହାଇଦରାବାଦ୍‌ର ଇଶାନ କିଶାନଙ୍କ ବ୍ୟାଟର୍‌ କମାଲ ଆଉ ଦେଖିବାକୁ ମିଳିନାହିଁ। ଏହାପରେ ସେ ଆଉ ୬ଟି ଇନିଂସରୁ ମାତ୍ର ୩୨ ରନ କରିଛନ୍ତି। ଅର୍ଥାତ୍‌ ମୋଟ୍‌ ୭ ମ୍ୟାଚରୁ ୧୩୮ ରନ କରିଛନ୍ତି। ଫଳରେ ହାଇଦରାବାଦ୍‌ ଫ୍ରାଞ୍ଚାଇଜ ତାଙ୍କୁ କ୍ରୟ କରିଥିବା ୧୧.୨୫ କୋଟି ଟଙ୍କାର ମୂଲ୍ୟ ସେ ସାବ୍ୟସ୍ତ କରିବାରେ ଫେଲ୍‌ ହୋଇଛନ୍ତି।
ନୂଆଦିଲ୍ଲୀ: ଭାରତ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ପେସାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଧମାକାଦାର ଢ଼ଙ୍ଗରେ ଆରମ୍ଭ ହୋଇଛି। କେକେଆର ଓ ଆର୍‌ସିବି ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାଟି ନାଟକୀୟ ହେବା ସହ ଆଇପିଏଲ୍‌ର ରୋମାଞ୍ଚ ବଢ଼ାଇଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଗୋଟିଏ ଅଭାବ ପରିଲକ୍ଷିତ ହୋଇଛି। ତାହା ହେଉଛି ଇର୍‌ଫାନ୍ ପଠାନଙ୍କ ଧାରାବିବରଣୀ ବା କମେଣ୍ଟ୍ରି। ମାଇକ୍‌ରେ କାହିଁକି ଇର୍‌ଫାନ୍‌ଙ୍କ କଥା ଶୁଣାଗଲାନି ତାହାର ତର୍ଜମା ଓ ତଦନ୍ତ ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଇ କାରଣ ଜଣାପଡ଼ିଛି। ଇର୍‌ଫାନ୍‌ଙ୍କ ଅନୁପସ୍ଥିତିର ମୁଖ୍ୟ କାରଣ ହେଲା ବିଭିନ୍ନ ଭାରତୀୟ ଖେଳାଳିଙ୍କ ବିରୋଧରେ ଅଶୋଭନୀୟ ମତାମତ ଦେବା। ସେମାନଙ୍କ ସହ ସାକ୍ଷାତକାର ବେଳେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ପ୍ରଶ୍ନକରିବା। ଅଷ୍ଟ୍ରେଲିଆ ଗସ୍ତବେଳେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ଟେଷ୍ଟ ସିରିଜ୍‌ ହାରିଥିଲା। ଏଭଳି ସମୟରେ ଖେଳାଳିମାନେ ଚାପରେ ଥିଲାବେଳେ ସେମାନଙ୍କୁ ଅପମାନିତ କଲାଭଳି ମନ୍ତବ୍ୟ ଦେଇଥିଲେ ଇର୍‌ଫାନ୍ ପଠାନ। ଭାରତୀୟ ଦଳର ଜଣେ ପ୍ରମୁଖ ଖେଳାଳି ତାଙ୍କ ଟେଲିଫୋନ ନମ୍ବର ବ୍ଲକ୍‌ କରିଦେଇଥିଲେ ବୋଲି ପ୍ରକାଶ କରିଛନ୍ତି। ବିଶେଷ କରି ବିରାଟ କୋହଲିଙ୍କ ବିରୋଧରେ ତାଙ୍କର ମତାମତ ଆଦୌ ଗ୍ରହଣୀୟ ହୋଇ ନ ଥିଲା। ଇର୍‌ଫାନ୍‌ଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଖେଳାଳିମାନେ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ। ଏହା ଫଳରେ ଇର୍‌ଫାନ୍‌ଙ୍କ ଧାରାବିବରଣୀ ପ୍ୟାନେଲରୁ ବାଦ୍‌ ଦିଆଯାଇଛି ବୋଲି ଜାଣିବାକୁ ମିଳିଛି।
ଇର୍‌ଫାନ୍ ଜଣେ ଭଲ ଖେଳାଳି ଓ ୨୦୨୦ରେ ପେସାଦାର କ୍ରିକେଟରୁ ଅବସର ନେବାପରେ କମେଣ୍ଟ୍ରି ବା ଧାରାବିବରଣୀକୁ ଦ୍ୱିତୀୟ କ୍ୟାରିୟର ଭାବେ ଗ୍ରହଣ କରିଥିଲେ। ଏବେ ବିସିସିଆଇ ତାଙ୍କୁ ବିଦା କରିବା ପରେ ସେ ମଧ୍ୟ ଚୁପ୍‌ ହୋଇ ବସି ନାହାନ୍ତି। ସେ ସଙ୍ଗେ ସଙ୍ଗେ ତାଙ୍କର ଏକ ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲି ସେଥିରେ ତାଙ୍କ ପ୍ରତିକ୍ରିୟା ଓ ମତାମତ ଦେବାରେ ଲାଗିଛନ୍ତି। ଏହି ଚ୍ୟାନେଲର ନାମ ରଖାଯାଇଛି ‘ସିଧି ବାତ୍‌ ୱିଥ୍‌ ଇର୍‌ଫାନ୍ ପଠାନ’। ଏହାର ଆରମ୍ଭ ହେବା ମାତ୍ରେ ହଜାର ହଜାର ଦର୍ଶକ ଏହାକୁ ଦେଖିସାରିଲେଣି। ଏହି ଚ୍ୟାନେଲ ମାଧ୍ୟମରେ ଇର୍‌ଫାନ୍ ତାଙ୍କ ଶାଣିତ ମତାମତ ଦେବାକୁ ଆଦୌ ଭୁଲି ନାହାନ୍ତି। ପୂର୍ବରୁ ସଞ୍ଜୟ ମଞ୍ଜରେକର ଓ ହର୍ଷ ଭୋଗ୍‌ଲେଙ୍କୁ ମଧ୍ୟ ଆଇପିଏଲ୍‌ ଧାରାବିବରଣୀରୁ ବାହାର କରାଯାଇଥିଲା।
ଆଜିଠାରୁ ଆଇପିଏଲ୍‌ ମହାସମର: ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର, ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନା
କୋଲକାତା: ଆଜି ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ମହାସମର ଆରମ୍ଭ ହେବ। ପୂର୍ବପରି ୨ଟି ଗ୍ରୁପ୍‌ରେ ୧୦ଟି ଦଳ, ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳିବେ। ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବେ ଓ ପ୍ରଥମ ୪ଟି ଦଳ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିବେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଇଡେନ ଗାର୍ଡେନ୍ସରେ ମୁକାବିଲା ହେବ। ୬୫ ଦିନର ଏହି ମହାସମର ମେ’ ୨୫ ତାରିଖରେ ଗ୍ରାଣ୍ଡ ଫାଇନାଲ ସହ ଶେଷହେବ।
ଭାରତରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ବିଶ୍ୱରେ ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ବିସିସିଆଇ (ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌ ଇଣ୍ଡିଆ)ର ଏହା ଏକ ଘରୋଇ କ୍ରିକେଟ ଲିଗ୍‌ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରର ଖେଳ ଏହାର ମୁଖ୍ୟ ଆକର୍ଷଣ। ଏହି ଲିଗ୍‌ରେ ସଫଳତା ପାଇବା ଅର୍ଥ ରାତାରାତି ଷ୍ଟାରରେ ପରିଣତ ହେବ। ଦେଶ ବିଦେଶର ଅନେକ ଖେଳାଳି ଏପରି ସଫଳତା ହାସଲ କରି ଜିରୋରୁ ହିରୋରେ ପରିଣତ ହୋଇଛନ୍ତି। ୨୦୦୮ରୁ ଲଳିତ ମୋଦୀଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ଲିଗ୍‌ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଯାଇଛି। ଭାରତ ବାହାର ଦେଶର ଜଣେ ଖେଳାଳିଙ୍କୁ ନିଜ ଦେଶର ଦଳ ଅପେକ୍ଷା ଆଇପିଏଲ୍‌ ଟିମ୍‌ରେ ସ୍ଥାନ ପାଇବା କଷ୍ଟକର ହେଉଛି। ଏଭଳି ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଲିଗ୍‌ରେ ଖେଳିବା ଅନେକ ଖେଳାଳି ନିଜର ସୌଭାଗ୍ୟ ବୋଲି ବିବେଚନା କରିଥାନ୍ତି। ଏଥର ଲିଗ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ୨୦୨୫ ମାର୍ଚ୍ଚ ୨୨ରୁ ଏହି ଲିଗ୍‌ ଆରମ୍ଭ ହୋଇ ମେ’ ୨୫ରେ ଶେଷ ହେବ। ଏଥିରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ଫର୍ମାଟ
ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗନେଇଥିବାବେଳେ ପୂର୍ବବର୍ଷ ପରି ଏଗୁଡିକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ୨ଥର ଲେଖାଏଁ ଖେଳିବେ। ସେହିପରି ଗୋଟିଏ ଗ୍ରୁପର ଗୋଟିଏ ଦଳ ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ମଧ୍ୟ ୨ଟି ମ୍ୟାଚ୍‌ ଖେଳିବ। ଏହା ଗ୍ରୁପ୍‌ର ସିଡିଂ ଉପରେ ଦଳ ନିର୍ଦ୍ଧାରିତ ହେବ। ମନେ କରାଯାଉ ଗ୍ରୁପ୍‌-ଏ’ରେ ଚେନ୍ନାଇର ସିଡ୍‌ ନଂ-୧ ଓ ଗ୍ରୁପ୍‌-ବି’ରେ ମୁମ୍ବାଇ ସିଡ ନଂ-୧ ରହିଛି। ଏହା ଫଳରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପର ସହ ୨ଥର ମ୍ୟାଚ୍‌ ଖେଳିବେ। ଏହା ବ୍ୟତୀତ ଅନ୍ୟ ଗ୍ରୁପ୍‌ର ୪ଟି ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଅନ୍ୟ ଗ୍ରୁପ୍‌ର ଦଳ ଖେଳିବେ। ଏସବୁକୁ ହିସାବକୁ ନେଲେ ଗୋଟିଏ ଦଳ ଲିଗ୍‌ ପର୍ଯ୍ୟାୟରେ ପୂର୍ବପରି ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବ। ନିୟମ ଅନୁଯାୟୀ ଗ୍ରୁପ୍‌ ପର୍ଯ୍ୟାୟରେ ୪ଟି ଦଳ ସହ ୮ଟି, ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ୨ଟି ମ୍ୟାଚ୍‌ ଖେଳିବ। ଏହାର ଅର୍ଥ ଗୋଟିଏ ଦଳ ଅନ୍ୟ ୫ଟି ଦଳ ସହ ୨ଟି ଲେଖାଏଁ ମୋଟ ୧୦ଟି ମ୍ୟାଚ୍‌ ଖେଳିବ। ସେହିପରି ଅନ୍ୟ ୪ଟି ଦଳ ସହ ୪ଟି ଲେଖାଏଁ ଖେଳିଲେ ଗୋଟିଏ ଦଳ ମୋଟରେ ୧୪ଟି ମ୍ୟାଚ୍‌ ଖେଳିବ।
ଲିଗ୍‌ ପର୍ଯ୍ୟାୟ ପରେ ପଏଣ୍ଟ ତାଲିକାରେ ପ୍ରଥମ ୪ଟି ସ୍ଥାନ ହାସଲ କରିଥିବା ଦଳ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଲହା ମଧ୍ୟରୁ ପ୍ରଥମ ଦୁଇ ଦଳ ମଧ୍ୟରେ କ୍ୱାଲିଫାୟର-୧ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ଓ ପରାଜିତ ଦଳ କ୍ୱାଲିଫାୟର-୨ରେ ଖେଳିବ। ତୃତୀୟ ଓ ଚତୁର୍ଥ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହି ମ୍ୟାଚ୍‌ରେ ପରାଜିତ ଦଳ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବ ଓ ବିଜେତା ଦଳ କ୍ୱାଲିଫାୟର-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଉଭୟ କ୍ୱାଲିଫାୟରର ବିଜେତା ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ।
୧୩ ଭେନ୍ୟୁରେ ୭୪ ମ୍ୟାଚ୍‌
ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ ଏଥର ଦୀର୍ଘ ୬୫ ଦିନ ଧରି ଚାଲିବ। ମେ ୨୫ରେ ଗ୍ରାଣ୍ଡ ଫାଇନାଲକୁ ମିଶାଇ ୧୩ଟି ଭେନ୍ୟୁରେ ସର୍ବମୋଟ୍‌ ୭୪ ମ୍ୟାଚ୍‌ ଖେଳାଯିବ। ଏହି ଭେନ୍ୟୁଗୁଡ଼ିକ ହେଲା କୋଲକାତା (ଇଡେନ ଗାର୍ଡେନ୍ସ ଷ୍ଟାଡିୟମ), ଅହମ୍ମଦାବାଦ (ନରେନ୍ଦ୍ର ମୋଦୀ ଷ୍ଟାଡିୟମ), ବେଙ୍ଗାଲୁରୁ (ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ), ଚେନ୍ନଇ (ଏମଏ ଚିଦାମ୍ବରମ ଷ୍ଟାଡିୟମ), ଦିଲ୍ଲୀ (ଅରୁଣ ଜେଟ୍‌ଲୀ ଷ୍ଟାଡିୟମ), ଧର୍ମଶାଳା (ଏଚ୍‌ପିସିଏ କ୍ରିକେଟ୍‌ ଷ୍ଟାଡିୟମ), ଗୌହାଟୀ (ବର୍ସାପରା କ୍ରିକେଟ ଷ୍ଟାଡିୟମ), ହାଇଦରାବାଦ୍‌ (ରାଜୀବ ଗାନ୍ଧୀ ଷ୍ଟାଡିୟମ), ଜୟପୁର (ସୱାଇ ମାନସିଂ ଷ୍ଟାଡିୟମ), ଲକ୍ଷ୍ନୌ (ଏକନ୍ନା କ୍ରିକେଟ ଷ୍ଟାଡିୟମ), ମୁଲାନପୁର (ମହାରାଜ ଯାଦବିନ୍ଦର ସିଂହ ଷ୍ଟାଡିୟମ), ମୁମ୍ବଇ (ୱାଙ୍ଖଡେ ଷ୍ଟାଡିୟମ) ଓ ବିଶାଖାପାଟନମ (ଏସିଏ-ଭିଡିସିଏ ଷ୍ଟାଡିୟମ)।
୧୨ ଡବଲ୍‌ ହେଡର୍‌ ମ୍ୟାଚ୍‌
ମୋଟ୍‌ ଉପରେ ୧୩ଟି ଭେନ୍ୟୁରେ ମ୍ୟାଚ୍‌ ଖେଳାଯିବ। ୧୦ଟି ଦଳର ଘରୋଇ ଭେନ୍ୟୁକୁ ବାଦ୍‌ ଦେଲେ ୩ଟି ସବଷ୍ଟିଚ୍ୟୁଟ ଭେନ୍ୟୁ ମଧ୍ୟ ରଖାଯାଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଓ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସର୍ବାଧିକ ୯ଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ଏହି ଦୁଇଟି ଭେନ୍ୟୁରେ ୭ଟି ଘରୋଇ ମ୍ୟାଚ୍‌କୁ ବାଦ ଦେଲେ ୨ଟି ଲେଖାଏ ପ୍ଲେ-ଅଫ୍‌ ମୁକାବିଲା ମଧ୍ୟ ଖେଳାଯିବ। ଏଥର ଆଇପିଏଲ୍‌ରେ ୧୨ଟି ଡବଲ ଡେଡର ରଖାଯାଇଛି। ଅର୍ଥାତ ୧୨ଥର ଗୋଟିଏ ଦିନରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ସବୁ ଡବଲ ହେଡର ଶନିବାର କିମ୍ବା ରବିବାର ଖେଳାଯିବ। ଡବଲ୍‌ ହେଡର୍‌ର ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୩ଟା ୩୦ ଓ ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ ହେବ। ଅପରପକ୍ଷରେ ଯେଉଁଦିନ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳାଯିବ ଏହା ରାତି ୭ଟା ୩୦ରୁ ହେବ।
ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର
ଆଇପିଏଲ ଚାମ୍ପିଅନ ଦଳକୁ ଟ୍ରଫି ସହ ୨୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥାଏ। ସେହପରି ରନର୍ସଅପ ଦଳକୁ ୧୩, ତୃତୀୟ ସ୍ଥାନରେ ଥିବା ଦଳକୁ ୭, ଚତୁର୍ଥ ସ୍ଥାନରେ ରହିଥିବା ଦଳକୁ ୬.୫୦ୁ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ଏହା ବ୍ୟତୀତ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ, ଶ୍ରେଷ୍ଠ ବ୍ୟାଟର, ଶ୍ରେଷ୍ଠ ବୋଲର, ଉଦୀୟମାନ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ।
ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନା
ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ୍‌ ଲିଗ୍‌ ଆଇପିଏଲର ୧୮ତମ ସଂସ୍କରଣରେ ଏଥର ଅନେକ ନୂଆ ନିୟମ ଲାଗୁ ହୋଇଛି। ଗତ ସଂସ୍କରଣଗୁଡିକ ତୁଳାନରେ ଏଥର ବିସିସିଆଇ ଖେଳାଳିଙ୍କ ସ୍ୱାଧୀନତା ଉପରେ କିଛିଟା କଟକଣା ଲଗାଇଛି। ନୂଆ ନିୟମ ଅନୁସାରେ ପ୍ଲେୟର ଆଣ୍ଡ୍‌ ମ୍ୟାଚ୍‌ ଅଫିସିଆଲ ଏରିଆ (ପିଏମ୍‌ଓଏ)ର ଆଖପାଖ ଅଞ୍ଚଳରେ ଖେଳାଳିମାନଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। ପରିବାର ସଦସ୍ୟଙ୍କୁ ମଧ୍ୟ ଡ୍ରେସିଂ ରୁମ୍‌ରେ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ଅଭ୍ୟାସ ଦିନମାନଙ୍କରେ ମଧ୍ୟ ପରିବାର ସଦସ୍ୟଙ୍କ ପାଇଁ ଏହି ନୟମ ଲାଗୁ କରାଯାଇଛି। ଟୁର୍ଣ୍ଣାମେଣ୍ଟ ଓ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଭ୍ୟାସ ଦିନଗୁଡିକରେ କେବଳ ଆକ୍ରିଟେଡ ଅର୍ଥାତ ମାନ୍ୟତା ପାଇଥିବା ଷ୍ଟାଫ୍‌ ଓ ଅଧିକରୀଙ୍କୁ ଡ୍ରେସିଂ ରୁମ୍‌ରେ ପ୍ରବେଶ କରିବାର ଅଧିକାର ମିଳିବ। ସେହିଭଳି ଖେଳାଳିମାନଙ୍କ ପରିବାର ସଦସ୍ୟମାନେ ଅଲଗା ଗାଡ଼ିରେ ଯାତ୍ରା କରି ହସ୍ପିଟାଲିଟି ଏରିଆରେ ରହି ଅଭ୍ୟାସ ଦେଖିପାରିବେ। ଏହା ବ୍ୟତୀତ ଖେଳାଳିମାନେ କେବଳ ଟିମ୍‌ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି। ବିସିସିିଆଇ ଏହି ନିୟମ ଭାରତୀୟ ଦଳ ପାଇଁ କିଛିଦିନ ପୂର୍ବରୁ ଲାଗୁ କରିଥିଲା। ଉଲ୍ଲେଖଯୋଗ୍ୟ, ଗତ କେତୋଟି ସିଜିନ୍‌ରେ ଡ୍ରେସିଂ ରୁମ୍‌ ଓ ପିଏମ୍‌ଓଏ୍‌ରେ ଖେଳାଳିଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ଉପସ୍ଥିତି ନେଇ ଏକାଧିକବାର ଅଭିଯୋଗ ହୋଇଥିଲା। ଫଳରେ ଟିମ୍‌ ମ୍ୟାନେଜମେଣ୍ଟ ଓ ବୋର୍ଡ ଏଥର ଆଭିମୁଖ୍ୟ କଠୋର କରିବାକୁ ବାଧ୍ୟ ହୋଇଛନ୍ତି।
୫ଟି ଦଳର ନୂଆ ଅଧିନାୟକ
ଏଥର ମେଗା ନିଲାମି ବଳରେ ଦଳର ଖେଳାଳି, କ୍ୟାପ୍ଟେନ ଓ କୋଚ୍‌ ପରିବର୍ତ୍ତନ ହୋଇଛି। ୨୦୨୪ରେ କୋଲକାତାକୁ ଚାମ୍ପିଅନ୍‌ କରାଇଥିବା ଶ୍ରେୟସ ଆୟର ଏଥର ପଞ୍ଜାବର ନେତୃତ୍ୱ ନେବେ। ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ କୋଲକାତାର ନେତୃତ୍ୱ ନେଇଛନ୍ତି। ନିଲାମିରେ ଋଷଭ ପନ୍ତ୍‌ଙ୍କୁ ଦିଲ୍ଲୀ ରିଲିଜ୍‌ କରିବା ପରେ ଲକ୍ଷ୍ନୌ ତାଙ୍କୁ ନେତୃତ୍ୱ ଦେଇଛି। ଅକ୍ଷର ପଟେଲ ଦିଲ୍ଲୀ ଅଧିନାୟକ ହୋଇଛନ୍ତି। ସେହିପରି ରଜତ ପଟିଦାର ବେଙ୍ଗାଲୁରୁର ନେତୃତ୍ୱ ନେବେ। ବାସନ୍ଦ ଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ମୁମ୍ବାଇର ପ୍ରଥମ ମ୍ୟାଚ୍‌ରେ ନେତୃତ୍ୱ ନେବେ। ଆଘାତ ଜନିତ କାରଣରୁ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାର ପରାଗ ପ୍ରଥମ ୩ଟି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେବେ। ଏହା ମଧ୍ୟରେ ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲ ଦିଲ୍ଲୀର, ଯୁଜବେନ୍ଦ୍ର ଚହଲ ପଞ୍ଜାବ, ଆର୍‌ ଅଶ୍ୱିନ ଚେନ୍ନାଇ, ସିରାଜ ଗୁଜରାଟ ପକ୍ଷରୁ ଏଥର ଖେଳିବେ। ମହେନ୍ଦ୍ର ସିଂ ଧୋନି ଜଣେ ଅନ୍‌କ୍ୟାପ୍‌ଡ ଖେଳାଳିଭାବେ ୪ କୋଟି ଟଙ୍କା ବିନିମୟରେ ଚେନ୍ନାଇର ଖେଳିବେ। ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ୫ ବର୍ଷ ପରେ ଜଣେ ଅନ୍‌କ୍ୟାପଡ଼ ଖେଳାଳିରେ ପରିଣତ ହୋଇଥାନ୍ତି।
