Ayushman Bharat - The Sakala
ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନରେ କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ସଂସଦରେ ମାନସଙ୍କ ଉଦ୍‌ବେଗ
ଭୁବନେଶ୍ୱର: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ଭାବେ ଓଡ଼ିଶାକୁ ଅର୍ଥ କମ୍‌ ମଞ୍ଜୁର କରାଯାଉଛି। ୨୦୨୨-୨୩ ମସିହାରେ ୨୧୧କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରାଯାଇଥିଲା ବେଳେ ୨୦୨୩-୨୪ ମସିହାରେ ୧୭୧ କୋଟି ଟଙ୍କା ଅନୁଦାନ ମିଳିଛି। ସେହିପରି ୨୦୨୪-୨୫ରେ ଏହା ଆହୁରି ହ୍ରାସ ପାଇଛି ଓ ଅନୁଦାନ ମାତ୍ର ୧୪୯ କୋଟିରେ ପହଞ୍ଚିଛି। ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସମ୍ବେଦନଶୀଳତା ବଢୁଥିଲା ବେଳେ ଭିତ୍ତିଭୂମି ମିଶନରେ ଏଭଳି କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ସଂସଦରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ୨୦୨୨ ମସିହାରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ ମୋଟ କେତେ କେନ୍ଦ୍ରୀୟ ଗ୍ରାଣ୍ଟ୍‌ ପ୍ରଦାନ କରାଯାଇଛି। ଯୋଜନା-ୱାରୀ ଏବଂ କ୍ଷେତ୍ର-ୱାରୀ ବିଭକ୍ତୀକରଣ ଓ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଅତିରିକ୍ତ ରାଶି ପ୍ରଦାନ ପ୍ରସଙ୍ଗରେ କେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯେ  ସମାନ, ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବା ପାଇଁ ସାର୍ବଜନୀନ ପ୍ରବେଶ ହାସଲ କରିବା ଲକ୍ଷ୍ୟରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ କରୁଛି। ସରକାର ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ସ୍ୱାସ୍ଥ୍ୟ ସୁବିଧା ପାଇଁ ପର୍ଯ୍ୟାପ୍ତ ମାନବ ସମ୍ୱଳର ଉପଲବ୍ଧତା, ବିଶେଷକରି ଅବହେଳିତ ଏବଂ ଅବହେଳିତ ଗୋଷ୍ଠୀ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ଏବଂ ସୁଗମତାକୁ ଉନ୍ନତ କରିବା ପାଇଁ ବୈଷୟିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ(ପିଏମ୍‌ ଅଭିମ୍‌) ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନ;  ଯାହା କିଛି କେନ୍ଦ୍ରୀୟ କ୍ଷେତ୍ର ଉପାଦାନ ସହିତ ରହିଛି ଯାହାର ଯୋଜନା ଅବଧି (୨୦୨୧-୨୨ ରୁ ୨୦୨୫-୨୬) ପାଇଁ ୬୪,୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପିଏମ୍‌ ଅଭିମ୍‌ ଅଧୀନରେ ପଦକ୍ଷେପଗୁଡ଼ିକ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ତରର ସମସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ପ୍ରତିଷ୍ଠାନଗୁଡ଼ିକର ଦକ୍ଷତା ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରେ, ଯାହା ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବର୍ତ୍ତମାନ ଏବଂ ଭବିଷ୍ୟତର ମହାମାରୀ ବା ବିପର୍ଯ୍ୟୟର ପ୍ରଭାବଶାଳୀ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ କରାଯାଇପାରିବ। ପିଏମ-ଅଭିମ୍‌ରେ ରାଜ୍ୟକୁ ଲଗାତାର କମ୍‌ ଅର୍ଥ ରିଲିଜ କରାଯାଇଥିବା ସେ ସ୍ୱୀକାର କରିଛନ୍ତି । ତେବେ  ଜାତୀୟ ସ୍ୱାସ୍ଥ୍ୟ ମିଶନରେ ରାଜ୍ୟକୁ ଅଧିକ ଅର୍ଥ ଦିଆଯାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।
ଚଣ୍ଡିଗଡ: ଗରିବ ଲୋକଙ୍କ ଚିକିତ୍ସା ପାଇଁ ଭାରତ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ପ୍ରଚଳନ କରିଛନ୍ତି। ଏହା ଲୋକଙ୍କ ଆର୍ଥିକ ବୋଝକୁ କମ୍‌ କରିବ ବୋଲି କୁହାଯାଉଛି। କିନ୍ତୁ ଏହା ଏବେ ଗରିବଙ୍କୁ ଯନ୍ତ୍ରଣା ଦେବା ଆରମ୍ଭ କରିଛି। ହରିୟାଣାରୁ ଏହାର ଭୟଙ୍କର ଚିତ୍ର ସାମ୍‌ନାକୁ ଆସିଛି। ଘରୋଇ ହସ୍ପିଟାଲଗୁଡିକ ଗତ ୭ ତାରିଖରୁ ଆୟୁଷ୍ମାନ ଭାରତ କାର୍ଡ ଅଧୀନରେ ଚିକିତ୍ସା ଯୋଗାଇବା ବନ୍ଦ କରିଦେଇଛନ୍ତି। ଏହି ଯୋଜନା ବାବଦ ସରକାରଙ୍କ ଉପରେ ୪୯୦ କାଟି ଟଙ୍କା ବାମି ଥିବା ବେଳେ ସେମାନେ ଆଉ ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ସରକାର ବକେୟା ଅର୍ଥ ପଇଠ ନକରିବା ପର୍ଯ୍ୟନ୍ତ ଆୟୁଷ୍ମାନ ଚିକିତ୍ସା କରାଯିବ ନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର ହରିୟାଣା ଶାଖା ପକ୍ଷରୁ ଜଣାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ପ୍ରାୟ ୬୫୦ ଘରୋଇ ଡାକ୍ତରଖାନା ଏହି କାରଣରୁ ଆୟୁଷ୍ମାନ ଭାରତ ସେବାକୁ ବନ୍ଦ କରିଦେଇଛନ୍ତି। ଏଥିଯୋଗୁଁ ଦେଢ଼ କୋଟି ହିତାଧିକାରୀ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ସରକାରୀ ଡାକ୍ତରଖାନା ଗୁଡିକରେ ରୋଗୀଙ୍କ ପ୍ରବଳ ଗହଳି ଲାଗି ରହିଛି। ଆଇଏମଏ ସୂଚନା ଅନୁଯାୟୀ ସରକାରଙ୍କ ଉପରେ ୪୯୦ କୋଟି ଟଙ୍କା ବକେୟା ପଡ଼ିଛି। ଆଶିଂକ ଦେୟ ପ୍ରଦାନ ସତ୍ତ୍ବେ ସେବା ଆରମ୍ଭ ହେବନାହିଁ। ସରକାରଙ୍କୁ ପୂରା ଅର୍ଥ ପଇଠ କରିବାକୁ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ଦାବିରେ ଆଇଏମଏ ସଦସ୍ୟମାନେ ରବିବାର ପାନିପଥରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଏବଂ ରୋଗୀଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ ଲଗାଇଛନ୍ତି। ଆୟୁଷ୍ମାନ ଭାରତ ଦ୍ବାରା ଲୋକେ କି ଘରୋଇ ଡାକ୍ତରଖାନା କେହି ଖୁସି ନାହାନ୍ତି। ପାରଦର୍ଶି ଦେୟ ବ୍ୟବସ୍ଥା ନ ଆଣିଲା ପର୍ଯ୍ୟନ୍ତ ଏହି ସେବା ଆରମ୍ଭ ହେବ ନାହିଁ। ଏହାକୁ ନେଇ ସରକାର ଡାକ୍ତରଖାନା ଗୁଡିକୁ ଉତ୍ପୀଡ଼ନ ଦେବା ବନ୍ଦ କରନ୍ତୁ।
ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଆରତି ରାଓ ଘରୋଇ ଡାକ୍ତରଖାନାଗୁଡିକର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ ବି ଡାକ୍ତରଖାନାଗୁଡିକ ସେବା ଆରମ୍ଭ କରିନାହାନ୍ତି। ଏଥିପାଇଁ ହଜାର ହଜାର ରୋଗୀ ହଇରାଣ ହେଉଛନ୍ତି।
ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା, ତାହା ସତ୍ୟରେ ପରିଣତ ହେଲା। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ସମସ୍ତଙ୍କୁ ମିଳିବ ନାହିଁ। କେବଳ ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ହିତାଧିକାରୀ ହିଁ ଏହି କାର୍ଡ ପାଇବେ। ଖୋଦ୍‌ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହା ସ୍ୱୀକାର କରିଛନ୍ତି । ଏହା ସହିତ କେବଳ ୭୦ ବର୍ଷରୁ ଉର୍ଦ୍ଧ୍ବ ୬ ଲକ୍ଷ ବରିଷ୍ଠ ନାଗରିକ ଆୟୁଷ୍ମାନ ବୟୋବନ୍ଦନ ଯୋଜନା ପାଇଁ ଆବେଦନ କରିପାରିବେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରୁ ବଞ୍ଚିତ ଜନସାଧାରଣ। ସେହିପରି ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନେ ନୂତନ ପ୍ରଚଳିତ ଆୟୁଷ୍ମାନରେ ସାମିଲ ହୋଇ ପାରିବେ ବୋଲି କୁହାଯାଉଥିଲେ ହେଁ ସମସ୍ତେ ଉପକୃତ ହେବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।
ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଆସିଥିବା ବିଜେପି ନେତା ଆୟୁଷ୍ମାନ ଭାରତ ଲାଗୁ ନ କରିବା ନେଇ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ବିଜେପି କ୍ଷମତାକୁ ଆସିଲେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଲାଗୁ ହେଲେ ଓଡ଼ିଶାର ପ୍ରତ୍ୟେକ ପରିବାର ଏଥିରୁ ଉପକୃତ ହେବେ। ସରକାର ଗଢ଼ିବାର ୧୦ ମାସ ପରେ ରାଜ୍ୟରେ ଆୟୁଷ୍ମାନ ଲାଗୁ କରାଯାଇଥିବାବେଳେ ପୂର୍ବ ହିତାଧିକାରୀଙ୍କ ମଧ୍ୟରୁ ୫ ଲକ୍ଷ ହିତାଧିକାରୀଙ୍କୁ କାଟି ଦିଆଗଲା। ଏବେ ଅନ୍ୟମାନେ ମଧ୍ୟ ଏହାଦ୍ୱାରା ଲାଭାନ୍ୱିତ ହେବେ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଏସ୍‌କେୱାଇରେ ୩ କୋଟି ୫୬ ଲକ୍ଷ ହିତାଧିକାରୀ ଉପକ୍ରୁତ ହୋଇଥିଲା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୩ କୋଟି ୫୧ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି। କେଉଁ ଆଧାରରେ ଓ କେଉଁ ହିତାଧିକାରୀମାନଙ୍କୁ ଯୋଜନାରୁ ବଞ୍ଚିତ କରାଗଲା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।
୨୦୧୩-୧୪ରେ ଓଡିଶାରେ ବିଜୁ କୃଷକ କଲ୍ୟାଣ ଯୋଜନା ଦେଶର ପ୍ରଥମ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରି ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ଅଗଷ୍ଟ ମାସରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆସ୍ୟୁରାନ୍ସ ମୋଡ୍‌ରେ ଓଡିଶାରେ ଲାଗୁ କରିଥିଲେ। ବିଜେଡି ୬ଷ୍ଠ ଥର କ୍ଷମତାକୁ ଆସିଲେ, ସରକାରୀ ଚାକିରିଆଙ୍କ ସମେତ ସମସ୍ତଙ୍କୁ ଏଥିରେ ସାମିଲ କରିବା ପାଇଁ ଘୋଷଣା ହୋଇଥିଲା। ମାତ୍ର ବିଜେପି କ୍ଷମତାକୁ ଆସିବା ପରେ ବିଏସ୍‌କେୱାଇ ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରିଛନ୍ତି ଓ ଏହା ସହ ଆୟୁଷ୍ମାନକୁ ସଂଯୋଗ କରାଯାଇ ଏକକ ଯୋଜନା ହୋଇଛି ।
ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତରେ ଏପରି ସର୍ତ୍ତ ରଖାଯାଇଛି ଯେ ସାଧାରଣ ପରିବାର ଏଥିପାଇଁ ଆବେଦନ କରିପାରିବେ ନାହିଁ। ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ହେବା ପରଠାରୁ ସରକାରୀ ଚାକିରୀଆ, ସେବାୟତ ଗୋଷ୍ଠୀ ଏବଂ ଅନ୍ୟ ଜନସାଧାରଣ ସେଥିରେ ସାମିଲ ପାଇଁ ସ୍ୱର ଉଠାଇଛନ୍ତି। ସେହିପରି ଆଗକୁ ଆହୁରି ଅନେକ ସଂଗଠନ ମଧ୍ୟ ସମାନ ଦାବି ନିମନ୍ତେ ସଜବାଜ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ସାମିଲ ଲୋକ, ନବୀନ କାର୍ଡ ପାଇଥିବା ଲୋକେ ଏବଂ ରାସନ କାର୍ଡରୁ ବାଦ ପଡିଥିବା ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ଏପରି ଭାବେ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୫୦ ଲକ୍ଷ ଲୋକ ବ୍ୟକ୍ତିଗତ ଭାବେ ଉପକୃତ ହେବେ। ମାତ୍ର ଅନ୍ୟମାନେ କାଡର଼୍ ପାଇବେ କି ନାହିଁ, ସେ ସମ୍ପର୍କରେ ମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ ରହିଛନ୍ତି।
ଆୟୁଷ୍ମାନ କାର୍ଡ ଛପାରେ ରାଜକୋଷରୁ ଯିବ ୪୦୦ କୋଟି, କେବଳ ପ୍ଲାଷ୍ଟିକ ଖୋଳ ତିଆରିରେ ଖର୍ଚ୍ଚହେବ ୧୨ କୋଟି
ଭୁବନେଶ୍ୱର : ସରକାର ବଦଳିବା ପରେ ରାଜ୍ୟରେ ପରିବର୍ତ୍ତନ ହୋଇଛି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ରୂପରେଖ। ବିଜୁବାବୁଙ୍କ ନାମ ପ୍ରତି ନୂଆ ସରକାରଙ୍କ ବିକାର ଯୋଗୁ ପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ସଞ୍ଜୀବନୀ ପାଲଟିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ବା ବିଏସ୍‌କେୱାଇକୁ ଅଚଳ କରି କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାକୁ ପ୍ରଚଳନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହାକୁ ରାଜ୍ୟରେ ପ୍ରଣୟନ କରାଯିବ। ମାତ୍ର ବିଡ଼ମ୍ବନା ହେଉଛି ସରକାରଙ୍କ ‘ବିଜୁ ବିକାର’ ଓ ‘ଆୟୁଷ୍ମାନ’ ଯୋଜନାକୁ ପ୍ରଣୟନ ନିଷ୍ପତ୍ତି ନିମନ୍ତେ ରାଜ୍ୟବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। କେବଳ ଆୟୁଷ୍ମାନ କାର୍ଡ ଛପା ବାବଦରେ ରାଜ୍ୟ ରାଜକୋଷରୁ ୪୦୦ କୋଟି ଟଙ୍କା ଓ ଏହାର ପ୍ଲାଷ୍ଟିକ ଖୋଳ ପ୍ରସ୍ତୁତି ନିମନ୍ତେ ପ୍ରାୟ ୧୨ କୋଟିରୁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଏହି ଯୋଜନାକୁ ପ୍ରଚାର କରିବା ପାଇଁ ବିଜ୍ଞାପନ ଓ ବିଭିନ୍ନ ସମାବେଶ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆହୁରି ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି। ଏହାସତ୍ତ୍ବେ ରାଜ୍ୟବାସୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରୁ କେତେ ଲାଭବାନ ହେବେ ତାହା କେବଳ ଭବିଷ୍ୟତ ହିଁ କହିବ ।
ଗତ ନିର୍ବାଚନ ସମୟରେ ରାଜ୍ୟରେ ବିଜେପି ସରକାର ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିଦେବ ବୋଲି ବିଜେଡି କହିଥିଲା। ସେହିପରି ରାଜ୍ୟରେ ସରକାର ଗଠନ କଲେ ଆୟୁଷ୍ମାନ ଭାରତ ପ୍ରଚଳନ କରାଯିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଉଭୟ କଥା ସତ୍ୟ ସାବ୍ୟସ୍ତ ହୋଇଛି। ବିଏସ୍‌କେୱାଇକୁ ବନ୍ଦ କରାଯାଇଛି ଓ ଆୟୁଷ୍ମାନ ଭାରତ ପ୍ରଚଳନ ହୋଇଛି। ମାତ୍ର ରାଜ୍ୟ ସରକାରଙ୍କ ଘୋଷଣା ରାଜ୍ୟବାସୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାରେ ଅସମର୍ଥ ହୋଇଛି। ନୂଆ ହିତାଧିକାରୀ ଚୟନ ପାଖରୁ ଆରମ୍ଭ କରି ଚିକିତ୍ସା ପ୍ୟାକେଜ, ବାହାର ରାଜ୍ୟରେ ଚିକିତ୍ସା, ରେଫରାଲ ସମସ୍ୟା ସମ୍ପର୍କରେ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଅନୁରୂପ ଭାବରେ ୭୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୟୋବନ୍ଦନ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯାଉଥିବାରୁ କେମିତି ପଞ୍ଜୀକରଣ ହେବ, କେବେଠାରୁ ଆବେଦନ ହେବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ନିରବ ରହିଛି।
ଶୁକ୍ରବାର କଟକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବା ସହିତ ବିଧିବଦ୍ଧ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମାଧି ନେବ। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏକତ୍ର କାର୍ଯ୍ୟକାରୀ ହେବ। ତେବେ ପୂର୍ବର ବିଏସ୍‌କେୱାଇ ଭଳି ସୁବିଧା ସୁଯୋଗ ଏଥିରେ ମିଳିବ କି ନାହିଁ ତାହା ଏବେ ବି ଅନେକଙ୍କୁ ଆନ୍ଦୋଳିତ କରୁଛି। ବିଏସ୍‌କେୱାଇରେ ସରକାରୀ ଡାକ୍ତରଖାନାରୁ ରେଫର ନ ହୋଇ ହିତାଧିକାରୀ ସିଧାସଳଖ ଘରୋଇ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ପାଉଥିଲେ। ରେସନ କାର୍ଡ ଦେଖାଇ ବଡ଼ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆୟୁଷ୍ମାନ ଭାରତରେ ପ୍ରଥମେ ସରକାରୀ ଡାକ୍ତରଖାନାରୁ ରେଫର