ଦିଲ୍ଲୀର କୋଚ୍‌ ରିକି ପଣ୍ଟିଂ ଏଥର ପଞ୍ଜାବର, ହେମାଙ୍ଗ ବଦାନୀ ଦିଲ୍ଲୀର, ରାହୁଲ ଦ୍ରାବିଡ୍‌ ରାଜସ୍ଥାନ ରୟାଲ୍ସର କୋଚ୍‌ ନିଯୁକ୍ତ ହୋଇଛନ୍ତି। ଗମ୍ଭୀରଙ୍କ ସ୍ଥାନରେ ଡ୍ୱେନ୍‌ ବ୍ରାଭୋ କୋଲକାତାର ମେଣ୍ଟର, ଗତବର୍ଷ ଖେଳିଥିବା ମାଥ୍ୟୁ ୱେଡ୍‌ ଏବର୍ଷ ଗୁଜରାଟର ଆସିଷ୍ଟାଣ୍ଟ କୋଚ୍‌ ହେବେ।
ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଆଇପିଏଲ୍‌-୧୮
ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟାଦଶ ସଂସ୍କରଣ ମାର୍ଚ୍ଚ ୨୧ରୁ ଆରମ୍ଭ ହେବ। ଆଇପିଏଲ୍‌ର ଅଧ୍ୟକ୍ଷ ଅରୁଣ ଧୁମାଲ ସୋମବାର ଏହା ସ୍ପଷ୍ଟ କରିଛନ୍ତି। ଏଥର ୧୦ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ମୋଟ୍‌ ୭୪ ମ୍ୟାଚ୍‌ ଖେଳାଯିବ। ମେ ୨୫ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଧୁମାଲ ଆହୁରି ମଧ୍ୟ କହିଛନ୍ତି, ୨୦୨୫ ଆଇପିଏଲ୍‌ ନିୟମରେ ଏଥର କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଫଳରେ ପୂର୍ବ ଦୁଇ ସଂସ୍କରଣ ଭଳି ଏଥର ମଧ୍ୟ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଲାଗୁ ହେବ। ଆଗାମୀ କିଛି ଦିନ ମଧ୍ୟରେ ଆଇପିଏଲ୍‌ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ଅନୁଷ୍ଠିତ ମେଗା ଖେଳାଳି ନିଲାମିରେ ୧୮୨ ଜଣ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ ମୋଟ୍‌ ୬୩୯.୧୫ କୋଟି ଟଙ୍କାରେ କ୍ରୟ କରିଥିଲେ।
ଆଇପିଏଲ୍‌‌- ୨୦୨୫: ରିୟାଦରେ ନଭେମ୍ବର ୨୪ ଓ ୨୫ରେ ହେବ ମହାନିଲାମୀ
ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୧୮ତମ ସଂସ୍କରଣ ପାଇଁ ସବୁ ୧୦ଟି ଦଳ ରିଟେନସନ ତାଲିକା ଘୋଷଣା କରିବା ପରେ ଏବେ ମହାନିଲାମୀ ଉପରେ ସମସ୍ତଙ୍କ ନଜର ରହିଛି। ମଧ୍ୟପ୍ରାଚ୍ୟ ଦେଶ ସାଉଦି ଆରବର ରାଜଧାନୀ ରିୟାଦରେ ଆଇପିଏଲ୍‌‌ର ମହାନିଲାମୀ ଆୟୋଜନ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ଏହି ମହାନିଲାମୀ ନଭେମ୍ବର ୨୪ ଓ ୨୫ ତାରିଖରେ ଆୟୋଜନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ରିଟେନସନ ତାଲିକାରେ ଏକାଧିକ ତାରକା ତଥା ବଡ଼ ଖେଳାଳି ବାଦ ପଡ଼ିଛନ୍ତି। ଫଳରେ ଏହି ଖେଳାଳିମାନେ ମହାନିଲାମୀରେ ଅଂଶଗ୍ରହଣ କରିବେ। ପୁଣି ସବୁ ଦଳର ପର୍ସରେ ବହୁ ପରିମାଣରେ ଅର୍ଥ ଥିବାରୁ ଏହି ଖେଳାଳିମାନେ ସମସ୍ତଙ୍କୁ ଚକିତ କରି ନିଲାମୀରେ ଚଢ଼ା ଦରରେ ବିକ୍ରି ହେବେ ଓ ଚର୍ଚ୍ଚା ସୃଷ୍ଟି କରିବେ। ରିଟେନସନ ତାଲିକାରୁ ବାଦ୍‌‌ ପଡ଼ିଥିବା ଏହି ସୁପରଷ୍ଟାର ଖେଳାଳିମାନେ ହେଲେ ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ, ଲୋକେଶ ରାହୁଲ, ଇଂଲଣ୍ଡର ଅଭିଜ୍ଞ ବ୍ୟାଟର ଜୋଶ ବଟଲର, ଦକ୍ଷିଣ ଆଫ୍ରିକାର ଆଇଡେନ ମାର୍କରାମ, ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ, ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସୁପରଷ୍ଟାର ଫାଫ୍‌‌ ଡୁପ୍ଲେସି, ଶ୍ରେୟସ ଆୟରଙ୍କ ଭଳି ଖେଳାଳି।
୧୦ଟି ଯାକ ଦଳ ମୋଟ୍‌‌ ଉପରେ ୪୬ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ଓ ଏ ବାବଦରେ ୫୫୮.୫ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହି ୪୬ଜଣ ଖେଳାଳିଙ୍କ ମଧ୍ୟରୁ ୩୬ ଜଣ ଭାରତୀୟ ଖେଳାଳି ରହିଛନ୍ତି ଓ ଏମାନଙ୍କ ମଧ୍ୟରେ ୧୦ ଜଣ ଖେଳାଳି ଅନକ୍ୟାପ୍‌‌ଡ ରହିଛନ୍ତି ଅର୍ଥାତ ଏହି ଖେଳାଳିମାନେ ଭାରତ ପାଇଁ ଏପର୍ଯ୍ୟନ୍ତ ଖେଳିନାହାନ୍ତି। ଏଥର ଆଶ୍ଚର୍ଯ୍ୟଜନକ ଭାବେ ଫ୍ରଞ୍ଚାଇଜ୍‌‌ଗୁଡିକ କୌଣସି ଇଂଲଣ୍ଡ ଖେଳାଳିଙ୍କୁ ରିଟେନ କରିନାହାନ୍ତି। ୫ଥର ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ତା’ର ତାରକା ୫ ଭାରତୀୟ ଖେଳାଳି ଯଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା, ୩୬୦-ଡିଗ୍ରୀ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଓ ଯୁବ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛି। ଦକ୍ଷିଣ ଆଫ୍ରିକାର ହେନେରିଚ୍‌‌ କ୍ଲାସେନ ସର୍ବାଧିକ ୨୩ କୋଟି ଟଙ୍କା ବିନିୟମରେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ରିଟେନ ହୋଇଛନ୍ତି। ସେହିପରି ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କା ବିନିମୟରେ ଆରସିବି ଦଳ ରିଟେନ କରିଛି।
ଏଥର ପଞ୍ଜାବ କିଙ୍ଗ୍‌‌ସ ଏଥର ମୋଟା ଅଙ୍କର ପର୍ସ ୧୧୦.୫ କୋଟି ଟଙ୍କା ସହ ମହାନିଲାମୀରେ ଅବତୀର୍ଣ୍ଣ ହେବ। ସେହିପରି ରାଜସ୍ଥାନ ରୟାଲ୍ସ ନିକଟରେ ସର୍ବନିମ୍ନ ୪୧ କୋଟି ଟଙ୍କାର ପର୍ସ ବାକି ରହିଛି। ପୁଣି ଆଇପିଏଲରେ ଏଥର ୫ଟି ଦଳ ନୂଆ ଅଧିନାୟକ ଖୋଜିବେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବି କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ନୂଆ ଅଧିନାୟକଙ୍କୁ ନିଯୁକ୍ତି ଦେବ। ଆଇପିଏଲ ଏଥର ମାର୍ଚ୍ଚ ଓ ମେ ମାସ ମଧ୍ୟରେ ଆୟୋଜନ ହେବ।
ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୨୦୨୫ ସଂସ୍କରଣ ପାଇଁ ମହା ନୀଲାମି ହେବା ପୂର୍ବରୁ ସବୁ ୧୦ଟି ଯାକ ଫ୍ରଞ୍ଚାଇଜ୍‌‌ ଖେଳାଳି ରିଟେନସନ ତାଲିକା ଜାରି କରିଛନ୍ତି। ୫ଥର ଟାଇଟଲ ଜିତିଥିବା ଚେନ୍ନଇ ସୁପର କିଙ୍ଗ୍‌‌ସ ୫ଜଣ ଖେଳାଳିଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନକ୍ୟାପ୍‌‌ଡ ଖେଳାଳି ଭାବେ ଚେନ୍ନଇ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କୁ ରିଟେନ ନ କରି ରିଲିଜ୍‌‌ କରିଛି। ଫଳରେ ସେ ନୀଲାମିରେ ଭାଗ ନେବେ ଓ ଏଥର ଚଢ଼ା ଦରରେ ବିକ୍ରି ହୋଇ ଅନ୍ୟ ଦଳ ତରଫରୁ ଖେଳିବେ।