ହେବାକୁ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶାରେ ଡାକ୍ତରଖାନାଗୁଡ଼ିକରେ ଆଉଟ୍‌ଡୋର୍‌ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ହୋଇଛି। କିନ୍ତୁ ହିତାଧିକାରୀ ଅନ୍ୟ ରାଜ୍ୟରେ ଚିକିତ୍ସିତ ହେଲେ ସେହି ଖର୍ଚ୍ଚ ରାଜ୍ୟ ସରକାର କିପରି ଭରଣା କରିବେ ତାହା ଏଯାଏ ମଧ୍ୟ ସନ୍ଦେହରେ ରହିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ବିଏସ୍‌କେୱାଇ ଅବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ତୁଳନାରେ ଆୟୁଷ୍ମାନ ଭାରତ ଚିକିତ୍ସା ପ୍ୟାକେଜରେ ବହୁତ ତଫାତ ରହିଛି। ଅନେକ ରୋଗର ଚିକିତ୍ସା ପାଇଁ ବିଏସ୍‌କେୱାଇ ତୁଳନାରେ ଆୟୁଷ୍ମାନ ଭାରତରେ ଅଧା ଖର୍ଚ୍ଚ ଦିଆଯାଉଛି। ତେଣୁ ରୋଗୀ ହାତରୁ ଖର୍ଚ୍ଚାନ୍ତ ହେବା ଏକ ପ୍ରକାର ନିଶ୍ଚିତ। ପ୍ୟାକେଜ କମ୍‌ ଥିବାରୁ ବିଏସ୍‌କେୱାଇରେ ସାମିଲ ଥିବା ଅନେକ ଘରୋଇ ଡାକ୍ତରଖାନା ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁନଶ୍ଚ ବିଏସକେୱାଇରୁ ବାହାରେ ଥିବା ନିମ୍ନ ଆୟକାରୀ ବର୍ଗର ପରିବାର ଏହି ଆୟୁଷ୍ମାନରେ ସାମିଲ ହେବେ କି ନାହିଁ କିଛି ସ୍ପଷ୍ଟ ହୋଇପାରିନି।
ଅପରପକ୍ଷେ ୭୦ ବର୍ଷରୁ ଅଧିକ ବୟସର ନାଗରିକ ବୟୋବନ୍ଦନ କାର୍ଡ ପାଇଁ କେବେ ଆବେଦନ କରିବେ ସେ ସମ୍ପର୍କରେ ସରକାର କିଛି ବି କହି ନାହାନ୍ତି। ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବା ପରେ ଇ-କେୱାଇସି ଝାମେଲା ଆସିପାରେ। ଦୁଇଟି ଯୋଜନା ପାଇଁ ବିଭାଗ ଗୋଟିଏ କାର୍ଡ ବଣ୍ଟନ କରିବ, କିନ୍ତୁ ଉଭୟ ଯୋଜନା ପାଇଁ ଯୋଗ୍ୟତା ଓ ଚିକିତ୍ସା ଖର୍ଚ୍ଚ ସୀମା ଭିନ୍ନ ଭିନ୍ନ ରହିଛି। ତେଣୁ ଅନଲାଇନ୍‌ ପ୍ଲାଟଫର୍ମରେ ଯୋଗ୍ୟତା ଅନୁସାରେ ଚିକିତ୍ସା ପ୍ୟାକେଜ ମଞ୍ଜୁର କରିବା କେତେଦୂର ସଫଳ ହେଉଛି ତାହା ସମୟ କହିବ। ବିଏସ୍‌କେୱାଇରେ ପ୍ରତି ପରିବାର ପିଛା ଦୁଇଟି ସ୍ୱାସ୍ଥ୍ୟ କାର୍ଡ (ଗୋଟିଏ ମହିଳା, ଅନ୍ୟଟି ପୁରୁଷଙ୍କ ପାଇଁ) ଦିଆଯାଉ ଥିବା ବେଳେ ଏବେ ସରକାର ପ୍ରତି ହିତାଧିକାରୀଙ୍କୁ ଖଣ୍ଡେ ଲେଖାଏଁ କାର୍ଡ ଦେବେ। ସେହିପରି ବୟୋବନ୍ଦନ ଯୋଜନାରେ ମଧ୍ୟ ଗୋଟିଏ ଲେଖାଏଁ କାର୍ଡ ବଣ୍ଟନ କରାଯିବ। ରାଜ୍ୟର ପ୍ରାୟ ୩ କୋଟି ୫୮ ଲକ୍ଷ କାର୍ଡ ବଣ୍ଟନ କରାଯିବ। ଏହି କାର୍ଡ ଛାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରାୟ ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି ଏବଂ ଏହାର ପ୍ଲାଷ୍ଟିକ ଖୋଳ ପାଇଁ ୧୦ କୋଟିରୁ ୧୫ କୋଟି ବ୍ୟୟ ଅଟକଳ କରାଯାଇଛି।
ଯେଉଁ ସବୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହୋଇଛି ସେଠାରୁ ବହୁ ସଂଖ୍ୟକ ଅନିୟମିତତା ଏବଂ ଚିକିତ୍ସାରେ ଅବହେଳା ଅଭିଯୋଗ ଆସୁଛି। ଚିକିତ୍ସା ନ କରି ଘରୋଇ ଡାକ୍ତରଖାନା କୋଟି କୋଟି ଟଙ୍କା ଠକିନେବା ଭଳି ମାଳ ମାଳ ଅଭିଯୋଗ ରହିଛି। ସେହିପରି ପଞ୍ଜିକୃତ ଡାକ୍ତରଖାନାକୁ ସରକାର ଠିକ୍‌ ସମୟରେ ଚିକିତ୍ସା ବାବଦ ଖର୍ଚ୍ଚ ଭରଣା କରୁନଥିବା ଅଭିଯୋଗ ମଧ୍ୟ ଆସୁଛି। ତେଣୁ ଆୟୁଷ୍ମାନ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିବ ନା ଅଭିଶାପ, ତାହା କେବଳ ଭବିଷ୍ୟତ ହିଁ କହିବ ।
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ ଯୋଜନା ଦ୍ବିତୀୟ ପର୍ଯ୍ୟାୟ। ସାରା ଦେଶରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ। ଏହି ଯୋଜନାକୁ ଓଡ଼ିଶା ଗ୍ରହଣ କରିବ ବୋଲି ଜଣାପଡିଛି। ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆୟୁଷ୍ମାନ ଭାରତ ଯୋଜନାର ମୋଡାଲିଟି ପ୍ରସ୍ତୁତ କରାଗଲେ ଓଡ଼ିଶାରେ ଏହା ଲାଗୁ ହେବ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ବିଜେଡି ସରକାରଙ୍କ ବିଏସକେୱାଇର ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଆରୋଗ୍ୟ ଯୋଜନା ନାଁରେ ନାମିତ କରିଥିଲେ। ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାକୁ ଗୋଟିଏ କାର୍ଡ କରିବାକୁ ବିଜେପି ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏଯାଏ ଏହା ଘୋଷଣାରେ ରହିଯାଇଛି।
ଯାହାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ। ଗରିବ ଲୋକଙ୍କ ସ୍ବାସ୍ଥ୍ୟ ଓ ଜୀବନ ସହ ନ ଖେଳିବାକୁ ଚେତାଇ ଦେଇଛି ବିଜେଡି। ବିଜୁ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲୋକେ ଯେମିତି ପାଉଥିଲେ ସେମିତି ପାଆନ୍ତୁ ବୋଲି ବିଜେଡି ଦାବି କରିଛି। ଆୟୁଷ୍ମାନ ଯୋଜନା ଲାଗୁ ନହେବା ପର୍ୟ୍ୟନ୍ତ ପୂର୍ବ ସରକାରଙ୍କ ଯୋଜନା ଜାରି ରହୁ ବୋଲି କହିଛି ବିରୋଧୀ କଂଗ୍ରେସ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳୁଥିବା ବେଳେ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ମିଳୁଥିଲା। ଏଥିପାଇଁ ବର୍ଷକୁ ୬ହଜାର କୋଟି ଟଙ୍କା ଚିକିତ୍ସା ଖର୍ଚ୍ଚ ମୁଣ୍ଡାଉଥିଲେ ରାଜ୍ୟ ସରକାର। ୨୦୧୮ ମସିହାରୁ ନବୀନ ସରକାର ଏହି ବୈପ୍ଲବିକ ସ୍ବାସ୍ଥ୍ୟ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହାକୁ ନେଇ ଅନେକ ସମୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ଓ ଆୟୁଷ୍ମାନ ଯୋଜନାର ସୁବିଧା କଥା ବି ବିତର୍କର ବିଷୟ ପାଳଟିଥିଲା । ଖୁବ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ତୁରନ୍ତ ବିଜେପି ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ବୋଲି ବିଜେଡି ଦାବି କରିଛି।