ମୁମ୍ବାଇ ଇଣ୍ଡିଆନ୍ସ
(ପର୍ସରେ ବାକିଅଛି ୫୫ କୋଟି ଟଙ୍କା)
ରିଟେନ ଖେଳାଳି (୫): ଯଶପ୍ରୀତ ବୁମ୍‌‌ରା (୧୮ କୋଟି), ସୂର୍ଯ୍ୟକୁମାର ଯାଦବ (୧୬. ୩୫), ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫), ରୋହିତ ଶର୍ମା (୧୬.୩୦), ତିଳକ ବର୍ମା (୮)।
ଚେନ୍ନାଇ ସୁପର କିଙ୍ଗ୍‌‌ସ
(ପର୍ସରେ ବାକିଅଛି ୫୫ କୋଟି)
ରିଟେନ ଖେଳାଳି (୫)- ଋତୁରାଜ ଗାଏକ୍ୱାଡ (୧୮ କୋଟି), ମଥିସା ପଥିରାନା (୧୩), ଶିବମ ଦୁବେ (୧୨), ରବୀନ୍ଦ୍ର ଜାଡେଜା (୧୮), ଏମ୍‌‌ଏସ୍‌‌ ଧୋନି (୪ କୋଟି)।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
(ପର୍ସରେ ବାକିଅଛି ୮୩ କୋଟି)
ରିଟେନ ଖେଳାଳି (୩)- ବିରାଟ କୋହଲି (୨୧ କୋଟି), ରଜତ ପଟିଦାର (୧୧ କୋଟି), ୟଶ ଦୟାଲ (୫ କୋଟି)।
ଦିଲ୍ଲୀ କ୍ୟାପିଟାଲ୍ସ
(ପର୍ସରେ ବାକିଅଛି ୭୩ କୋଟି)
ରିଟେନ ଖେଳାଳି (୪)- ଅକ୍ଷର ପଟେଲ (୧୬.୫ କୋଟି), କୁଲଦୀପ ଯାଦବ (୧୩.୨୫), ଟ୍ରିଷ୍ଟାନ ଷ୍ଟବ୍ସ (୧୦), ଅଭିଷେକ ପୋରେଲ (୪)।
କୋଲକାତା ନାଇଟ ରାଇଡର୍ସ
(ପର୍ସରେ ବାକିଅଛି ୫୧ କୋଟି)
ରିଟେନ ଖେଳାଳି (୬)- ରିଙ୍କୁ ସିଂ (୧୩ କୋଟି), ବରୁଣ ଚକ୍ରବର୍ତ୍ତୀ (୧୨), ସୁନୀଲ ନାରିନ (୧୨), ଅାନ୍ଦ୍ରେ ରସେଲ (୧୨), ହର୍ଷିତ ରାଣା (୪), ରମଣଦୀପ ସିଂ (୪)।
ଲକ୍ଷ୍ନୌ ସୁପର ଜାଏଣ୍ଟସ
(ପର୍ସରେ ବାକିଅଛି ୬୯ କୋଟି)
ରିଟେନ ଖେଳାଳି (୫)- ନିକୋଲାସ ପୁରନ (୨୧ କୋଟି), ରବି ବିଷ୍ଣୋଇ (୧୧ କୋଟି), ମୟଙ୍କ ଯାଦବ (୧୧), ମୋହସିନ ଖାନ (୪), ଆୟୂଷ ବଦୋନୀ (୪)।
ସନରାଇଜର୍ସ ହାଇଦ୍ରାବାଦ୍‌‌
(ପର୍ସରେ ବାକିଅଛି ୪୫ କୋଟି)
ରିଟେନ ଖେଳାଳି (୫)- ପ୍ୟାଟ କମିନ୍ସ (୧୮ କୋଟି), ଅଭିଷେକ ଶର୍ମା (୧୪ କୋଟି), ନୀତେଶ ରେଡ୍ଡୀ (୬), ହେନେରିଚ କ୍ଲାସେନ (୨୩ କୋଟି), ଟ୍ରାଭିସ ହେଡ (୧୪)।
ଗୁଜରାଟ ଟାଇଟନ୍ସ
(ପର୍ସରେ ବାକି ଅଛି ୬୯ କୋଟି)
ରିଟେନ ଖେଳାଳି (୫): ରସିଦ ଖାନ (୧୮ କୋଟି), ଶୁବମାନ ଗିଲ (୧୬.୫ କୋଟି), ସାଇ ସୁଦର୍ଶନ (୮.୫), ରାହୁଲ ତେୱାତିଆ (୪), ଶାହରୁଖ ଖାନ (୪)।
ପଞ୍ଜାବ କିଙ୍ଗ୍‌‌ସ
(ପର୍ସରେ ବାକି ଅଛି ୧୧୦.୫ କୋଟି)
ରିଟେନ ଖେଳାଳି (୨)- ଶଶାଙ୍କ ସିଂ (୫.୫ କୋଟି), ପ୍ରଭସିମରନ ସିଂ (୪ କୋଟି)।
ରାଜସ୍ଥାନ ରୟାଲ୍ସ
(ପର୍ସରେ ବାକି ଅଛି ୪୧ କୋଟି)
ରିଟେନ ଖେଳାଳି (୬)- ସଞ୍ଜୁ ସାମସନ (୧୮ କୋଟି), ଯଶସ୍ୱୀ ଜୟସ୍ୱାଲ (୧୮), ରିୟାନ ପରାଗ (୧୪ ), ଧ୍ରୁବ ଜୁରେଲ (୧୪), ସିମରନ ହେଟମାୟର (୧୧ ),
ସନ୍ଦୀପ ଶର୍ମା (୪)।